ମହମ୍ମଦ ଶାମିଙ୍କ ଠାରୁ ଆରମ୍ଭ କରି ରବି ଶାସ୍ତ୍ରୀ ଯାଏଁ ବଡ ବଡ ସେଲିବ୍ରେଟି କରିଛନ୍ତି ହେୟାର ଟ୍ରାନ୍ସପ୍ଲାଣ୍ଟ, ଗୋଟିଏ ବର୍ଷରେ ହୋଇଛି ଏତିକି କୋଟି ଟଙ୍କାର ବ୍ୟବସାୟ

ନୂଆଦିଲ୍ଲୀ,୧୮।୧୧: ଚୁଟି ଝଡିବାରୁ ମୁକ୍ତି ମିଳିବା ପାଇଁ ଏବେ ହେୟାର ଟ୍ରାନ୍ସପ୍ଲାଣ୍ଟର ନୂଆ ଟେକ୍ନୋଲଜି ଆସିଛି। ଯେଉଁମାନେ ଏହି ଚୁଟି ଝଡିବା ସମସ୍ୟା ନେଇ ଗତି କରୁଛନ୍ତି ସେମାନେ ମଧ୍ୟ ଏହାର ଫାଇଦା ଉଠାଉଛନ୍ତି। ଅନେକ ଅଧ୍ୟୟନରେ ଏହା ମଧ୍ୟ ଦେଖାଯାଇଛି ଯେ ମହିଳାଙ୍କ ଅପେକ୍ଷା ପୁରୁଷମାନେ କେଶ ଝଡିବା ପାଇଁ ଅଧିକ ଚିନ୍ତିତ ଅଟନ୍ତି। ଏହି ବ୍ୟବସାୟ ଭାରତରେ ଏତେ ମାତ୍ରାରେ ଲୋକପ୍ରିୟ ହୋଇଛି ଯେ ୨୦୩୨ ସୁଦ୍ଧା ୫୬୦ ମିଲିୟନ ଡ଼ଲାର (ପ୍ରାୟ ୪୬୬୦ କୋଟି ଟଙ୍କା) ରୋଜଗାର ହେବ ବୋଲି ଆଶା କରାଯାଉଛି। ୨୦୨୨ରେ ଭାରତରେ କେଶ ପ୍ରତିରୋପଣର ବଜାର ଆକାର ୧୮୦ ନିୟୁତ ଡଲାର (ପ୍ରାୟ ୧୫୦୦ କୋଟି)ର ଥିଲା। ଏହାର ଅର୍ଥ ଏହି ବଜାର ଆସନ୍ତା ୮ ବର୍ଷରେ ତିନିଗୁଣା ବୃଦ୍ଧି ପାଇବାକୁ ଯାଉଛି।

ପିଟିଆଇର ଏକ ରିପୋର୍ଟ ଅନୁଯାୟୀ, ସେଲିବ୍ରିଟିମାନଙ୍କ ମଧ୍ୟରେ କେଶ ପ୍ରତିରୋପଣ ସବୁଠାରୁ ଲୋକପ୍ରିୟ ଅଟେ। ଚୁଟି ଝଡିବାରୁ ରକ୍ଷା ପାଇବା ପାଇଁ ସେଲିବ୍ରେଟିମାନେ ଅଧିକ କେଶ ପ୍ରତିରୋପଣ କରନ୍ତି। ଏହାର ଲୋକପ୍ରିୟତା ବଢିବା ସହିତ ଏହାର ଭାରତରେ ଏହାର ବ୍ୟବସାୟ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ୱାଲର୍‌ଡ ଫୋଲିକୁଲାର ୟୁନିଟ ଏକ୍ସଟ୍ରାକସନ ଇନଷ୍ଟିଚ୍ୟୁଟର ବୈଜ୍ଞାନିକ ନିର୍ଦ୍ଦେଶକ ପ୍ରଦୀପ ସେଠୀ କହିଛନ୍ତି, ବିଶ୍ୱସ୍ତରରେ ମଧ୍ୟ ହେୟାର ଟ୍ରାନ୍ସପ୍ଲାଣ୍ଟ ବଜାର ବହୁତ ବଡ ଏବଂ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ୨୦୩୨ ସୁଦ୍ଧା ଭାରତ ଏହି କ୍ଷେତ୍ର ୫୬୦ ନିୟୁତ ଡଲାର ଆୟ କରିବ ବୋଲି ଆଶା କରାଯାଉଛି।

ଡକ୍ଟର ପ୍ରଦୀପ କହିଛନ୍ତି, ତାଙ୍କଠାରୁ କେଶ ପ୍ରତିରୋପଣ କରିଥିବା ସେଲିବ୍ରିଟିମାନଙ୍କ ମଧ୍ୟରେ ମହମ୍ମଦ ଶାମି, ଭାରତୀୟ କ୍ରିକେଟ ଦଳର ଫିଜିଓଥେରାପିଷ୍ଟ ଆଣ୍ଡ୍ରିୟୁ ଲିପ୍ସ, ଇଂଲଣ୍ଡ କ୍ରିକେଟର ନିକ କମ୍ପଟନ, ଦକ୍ଷିଣ ଆଫ୍ରିକାର କ୍ରିକେଟର ମେର୍ନେ ୱାନ ୱିକ, ରବି ଶାସ୍ତ୍ରୀ ଏବଂ ମହମ୍ମଦ ଅଜହରୁଦ୍ଦିନ ଅଛନ୍ତି। ଭଜନ ସମ୍ରାଟ ଅନୁପ ଜାଲୋଟା, ଅରୁଣ ଗୋବିଲ, ଆମୀର ବଶୀର ମଧ୍ୟ ତାଙ୍କଠାରୁ କେଶ ପ୍ରତିରୋପଣ କରିଛନ୍ତି।

ଭାରତରେ କେଶ ପ୍ରତିରୋପଣର ମୂଲ୍ୟ କମ ହେତୁ ଏହା ବର୍ତ୍ତମାନ ଚିକିତ୍ସା ପର୍ଯ୍ୟଟନର ଏକ ପ୍ରମୁଖ ଅଂଶ ହୋଇପାରିଛ। ଆମେରିକା ଏବଂ ୟୁରୋପର ଲୋକମାନେ ଭାରତକୁ ଏଥିପାଇଁ ଆସୁଛନ୍ତି। ପ୍ରତିବର୍ଷ ମୋଟ ଲୋକଙ୍କ ମଧ୍ୟରୁ ୪୦ ପ୍ରତିଶତରୁ ଅଧିକ ଆମେରିକା କିମ୍ବା ୟୁରୋପରୁ ତାଙ୍କ ନିକଟକୁ ଆସିଥାନ୍ତି ବୋଲି ଡକ୍ଟର ପ୍ରଦୀପ କହିଛନ୍ତି । ସଫଳ କେଶ ପ୍ରତିରୋପଣ କ୍ଷେତ୍ରରେ ଦିଲ୍ଲୀ-ଏନସିଆର, ଜୟପୁର ଏବଂ ମୁମ୍ବାଇ ଶୀର୍ଷରେ ରହିଛି।

‘କଷ୍ଟମ ମାର୍କେଟ ଇଣ୍ଡେକ୍ସ’ ଦ୍ୱାରା କରାଯାଇଥିବା ଏକ ଅନୁସନ୍ଧାନରୁ ଜଣାପଡିଛି ଯେ , ୨୦୨୩ ରୁ ୨୦୩୨ ମଧ୍ୟରେ ହେୟାର ଟ୍ରାନ୍ସପ୍ଲାଣ୍ଟ ବଜାର ପ୍ରତିବର୍ଷ ପ୍ରାୟ ୧୨ ପ୍ରତିଶତ ହାରରେ ବୃଦ୍ଧି ପାଉଛି। ଏହା ବିଶ୍ୱବ୍ୟାପୀ ମେଡିକାଲ ଟୁରିଜିମ କ୍ଷେତ୍ରରେ ଦ୍ରୁତତମ ବୃଦ୍ଧି ପାଉଥିବା ବର୍ଗ ଅଟେ। ଦୁନିଆରେ ଅଧିକାଂଶ ହେୟାର ଟ୍ରାନ୍ସପ୍ଲାଣ୍ଟ ଅପରେଶନ ବର୍ତ୍ତମାନ ଭାରତରେ କରାଯାଇଛ। ଏଥିରେ ଭାରତ ତୁର୍କୀକୁ ପଛରେ ପକାଇ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

ବାହାଘର ଭାଙ୍ଗିବା ପରେ ପ୍ରଥମଥର କ୍ୟାମେରା ଆଗରେ ମୁହଁ ଖୋଲିଲେ ସ୍ମୃତି ମନ୍ଧନା

ନୂଆଦିଲ୍ଲୀ,୧୦।୧୨: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ବ୍ୟାଟର୍ ସ୍ମୃତି ମନ୍ଧନା ବ୍ୟକ୍ତିଗତ ଜୀବନର ଝଡ଼ ପରେ ପୁଣି ଥରେ ନିଜ ପ୍ରିୟ ଖେଳ କ୍ରିକେଟକୁ...

ସ୍କୁଲରୁ ଘରକୁ ଫେରିବା ବେଳେ ଚାଲିଗଲା ପ୍ରଧାନଶିକ୍ଷକଙ୍କ ଜୀବନ

ପୁରୁଷୋତ୍ତମପୁର,୧୦ା୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ପ୍ରତାପୁର ଛକ ନିକଟରେ ବୁଧବାର ସନ୍ଧ୍ୟାରେ ଦୁଇ ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri