ଏହି ଡର ଯୋଗୁ ନିଜ ଟଏଲେଟ୍‌ ସିଟ୍‌ ସାଙ୍ଗରେ ନେଇ ଯାତ୍ରା କରିଥାନ୍ତି ନାନାଶାହ କିମ୍‌ ଜଙ୍ଗ ଉନ୍‌, ଜାଣିଲେ ଚକିତ ହେବେ…

ଉତ୍ତର କୋରିଆ ଶାସକ କିମ୍‌ ଜଙ୍ଗ୍‌ ଉନ୍‌ ରୁଷିଆ ଗସ୍ତରେ ପହଞ୍ଚିଛନ୍ତି। ନିଜର ସ୍ବତନ୍ତ୍ର ଟ୍ରେନ୍‌ ଯୋଗେ ଦୀର୍ଘଦିନର ଯାତ୍ରା କରି ସେ ମସ୍କୋ ପହଞ୍ଚିଥିଲେ। ବୁଧବାର ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କୁ ସେ ଭେଟିଛନ୍ତି।

ତେବେ ନାନାଶାହା କିମ୍‌ ଜଙ୍ଗ୍‌ ଉନ୍‌ଙ୍କ ବିଷୟରେ ଅନେକ ଅଜବଗଜବ କଥା ଶୁଣିବାକୁ ମିଳେ। କୁହାଯାଏ ସେ ନିଜ ଜୀବନକୁ ରହସ୍ୟ କରି ରଖିବାକୁ ଚାହାନ୍ତି। ସେ କୌଣସି ସ୍ଥାନକୁ ଯାତ୍ରା ସମୟରେ ନିଜର ପ୍ରାଇଭେଟ୍‌ ଟଏଲେଟ୍‌ ସିଟ୍‌ ସାଙ୍ଗରେ ନେଇ ଯାଇଥାନ୍ତି। ଏହା ପଛରେ ମଧ୍ୟ କାରଣ ରହିଛି।

କିମ୍‌ ଜଙ୍ଗ୍‌ ଉନ୍‌ ନିଜର ଡିଏନ୍‌ଏ କୌଣସି ସ୍ଥାନରେ ଛାଡ଼ି ଆସିବାକୁ ଚାହାନ୍ତି ନାହିଁ। କାରଣ ଏଥିରୁ ତାଙ୍କ ସ୍ବାସ୍ଥ୍ୟ ବିଷୟରେ ଯେକେହି ଜାଣିପାରିବ ବୋଲି ସେ ଆଶଙ୍କା କରିଥାନ୍ତି। ସେ କେଉଁ ଔଷଧ ଖାଉଛନ୍ତି ଏବଂ ତାଙ୍କୁ କେଉଁ ରୋଗ ହୋଇଛି ତାହା ଜଣାପଡ଼ିଯିବା ଭୟରେ ସେ ଏଭଳି କରିଥାନ୍ତି।

କେବଳ ଏତିକି ନୁହେଁ କିମ୍‌ ଜଙ୍ଗ୍‌ ଉନ୍‌ ନିଜ କାର୍‌ରେ ମଧ୍ୟ ଟଏଲେଟ୍‌ ସିଟ୍‌ ନେଇ ଯାଇଥାନ୍ତି। ଏହାଛଡ଼ା ଗାଡ଼ିରେ ଅନ୍ୟ ସ୍ବତନ୍ତ୍ର ବ୍ୟବସ୍ଥା ମଧ୍ୟ କରାଯାଇଥାଏ। ସେ ପାଶ୍ଚାତ୍ୟ ସଭ୍ୟତାକୁ ବିରୋଧ କରି ଚଉଡ଼ା ପ୍ୟାଣ୍ଟ ପିନ୍ଧିଥାନ୍ତି। ଏହାକୁ ମାଓ ସୁଟ୍‌ ବୋଲି କୁହାଯାଏ।

କିମ୍‌ ନିଜ ସହ ରଖିଥିବା ସୁରକ୍ଷାକର୍ମୀ ଉଚ୍ଚତା ବିଶିଷ୍ଟ ହୋଇଥାନ୍ତୁ ବୋଲି ଚାହାନ୍ତି ନାହିଁ। ଏଣୁ ସେମାନେ ତାଙ୍କ ଉଚ୍ଚତା ସହ ସମାନ ହୋଇଥାନ୍ତି। ଏଭଳି କରିବା ଦ୍ୱାରା ତାଙ୍କୁ ଦେଖି କେହି ହୀନ ଭାବନା ମନରେ ଆଣିପାରିବେ ନାହିଁ ବୋଲି ସେ ଭାବିଥାନ୍ତି।

କିମ୍‌ ଜଙ୍ଗ୍‌ ଉନ୍‌ ଟ୍ରେନ୍‌ରୁ ଓହ୍ଲାଇବା ସମୟରେ କୋଚର ହ୍ୟାଣ୍ଡଲ ଏବଂ ଝରକାକୁ ସଫା କରାଯାଏ, ଯାହାଫଳରେ ତାଙ୍କ ହାତ ଅସନା ହେବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଚେଷ୍ଟା ରହିଲେ ସଫଳତା ନିଶ୍ଚିତ ମିଳିବ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ସେଣ୍ଟ ଆନ୍ସ ଇଂଗ୍ରାଜୀ ମିଡିୟମ ସ୍କୁଲର ୧୯ ତମ ବାର୍ଷିକ ଉତ୍ସବ ସୋମବାର ସନ୍ଧ୍ୟାରେ ପାଳିତ ହୋଇଯାଇଛି। ଆୟୋଜିତ ଉତ୍ସବରେ...

ପରିମଳ କର୍ମଚାରୀଙ୍କ ଅନର୍ଦ୍ଦିିଷ୍ଟ କାଳ କାର୍ଯ୍ୟବନ୍ଦ ଆନ୍ଦୋଳନ

କବିସୂର୍ଯ୍ୟନଗର,୨୨ା୧୨(କୃପାସିନ୍ଧୁ ସ୍ୱାଇଁ): ୧୦ ମାସର ବକେୟା ଦରମା ପ୍ରଦାନ ଓ ଛଟେଇ ନିଷ୍ପତ୍ତି ପ୍ରତ୍ୟାହାର ଦାବିନେଇ କବିସୂର୍ଯନଗର ଏନ୍‌ଏସିର ପରିମଳ କର୍ମଚାରୀମାନେ ଅନର୍ଦ୍ଦିିଷ୍ଟ କାଳ ପାଇଁ...

Asia Cup ବିଜୟୀ ଦଳକୁ ସ୍ୱତନ୍ତ୍ର ପୁରସ୍କାର ଘୋଷଣା କଲେ ଶାହବାଜ

କରାଚୀ,୨୨ା୧୨: ଦୁବାଇରେ ୧୯ବର୍ଷରୁ କମ୍‌ Asia Cup ବିଜୟୀ ପାକିସ୍ତାନ ଦଳର ସଦସ୍ୟମାନଙ୍କ ଲାଗି ଦେଶର ପ୍ରଧାନମନ୍ତ୍ରୀ ଶାହବାଜ ଶରିଫ ୧୦ ନିୟୁତ ପାକିସ୍ତାନୀ ଟଙ୍କା...

ଦୁର୍ବ୍ୟବହାର ପ୍ରତିବାଦରେ ଡାକ୍ତର, କର୍ମଚାରୀଙ୍କ ଧାରଣା

କେସିଙ୍ଗା,୨୨ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ମେଡ଼ିକାଲ ଅଫିସର ଓ ଡାକ୍ତରଙ୍କୁ କେତେଜଣ ବ୍ୟକ୍ତି ଦୁର୍ବ୍ୟବହାର ପ୍ରଦର୍ଶନ କରିବା ପ୍ରତିବାଦରେ ସୋମବାର...

ଓଡ଼ିଶା ହେବ ପୁଞ୍ଜିନିବେଶ ହବ୍, ନିଯୁକ୍ତି ପାଇବେ…

ଭୁବନେଶ୍ବର,୨୨।୧୨:  ଓଡ଼ିଶା ହେବ ପୁଞ୍ଜିନିବେଶ ହବ୍ । ଫାର୍ମା ଓ ଡିଫେନ୍ସ ସହ ବୈଠକ ହୋଇଥିବା ବେଳେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ...

ହୃଦୟ ବିଦାରକ… ଝିଅ ଖୋଲିଦେଲା ଗୁମର, ପୁରୁଷ ବନ୍ଧୁଙ୍କ ସହ ମିଶି ସ୍ବାମୀଙ୍କୁ ହତ୍ୟା ପରେ ଗ୍ରାଇଣ୍ଡିଂ କରିଦେଲେ ସ୍ତ୍ରୀ

ନୂଆଦିଲ୍ଲୀ,୨୨।୧୨: ଉତ୍ତର ପ୍ରଦେଶର ସମ୍ଭାଲ ଜିଲାର ଚନ୍ଦୌସି ଥାନା ଅଞ୍ଚଳରୁ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ସାମ୍ନାକୁ ଆସିଛି । ଜଣେ ମହିଳା ତାଙ୍କ ପ୍ରେମିକ ଏବଂ...

ଜାନୁଆରୀ ୧ରୁ କଡ଼ାକଡ଼ି ହେବ ଗାଡ଼ି ଚେକିଂ, ଏହି ସାର୍ଟିଫିକେଟ ନ ଥିଲେ ମିଳିବନି ପେଟ୍ରୋଲ!

ଭୁବନେଶ୍ୱର,୨୨।୧୨: ଜାନୁଆରୀ ୧ ତାରିଖରୁ ଜୋରଦାର ଗାଡ଼ି ଚେକିଂ ହେବ। ଏନେଇ ପରିବହନ କମିଶନର ଅମିତାଭ ଠାକୁର ସୂଚନା ଦେଇଛନ୍ତି। ସେ କହିଛନ୍ତି, MVI ନିୟମ...

ବଡ଼ଦିନ ପାଳନ ପାଇଁ ଚଳଚଞ୍ଚଳ କନ୍ଧମାଳ: ପୋଲିସ ପାଟ୍ରୋଲିଂକୁ କରାଯିବ କଡାକଡ଼ି

ଦାରିଙ୍ଗବାଡି, ୨୨ା୧୨ (ଅରୁଣ ସାହୁ): ଆଉ ମାତ୍ର ୨ ଦିନ ପରେ ଯୀଶୁଖ୍ରୀଷ୍ଟଙ୍କ ଜନ୍ମଦିନ ପାଳନ ହେବ। ଏଥିପାଇଁ ସବୁଠି ଆନନ୍ଦର ଲହରି ଦେଖା ଦେଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri