ନିଲାମ ଧରୁନାହାନ୍ତି ବ୍ୟବସାୟୀ, ଶଢ଼ୁଛି ନଡ଼ିଆ

ଘଟଗାଁ,୧୧ା୯(ରାଜେନ୍ଦ୍ର କୁମାର ପଟ୍ଟନାୟକ): କେନ୍ଦୁଝର ଜିଲା ଘଟଗାଁ ବାସିନୀ ମା’ ତାରିଣୀଙ୍କ ନିକଟକୁ ରାଜ୍ୟର ବିଭିନ୍ନ ଜିଲାରୁ ଦୈନିକ ହଜାର ହଜାର ମାନସିକ ନଡ଼ିଆ ଭକ୍ତ ପଠାଉଛନ୍ତି। ମାତ୍ର ଭକ୍ତଙ୍କ ଆଶା ବିଶ୍ୱାସ ଉପରେ କୁଠାରଘାତ କରାଯାଉଛି। ଏହା ଭୋଗ ନ ଲଗାଯାଇ ମନ୍ଦିର ପରିସରରେ ଥିବା ଗୋଦାମ ଗୃହରେ ପକାଇ ଦିଆଯାଉଛି। ଏଭଳି ଗୋଦାମରେ ୧୨ ଲକ୍ଷରୁ ଊର୍ଦ୍ଧ୍ୱ ନଡ଼ିଆ ଜମା ହୋଇଥିବା ବେଳେ ନିଲାମ କରାଯାଇ ମା’ଙ୍କ ଉନ୍ନୟନ କାର୍ଯ୍ୟରେ ବି ଲଗାଯାଉନାହିଁ। ଗୋଦାମରେ ପଡ଼ି ପଡ଼ି ନଡ଼ିଆ ଶଢ଼ୁଥିବା ଦେଖିବାକୁ ମିଳିଛି। ଏଥିପାଇଁ ଦେବୋତ୍ତର ବିଭାଗ ଦାୟୀ ବୋଲି ଅଭିଯୋଗ ହେଉଛି। ନିଲାମଧାରୀ ବ୍ୟବସାୟୀଙ୍କୁ ହଇରାଣ କରାଯାଇଥିବା ନେଇ ଅଭିଯୋଗ ପରେ ବି କାର୍ଯ୍ୟାନୁଷ୍ଠାନ ନ ହେବାରୁ କେହି ଟେଣ୍ଡରକୁ ଆସୁ ନ ଥିବା ପୂର୍ବ ଟେଣ୍ଡରଧାରୀ କହିଛନ୍ତି।
ଅନୁଯାୟୀ, ରାଜ୍ୟର ପ୍ରତ୍ୟେକ ଜିଲାରେ ଥିବା ହୁଣ୍ଡିରୁ ଦୈନିକ ୧୦ରୁ ୧୫ ହଜାର ମାନସିକ ନଡ଼ିଆ ବିଭିନ୍ନ ବସ୍‌ଷ୍ଟାଣ୍ଡରୁ ବସ୍‌ ଓ ସ୍ବତନ୍ତ୍ର ଗାଡ଼ି ଯୋଗେ ଘଟଗାଁକୁ ଆସିଥାଏ। ମାନସିକ ନଡ଼ିଆ ଭୋଗ ଲାଗିବା ପରେ ଟେଣ୍ଡର ଯୋଗେ ବାର୍ଷିକ ଟ୍ରଷ୍ଟ୍‌ ବୋର୍ଡ ବିକ୍ରି କରିଥାଏ। ଏଥିରୁ ଯେଉଁ ଆୟ ହୁଏ ତାହା ମନ୍ଦିର ଉନ୍ନୟନ କାମରେ ଲାଗିଥାଏ। ପରିଚାଳନା ବୋର୍ଡ ଏକ ବର୍ଷ ହେବ ଭାଙ୍ଗିଯାଇଥିବା ବେଳେ ଦେବୋତ୍ତର ବିଭାଗ ପରିଚାଳନା କରୁଛି। ଗତ ଏପ୍ରିଲରେ ମାନସିକ ନଡ଼ିଆ ବିକ୍ରି ପାଇଁ ବାର୍ଷିକ ଟେଣ୍ଡର ଆହ୍ବାନ କରି ୪.୬୦ ପଇସାରେ ଟେଣ୍ଡର ଡକାଯାଇଥିଲା। ଜିତେନ୍ଦ୍ର ଜେନା ନାମକ ବ୍ୟବସାୟୀ ୪.୬୫ ପଇସା ମୂଲ୍ୟରେ ଟେଣ୍ଡର ନେଇ ଚୁକ୍ତିନାମା କରିଥିଲେ। ସେ ଦୁଇମାସ ଭୋଗ ନଡ଼ିଆ କ୍ରୟ କରି ହଠାତ ଟେଣ୍ଡରରୁ ଓହରି ଯାଇଥିଲେ। ପରେ ମନ୍ଦିର ପ୍ରଶାସନ ୪.୬୫ ପଇସାରେ ଟେଣ୍ଡର ଆହ୍ବାନ କରିଥିଲେ। ଏଥିରେ କେହି ଆଗ୍ରହ ପ୍ରକାଶ କରି ନ ଥିବା ବେଳେ ପୁନଶ୍ଚ ମୂଲ୍ୟକୁ ହ୍ରାସ କରି ୩.୭୬ ପଇସାରେ ଭୋଗ ନଡ଼ିଆ ବିକ୍ରି ପାଇଁ ୩ ଥର ଟେଣ୍ଡର ଆହ୍ବାନ କରିଥିଲେ। ତଥାପି ବ୍ୟବସାୟୀ ଟେଣ୍ଡରରେ ଭାଗ ନେଇ ନ ଥିଲେ। ମାନସିକ ନଡ଼ିଆ ଗଚ୍ଛିତ ପରିମାଣ ବୃଦ୍ଧି ପାଉଥିବାରୁ ଦେବୋତ୍ତର କମିଶନର, ଭୁବନେଶ୍ୱର ଏହାକୁ ଖୋଲା ନିଲାମ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ବ୍ୟବସାୟୀ ଜିତେନ୍ଦ୍ର କହିଛନ୍ତି, ତାଙ୍କୁ ଜାଣିଶୁଣି ହଇରାଣ କରାଗଲା। ପୁରୁଣା ନିଲାମଧାରୀଙ୍କ କଥାରେ ଅଫିସ କର୍ମଚାରୀ ତାଙ୍କୁ ଅଧିକ ପଚା ନଡ଼ିଆ ଦେଲେ। ଏ ନେଇ ସମ୍ବଲପୁର ଡିଭିଜନାଲ ଇନ୍ସପେକ୍ଟରଙ୍କୁ ଲିଖିତ ଅଭିଯୋଗ କରିବା ପରେ ବି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲାନାହିଁ। ତେଣୁ ବାଧ୍ୟ ହୋଇ ନଡିଆ ଉଠାଇବାକୁ ମନାକରିଥିଲେ।
ସମ୍ପର୍କରେ ମନ୍ଦିର ପରିଚାଳନା ଦାୟିତ୍ୱରେ ଥିବା ସମ୍ବଲପୁର ଡିଭିଜନାଲ ଇନ୍ସପେକ୍ଟର ଦକ୍ଷିଣ କୁମାର ମାରାଣ୍ଡି କହିଛନ୍ତି, ଟେଣ୍ଡରରେ କେହି ବ୍ୟବସାୟୀ ଅଂଶଗ୍ରହଣ କରୁ ନ ଥିବାରୁ ସମସ୍ୟା ସୃଷ୍ଟି ହୋଇଛି। ଦେବୋତ୍ତର କମିଶନର ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ୪.୬୦ ପଇସାରେ ଖୋଲା ନିଲାମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବ୍ୟବସାୟୀଙ୍କୁ ହଇରାଣ କରାଯାଇନାହିଁ, ଲିଖିତ ଅଭିଯୋଗ କଥା ମନେ ପଡ଼ୁନାହିଁ, କିନ୍ତୁ କମ୍‌ ଅଭିଯୋଗ ପରେ ତାଙ୍କୁ ନଡ଼ିଆ ଦିଆଯାଇଥିଲା। ସେ ଟାର୍ଗେଟ ଅନୁସାରେ ନଡ଼ିଆ ଉଠାଇ ପାରିଲେନି ତେଣୁ ଛାଡ଼ିଦେଲେ ବୋଲି କମିଶନର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

ଲେଡ଼ବନ୍ଧ ବୁଲାଣିରେ କାର-ବାଇକ୍‌ ମୁହାଁମୁହିଁ ଧକ୍କା: ମା’ ଗୁରୁତର, ଶିଶୁ ସହ ଦାଦା… 

ମୋହନା,୨୬।୧୨(ମନ୍ମଥ ମିଶ୍ର): ବୁଲାଣିରେ କାର- ବାଇକ ମୁହାଁ ମୁହିଁ ଧକ୍କା। ଜଣେ ମହିଳା ଗୁରୁତର। ସେ ହେଲେ ପ୍ରଭାବତୀ ମଳିକ(୨୦)। ତାଙ୍କ ଅବସ୍ଥା ଗୁରୁତର ଥିବାରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri