ଅନ୍ୟର ମତ ଶୁଣିବା ହିଁ ଗଣତନ୍ତ୍ର

ଭଦ୍ରକ,୧୦ା୧୧(ସନାତନ ରାଉତ): ଗଣମାଧ୍ୟମ ନିରପେକ୍ଷ ହେବା ଜରୁରୀ। ଗଣତନ୍ତ୍ରରେ ପ୍ରଶ୍ନ ପଚାରିବାର ଅଧିକାର ସମସ୍ତଙ୍କର ରହିଛି। କହିବା ଅପେକ୍ଷା ଅନ୍ୟର ମତକୁ ଶୁଣିବା ହେଉଛି ଗଣତନ୍ତ୍ରର ମୂଳଦୁଆ। ଆମ ଭିତରେ ସହନଶୀଳତା ରହିଲେ ଆମେ ଏକାଠି ହେବା ସହ ଦେଶରେ ଏକତା ବୃଦ୍ଧି ପାଇବ। ସଚେତନତା ବୃଦ୍ଧି ନ ହେଲେ ଆମେ ପୁଣି ଅନ୍ଧାରକୁ ଫେରିଯିବା ବୋଲି ଭଦ୍ରକ ମହିଳା ମହାବିଦ୍ୟାଳୟରେ ଗୁରୁବାର ଧରିତ୍ରୀର ୫୦ ବର୍ଷ ପାଳନ ଉପଲକ୍ଷେ ଆୟୋଜିତ ‘ଗଣମାଧ୍ୟମ, ଗଣତନ୍ତ୍ର ଓ ଯୁବପିଢ଼ି’ ଶୀର୍ଷକ ବକ୍ତୃତା ପ୍ରତିଯୋଗିତାରେ ଯୋଗଦେଇ ଧରିତ୍ରୀ ଏବଂ ଓଡ଼ିଶାପୋଷ୍ଟର ସମ୍ପାଦକ ତଥାଗତ ସତପଥୀ ମତବ୍ୟକ୍ତ କରିଛନ୍ତି। ଦେଶର କୋଣ ଅନୁକୋଣରେ ଘଟୁଥିବା ଘଟଣାକୁ ଗଣମାଧ୍ୟମ ଲୋକଲୋଚନକୁ ଆଣିଥାଏ। ଗଣମାଧ୍ୟମ ଏବଂ ଗଣତନ୍ତ୍ର ଗୋଟିଏ ମୁଦ୍ରାର ଦୁଇପାର୍ଶ୍ୱ ଭଳି। ଯୁବପିଢ଼ି ନେତାଙ୍କ ଜିନ୍ଦାବାନ୍ଦ ନ ପକାଇ ଦେଶ ପ୍ରତି କର୍ତ୍ତବ୍ୟ କରିବା ଉଚିତ। ଯୁବପିଢ଼ି ସଚେତନ ହେଲେ ଗଣତନ୍ତ୍ର ସମୃଦ୍ଧ ଓ ସୁରକ୍ଷିତ ହୋଇପାରିବ ବୋଲି ବକ୍ତୃତା ପ୍ରତିଯୋଗିତାରେ ଛାତ୍ରୀମାନେ ବକ୍ତବ୍ୟ ରଖିଥିଲେ।
ମହାବିଦ୍ୟାଳୟ ଅଧ୍ୟକ୍ଷା ସୁପ୍ରୀତି କର ପିଲାମାନଙ୍କ ମଧ୍ୟରେ ଗଣମାଧ୍ୟମ ଓ ଗଣତନ୍ତ୍ରକୁ ନେଇ ସଚେତନତା ପାଇଁ ଧରିତ୍ରୀ ପକ୍ଷରୁ କରାଯାଇଥିବା ଏହି କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଏହା ସେମାନଙ୍କର ଜ୍ଞାନକୁ ସଶକ୍ତ କରିବ ବୋଲି କହିଥିଲେ। ପ୍ରତିଯୋଗିତାକୁ ସମ୍ପାଦକ ସତପଥୀ ଉଦ୍‌ଘାଟନ କରିଥିବା ବେଳେ ଫିଚର୍‌ ସମ୍ପାଦକ ବୀରଭଦ୍ର ବିଶ୍ୱାଳ ଅତିଥି ପରିଚୟ ଓ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ପ୍ରତିଯୋଗିତାର ନିୟମାବଳୀ ସମ୍ପର୍କରେ ଶିକ୍ଷା ବିଭାଗ ମୁଖ୍ୟ ଡ. ଆଭାମୟୀ ମହାପାତ୍ର ସୂଚନା ଦେବା ସହ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ବିଚାରକ ଭାବେ ଓଡ଼ିଆ ବିଭାଗର ମୁଖ୍ୟ ଅଧ୍ୟାପକ ଡ. ଅଭୟ କୁମାର ଦାଶ କହିଥିଲେ, ଗଣମାଧ୍ୟମ ବ୍ୟକ୍ତି ଚେତନାକୁ ଜାଗ୍ରତ କରିଥାଏ ଏବଂ ରାଷ୍ଟ୍ରକୁ ସୁରକ୍ଷା ଦେଇଥାଏ। ଜଣେ ସୈନିକଙ୍କ ଭୂମିକା ଯେତିକି, ଗଣମାଧ୍ୟମର ଭୂମିକା ସେତିକି ହୋଇଥାଏ। ଗଣମାଧ୍ୟମର ପ୍ରକୃତ ଉଦ୍ଦେଶ୍ୟ ସାଧନ ହୋଇପାରିଲେ ରାଷ୍ଟ୍ରର ଉନ୍ନତି ହୋଇପାରିବ। ବହୁ ବଡ଼ ବଡ଼ ଖବରକାଗଜ ହଜିଯାଇଥିବା ବେଳେ ଧରିତ୍ରୀ ତା’ର ସ୍ବତନ୍ତ୍ର ସ୍ଥାନ ବଜାୟ ରଖିପାରିଛି। ଧରିତ୍ରୀ ସବୁବେଳେ ନିରପେକ୍ଷତା ଉପରେ ଗୁରୁତ୍ୱ ଦେଇଥାଏ। ଅନ୍ୟତମ ବିଚାରକ ରାଜନୀତି ବିଜ୍ଞାନ ବିଭାଗ ମୁଖ୍ୟ ଅନୀତା ଦଳାଇ ଧରିତ୍ରୀ ଖବରକାଗଜ ହେଉଛି ସାଧାରଣ ଓଡ଼ିଆ ଲୋକଙ୍କ ସ୍ବରର ପ୍ରତିବିମ୍ବ ଏବଂ ସବୁବର୍ଗ ଲୋକଙ୍କ ପାଖରେ ପହଞ୍ଚତ୍ବାକୁ ସବୁବେଳେ ଚେଷ୍ଟା କରିଛି ବୋଲି କହିଥିଲେ। ଅନ୍ୟତମ ବିଚାରକ ଇତିହାସ ବିଭାଗ ମୁଖ୍ୟ ଡ. ମନୋଜ କୁମାର ସାହୁ ଧରିତ୍ରୀର ଏପରି କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଏହି କାର୍ଯ୍ୟକ୍ରମ ପିଲାମାନଙ୍କ ମଧ୍ୟରେ ଗଣତନ୍ତ୍ର ଓ ଗଣମାଧ୍ୟମ ପ୍ରତି ସଚେତନତା ସୃଷ୍ଟି କରିପାରିବ ବୋଲି ମତ ରଖିଥିଲେ।
ମହାବିଦ୍ୟାଳୟର ୧୮ଜଣ ପ୍ରତିଯୋଗୀ ଏଥିରେ ଭାଗ ନେଇଥିଲେ। ସେମାନଙ୍କ ମଧ୍ୟରୁ ସାବ୍‌ନା କାଦ୍ରୀ ପ୍ରଥମ, ସନ୍ତୋଷୀ ସାହୁ ଦ୍ୱିତୀୟ ଓ ପୁଷ୍ପାଞ୍ଜଳି ଖଟୁଆ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଛାତ୍ରୀ ଦୁର୍ଗାବତୀ ସୋରେନ୍‌, ଭାର୍ଗବୀ କାହାଳିଆ, ଭାରତୀ ମୁଣ୍ଡା ଓ ଚମ୍ପାବତୀ ସ୍ବାଗତ ସଙ୍ଗୀତ ଗାନ କରିଥିବା ବେଳେ ମାଇନା ମାଝି ସମ୍ବଲପୁରୀ ନୃତ୍ୟ ଓ ଭାଶ୍ୱତୀଶ୍ରେୟା ଦାଶ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। ଏହି ଅବସରରେ ମହାବିଦ୍ୟାଳୟ ଅଧ୍ୟକ୍ଷା ଧରିତ୍ରୀ ସମ୍ପାଦକ ସତପଥୀଙ୍କୁ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ। କାର୍ଯ୍ୟକ୍ରମରେ ୧୫୦ରୁ ଊର୍ଦ୍ଧ୍ୱ ଛାତ୍ରୀ ଓ ମହାବିଦ୍ୟାଳୟର ଅଧ୍ୟାପିକା ଅଧ୍ୟାପକ ଉପସ୍ଥିତ ଥିଲେ। ଧରିତ୍ରୀର ସହସମ୍ପାଦକ ଅରୁଣ କାନୁନ୍‌ଗୋ, ଶ୍ରୀମନ୍ତ ରାଉତରାୟ, ପ୍ରସାର ପରିଚାଳକ ଆଲୋକ କାନୁନ୍‌ଗୋ, ତ୍ୟାଗଭୂମି ସମ୍ମେଳନର ସଭାପତି ଅଜୟ ନାୟକ, ଖବରଦାତା ସଞ୍ଜିତ୍‌ ବଳ, ରବିନାରାୟଣ ଖିଲାର, ନାରାୟଣ ବାରିକ, ଦୀପ୍ତିରଞ୍ଜନ ନାୟକ, ଦେବେନ୍ଦ୍ର ଆନ୍ଦିଆ, ସନ୍ତୋଷ ମହାପାତ୍ର ପ୍ରମୁଖ ସହଯୋଗ କରିଥିଲେ। ଜିଲା ପ୍ରତିନିଧି ସନାତନ ରାଉତ ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାର ପ୍ରଚାର ଜୋରଦାର: ଘରେ ଘରେ ପହଞ୍ଚିଲେ ମାନଗୋବିନ୍ଦ

ଦାରିଙ୍ଗବାଡି, ୯/୫ (ଅରୁଣ ସାହୁ):କନ୍ଧମାଳ ଜିଲା ଜି. ଉଦୟଗିରି ନିର୍ବାଚନ ମଣ୍ଡଳୀରେ ଭାଜପାର ବିଧାନସଭା ପ୍ରାର୍ଥୀ ମାନଗୋବିନ୍ଦ ପ୍ରଧାନ ନିଜ ପ୍ରଚାର ଜୋରଦାର କରିଛନ୍ତି। ସେ...

ବିଶ୍ୱ ଗଣମାଧ୍ୟମ ସ୍ବାଧୀନତା ସୂଚକାଙ୍କରେ ଭାରତର ସ୍ଥାନ ୧୬୧

ସମ୍ବଲପୁର, ୯ା୫(ପ୍ରମୋଦ ବହିଦାର)ଓଡିଶାର ସାମ୍ବାଦିକମାନଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରିବାକୁ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ଲୋକ ସଭା ଭାଜପା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିଶ୍ରୁତିକୁ ଧୂଆଁବାଣ...

କ୍ଷମତାକୁ ଆସିଲେ ମହିଳାଙ୍କୁ ୫୦ ହଜାର ଟଙ୍କାର କୁପନ: ଧର୍ମେନ୍ଦ୍ର

ଦେବଗଡ଼,୯।୫(ଶଶାଙ୍କ ଶେଖର ଝାଙ୍କର): ରାଜ୍ୟରେ ଭାଜପା କ୍ଷମତାକୁ ଆସିଲେ ଧାନର ସର୍ବନିମ୍ନ ଦର ୩୧ଶହ ଟଙ୍କା ଧାର୍ଯ୍ୟ ହେବ। ପ୍ରତ୍ୟେକ ମହିଳାଙ୍କୁ ୫୦ ହଜାର ଟଙ୍କାର...

ବସୁଧା ଯୋଜନା ବାଟବଣା

ନୂଆପଡ଼ା,୯ା୫ (ମକାରୁ ବେମାଲ)ନୂଆପଡା ଜିଲା କୋମନା ବ୍ଲକ ଅନ୍ତର୍ଗତ ସିଆଲଲଟି ପଞ୍ଚାୟତ କରଙ୍ଗାଭଟା ଗାଁରେ ଉତ୍କଟ ଜଳ ସଙ୍କଟ ଦେଖାଦେଇଛି। ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁ...

‘ମୋର କିଛି ହେଲେ ସ୍ବାମୀ ଓ ବିଧାୟକ ଦାୟୀ’

ଚାନ୍ଦବାଲି,୯ା୫(କିଷାନ ପାତ୍ର): ଭଦ୍ରକ ଜିଲା ଚାନ୍ଦବାଲି ରାଜନୀତି ଘଡ଼ିକେ ଘୋଡ଼ା ଛୁଟୁଛି। ନିର୍ବାଚନ ପରିବେଶ ସରଗରମ ଥିବା ବେଳେ ଚାନ୍ଦବାଲିର ପୂର୍ବତନ ବ୍ଲକ୍‌ ଅଧ୍ୟକ୍ଷା ମାନସୀ...

ଜାଳେଣିର ବିକଳ୍ପ ଶୁଖିଲା ପତ୍ର

କେନ୍ଦୁଝର,୯।୫(ନରେଶ୍‌ ଚନ୍ଦ୍ର ପଟ୍ଟନାୟକ/ଦୀପକ ମିଶ୍ର)ମନୁଷ୍ୟ ସଭ୍ୟତା ସହ ଜଙ୍ଗଲ ବହୁଆଗରୁ ଜଡ଼ିତ। ଜଙ୍ଗଲ ଖାଦ୍ୟ, ବସ୍ତ୍ର, ବାସ ଆଦି ଯୋଗାଇ ଦେଇଥାଏ। ବର୍ତ୍ତମାନ ସମୟରେ ବିଭିନ୍ନ...

କଳାଧାନ ଚାଷ: ଜଳାଭାବ ଯୋଗୁ ଆଶଙ୍କାରେ ଚାଷୀ

ପାରଳାଖେମୁଣ୍ଡି, ୯ା୫ (ଗିରିଧାରୀ ପରିଛା):ଗଜପତି ଜିଲାରେ ମୂଲ୍ୟବାନ କଳାଧାନ ଚାଷ ହେଉଛି। ଏହି କଳା ଧାନ ଚାଷ ଓଡ଼ିଶାର ବରଗଡ ଜିଲା ସମେତ ଅନ୍ୟାନ୍ୟ ଜିଲାରେ...

ଆଇଟିଆଇ ସ୍ଥାପନ କରିବ ‘ଓ୍ବେଷ୍ଟ ଟୁ ଓ୍ବେଲଥ’ ମଡେଲ ବୁଥ୍‌

ବ୍ରହ୍ମପୁର,୯ା୫(ଅଶୋକ କୁମାର ସାହୁ):ବ୍ରହ୍ମପୁର ସଂସଦୀୟ କ୍ଷେତ୍ରରେ ଆସନ୍ତା ୧୩ ତାରିଖରେ ସାଧାରଣ ନିର୍ବାଚନ ମତଦାନ ହେବ । ଭୋଟରଙ୍କୁ ସଚେତନ କରିବା ପାଇଁ ଭିନ୍ନ ମଡେଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri