Posted inଜାତୀୟ

ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ଭାଜପାର ୮୩ ପ୍ରାର୍ଥୀଙ୍କ ନାମ ଘୋଷଣା, ବସୁନ୍ଧରାଙ୍କୁ ମିଳିଲା ଟିକେଟ

ଜୟପୁର,୨୧।୧୦: ଭାରତୀୟ ଜନତା ପାର୍ଟି (ଭାଜପା)ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଛି। ପ୍ରଥମ ତାଲିକାରେ ଭାଜପା ଏହାର ବହୁ ବଡ ନେତାଙ୍କ ନାମ ମଧ୍ୟ ଘୋଷଣା କରିଛି। ଦଳ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଶକ୍ତିଶାଳୀ ନେତା ବସୁନ୍ଧରା ରାଜେ ସିନ୍ଧିଆଙ୍କୁ ଝାଲରା ପାଟନ ବିଧାନସଭା ଆସନରୁ ଟିକେଟ ଦେଇଛି। ସତୀଶ ପୁନିଆଙ୍କୁ ଅମ୍ବେରରୁ ପ୍ରାର୍ଥୀ କରାଯାଇଛି।

ପ୍ରଥମ ତାଲିକାରେ ଭାଜପା ୧୦ମହିଳା, ୧୫ ଅନୁସୂଚିତ ଜନଜାତି ଏବଂ ୧୦ ଅନୁସୂଚିତ ଜାତି ପ୍ରାର୍ଥୀଙ୍କୁ ଟିକେଟ ଦେଇଛି। ନିକଟରେ ଭାପଜାରେ ଯୋଗ ଦେଇଥିବା ଜ୍ୟୋତି ମର୍ଦ୍ଧାଙ୍କୁ ମଧ୍ୟ ଦଳ ଟିକେଟ ଦେଇଛି। ମିର୍ଦ୍ଧାଙ୍କୁ ନାଗୌରରୁ ପ୍ରାର୍ଥୀ କରାଯାଇଛି। ଦଳ ନାଥଦ୍ୱାରରୁ ବିଶ୍ୱରାଜ ସିଂ ମେୱାଡଙ୍କୁ ଟିକେଟ ଦେଇଛି।
ଏହି ତାଲିକାରେ ବସୁନ୍ଧରା ରାଜେଙ୍କୁ ନିଜ ଆସନରୁ ଟିକେଟ ଦିଆଯାଇଥିବାବେଳେ ବିରୋଧୀଦଳର ନେତା ରାଜେନ୍ଦ୍ର ରାଠୋଡଙ୍କୁ ତାରାନଗରରୁ ପ୍ରାର୍ଥୀ କରାଯାଇଛି। ସେ ଚୁରୁରୁ ବିଧାୟକ ଥିଲେ। ଯଦିଓ ସେ ତରାନଗରରୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିସାରିଛନ୍ତି, ତଥାପି ଦଳ ତାଙ୍କୁ ତାରାନଗରରୁ ଭାଗ୍ୟ ପରୀକ୍ଷା କରିବାକୁ ପଠାଇଛନ୍ତି। ଦଳ ଚିତ୍ତରଗଡରୁ ବିଧାୟକ ଚନ୍ଦ୍ରଭାନ ସିଂଙ୍କ ଟିକେଟ ବାତିଲ କରିଛି ଏବଂ ତାଙ୍କ ସ୍ଥାନରେ ଚିତ୍ତରଗଡରୁ ନରପତ ସିଂ ରାଜଭୀଙ୍କୁ ଟିକେଟ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରୋଷେଇ ଘରେ ଅସ୍ତ୍ର ଅଛି, ଭାଜପାକୁ…ମହିଳାଙ୍କୁ ଉସ୍‌କାଇଲେ ଦିଦି

କୋଲକାତା,୧୧।୧୨: ପଶ୍ଚିମବଙ୍ଗରେ SIRକୁ ନେଇ ରାଜନୀତି ସରଗରମ ହୋଇଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟର ମହିଳାମାନଙ୍କୁ ଭୋଟର ତାଲିକା ସମୀକ୍ଷା ସମୟରେ ଯଦି ସେମାନଙ୍କ ନାମ...

IPL Auctionରେ ଏହି ୩ ଖେଳାଳିଙ୍କୁ କିଣିବା ପାଇଁ କୌଣସି ସୀମା ପର୍ଯ୍ୟନ୍ତ ଯାଇପାରେ CSK

ନୂଆଦିଲ୍ଲୀ,୧୧।୧୨: IPL ୨୦୨୬ ପାଇଁ ମିନି ନିଲାମ ଡିସେମ୍ବର ୧୬ରେ ଆବୁଧାବିରେ ଅନୁଷ୍ଠିତ ହେବ। ଚେନ୍ନାଇ ସୁପର କିଙ୍ଗ୍ସ ନିଲାମରେ ୪୩.୪କୋଟି ଟଙ୍କା ଉପଲବ୍ଧ ଅଛି,...

ଡାଇବେଟିସ ରୋଗୀଙ୍କ ପାଇଁ ଖୁସି ଖବର, ସର୍ଜରୀରେ ରୋଗ ଭଲ ହେବା ନେଇ ଏମ୍ସ ଡାକ୍ତରଙ୍କ ଘୋଷଣା

ନୂଆଦିଲ୍ଲୀ,୧୧।୧୨: ପୂର୍ବରୁ ଏକ କଥା ଥିଲା ଯେ, ଯେଉଁ ବ୍ୟକ୍ତିଙ୍କୁ ଥରେ ଡାଇବେଟିସ ହୁଏ ତାହା ଜୀବନସାରା ରହିଯାଇଥାଏ । ଆଜି ପର୍ଯ୍ୟନ୍ତ ଡାଇବେଟିସର କୌଣସି...

ଭଞ୍ଜନଗର ଉପଖଣ୍ଡରେ ୨୩ରୁ ଖୋଲିବ ମଣ୍ଡି

ଭଞ୍ଜନଗର,୧୧ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡରେ ଆସନ୍ତା ୨୩ ତାରିଖରୁ ଧାନମଣ୍ଡି ଖୋଲିବ। ଏଥିପାଇଁ ଉପଖଣ୍ଡ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ...

କିଏ ଜିତିବ ଦ୍ୱିତୀୟ ଟି-୨୦ ମ୍ୟାଚ? ଅଙ୍କରେ କିଏ ପଡ଼ିଲା ଭାରି ଭାରତ ନା ଦକ୍ଷିଣ ଆଫ୍ରିକା

ନୂଆଦିଲ୍ଲୀ,୧୧।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚ ଆଜି, ଗୁରୁବାର, ଡିସେମ୍ବର ୧୧, ମୁଲାନପୁରର ନୂତନ ଚଣ୍ଡିଗଡ଼ସ୍ଥିତ ମହାରାଜା ଯାଦବୀନ୍ଦ୍ର ସିଂହ...

ଜବରଦଖଲକାରୀଙ୍କୁ ରାଜସ୍ବ ମନ୍ତ୍ରୀଙ୍କ କଡ଼ା ଚେତାବନୀ: ସମୟ ଅଛି ଜମି ଫେରାଅ ନଚେତ୍‌…

ଭୁବନେଶ୍ୱର,୧୧ା୧୨: ପ୍ରଭାବଶାଳୀ ଜମି ଜବରଦଖଲକାରୀଙ୍କୁ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କଡ଼ା ଚେତାବନୀ ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ସମୟ ଅଛି ଜମି ଫେରାଅ, ନ ହେଲେ...

ନାସାକୁ ବଡ଼ ଝଟକା, ମଙ୍ଗଳ ଗ୍ରହରୁ ଗାୟବ ହେଲା MAVEN!

ନୂଆଦିଲ୍ଲୀ,୧୧ା୧୨: ଆମେରିକାର ଅନ୍ତରୀକ୍ଷ ସଂସ୍ଥା ନାସା ମଙ୍ଗଳ ଗ୍ରହରୁ କିଛି ବିଚଳିତକର ଖବର ସାମ୍ନାକୁ ଆସିଛି । ଗତ 11 ବର୍ଷ ଧରି ଲାଲ ଗ୍ରହ...

ଭୟଙ୍କର ଦୁର୍ଘଟଣା: ହଜାର ଫୁଟ ଗଭୀରକୁ ଖସିଲା ଟ୍ରକ୍‌, ଚାଲିଗଲା ୨୨ ଶ୍ରମିକଙ୍କ ଜୀବନ

ଇଟାନଗର,୧୧ା୧୨: ଅରୁଣାଚଳ ପ୍ରଦେଶର ଅଞ୍ଜା ଜିଲାରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଶ୍ରମିକମାନଙ୍କୁ ନେଇ ଯାଉଥିବା ଏକ ଟ୍ରକ  ବିପଦପୂର୍ଣ୍ଣ ପାହାଡ଼ି ରାସ୍ତାରୁ ହଜାର ଫୁଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri