Odisha Elections 2024

ଥାନା ଭିତରେ ବ୍ଲେଡ୍‌ରେ ଆଇଆଇସିଙ୍କ ଗଳା କାଟିଲେ ଚୋରି ଅଭିଯୁକ୍ତ

ବିଶୋଇ,୨୮ା୧୦(ଅମିତ ଦାସ): ମୟୂରଭଞ୍ଜ ଜିଲା ବିଶୋଇ ଥାନା ଅଧିକାରିଣୀ (ଆଇଆଇସି) ମିନି ଭୋଇଙ୍କୁ ଗଳାକାଟି ହତ୍ୟା ଉଦ୍ୟମ କରାଯାଇଛି। ଚିକିତ୍ସା ପାଇଁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଚୋରି ଘଟଣାରେ ପଚରାଉଚରା ପାଇଁ ଆସିଥିବା ଜଣେ ଅଭିଯୁକ୍ତ ଥାନା ମଧ୍ୟରେ ଏଭଳି ଉନ୍ମତ୍ତକାଣ୍ଡ ଘଟାଇବା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଥାନାର ଅନ୍ୟ କର୍ମଚାରୀମାନେ ଅଭିଯୁକ୍ତଙ୍କୁ କାବୁ କରିବା ପରେ ଶନିବାର କୋର୍ଟଚାଲାଣ କରାଯାଇଛି।
ସୂଚନାଯୋଗ୍ୟ, ଗତ ୧୬ ତାରିଖ ରାତିରେ ବିଶୋଇ ଅଞ୍ଚଳର ସର୍ବପୁରାତନ ଶୈବପୀଠ ବାବା ଜଳେଶ୍ୱର ମନ୍ଦିରର ଦାନ ହୁଣ୍ଡି ଭାଙ୍ଗି ଟଙ୍କା ଚୋରି ହୋଇଥିଲା। ମନ୍ଦିର ପରିଚାଳନା କମିଟି ପକ୍ଷରୁ ୧୭ତାରିଖରେ ବିଶୋଇ ଥାନାରେ ଏତଲା ଦିଆଯାଇଥିଲା। ଏନେଇ ପୋଲିସ ଏକ ମାମଲା(ନଂ.୧୯୭/୨୩) ରୁଜୁ କରିଥିଲା। ତଦନ୍ତ ପାଇଁ ମନ୍ଦିରରେ ଦୀର୍ଘବର୍ଷ ଧରି ସେବାୟତ ଭାବେ କାର୍ଯ୍ୟରତ ବିଶୋଇଗାଁ  ଗ୍ରାମର ସୁଶାନ୍ତ ଦେଓ(୫୨)ଙ୍କୁ ପଚରାଉଚରା ପାଇଁ ଥାନାକୁ ଡାକି ଛାଡ଼ି ଦେଇଥିଲେ। ଶୁକ୍ରବାର ସାରେ ଥାନା ଅଧିକାରିଣୀ ପୁଣି ଥରେ ସୁଶାନ୍ତଙ୍କୁ ଥାନାକୁ ଡାକିଥିଲେ। ପଚରାଉଚରା ପରେ ସୁଶାନ୍ତ ହୁଣ୍ଡି ଟଙ୍କା ଚୋରି ଘଟଣାରେ ସମ୍ପୃକ୍ତ ଥିବା ନେଇ ସ୍ବୀକାର କରିବା ସହିତ ତାଙ୍କ ସହଯୋଗୀଙ୍କ ନାମ ମଧ୍ୟ କହିଥିଲେ। ପରେ ସୁଶାନ୍ତଙ୍କୁ ଥାନା ମଧ୍ୟରେ ଅଟକ ରଖାଯାଇଥିଲା। ତେବେ ରାତି ପ୍ରାୟ ୮ଟା ସମୟରେ ଅନ୍ୟ ଅନ୍ୟ କର୍ମଚାରୀମାନେ ଥାନା ଗୃହ ବାହାରେ ଥିବା ବେଳେ ଥାନା ଅଧିକାରିଣୀ ଭୋଇ ଥାନା ମଧ୍ୟରେ ଏକାକୀ ବସିଥିଲେ। କେହି ନ ଥିବାର ସୁଯୋଗରେ ସୁଶାନ୍ତ ସାଙ୍ଗରେ ଆଣିଥିବା ଏକ ବ୍ଲେଡ୍‌ରେ ଥାନା ଅଧିକାରିଣୀ ଭୋଇଙ୍କ ଗଳା କାଟିବାକୁ ଉଦ୍ୟମ କରିଥିଲେ। ଥାନା ଅଧିକାରିଣୀ କୌଶଳକ୍ରମେ ଅଭିଯୁକ୍ତଙ୍କ କବଳରୁ ଖସି ଯାଇ ଚିତ୍କାର କରିଥିଲେ। ଥାନା ପରିସରରେ ଥିବା ଅନ୍ୟ କର୍ମଚାରୀମାନେ ପହଞ୍ଚତ୍ ଅଭିଯୁକ୍ତଙ୍କୁ କାବୁ କରିବା ସହିତ ବ୍ଲେଡ ଜବତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କଙ୍ଗାରୁ କୋର୍ଟରେ ଯୁବକଙ୍କୁ ନିସ୍ତୁକ ମାଡ଼

ପଡ଼ିଆ,୨୦ା୫(ଭାସ୍କର ରାଓ)- ଗୁଣିଗାରେଡ଼ି ସନ୍ଦେହରେ ଗାଁ କଙ୍ଗାରୁ କୋର୍ଟରେ ଯୁବକଙ୍କୁ ନିସ୍ତୁକ ମାଡ଼ ମରାଯାଇଛି। ସ୍ବାସ୍ଥ୍ୟକେନ୍ଦ୍ରକୁ କିମ୍ବା ଥାନାରେ ଅଭିଯୋଗ କଲେ ପରିବାରର ସମସ୍ତଙ୍କୁ ଜୀବନରୁ...

ଡ୍ୟୁଟି ସାରି ଘରକୁ ଫେରୁଥିଲେ: ହାଇୱା ଧକ୍କାରେ ଚାଳିଗଲା ଜୀବନ

ଭବାନୀପାଟଣା,୨୦।୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ଏମ୍‌ଏସ୍‌ଏ ଛକରେ ସୋମବାର ଏକ ଦୁର୍ଘଟଣା ଘଟିଛି। ଏକ ହାଇୱା ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ...

ଆମ୍ବ ତୋଳିବାକୁ ଯାଇଥିଲେ: ହେଲା ବଜ୍ରପାତ

ଟିକିରି/ରାୟଗଡ଼ା,୨୦।୫(ପ୍ରଫୁଲ୍ଲ କୁମାର ବେହେରା/ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା କାଶୀପୁର ବ୍ଲକ ନକଟିଗୁଡା ପଞ୍ଚାୟତ ସାନମାଟିକଣା ଗାଁରେ ସୋମବାର ଅପରାହ୍ନରେ ବଜ୍ରପାତ ଘଟି ଜଣେ ମହିଳାଙ୍କ...

ଯୁବକଙ୍କ ଉପରେ ମାଡ଼ିଗଲା ହାଇୱା, ଉତ୍ତେଜନା

ତିହିଡ଼ି,୨୦।୫(ସଞ୍ଜିତ ବଳ): ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥର ଆରୁହା ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ୨ଜଣ ବାଇକ୍‌ ଆରୋହୀଙ୍କ ମଧ୍ୟରେ ଧକ୍କା ହେବା...

ଅପରାହ୍ନ ୫ଟା ସୁଦ୍ଧା ବରଗଡ଼ ଜିଲାରୁ ଆସିଲା ମତଦାନ ହାର

ବରଗଡ଼,୨୦।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ସୋମବାର ସକାଳ ୭ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ମତଦାନ କେନ୍ଦ୍ରଗୁଡିକରେ ଏବେବି ମତଦାତାଙ୍କ...

ଜୀବନ ହାରିଦେଲେ ମହିଳା: କାରଣ ଖୋଜୁଛି ପୋଲିସ

ଗଞ୍ଜାମ,୨୦ା୫(ବିଦ୍ୟାଧର ସାହୁ): ଗଞ୍ଜାମ ଥାନା ଅଧୀନ ପାଳିବନ୍ଧ ପଞ୍ଚାୟତର ପୁରୁଣାବନ୍ଧ ଗ୍ରାମର ଜଣେ ମହିଳା ସୋମବାର ଆତ୍ମହତ୍ୟା କରିଛନ୍ତି। ସେ ହେଲେ ପିଙ୍କି ବେହେରା (୨୮)।...

ଟ୍ରକ ଧକ୍କାରେ ଶଳା, ଭିଣୋଇ ମୃତ

ଛତ୍ରପୁର,୨୦।୫(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ): ଛତ୍ରପୁର ବ୍ଲକ ଚମାଖଣ୍ଡି ଥାନା ଅନ୍ତର୍ଗତ ଟାଟା ପ୍ଲାଣ୍ଟ ସମ୍ମୁଖ ଜାତୀୟ ରାଜପଥରେ ଏକ ଦୁଃଖଦ ଘଟଣା ସୋମବାର ଦେଖିବାକୁ ମିଳିଛି।...

ମୋଦିଙ୍କ ଭକ୍ତ ହେଉଛନ୍ତି ଜଗନ୍ନାଥ, କହୁ କହୁ ଏମିତି କହିଦେଲେ ସମ୍ବିତ ପାତ୍ର: ଭାଇରାଲ ହେଉଛି ଭିଡିଓ

ଭୁବନେଶ୍ୱର,୨୦।୫(ଅସମାପିକା ସାହୁ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ପୁରୀରେ ଏକ ବିଶାଳ ରୋଡ ଶୋ’ କରିଛନ୍ତି। ମୋଦିଙ୍କ ସହ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri