Posted inଜାତୀୟ

ସରକାରୀ ବଙ୍ଗଳା ଖାଲି କରାଯିବା ନେଇ ରାଘବ ଚଢାଙ୍କୁ କରାଯାଉଛି ହଇରାଣ

ନୂଆଦିଲ୍ଲୀ,୧୦।୧୧: ସରକାରୀ ବଙ୍ଗଳାକୁ ଖାଲି କରିବାକୁ ଆମ ଆଦମୀ ପାର୍ଟି (ଏଏପି)ନେତା ରାଘବ ଚଢାଙ୍କୁ ନୋଟିସ ଜାରି ହୋଇଥିଲା। ଯାହାକୁ ନେଇ ସେ ଦିଲ୍ଲୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ବଙ୍ଗଳା ଛାଡିଲେ ସେ ଅସୁରକ୍ଷିତ ଓ ଆତଙ୍କବାଦୀ ବିପଦ ଥିବା କୋର୍ଟରେ କହିଛନ୍ତି। ରାଘବ ଚାଢାଙ୍କ ଓକିଲ ଅଭିଷେକ ମନୁ ସିଂଭି ଦିଲ୍ଲୀ ହାଇକୋର୍ଟରେ କହିଛନ୍ତି , ସେପ୍ଟେମ୍ବର ୨୨, ୨୦୨୨ରେ ଉପରାଷ୍ଟ୍ରପତି ଜଗଦୀପ ଧନଖର ଚଢାଙ୍କ ପାଇଁ ଟାଇପ ୭ ବଙ୍ଗଳା ଆବଣ୍ଟନକୁ ଅନୁମୋଦନ କରିଛନ୍ତି । କାରଣ ପଞ୍ଜାବରୁ ତାଙ୍କୁ ଧମକ ଦିଆଯାଉଥିବାରୁ ତାଙ୍କୁ ଜେଡ ପ୍ଲସ ସୁରକ୍ଷା ମିଳିଛି। ସେହିପରି ସୁରକ୍ଷା ସମୀକ୍ଷା କମିଟି ଟାଇପ ୬ ବଙ୍ଗଳାକୁ ତାଙ୍କ ପାଇଁ ଅନୁପଯୁକ୍ତ ବୋଲି ଘୋଷଣା କରିଛି। ଚାଢାଙ୍କ ଓକିଲ ସିଂଭି ଆହୁରି କହିଛନ୍ତ, ପ୍ରତିଦିନ ତାଙ୍କ ବାସଭବନକୁ ଶହ ଶହ ଲୋକ ଆସନ୍ତି। ତେଣୁ ଉଭୟ ସୁରକ୍ଷା ଏବଂ ଜନସାଧାରଣଙ୍କ ସୁବିଧା ଦୃଷ୍ଟିରୁ କେବଳ ଟାଇପ ୭ ବଙ୍ଗଳା ଉପଯୁକ୍ତ ଅଟେ।

ସୁରକ୍ଷା କର୍ଡନ ଅନୁଯାୟୀ ତାଙ୍କ ଘର ହସ୍ତାନ୍ତର କରିବା ବିପଜ୍ଜନକ ବୋଲି ରାଘବ ଚଢା ହାଇକୋର୍ଟରେ ଯୁକ୍ତି ବାଢିଛନ୍ତି। ହଇରାଣ କରିବା ଉଦ୍ଦେଶ୍ୟରେ ଏହିଭଳି କାର୍ଯ୍ୟ କରାଯାଉଛି ବୋଲି ସେ ଦାବି କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ପର୍‌ ଡ୍ରପ୍‌ ମୋର୍‌ କ୍ରପ୍‌’ ଖର୍ଚ୍ଚ ବଢ଼ାଅ

ଭୁବନେଶ୍ୱର,୧୧।୧୨(ରବିନାରାୟଣ ଜେନା): କୃଷି ଓ କୃଷକଙ୍କ ହିତକୁ ଦୃଷ୍ଟିରେ ରଖି କେନ୍ଦ୍ର ଏବଂ ରାଜ୍ୟ ସରକାର ବହୁବିଧ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ମାତ୍ର ବାସ୍ତବକ୍ଷେତ୍ରରେ ଅଧିକାରୀଙ୍କ...

ୟୁନେସ୍କୋର ସାଂସ୍କୃତିକ ଐତିହ୍ୟ ତାଲିକାରେ ଦୀପାବଳି

ନୂଆଦିଲ୍ଲୀ, ୧ା୧୨: ୟୁନେସ୍କୋର ଅସ୍ପର୍ଶନୀୟ ସାଂସ୍କୃତିକ ଐତିହ୍ୟ ତାଲିକାରେ ଦୀପାବଳି ସ୍ଥାନ ପାଇଛି। ୟୁନେସ୍କୋ ରିପ୍ରେଜେଣ୍ଟିଭ ଲିଷ୍ଟ୍‌ ଅଫ୍‌ ଦ ଇନ୍‌ଟାଞ୍ଜିବଲ କଲ୍‌ଚ୍ୟୁରାଲ ହେରିଟେଜ୍‌ ଅଫ୍‌...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri