Posted inଖେଳ

ଚର୍ଚ୍ଚାରେ ଏହି ୬ ଫୁଟ ୯ ଇଞ୍ଚର ଭାରତୀୟ ବୋଲର୍‌, ବୋଲିଂ ଦେଖି ପାକିସ୍ତାନ ଖେଳାଳି ଚକିତ…

ହାଇଦ୍ରାବାଦ,୨୯।୯: ଦିନିକିଆ ବିଶ୍ୱକପ୍‌ ଲାଗି ଭାରତରେ ପହଞ୍ଚି ସାରିଛି ପାକିସ୍ତାନ କ୍ରିକେଟ ଟିମ୍‌। ଦଳ ପହଞ୍ଚିବାର ୧୨ ଘଣ୍ଟା ପରେ ନିଜର ପ୍ରଥମ ଅଭ୍ୟାସ ସେଶନ୍‌ରେ ଭାଗ ନେଇଥିଲା। ଏହି ସମୟରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲେ ହାଇଦ୍ରାବାଦର ୬ଫୁଟ ୯ ଇଞ୍ଚ ଲମ୍ବର ଦ୍ରୁତ ବୋଲର ନିଶାନ୍ତ ସରନୁ। ହାଇଦ୍ରାବାଦର ଅଣ୍ଡର-୧୯ ଟିମ୍‌ରେ ସାମିଲ ନିଶାନ୍ତ ନେଟ୍‌ ବୋଲର ଭାବେ ପାକିସ୍ତାନ ଦଳକୁ ଅଭ୍ୟାସ କରାଇବାରେ ସହାୟତା କରୁଛନ୍ତି।

ପାକିସ୍ତାନର ଅଭ୍ୟାସ ସମୟରେ ହାରିସ ରଉଫ ଏବଂ ଶାହିନ ଶାହା ଆଫ୍ରିଦି ପ୍ରଥମେ ବୋଲିଂ କରିଥିଲେ। ଏହାପରେ ପାକିସ୍ତାନର ବୋଲିଂ କୋଚ୍‌ ମୋର୍ନେ ମୋର୍କଲ ସମେତ ସହଯୋଗୀ କର୍ମଚାରୀ ନିଶାନ୍ତଙ୍କୁ ବୋଲିଂ ଲାଗି ଡାକିଥିଲେ। ପରେ ତାଙ୍କ ବୋଲିଂ ଦେଖି ପାକିସ୍ତାନର ବ୍ୟାଟ୍ସମ୍ୟାନ୍‌ ମଧ୍ୟରେ ଚକିତ ହୋଇଥିବା ଜଣାପଡ଼ିଛି।

ଏନେଇ ପଚରାଯିବାରେ ନିଶାନ୍ତ କହିଛନ୍ତି, ମୁଁ ଦ୍ରୁତ ବୋଲର ମାଇକେଲ ଷ୍ଟାର୍କ ଏବଂ ପ୍ୟାଟ୍‌ କମିନ୍ସଙ୍କୁ ଆଦର୍ଶ ଭାବେ। ଏବେ ମୁଁ ଘଣ୍ଟାପ୍ରତି ୧୨୫ରୁ ନେଇ ୧୩୦ କିମି ବେଗରେ ବୋଲିଂ କରିପାରୁଛି। ମୋର୍ନେ ମାର୍କେଲ ମୋତେ ବେଗ ବଢ଼ାଇବାକୁ କହିଛନ୍ତି। ଏପରିକି ସେ ମୋତେ ଆଇପିଏଲ୍‌ ଫ୍ରାଞ୍ଚାଇଜ୍‌ ‘ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ’ର ନେଟ୍‌ ଅଭ୍ୟାସ ସମୟରେ ଉପଲବ୍ଧ ରହିବେ କି ନାହିଁ ବୋଲି ପଚାରିଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri