Odisha Elections 2024
Posted inଜାତୀୟ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ‘ପନୋତି’ କହିଲେ ରାହୁଲ ଗାନ୍ଧୀ, କହିଲେ -”ଆମ ଖେଳାଳି ବିଶ୍ୱକପ ଜିତି ଯାଇଥାନ୍ତେ କିନ୍ତୁ …”

ନୂଆଦିଲ୍ଲୀ,୨୧।୧୧: କଂଗ୍ରେସ ଏମପି ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ‘ପନୋତି’ କହିଛନ୍ତି। ସେ କହିଛନ୍ତି ଭାରତ ବିଶ୍ୱକପ ଜିତି ଯାଇଥାନ୍ତା, କିନ୍ତୁ ‘ପନୋତି’ ହରାଇ ଦେଲା। ମଙ୍ଗଳବାର ରାଜସ୍ଥାନର ଜଲୋର ଅଞ୍ଚଳରେ ଏକ ନିର୍ବାଚନୀ ରାଲିକୁ ସମ୍ବୋଧନ କରିବା ସମୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କହିଥିଲେ।

ରାହୁଲ ଗାନ୍ଧୀଙ୍କ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ‘ପନୋତି’ ବୋଲି କହୁଥିବା ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଭାଷଣର ଏହି ଅଂଶ ଶୁଣିଲେ ଲାଗୁଛି ଯେ ଜନସଂଖ୍ୟାରେ କାହାର ଅଂଶୀଦାର ପ୍ରସଙ୍ଗରେ ରାହୁଲ କହୁଛନ୍ତି। କ୍ଷମତାକୁ ଫେରିବା ପରେ ଜାତିଗତ ଜନଗଣନା କରିବାକୁ କଂଗ୍ରେସ ମଧ୍ୟ ନିଜର ନିର୍ବାଚନୀ ଇସ୍ତାହାରରେ ପ୍ରତିଶୃତି ଦେଇଛି। ଏହା ଉପରେ ଆଲୋଚନା କରୁଥିବାବେଳେ ରାହୁଲ ଗାନ୍ଧୀ ହଠାତ୍ ବିଶ୍ୱକପ୍ ଫାଇନାଲ ବିଷୟରେ କହିବାକୁ ଲାଗିଲେ। ସେ ଏହି ପରି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ କରିଛନ୍ତି।

ରାହୁଲ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏହି କଥା କହିବା ପରେ ସେଠାରେ ଉପସ୍ଥିତ ଲୋକମାନେ ମଧ୍ୟ ସମାନ କଥା ଦୋହରାଇଥିଲେ। କଂଗ୍ରେସ ମଧ୍ୟ ରାହୁଲଙ୍କ ଏହି କଥାରେ ସହମତ ଥିବା ଜଣା ପଡିଛି। ପାର୍ଟି ଇହଜାର ଅଫିସିଆଲ ଏକ୍ସ ହ୍ୟାଣ୍ଡେଲରେ ରାହୁଲ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ‘ପନୋତି’ କହୁଥିବାର ଭିଡିଓ ସେୟାର କରିଛି। ଅନ୍ୟପଟେ ଭାଜପା ନେତାମାନେ ମଧ୍ୟ ରାହୁଲଙ୍କ ଏହି ବୟାନ ଉପରେ ପ୍ରତିକ୍ରିୟା ଦେବା ଆରମ୍ଭ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରିପୋର୍ଟରେ ବଡ଼ ଖୁଲାସା, ‘କୋଭାକ୍ସିନ’ ରେ ବି ଦେଖାଯାଉଛି ସାଇଡ ଇଫେକ୍ଟ

ନୂଆଦିଲ୍ଲୀ,୧୬।୫: କରୋନା ମହାମାରୀ ସମୟରେ ଦେଶବାସୀ କୋଭିଶିଲ୍ଡ ଏବଂ କୋଭାକ୍ସିନ ଟିକା ନେଇଛନ୍ତି। କିନ୍ତୁ, ଧୀରେ ଧୀରେ ବର୍ତ୍ତମାନ ଏହି ଦୁଇଟି ଟିକାର ପାର୍ଶ୍ୱ ପ୍ରତିକ୍ରିୟା...

”ଟ୍ୟାକ୍ସ ଟଙ୍କାରେ ଦିଆଯାଉଛି ମାଗଣା ରାସନ, ଶ୍ରେୟ ନେବାକୁ ଚେଷ୍ଟା କରୁଛି ଭାଜପା”: ମାୟାବତୀ

ନୂଆଦିଲ୍ଲୀ,୧୬ା୫: ”ସାଧାରଣ ଲୋକଙ୍କ ଟଙ୍କାରେ ଦେଶର ଗରିବ ଲୋକଙ୍କୁ ମାଗଣା ରାସନ ଦିଆଯାଉଛି, କିନ୍ତୁ କେନ୍ଦ୍ରରେ ଭାଜପା ସରକାର ଏହାର ଶ୍ରେୟ ନେବାକୁ ଚେଷ୍ଟା କରୁଛି।”...

ଭାରତ ଚନ୍ଦ୍ରରେ ପହଞ୍ଚିଲାଣି, ଆମ ପିଲା ଖାଲରେ ପଡ଼ି ମରୁଛନ୍ତି: ଭାରତକୁ ହୃଦୟ ଖୋଲି ପ୍ରଶଂସା କଲେ ପାକିସ୍ତାନ ସାଂସଦ

ଇସଲାମାବାଦ୍‌,୧୬।୫: ପାକିସ୍ତାନର ସାଂସଦ ସୟଦ ମୁସ୍ତାଫା କମଲ ଭାରତକୁ ହୃଦୟ ଖୋଲି ପ୍ରଶଂସା କରିଛନ୍ତି। ପାକିସ୍ତାନୀ ସାଂସଦ କହିଛନ୍ତି, ଗୋଟିଏ ପଟେ ଖାଲରେ ପଡି ପିଲାମାନେ...

ସ୍ବାତୀ ମାଲିଓ୍ବାଲଙ୍କୁ ର୍ଦୁବ୍ୟବହାର ମାମଲା: କେଜରିଓ୍ବାଲଙ୍କ ସହ ନଜର ଆସିଲେ ଅଭିଯୁକ୍ତ ବୈଭବ କୁମାର

ନୂଆଦିଲ୍ଲୀ,୧୬।୫: ଆମ ଆଦମୀ ପାର୍ଟିର ରାଜ୍ୟ ସଭା ଏମପି ସ୍ବାତୀ ମାଲିଓ୍ବାଲଙ୍କୁ କେଜରିଓ୍ବାଲଙ୍କ ବାସଭବନରେ ମାଡ଼ ମରାଯିବା ଘଟଣାରେ ଜାତୀୟ ରାଜନୀତି ଉଠୁଛି ପଡୁଛି। ଏହାକୁ...

‘ଇଣ୍ଡିଆ’ କ୍ଷମତାସୀନ ହେଲେ ବାହାରୁ ସମର୍ଥନ ଦେବେ ମମତା

କୋଲ୍‌କାତା,୧୬ା୫:ବିରୋଧୀଙ୍କ ଇଣ୍ଡିଆନ୍‌ ନ୍ୟାଶନାଲ ଡେଭେଲପ୍‌ମେଣ୍ଟ ଇନ୍‌କ୍ଲୁସିଭ୍‌ ଆଲାଏନ୍ସ (ଇଣ୍ଡିଆ) ବ୍ଲକ୍‌ ଲୋକ ସଭା ନିର୍ବାଚନ ପରେ ସରକାର ଗଢ଼ିଲେ ପଶ୍ଚିମବଙ୍ଗର ଶାସକ ତୃଣମୂଳ କଂଗ୍ରେସ (ଟିଏମ୍‌ସି)...

ପ୍ରେମ ନିବେଦନକୁ ମନା କରିବାରୁ ଯୁବତୀଙ୍କୁ ହତ୍ୟା, ଶୋଇଥିବାବେଳେ ଛୁରାମାଡ଼ କଲେ ପଡ଼ୋଶୀ

ବେଙ୍ଗାଲୁରୁ, ୧୫।୫: କର୍ନାଟକ ହୁବଳିସ୍ଥିତ ବୀରପୁରା ଗ୍ରାମରେ ଅଞ୍ଜଳି ଆମ୍ବିଗେରା(୨୦) ନାମ୍ନୀ ଜଣେ ଯୁବତୀ ଶୋଇଥିବା ସମୟରେ ତାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି। କିଛି...

ଭାରତରେ ସବୁଠାରୁ ବେଶି ହିଟ୍‌ଓ୍ବେଭଜନିତ ମୃତ୍ୟୁ, ବିଶ୍ୱରେ ପ୍ରତି ବର୍ଷ ପ୍ରାଣ ହରାଉଛନ୍ତି ୧.୫୩ ଲକ୍ଷ ଲୋକ

କାନ୍‌ବେରା, ୧୫।୫: ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ବିଶ୍ୱରେ ପ୍ରତି ବର୍ଷ ୧.୫୩ ଲକ୍ଷରୁ ଅଧିକ ବ୍ୟକ୍ତି ପ୍ରାଣ ହରାଉଛନ୍ତି। ସେଥିମଧ୍ୟରୁ ସର୍ବାଧିକ ମୃତ୍ୟୁ ଭାରତରେ...

ଜେଲ୍‌ରେ ଥାଇ ନିର୍ବାଚନ ଲଢ଼ିବେ ଖଲିସ୍ତାନୀ ସମର୍ଥକ ଅମୃତପାଳ ସିଂ, ନାମାଙ୍କନ ପତ୍ର ସ୍ବୀକାର କଲେ EC

ନୂଆଦିଲ୍ଲୀ,୧୫।୫: ଖଲିସ୍ତାନୀ ସମର୍ଥକ ଅମୃତପାଲ ସିଂ ଲୋକ ସଭା ନିର୍ବାଚନ ଲଢ଼ିବେ। ତାଙ୍କର ନାମାଙ୍କନକୁ ନିର୍ବାଚନ ଆୟୋଗ ଗ୍ରହଣ କରିଛନ୍ତି। ଏବେ ସେ ଜେଲ୍‌ରେ ଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri