ଗାଜା ହସ୍ପିଟାଲ ଉପରେ କିଏ କରିଛି ଆକ୍ରମଣ, ତଥ୍ୟ ସହିତ ପ୍ରମାଣ ଦେଖାଇଲା ଇସ୍ରାଏଲ ସେନା

ଗାଜା,୧୮।୧୦: ଗାଜାର ହସ୍ପିଟାଲ ଆକ୍ରମଣ ପଛରେ କାହାର ରହିଛି ହାତ । ଏହାକୁ ନେଇ କାଦୁଅ ଫିଙ୍ଗା ଚାଲିଥିବା ସମୟରେ ପ୍ରମାଣ ସହ ତଥ୍ୟ ରଖିଲା ଇସ୍ରାଏଲ ସେନା । ଇସ୍ରାଏଲ ଡିଫେନ୍ସ ଫୋର୍ସ ବା ଆଇଡିଏଫର ମୁଖପାତ୍ର ରିୟର ଆଡମିରାଲ ଡାନିଏଲ ହଗାରୀ ଏନେଇ ଅଧିକ ତଥ୍ୟ ଦେଇଛନ୍ତି । ଅଲ ଅଲାହୀ ହସ୍ପିଟାଲ ଉପରେ ଆକ୍ରମଣ ଆଇଡିଏଫ ନୁହଁ ବରଂ ହମାସ ଆତଙ୍କୀ ଗୋଷ୍ଠୀ କରିଥିବା କୁହାଯାଇଛି । ଇସ୍ରାଏଲ ସେନା ମୁଖପାତ୍ର ଦେଇଥିବା ତଥ୍ୟ ଆଧାରରେ ରକେଟ ଲଚିଂ ସମୟରେ ମିସଫାୟାର ହୋଇଯାଇଥିଲା । ମିଡିଆ ରିପୋର୍ଟ ଅନୁସାରେ ଇସ୍ରାଏଲ ସେନା ମଙ୍ଗଳବାର କହିଥିଲା, ପରିଚାଳନା ଏବଂ ଗୁଇନ୍ଦା ଅନୁସନ୍ଧାନର ତଥ୍ୟର ଅନୁଧ୍ୟାନ ପରେ ଏହା ସ୍ପଷ୍ଟ ହୋଇଛି, ଗାଜା ହସ୍ପିଟାଲରେ ଇସ୍ରାଏଲ ସେନା ପକ୍ଷରୁ ଆକ୍ରମଣ ହୋଇନାହିଁ ।

ଗୁଇନ୍ଦା ସୂଚନା ଅନୁସାରେ ଗାଜା ହସ୍ପିଟାଲ ନିକଟରେ ରକେଟ ମାଡ କରୁଥିଲେ ଆତଙ୍କୀ । ଭିଡିଓ ଜାରି କରି ଆଇଡିଏଫ ପକ୍ଷରୁ କୁହାଯାଇଛି ଗାଜାରେ ଆତଙ୍କବାଦୀଙ୍କ ଦ୍ବାରା ରକେଟର ବର୍ଷା କରାଯାଇଥିଲା । ଯାହା ଅଲ ଅଲାହୀ ହସ୍ପିଟାଲ ପାଖରେ ଅତିକ୍ରମ କରିଥିଲା । ଇସ୍ରାଏଲର ଗୁଇନ୍ଦା ସଂସ୍ଥା ପକ୍ଷରୁ ମିଳିଥିବା ତଥ୍ୟ ରକେଟ ମାଡ ପଛରେ ଇସଲାମିକ ଆତଙ୍କୀ ସଂଗଠନକୁ ଇସାରା କରୁଛି । ତେଣୁ ଏହି ଆକ୍ରମଣ ପାଇଁ ଆତଙ୍କୀ ସଙ୍ଗଠନ ହିଁ ଦାୟୀ ବୋଲି ଦାବି କରିଛି ଇସ୍ରାଏଲ ସେନା । ଏହାକୁ ନେଇ ଏକ ଭିଡିଓ ମଧ୍ୟ ଜାରି କରାଯାଇଛି । ଟାଇମସ ଅଫ ଇସ୍ରାଏଲ ରିପୋର୍ଟ ଅନୁସାରେ ହମାସ ଓ ଅନେକ ଆରବ ଦେଶ ଏହି ଆକ୍ରମଣ ପାଇଁ ଇସ୍ରାଏଲକୁ ଦୋଷୀ କହିଛନ୍ତି । ଏହି ଆକ୍ରମଣରେ ପ୍ରାୟ ୫ ଶହ ଲୋକଙ୍କ ଜୀବନ ଯାଇଥିଲା । ଅଲଜଜିରା ପକ୍ଷରୁ ଜାରି ଏକ ଭିଡିଓରେ ଦେଖିବାକୁ ମିଳିଛି ଗାଜା ହସ୍ପିଟାଲ ନିକଟରେ ଏକ ରକେଟ ମିସ ଫାୟାର ହେବାର ଦେଖିବାକୁ ମିଳିଛି ।


Enter your email to get our daily news in your inbox.

All Right Reserved By Dharitri.Com

ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି, ରାସ୍ତାରେ ଭାସିଲା ପରେ ଲୋକେ…

ଭୁବନେଶ୍ୱର,୨୧।୧: ରାଜଧାନୀ ଭୁବନେଶ୍ୱର ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି । ତେବେ ଏହି ଅଘଟଣ ପରେ ରାସ୍ତାରେ ତେଲ ଭାସୁଥିବା ଦେଖିଯାଇଛି ।...

ଗ୍ରୀନଲ୍ୟାଣ୍ଡକୁ ପୁଣି ଧମକ ଦେଲେ ଟ୍ରମ୍ପ, ଯଦି ହଁ କରନ୍ତି….

ନୂଆଦିଲ୍ଲୀ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲ୍ୟାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍ (WEF)ର ବାର୍ଷିକ ବୈଠକରେ ଭାଷଣ ଦେଇ ତାଙ୍କ ପ୍ରଥମ ବର୍ଷ କାର୍ଯ୍ୟକାଳର...

ପଞ୍ଚାୟତ ନିର୍ବାଚନ ପାଇଁ ବିଜେଡିର ରଣନୀତି: ବିଧାୟକଙ୍କ ସହ ନବୀନଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର,୨୧।୧: ଓଡ଼ିଶାର ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ବିଜୁ ଜନତା ଦଳ ପ୍ରସ୍ତୁତି ଜୋରଦାର କରିଛି। ବୁଧବାର ସନ୍ଧ୍ୟାରେ ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ...

1st T20I: ଅଭିଷେକ ଓ ରିଙ୍କୁଙ୍କ ବିସ୍ଫୋରକ ବ୍ୟାଟିଂ; ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ବିଶାଳ ସ୍କୋର

ନାଗପୁର,୨୧।୧: ନାଗପୁରରେ ଅନୁଷ୍ଠିତ ପ୍ରଥମ ଟି-୨୦ ମ୍ୟାଚ୍‌ରେ ଭାରତୀୟ ବ୍ୟାଟରମାନେ ରନ୍‌ର ବର୍ଷା କରିଛନ୍ତି। ଅଭିଷେକ ଶର୍ମା ଏବଂ ରିଙ୍କୁ ସିଂଙ୍କ ଧୂଆଁଧାର ପାଳି ବଳରେ...

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

ଅନାଥ ସାଜିଲେ ୬ ନିଷ୍ପାପ ଶିଶୁ, ସାହାଯ୍ୟର ହାତ ବଢାଇଲେ ବିଧାୟକ

ଥୁଆମୂଳ ରାମପୁର,୨୧।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଦୁର୍ଗମ କେରପାଇ ଗ୍ରାମପଞ୍ଚାୟତର ମେଲରଫା ଗ୍ରାମରୁ ଏକ ହୃଦୟ ବିଦାରକ ଦୃଶ୍ୟ...

ଛାତ୍ରଙ୍କୁ ମାଡ଼ ମାରି ନିଲମ୍ବିତ ହେଲେ ପ୍ରଧାନଶିକ୍ଷକ, ଜିଲା ନ ଛାଡ଼ିବାକୁ ନିର୍ଦ୍ଦେଶ

ସୁନ୍ଦରଗଡ଼,୨୧।୧(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ବ୍ଲକରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଛାତ୍ରଙ୍କୁ ମାଡ଼ ମାରିବା ଏବଂ କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗରେ...

ପିକଅପ୍ ଧକ୍କାରେ ଚାହା କେବିନ୍ ସହ ୨ ବାଇକ୍ ଚୁରମାର, ଠାକୁର ପୂଜା କରୁଥିବା ବେଳେ…

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଚିକିଟି ମୁଖ୍ୟରାସ୍ତାର ଦେଓଖାଳି ଛକରେ ସଡ଼କ ଦୁର୍ଘଟଣା । ସକାଳ ପ୍ରାୟ ସାଢ଼େ ୬ ଟାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri