Odisha Elections 2024

୨୦ ତାରିଖ ସୁଦ୍ଧା ନିର୍ଦ୍ଧାରଣ ହେବ ଭଡ଼ା

ତାଳଚେର,୧୧।୧୦ (ମନୋଜ ନନ୍ଦ): ତାଳଚେରରେ କୋଇଲା ପରିବହନ ଓ ଟ୍ରକ୍‌ର ଉଚିତ ଭଡ଼ାକୁ ନେଇ ସ୍ଥାନୀୟ ଉପଜିଲାପାଳ ମନୋଜ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ମଙ୍ଗଳବାର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ଏସ୍‌ଡିପିଓ ମାନସ ରଞ୍ଜନ ବାରିକ, ଟ୍ରକ ମାଲିକ ସଂଘ ସଭାପତି ଅରବିନ୍ଦ ଭୂତିଆ, ପରିବହନ ସଂଘ ସଭାପତି ନୟନ ରଞ୍ଜନ ସାହୁ ଓ ସମସ୍ତ ପ୍ଲାଣ୍ଟର ଅଧିକାରୀ ଯୋଗଦେଇ ଉପୁଜିଥିବା ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ।
ପ୍ରକାଶ ଯେ, କୋଇଲା ପରିବହନ କରି ଏଠିକାର ଟ୍ରକ୍‌ ମାଲିକମାନେ ଗୁଜରାଣ ମେଣ୍ଟାଉ ଥିବାବେଳେ ପ୍ରର୍ଯ୍ୟାପ୍ତ ଲୋଡିଂ ମିଳୁ ନ ଥିବା ଓ ଧାର୍ଯ୍ୟ ଭଡା ପାଉ ନ ଥିବା ଟ୍ରକ୍‌ ମାଲିକ ସଂଘ ପକ୍ଷରୁ ଅଭିଯୋଗ କରାଯାଇଥିଲା। ୨୦୧୮ ମସିହାରେ ଲାଗୁ ହୋଇଥିବା ଭଡା ଆଜି ପର୍ଯ୍ୟନ୍ତ ଚାଲି ଆସୁଛି। ଏହା ଗାଡିମାଲିକଙ୍କ ପାଇଁ ଅସହ୍ୟ ହୋଇପଡ଼ିଲାଣି। ଏହାକୁ ବିରୋଧ କରି ଟ୍ରକ୍‌ ମାଲିକମାନେ ୯ ତାରିଖ ମଧ୍ୟରାତ୍ରିରୁ ଆନ୍ଦୋଳନ ଡାକରା ଦେଇଥିଲେ। ତେବେ ଜିଲା ପ୍ରଶାସନ ପକ୍ଷରୁ ଆନ୍ଦୋଳନ ନ କରିବା ପାଇଁ ଅନୁରୋଧ କରାଯିବା ସହ ଏ ନେଇ ବୈଠକ ଡକାଯାଇଥିଲା। ବୈଠକରେ ନିଷ୍ପତ୍ତି ଅନୁଯାୟୀ, ତାଳଚେର ଆଞ୍ଚଳିକ ପରିବହନ ଅଧିକାରୀଙ୍କ ଅଧ୍ୟକ୍ଷତାରେ ଟ୍ରକ୍‌ ମାଲିକ ସଂଘର ସଭାପତି ଓ ଅନ୍ୟ ୪ଜଣ, ପରିବହନ ସଂଘର ୨ଜଣ, ବିଭିନ୍ନ ପ୍ଲାଣ୍ଟ ପକ୍ଷରୁ ୩ଜଣ ଅଧିକାରୀଙ୍କୁ ନେଇ ୧୧ଜଣିଆ କମିଟି ଗଠନ କରାଯାଇଥିଲା। ଏହି କମିଟି ଆସନ୍ତା ୧୭/୧୮ତରିଖ ମଧ୍ୟରେ ଆଲୋଚନା କରି ଆଗାମୀ ୨୦ ତାରିଖରେ ଟ୍ରକ୍‌ର ନୂତନ ଭଡ଼ା ଓ ଲୋଡିଂ କ୍ଷେତ୍ରରେ ଥିବା ସମସ୍ୟା ସମ୍ପର୍କରେ ଚୂଡାନ୍ତ ନିଷ୍ପତ୍ତି ପ୍ରଶାସନକୁ ଜଣାଇବେ। ବୈଠକରେ ଏହି ନିଷ୍ପତ୍ତି ପରେ ଟ୍ରକ୍‌ ମାଲିକ ସଂଘ ଆନ୍ଦୋଳନକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି ବୋଲି ସଭାପତି ଅରବିନ୍ଦ ଭୂତିଆ ପ୍ରକାଶ କରିଛନ୍ତି। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକାରୀ ସଭାପତି ଟୁକୁନା ସ୍ବାଇଁ, ସାଧାରଣ ସମ୍ପାଦକ ରତନ ଶତପଥୀ, ପରିବହନକାରୀ ସଂଘ ସାଧାରଣ ସମ୍ପାଦକ ସୁଧୀର ନାଥ, ମହେଶ ଅଗ୍ରୱାଲ, ସଞ୍ଜୟ ଭଞ୍ଜ, ରାଜେଶ ଘୋଷ, ପ୍ରଭାକର ସାହୁ, ବିଜୟ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣା ପରେ ହେଲପରଙ୍କ ଉପରେ ମାଡ଼ିଗଲା ଟ୍ରକ୍‌

କେନ୍ଦୁଝର,୨୧।୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ଅଧୀନ ୨୦ ନମ୍ବର ଜାତୀୟ ରାଜପଥ ପଳାସପଙ୍ଗା ଓଭରବ୍ରିଜ ନିକଟରେ ମଙ୍ଗଳବାର ଏକ ଦୁର୍ଘଟଣା ଘଟିଛି। ଦୁର୍ଘଟଣା...

ଗାଁ ଗାଁ ବୁଲି ପ୍ରାର୍ଥୀଙ୍କ ନିର୍ବାଚନ ପ୍ରଚାର

ହାଟଡିହୀ,୨୧l୫(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ର ଅଧୀନ ହାଟଡିହୀ ବ୍ଲକର ଢେଙ୍କା, ଓରାଳି ଏବଂ ସମଣା ପଞ୍ଚାୟତର ବିଭିନ୍ନ ଗ୍ରାମରେ ବିଜେଡି ବିଧାୟକ...

‘୧୮ ମାସରେ ଚିଟ୍‌ଫଣ୍ଡ ଦୋଷୀଙ୍କୁ ଜେଲ୍‌ରେ ପୂରାଇବୁ’

ସମ୍ବଲପୁର,୨୧।୫: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ସମ୍ବଲପୁର ସଭାରେ ଆସୁ ଆସୁ ବର୍ଷିଛନ୍ତି। ଶାହା କହିଛନ୍ତି, ଭାଜପା ସରକାର ଆସିଲେ ମେଡିକାଲ ସାଇନ୍ସ ଓଡ଼ିଆରେ...

ଓଡ଼ିଶାକୁ ଶାସନ କିଏ କରିବ, କହିଦେଲେ ଅମିତ ଶାହା

ସମ୍ବଲପୁର,୨୧।୫: ସମ୍ବଲପୁର ଅଇଁଠାପାଲି ପିଏଚ୍‌ଡି ପଡ଼ିଆରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ବିରାଟ ଜନସଭାକୁ ସମ୍ବୋଧିତ କରୁଛନ୍ତି। ଏହି ସମୟରେ ଶାହା ବିଜେଡି ଉପରେ...

ଶତାଧିକ କଂଗ୍ରେସ, ଭାଜପା କର୍ମୀ ବିଜେଡିରେ ସାମିଲ

ହାଟଡିହୀ,୨୧l୫(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରର କାଠକଟା ପଞ୍ଚାୟତର ଶତାଧିକ କଂଗ୍ରେସ ଏବଂ ଭାଜପା କର୍ମୀ ସୁବ୍ରତ ସାମଲଙ୍କ ତତ୍ୱାବଧାନରେ ବିଜେଡିରେ ସାମିଲ ହୋଇଛନ୍ତି...

ନିର୍ବାଚନ ପାଇଁ ଜମି, ଛେଳି ବିକିଲେ ବିଧାୟକ ପ୍ରାର୍ଥୀ

କେନ୍ଦୁଝର, ୨୧ା୫ (ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ଜିଲା ପାଟଣା ବିଧାନସଭା କ୍ଷେତ୍ରର ବିକାଶ ପାଇଁ ଏଥର ପ୍ରାର୍ଥୀ ହୋଇଛନ୍ତି ଦିବ୍ୟାଙ୍ଗ ଦତ ମୁଣ୍ଡା (୫୩)। ତେବେ...

ଇଲେକ୍ସନ ଡ୍ୟୁଟି ସାରି ଫେରୁଥିବା ପୋଲିସ କର୍ମଚାରୀ ଗାଡି ଦୁର୍ଘଟଣାଗ୍ରସ୍ତ

ଛତ୍ରପୁର,୨୧।୫ (ଦିଲ୍ଲୀପ ସାମଲ): ଇଲେକ୍ସନ ଡ୍ୟୁଟି ସାରି ଭଞ୍ଜନଗରରୁ ଏକ ବସ ପୋଲିସ କର୍ମଚାରୀଙ୍କୁ ଧରି ଛତ୍ରପୁର ଫେରୁଥିବାବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଛତ୍ରପୁର ଡିଆରଡିଏ ଛକ...

ବାରିଗାଁରେ ପିଇବା ପାଣି ପାଇଁ ହାହାକାର

କେନ୍ଦୁଝର,୨୧।୫(ଦୀପକ ମିଶ୍ର/ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ କାଠବାରୀ ପଞ୍ଚାୟତ ବାରିଗାଁରେ ପିଇବା ପାଣି ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି। ଗାଁରେ ବସୁଧା ଯୋଜନାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri