ଖଟିଆ କାର, ଥରେ ଚାର୍ଜିଂ କଲେ ଯାଉଛି ୬୦ କିଲୋମିଟର, ସୋସିଆଲ ମିଡ଼ିଆରେ ଭାଇରାଲ…

ଭୋପାଳ,୨୩।୯ : ଗ୍ରାମାଞ୍ଚଳରେ ଖଟିଆ ବେଶ ପରିଚିତ। ଲୋକମାନେ ଏହାକୁ ଆରାମ ଏବଂ ଶୋଇବା ପାଇଁ ବ୍ୟବହାର କରନ୍ତି। ମଧ୍ୟପ୍ରଦେଶର ଅଶୋକନଗର ଜିଲାର ଜଣେ ଯୁବକ ଏକ ଖଟିଆକୁ ଗାଡିରେ ପରିଣତ କରିଛନ୍ତି। ଏହାର ନାମ ଖଟିଆ କାର୍‌ ରଖିଛନ୍ତି। ଏହାକୁ ଚଳାଇବା ପାଇଁ ପେଟ୍ରୋଲ ଏବଂ ଡିଜେଲର ଆବଶ୍ୟକତା ନାହିଁ । ଏହା ଇଲେକ୍ଟ୍ରିକ ଚାର୍ଜିଂ ଏବଂ ସୌର ଶକ୍ତିରେ ଚାଲିଥାଏ। ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ମଧ୍ୟ ଖଟିଆ କାରକୁ ପ୍ରଶଂସା କରିଛନ୍ତି।

ଅଶୋକନଗର ଜିଲା ମୁଖ୍ୟାଳୟଠାରୁ ସେମାରକେଡି ଗ୍ରାମ ୧୫ କିଲୋମିଟର ଦୂର। ଏହି ଗାଁରେ ୨୧ ବର୍ଷ ବୟସ୍କ ଯୁବକ ପୱନ ଓଝା ବାସ କରନ୍ତି। ପୱନ ପିଲାଦିନରୁ ଅଧ୍ୟୟନରେ ଦୁର୍ବଳ ଥିଲେ କିନ୍ତୁ ବୈଷୟିକ କୌଶଳ ପ୍ରତି ତାଙ୍କର ଆଗ୍ରହ ଥିଲା । ସେ ଦଶମ ପରେ ପାଠପଢ଼ା ଛାଡିଥିଲେ। ସେ ଖାଲି ସମୟରେ ନୂତନ ପରୀକ୍ଷଣ ଏବଂ ଯନ୍ତ୍ରପାତି ତିଆରି କରିବା ଆରମ୍ଭ କଲେ। ଦିନେ ସେ ନିଜ ଚାଷ ଜମିରେ ଏକ ଖଟ ଉପରେ ଶୋଇଥିଲେ। ସେ ଚିନ୍ତା କଲେ ଯଦି ଖଟକୁ କାରରେ ପରିଣତ କରିବି ତେବେ ଯିବା ଆସିବାରେ ସୁବିଧା ହେବ।

ସେ ଗୋଟିଏ ଗାଡିର ଇଞ୍ଜିନ ଏବଂ ଏଥିରେ ଲାଗିଥିବା ମୋଟର ସମେତ ସାମଗ୍ରୀ ସଂଗ୍ରହ କରିଥିଲେ। ସେ ପ୍ରାୟ ଦେଢ଼ ମାସ ମଧ୍ୟରେ ନିଜ ଖଟିଆକୁ କାରରେ ପରିଣତ କରିବା କାର୍ଯ୍ୟ ସଂପୂର୍ଣ୍ଣ କରିଥିଲେ। ତାଙ୍କ ଖଟିଆ କାରର ମୂଲ୍ୟ ପ୍ରାୟ ୨୫ ରୁ ୩୦ ହଜାର ଟଙ୍କାରେ ତିଆରି ହୋଇଛି। ମୁଦ୍ରାସ୍ଫୀତି ବୃଦ୍ଧି ଏବଂ ଡିଜେଲ-ପେଟ୍ରୋଲ ଅସୁବିଧା ହେତୁ ପୱନ ନିଷ୍ପତ୍ତି ନେଇଥିଲେ ତାଙ୍କ ଖଟିଆ କାରକୁ ବୈଦ୍ୟୁତିକ ଯାନରେ ରୂପାନ୍ତରିତ କରିବେ। ସେ ବ୍ୟାଟେରୀ ଚାର୍ଜିଂ ବ୍ୟବହାର କରିଥିଲେ।

ବର୍ତ୍ତମାନ ତାଙ୍କ ଖଟିଆ କାରରେ ସୌର ପ୍ଲେଟ ସ୍ଥାପନ କରି ସେ ଏହାକୁ ସୌର ଶକ୍ତିରେ ଚାଲୁଥିବା ଏକ ଯାନ କରିବା ପାଇଁ ପ୍ରସ୍ତୁତି କରୁଛନ୍ତି। ଏନେଇ ପରୀକ୍ଷା ଜାରି ରହିଛି। ତାଙ୍କ କାର ପ୍ରାୟ ୩ ଘଣ୍ଟା ଚାର୍ଜିଂରେ ୬୦ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରିପାରିବ। ଏହି ଯାନର ଗତି ଘଣ୍ଟା ପ୍ରତି ୫୦ କିଲୋମିଟର। ପୱନଙ୍କ ଅନୁଯାୟୀ ଚାରିରୁ ପାଞ୍ଚ ଜଣ ଲୋକ ଏହି ଖଟିଆ କାରରେ ସହଜରେ ଯାତ୍ରା କରିପାରିବେ। ଏହା ବ୍ୟତୀତ ଏହି ଗାଡିର ତିନିରୁ ଚାରି କ୍ୱିଣ୍ଟାଲ ଓଜନ ବୋହିବାର କ୍ଷମତା ଅଛି। ଖଟିଆ କାରକୁ ଆକର୍ଷଣୀୟ କରିବା ପାଇଁ ଏହାକୁ ରଙ୍ଗୀନ ଆଲୋକରେ ସଜାଯାଇଛି। ଏହା ସହିତ ଏଥିରେ ମ୍ୟଜିକ ବ୍ୟବସ୍ଥା ମଧ୍ୟ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

ଭାରତ-ବାଂଲାଦେଶ ସମ୍ପର୍କରେ ତିକ୍ତତା: ଭାରତୀୟଙ୍କ ପାଇଁ ଭିସା ସେବା ବନ୍ଦ କଲା ବାଂଲାଦେଶ

ନୂଆଦିଲ୍ଲୀ/ଢାକା,୨୨।୧୨: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କରେ ବଡ଼ ଧରଣର ଅବନତି ଘଟିଛି। ଗୋଟିଏ ପଟେ ଭାରତ ଚଟ୍ଟଗ୍ରାମରେ ଭିସା ସେବା ସ୍ଥଗିତ ରଖିଥିବା...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

ଭଞ୍ଜନଗର ଏନ୍‌ଏସିକୁ ମିଳିଲା ମ୍ୟୁନିସିପାଲଟି ମାନ୍ୟତା: ମିଶିବ ଏହି ସବୁ ଗାଁ, ଖୁସିରେ ଅଞ୍ଚଳବାସୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସିକୁ ସୋମବାରଠାରୁ ବିଧିବଦ୍ଧ ଭାବେ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ସେହିଭଳି ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍‌ଏସି ମାନ୍ୟତା ମିଳିଛି। ଆଜି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri