Odisha Elections 2024

ପାରାଦୀପ ଆସିବେ ରାଷ୍ଟ୍ରପତି

ପାରାଦୀପ,୧୦।୧୧(ଶରତ ରାଉତ): ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୭ରେ ପାରାଦୀପ ଗସ୍ତରେ ଆସିବେ। ଏ ନେଇ ସରକାରୀ ଭାବେ ରାଷ୍ଟ୍ରପତି ଭବନର ସଚିବ ସମ୍ପଦ ମେହେଟ୍ଟା ଓଡ଼ିଶା ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଯୋଗେ ସୂଚନା ଦେଇଛନ୍ତି। ଏ ସମ୍ପର୍କରେ ଗୁରୁବାର ପାରାଦୀପ ବନ୍ଦର ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏ ନେଇ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ ହୋଇଛି। ପାରାଦୀପ ବନ୍ଦର ପକ୍ଷରୁ ଆୟୋଜିତ ବୋଇତ ବନ୍ଦାଣ ଉତ୍ସବରେ ରାଷ୍ଟ୍ରପତି ମୁର୍ମୁ ମୁଖ୍ୟ ଅତିଥିଭାବେ ଯୋଗ ଦେବେ ବୋଲି କୁହାଯାଇଛି। ପୂର୍ବାହ୍ନ ୧୦ଟାରୁ ମଧ୍ୟାହ୍ନ ୧୨ଟା୩୦ ପର୍ଯ୍ୟନ୍ତ ରାଷ୍ଟ୍ରପତି ପାରାଦୀପରେ ରହିବେ ବୋଲି ସରକାରୀ ଚିଠିରେ ଦର୍ଶାଯାଇଛି। ୬୧ ବର୍ଷର ପାରାଦୀପ ବନ୍ଦର ଇତିହାସରେ ଦେଶର ସର୍ବୋଚ୍ଚ ନାଗରିକଙ୍କ ପ୍ରଥମ ଗସ୍ତ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ୧୯୬୨ ଜାନୁୟାରୀ ୩ରେ ପାରାଦୀପ ବନ୍ଦର ଶିଳାନ୍ୟାସ ହୋଇଥିଲା। ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ଓ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ପାରାଦୀପ ବନ୍ଦର ଆରମ୍ଭ କରିଥିଲେ। ପାରାଦୀପ ବନ୍ଦରର ବୋଇତ ବନ୍ଦାଣ ଉତ୍ସବ ୧୯୯୨ରୁ ଆରମ୍ଭ ହୋଇଥିଲା। ସେତେବେଳେ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ବୋଇତ ଯୋଗେ ଓଡ଼ିଶାର ଜଣେ ଝିଅ ନିବେଦିତା ଆଚାର୍ଯ୍ୟଙ୍କୁ ସେହି ବୋଇତରେ ଇଣ୍ଡୋନେସିଆ ପଠାଇଥିଲେ। ସେବେଠାରୁ ବୋଇତ ବନ୍ଦାଣ ଉତ୍ସବ ବର୍ଣ୍ଣାଢ୍ୟ ଭାବେ ପାଳନ ହେଉଛି। ବୋଇତ ବନ୍ଦାଣ ଦେଖିବା ପାଇଁ ପାରାଦୀପ ବନ୍ଦର ପ୍ରଶାସନ ସାଧାରଣ ଲୋକଙ୍କ ପାଇଁ କିଛି ସମୟ ପର୍ଯ୍ୟନ୍ତ ଗେଟ୍‌ ଖୋଲିଥାନ୍ତି। ଏହାକୁ ହଜାରରୁ ଅଧିକ ଲୋକ ଦେଖିଥାନ୍ତି। ବୋଇତ ବନ୍ଦାଣ ଉତ୍ସବ ପୂର୍ବ ସାରେ କଳିଙ୍ଗ ବାଲିଯାତ୍ରା ମହୋତ୍ସବ ଆରମ୍ଭ ହୋଇଥାଏ। ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାକୁ ସମ୍ମାନ ଦେଇ ପାରାଦୀପରେ ଓଡ଼ିଶା ସରକାର ଓ ପାରାଦୀପ ବନ୍ଦର ଏଭଳି କାର୍ଯ୍ୟକ୍ରମ କରିଥାନ୍ତି। ଚଳିତବର୍ଷ ରାଷ୍ଟ୍ରପତିଙ୍କ ଗସ୍ତ ନିଷ୍ପତ୍ତି ପରେ ମହୋତ୍ସବର ଗୁରୁତ୍ୱ ବଢ଼ିଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁନ୍ଦରଗଡ ଜିଲାରେ ମଧ୍ୟାହ୍ନ ୧ଟା ସୁଦ୍ଧା ୩୬.୩୨%ମତଦାନ

ସୁନ୍ଦରଗଡ,୨୦।୫(ଜୟ ନାରାୟଣ ମେଣ୍ଡୁଳି)ସାଧାରଣ ନିର୍ବାଚନ-୨୦୨୪ ପାଇଁ ଓଡ଼ିଶାରେ ଅନୁଷ୍ଠିତ ଦ୍ବିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ସୋମବାର ସୁନ୍ଦରଗଡ ଜିଲାରେ ଶାନ୍ତି ଶ୍ରୁଙ୍ଖଳାର ସହ ଆରମ୍ଭ ହୋଇଛି।...

ସରସରା ହତ୍ୟାକାଣ୍ଡ ନିର୍ବାଚନୀ ହିଂସା ନୁହେଁ: ସ୍ପଷ୍ଟ କଲେ ଜିଲାପାଳ, ଆଇଜି

ବରଗଡ଼,୨୦।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ସୋମବାର ସାଧାରଣ ନିର୍ବାଚନ ନେଇ ମତଦାନ ପ୍ରକ୍ରିୟା ଚାଲିଛି। ତେବେ ଗୋଟିଏ ଗ୍ରାମର ଭୋଟ ଗ୍ରହଣ କେନ୍ଦ୍ରରେ ମତଦାନ ଚାଲିଥିବାବେଳେ...

ମଧ୍ୟବିତ୍ତଙ୍କ ପାଇଁ ସବୁବେଳେ କାମ କରନ୍ତି ଆମ ପ୍ରିୟ ମୁଖ୍ୟମନ୍ତ୍ରୀ: ପାଣ୍ଡିଆନ

ଭୁବନେଶ୍ୱର,୨୦ା୫: ୫-ଟି ଅଧ୍ୟକ୍ଷ ତଥା ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ସୋସିଆଲ ମିଡିଆରେ ଏକ ଭିଡିଓ ଜାରି କରିଛନ୍ତି। ଯାହା ଖୁବ୍‌ ଭାଇରାଲ ହେଉଛି। ଏଥିରେ...

ଭୋଟ ଦେବାକୁ ଆସିଥିବା ଲୋକଙ୍କ ଉପରେ ଖସିଲା ସାଇନବୋର୍ଡ : ଶିଶୁ ସମେତ ୫ ଗୁରୁତର ଆହତ

ଦାରିଙ୍ଗବାଡି, ୨୦।୫ (ଅରୁଣ ସାହୁ): ରାଜ୍ୟରେ ଦିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ସୋମବାର ଚାଲିଛି। ମତଦାନବେଳେ ଏକ ଦୁର୍ଘଟଣା ଘଟିଛି। ସାଇନବୋର୍ଡ଼ ଖସି ଯିବାରୁ ଜଣେ...

ଭୋଟରଙ୍କୁ କଂଗ୍ରେସର ଗ୍ୟାରେଣ୍ଟି କାର୍ଡ: ଏଥିରେ ରହିଛି ବଡ଼ ପ୍ରତିଶ୍ରୁତି

ମୋରଡ଼ା,୨୦ା୫(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ ମୟୂରଭଞ୍ଜ ଜିଲା ମୋରଡ଼ା ନିର୍ବାଚନମଣ୍ଡଳୀରେ ରାଜନୈତିକ ପାଣିପାଗରେ ଉଷ୍ମତା ଦେଖିବାକୁ ମିଳିଛି। ପ୍ରମୁଖ ରାଜନୈତିକ ଦଳ ଭାଜପା,...

ଭାଜପା ସମର୍ଥକଙ୍କ ଆକ୍ରମଣରେ ବିଜେଡି କର୍ମୀ ଗୁରୁତର

ବାସୁଦେବପୁର,୨୦।୫(ନାରାୟଣ ପ୍ରସାଦ ବାରିକ୍‌): ଭଦ୍ରକ ଜିଲା ବାସୁଦେବପୁର ପୌରପାଳିକାର ୫ ନମ୍ବର ଓ୍ବାର୍ଡରେ ସୋମବାର ପୂର୍ବାହ୍ନରେ ପୋଷ୍ଟର ଲଗାଇବାକୁ କେନ୍ଦ୍ର କରି ବିବାଦ ଉପୁଜିଛି। ଏହାକୁ...

”ଓଡ଼ିଶାର ପ୍ରତି ବ୍ଲକ ଲୋକେ ଗୁଜରାଟରେ କାମ କରୁଛନ୍ତି”: ପ୍ରଧାନମନ୍ତ୍ରୀ ମୋଦି

କଟକ,୨୦।୫: କଟକରେ ବିଶାଳ ଜନସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜେଡି ସରକାରଙ୍କ ଉପରେ ଖୁବ ବର୍ଷିଛନ୍ତି। କହିଛନ୍ତି ବିଜେଡି ପାଇଁ ଓଡ଼ିଶା ଆଜି...

ଭୁଜାଲି ମାଡ଼ରେ ଜଣଙ୍କ ଜୀବନ ଗଲା

ବରଗଡ଼,୨୦ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ବ୍ଲକ ଅନ୍ତର୍ଗତ ସରସରା ଗ୍ରାମରେ ସୋମବାର ସ୍ପଷ୍ଟ ଦିବାଲୋକରେ ଏକ ହତ୍ୟାକାଣ୍ଡ ଘଟିଛି। ଭୁଜାଲି ମାଡ଼ରେ ଜଣେ ଲୋକଙ୍କ ମୃତ୍ୟୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri