ଢେଙ୍କାନାଳରେ ମା’ ଲକ୍ଷ୍ମୀଙ୍କ ଧରାବତରଣ

ଢେଙ୍କାନାଳ,୨୮ା୧୦(ରତନ ନାୟାର): ଢେଙ୍କାନାଳରେ ଧରାବତରଣ କରିବେ ମା’ ଲକ୍ଷ୍ମୀ। ଶନିବାରଠାରୁ ସହରରେ ଆରମ୍ଭ ହେବ ମା’ଙ୍କ ଆରାଧନା। ଏଥିପାଇଁ ଉତ୍ସବମୁଖର ହୋଇପଡ଼ିଛି ସମଗ୍ର ଢେଙ୍କାନାଳ। ସହରରେ ଶେଷ ହୋଇଛି ସମସ୍ତ ସାଜସଜ୍ଜା। ଚଳିତବର୍ଷ ପ୍ରସିଦ୍ଧ ଲକ୍ଷ୍ମୀପୂଜା ଉତ୍ସବ ୮୦ ବର୍ଷରେ ପଦାର୍ପଣ କରିଥିବା ବେଳେ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଐତିହ୍ୟ, ପରମ୍ପରା ଓ ଭାଇଚାରାକୁ ବଜାୟ ରଖି ସହରବାସୀ ମହାସମାରୋହର ସହ ପୂଜା ଉତ୍ସବ ପାଳନ କରୁଛନ୍ତି। ସମସ୍ତ ପୂଜା ପ୍ରତିଷ୍ଠାନର କର୍ମକର୍ତ୍ତା ଓ ଅଞ୍ଚଳବାସୀଙ୍କ ମଧ୍ୟରେ ଉତ୍ସାହ ଲାଗି ରହିଛି। ଶନିବାର ଚନ୍ଦ୍ରଗ୍ରହଣ ଯୋଗୁ ସମସ୍ତ ପୂଜା ପ୍ରତିଷ୍ଠାନରେ ପ୍ରାତଃ କାଳରୁ ମା’ଙ୍କ ପୂଜା ଆରମ୍ଭ ହେବ।
୧ନଂ. ମେଢ ଶ୍ରୀଶ୍ରୀ ମଉଡ଼ମଣୀ ରାଜଲକ୍ଷ୍ମୀ ପୂଜା ପ୍ରତିଷ୍ଠାନ ମିନାବଜାର ପକ୍ଷରୁ ସକାଳ ୮ଟା ୧୫ରେ ପୂଜା ଆରମ୍ଭ ହେବ। ସେହିପରି ୪ନଂ. ମେଢ ଗଣେଶ ବଜାର ପୂଜା ପ୍ରତିଷ୍ଠାନ ପକ୍ଷରୁ ସକାଳ ୭ଟା ୩୧ରେ ପୂଜା ଆରମ୍ଭ କରାଯିବ ବୋଲି ସୂଚନା ମିଳିଛି। ମିନାବଜାର, ଜବାହରଚୌକ, ଲକ୍ଷ୍ମୀବଜାର, ଗଣେଶ ବଜାର, ମହାବୀର ବଜାର, କାଞ୍ଚନ ବଜାର, ଆନନ୍ଦ ବଜାର, କାରୀଗର ସାହି, ବାଜିଚୌକ, ଗୁଡିଆନାଳୀ, ରାଧାକୃଷ୍ଣ ବଜାର, ପଦ୍ମବଜାର, ଜୁବୁଲିଟାଉନ-୧, କ୍ରିଷ୍ଣାବଜାର, କୈବଲ୍ୟ ବଜାର, ଦେଉଳସାହି, ଅନ୍ନପୂର୍ଣ୍ଣା ଆସ୍ଥାନ ସିିମିଳିଆ, ଷ୍ଟେଶନ ବଜାର, ମା’ ସୁନ୍ଦରଶୁଣୀ ଆସ୍ଥାନ, ଗାନ୍ଧୀ ବଜାର, ଚନ୍ଦନ ବଜାର, ବସ୍‌ଷ୍ଟାଣ୍ଡ, ଦୁର୍ଗା ବଜାର, କାଳିକା ବଜାର, ରାମେଶ୍ୱରପୁର, ନେହେରୁ ବଜାର, ଜୁବୁଲି ଟାଉନ-୨, ସ୍ବପ୍ନେଶ୍ୱର ବଜାର, ଭଗବାନପୁର, ଗୋପବନ୍ଧୁ ବଜାର, ରତନ ବଜାର, ଖମାରସାହି, କମ୍ୟୁନିଟିି ସେଣ୍ଟର ହାଡରୋଡ, ଅରବିନ୍ଦ ବଜାର, କଣ୍ଟାନାଳୀ ବାଇପାସ, ବନମାଳୀ ପ୍ରସାଦ, ଜେନାଦେବୀ ବଜାର ଓ ନିର୍ମାଲ୍ୟ ବଜାର ଆଦି ପୂଜା ପ୍ରତିଷ୍ଠାନରେ ଆନନ୍ଦ ଉଲ୍ଲାସର ସହ ପୂଜା ପାଳନ କରାଯିବ। ସହରସ୍ଥିତ ବାଜିଚୌକ ପୂଜା ପ୍ରତିଷ୍ଠାନ ପକ୍ଷରୁ ବାହାନଗା ରେଳ ଦୁର୍ଘଟଣାର ଚିତ୍ରକୁ ସାଜସଜ୍ଜାରେ ପ୍ରଦର୍ଶିତ କରାଯାଇଥିବା ବେଳେ ବସ୍‌ଷ୍ଟାଣ୍ଡ-ଅମଲାପଡା ପୂଜା ପ୍ରତିଷ୍ଠାନ ପକ୍ଷରୁ ତିରୁପତୀ ବାଲାଜୀ ମନ୍ଦିର, ମୀନାବଜାର ଓ ଗଣେଶ ବଜାର ପୂଜା ପ୍ରତିଷ୍ଠାନ ପକ୍ଷରୁ କେଦାରନାଥ ମନ୍ଦିର ଏବଂ ଗଣେଶ ବଜାର ପୂଜା ପ୍ରତିଷ୍ଠାନ ପକ୍ଷରୁ ଆଦିଯୋଗୀ ପୀଠ ସଦୃଶ ବିଶାଳ ତୋରଣ ନିର୍ମିତ ହୋଇଛି। ସେହିପରି ବିଦ୍ୟୁତ ଆଲୋକର ତୋରଣରେ ସହର ଝଲସୁଛି। ରଥଗଡା, ମିିନି ଷ୍ଟାଡିୟମ ଓ ବିବି ହାଇସ୍କୁଲ ଖେଳ ପଡିଆରେ ବିଭିନ୍ନ କିସମର ଦୋଳି ପଡ଼ିଛି। ସହରର ବିଭିନ୍ନ ସ୍ଥାନରେ ମିନାବଜାର ଖୋଲିଛି। କଟକର ଦହିବରା ଆଳୁଦମ, ଠୁଙ୍କାପୁରୀ, ଚାଟ୍‌, ମଥୁରା କେକ୍‌, ଢେଙ୍କାନାଳ ବରା ଆଦି ଖାଦ୍ୟଷ୍ଟଲରେ ବିକ୍ରି ଆରମ୍ଭ ହୋଇଛି। ଏଥିଯୋଗୁ ସହରରେ ଭିଡ଼ ବଢ଼ୁଥିବା ଦେଖାଯାଉଛି। ନଭେମ୍ବର ୭ ତାରିଖ ପର୍ଯ୍ୟନ୍ତ ପୂଜା ପାଳନ କରାଯିବା ସହ ୮ ତାରିଖରେ ଭସାଣି ଉତ୍ସବ ଅନୁଷ୍ଠିତ ହେବ। ସେହିପରି ମହିଷାପାଟ ପଡିଆଠାରେ ଜାତୀୟସ୍ତରର ପଲ୍ଲିଶ୍ରୀ ମେଳା ଅନୁଷ୍ଠିତ ହେବ। ଢେଙ୍କାନାଳ ବିଧାୟକ ସୁଧୀର କୁମାର ସାମଲ, ଜିଲାପାଳ ମନୋରଞ୍ଜନ ମଲ୍ଲିକ, ଏସ୍‌ପି ଜ୍ଞାନରଞ୍ଜନ ମହାପାତ୍ର ଏବଂ ମିଳିତବଜାର ପୂଜା କମିଟି ସଭାପତି ଜ୍ଞାନେନ୍ଦ୍ର ବେହେରା ଶାନ୍ତିଶୃଙ୍ଖଳା, ପରମ୍ପରା, ଭାଇଚାରା ମଧ୍ୟରେ ପୂଜା ଓ ଭସାଣି ଉତ୍ସବ ପାଳନ ନିମନ୍ତେ ସହରବାସୀଙ୍କୁ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିରୁ ଇସ୍ତଫା ଦେଲେ କାଉନସିଲର ଶୁଚିସ୍ମିତା, ହୋଇପାରନ୍ତି ଭାଜପାରେ ସାମିଲ

ବାସୁଦେବପୁର,୬।୧୨ (କାଳିପଦ ରାୟ ): ବାସୁଦେବପୁର ପୌରାଞ୍ଚଳର ଏକ ନମ୍ବର ୱାର୍ଡର କାଉନସିଲର ଶୁଚିସ୍ମିତା ଗିରି ଶନିବାର ସକାଳେ ବିଜେଡିରୁ ଇସ୍ତଫା ଦେଇଛନ୍ତି। ଶୁକ୍ରବାର ସନ୍ଧ୍ୟାରେ...

କ୍ୟାମେରା ଜଗିଛି, ବାଘ ନେଇଗଲା ବାଛୁରୀ: ଘୁମୁସର ବନଖଣ୍ଡରେ ବଢୁଛି ଆତଙ୍କ

ଭଞ୍ଜନଗର,୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଘୁମୁସର ଉତ୍ତର ବନଖଣ୍ଡରେ ଦିନକୁ ଦିନ ବନ୍ୟପ୍ରାଣୀ ଆତଙ୍କ ବଢୁଛି। ଯାହାକୁ ନେଇ ଜଙ୍ଗଲ ନିକଟବର୍ତ୍ତୀ ଗ୍ରାମବାସୀ ଆତଙ୍କିତ...

ଏହି ଜିଲାରେ ପ୍ରଥମ ପୋଷ୍ୟ ସନ୍ତାନ ଗ୍ରହଣ

ନୂଆପଡ଼ା,୬ା୧୨ (ମକାରୁ ବେମାଲ):ନୂଆପଡ଼ା ଜିଲାରେ ଶୁକ୍ରବାର ପ୍ରଥମଥର ପାଇଁ ପୋଷ୍ୟ ସନ୍ତାନ ଗ୍ରହଣ ପ୍ରକ୍ରିୟା ସମ୍ପନ୍ନ ହୋଇଛି। ଜିଲା ଶିଶୁ ସୁରକ୍ଷା ବିଭାଗ ଓ ସ୍ବତନ୍ତ୍ର...

ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମବାର୍ଷିକୀ ପାଇଁ ଦେଓଲ ପରିବାର ନେଲେ ବଡ଼ ନିଷ୍ପତ୍ତି, ପ୍ରଶଂସକଙ୍କୁ ମିଳିବ…

ମୁମ୍ବାଇ,୬।୧୨: ବଲିଉଡର ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ଜନ୍ମଦିନର ମାତ୍ର ୧୫ ଦିନ ପୂର୍ବରୁ ଦେହାନ୍ତ ହୋଇଗଲା। ଏବେ, ସନି ଦେଓଲ ଏବଂ ବବି ଦେଓଲ ସମେତ...

ସୋଲାର ଲାଇଟ ଅଚଳ:ଠିକା ସଂସ୍ଥାକୁ ତାଗିଦ୍‌ କଲେ ବିଡିଓ, ଦେଖନ୍ତୁ VIDEO

ଦାରିଙ୍ଗବାଡି,୬/୧୨(ଅରୁଣ ସାହୁ ): ଓଡିଶାର କଶ୍ମୀର ଦାରିଙ୍ଗବାଡିରେ ସନ୍ଧ୍ୟା ହେଲେ ରାସ୍ତାଘାଟ ଅନ୍ଧାର ହୋଇପଡୁଛି। ପଞ୍ଚାୟତ ଏବଂ ଜାତୀୟ ରାଜପଥ ବିଭାଗ ପକ୍ଷରୁ ଷ୍ଟ୍ରିଟ ଆଲୁଅର...

କଣ୍ଟେନରରେ ୩୦ରୁ ଅଧିକ ଗୋରୁଙ୍କୁ ପଶ୍ଚିମବଙ୍ଗକୁ କରାଯାଉଥିଲା ଚାଲାଣ, ମାଡିବସିଲା ପୋଲିସ, ତା’ପରେ…

ନୀଳଗିରି,୬।୧୨(ପ୍ରଶାନ୍ତ କୁମାର ବିଶ୍ବାଳ): ଭଦ୍ରକରୁ ପାଖାପାଖି ୩୦ରୁ ଊର୍ଦ୍ଧ୍ୱ ଗୋରୁଙ୍କୁ କଣ୍ଟେନରରେ ନେଇ ପଶ୍ଚିମବଙ୍ଗକୁ ଚାଲାଣ ହେଉଥିବା ବେଳେ ବାଲେଶ୍ୱର ଜିଲା ନୀଳଗିରି ପୋଲିସ ଇଶ୍ୱରପୁର...

ସାରଥିଙ୍କ ବିରୋଧରେ ଚାଲିବ ମାମଲା: ଚାର୍ଜଫ୍ରେମ୍‌ କଲେ ଅଦାଲତ

କଟକ,୬।୧୨(କାର୍ତ୍ତିକ ସାହୁ):ବହୁଚର୍ଚ୍ଚିତ ଆତ୍ମଘୋଷିତ ବାବା ସାରଥି ଓରଫ ସନ୍ତୋଷ ରାଉଳ, ତାଙ୍କ ପୁଅ ସତ୍ୟମ ଶେଖର ଓ ଅନ୍ୟ ୪ ଜଣଙ୍କ ବିରୋଧରେ କଟକ ସ୍ବତନ୍ତ୍ର...

ଇଣ୍ଡିଗୋ ସଙ୍କଟ ମଧ୍ୟରେ ବଡ଼ ପଦକ୍ଷେପ ନେଲାେ ରେଲଓ୍ବେ, ଅତିରିକ୍ତ କୋଚ ବୃଦ୍ଧି ସହ ସ୍ବତନ୍ତ୍ର ଟ୍ରେନ ସେବା ଘୋଷଣା

ନୂଆଦିଲ୍ଲୀ,୬।୧୨: ଦେଶବ୍ୟାପୀ ଇଣ୍ଡିଗୋ ଏବଂ ଅନ୍ୟ ଅନେକ ଏୟାରଲାଇନ୍ସର ଉଡ଼ାଣ ବାତିଲ ହେବା ପରେ, ଲକ୍ଷ ଲକ୍ଷ ଯାତ୍ରୀ ହଠାତ୍‌ ରେଳବାଇକୁ ଭିଡ଼ ଜମାଇଥିଲେ। ଟିକେଟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri