ପ୍ରକୃତି ସୁନ୍ଦରୀ ଶିମିଳିପାଳ

ସବୁଜ ସୁନ୍ଦର ବନାନୀରେ ଆଚ୍ଛାଦିତ ପ୍ରକୃତି ସୁନ୍ଦରୀ ଶିମିଳିପାଳ। ଏହା କେବଳ ନୈସର୍ଗିକ ସୌନ୍ଦର୍ଯ୍ୟର ଗନ୍ତାଘର ନୁହେଁ ବରଂ ଅସନ୍ତୁଳିତ ପରିବେଶକୁ ସନ୍ତୁଳିତ କରେ। ଆଦିବାସୀ ପରିବାରର ଜୀବନ କଳସକୁ ପୂର୍ଣ୍ଣକରେ। ପ୍ରକୃତିର ଅପରୂପ ଶୋଭାରାଜି ବହନ କରିଥିବା ପ୍ରକୃତିରାଣୀ ଶିମିଳିପାଳ ସବୁବେଳେ ପ୍ରକୃତି ପ୍ରେମୀଙ୍କୁ ଆକର୍ଷିତ କରିଛି ତା କୋଳକୁ। ଯିଏ ଥରେ ଏହାର ସୌନ୍ଦର୍ଯ୍ୟ ପ୍ରେମରେ ପଡିଛି, ସେ ବାରମ୍ବାର ତା ଭିତରେ ନିଜକୁ ହଜାଇ ଦେବାର ଇଚ୍ଛା କରିଛି। ଦେଶର ସର୍ବବୃହତ୍‌ ବିଷୁବ ମଣ୍ଡଳୀୟ ଜଙ୍ଗଲ ଭାବେ ଏହା ବିଶ୍ୱ ପ୍ରସିଦ୍ଧ। ଏକାଧାରରେ ଜାତୀୟ ଉଦ୍ୟାନ,ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଓ ହସ୍ତୀ ଅଭୟାରଣ୍ୟ ଭାବେ ପରିଚିତ ଶିମିଳିପାଳକୁ ୟୁନେସ୍କା ପକ୍ଷରୁ ମିଳିଛି ବିଶ୍ୱ ଐତିହ୍ୟ ମାନ୍ୟତା।
ଶିମିଳିପାଳର ସୌନ୍ଦର୍ଯ୍ୟ ଉପଭୋଗ ପାଇଁ ପ୍ରତିବର୍ଷ ଦେଶ ବିଦେଶରୁ ପ୍ରକୃତିପ୍ରେମୀ ତଥା ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ। ପର୍ଯ୍ୟଟକଙ୍କ ପାଇଁ ବର୍ଷର ୭ମାସ ଖୋଲା ରହୁଥିବା ଅଭୟାରଣ୍ୟରେ ରାତ୍ରିଯାପନର ବ୍ୟବସ୍ଥା ରହିଛି ା ପର୍ଯ୍ୟଟକଙ୍କ ରହଣି ସୁବିଧା ନିମନ୍ତେ କଟେଜର ବ୍ୟବସ୍ଥା କରାଯାଇଛି। ଶିମିଳିପାଳକୁ ପ୍ରବେଶ ପାଇଁ ରହିଛି ଦୁଇଟି ମୁଖ୍ୟ ଫାଟକ। ଜିଲାର ସଦର ମହକୁମା ବାରିପଦା ଲୁଲୁଙ୍ଗ ଗେଟ୍‌ ଓ ଯଶିପୁର କାଳିଆଣି ଗେଟ୍‌ ଦେଇ ଅଭୟାରଣ୍ୟକୁ ଯିବା ପାଇଁ ଅନୁମତି ମିଳିଥାଏ। ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ପରିବେଶରେ ପର୍ଯ୍ୟଟକଙ୍କ ନିମନ୍ତେ ରହିବାର ବ୍ୟବସ୍ଥା କରାଯାଇଛି। ଜେନାବିଲ, ଜାମୁଆଣି, କୁମାରୀ, ଗୁଡୁଗୁଡିଆ, ବରେହିପାଣି ଓ ରାମତୀର୍ଥଠାରେ ୫ଟି ନେଚର କ୍ୟାମ୍ପର ବ୍ୟବସ୍ଥା କରାଯାଇଛି ା ଏହା ସହିତ ୫ଟି ବଫର ଜୋନ୍‌ରେ ରାତ୍ରିଯାପନ କରିବା ପାଇଁ ମୋଟ ୫୯ଟି କୁଟୀର ବା କଟେଜ ନିର୍ମାଣ କରାଯାଇଛି। ଅନ୍‌ଲାଇନ ମାଧ୍ୟମରେ ବୁକିଂ କରି ପର୍ଯ୍ୟଟକମାନେ ଭିତରେ ପ୍ରବେଶ କରୁଛନ୍ତି। ଅଭୟାରଣ୍ୟର କୁମାରୀ ଓ ମୁକ୍ତାପୁରରେ ରେଷ୍ଟୁରାଣ୍ଟର ବ୍ୟବସ୍ଥା କରାଯାଇଥିବା ବେଳେ ପର୍ଯ୍ୟଟକମାନଙ୍କୁ ଆଦିବାସୀ ଖାଦ୍ୟ ପରଷାଯାଇଥାଏ। ପ୍ରତି କୁଡ଼ିଆରେ ଖାଦ୍ୟ ପାନୀୟ ବ୍ୟବସ୍ଥା ରହିଛି। ଶାଳପତ୍ର ପ୍ଲେଟ ଓ ଦନାରେ ସୁସ୍ବାଦୁ ଖାଦ୍ୟ ପରିଷବା ସହିତ ମାଟି ପାତ୍ରରେ ଚା’ ଯୋଗାଇ ଦିଆଯାଉଛି ା ପର୍ଯ୍ୟଟକଙ୍କ ନିମନ୍ତେ ସ୍ବତନ୍ତ୍ର ସ୍କ୍ବାଡ୍‌ ନିୟୋଜିତ କରାଯାଇଛି ା ରାତ୍ରିଯାପନ ସମୟରେ ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବା ସାଙ୍ଗକୁ ବନ୍ୟପ୍ରାଣୀଙ୍କୁ ଦେଖିବାର ସୁଯୋଗ ପାଇଥାନ୍ତି। ବନ୍ୟପ୍ରାଣୀଙ୍କ ବଂଶବୃଦ୍ଧି ତଥା ସୁରକ୍ଷା କ୍ଷେତ୍ରରେ କୋଟି କୋଟି ଟଙ୍କା ଅନୁଦାନ ଆସୁଥିଲେ ମଧ୍ୟ ତାହା ଠିକ୍‌ ଭାବେ କାର୍ଯ୍ୟକାରୀ ହେଉ ନ ଥିବା ପ୍ରାକ୍ତନ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଭାନୁମିତ୍ର ଆଚାର୍ଯ୍ୟ କହିିଛନ୍ତି। ଶିମିଳିପାଳ ପାଦଦେଶରେ ବସବାସ କରୁଥିବା ଜନଜାତି ଲୋକଙ୍କ ଆୟର ସିଂହଭାଗ ନିର୍ଭର କରେ ଏହି ଅଭୟାରଣ୍ୟ ଉପରେ। ଏହାକୁ ସୁରକ୍ଷିତ ଓ ସଂରକ୍ଷିତ ରଖିବା ବନ ବିଭାଗର କର୍ତ୍ତବ୍ୟ ବୋଲି ପ୍ରକୃତିପ୍ରେମୀମାନେ ମତ ଦେଇଛନ୍ତି।
-ନୀଳାଦ୍ରି ବିହାରୀ ଦଣ୍ଡପାଟ, ବାରିପଦା


Enter your email to get our daily news in your inbox.

All Right Reserved By Dharitri.Com

PEOଙ୍କୁ ଗିରଫ କଲା ଭିଜିଲାନ୍ସ: ଆୟଠାରୁ ଅଧିକ ସମ୍ପତ୍ତି ରଖିବା ଅଭିଯୋଗରେ ହୋଇଥିଲା ଚଢାଉ

ବଞ୍ଚୋ,୩୧।୧୨ (ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡ଼ିହି ବ୍ଲକ PEO(କାର୍ଯ୍ୟନିର୍ବାହୀ ଅଧିକାରୀ) ଜିତେନ୍ଦ୍ର ଜେନାଙ୍କ ଘରେ ଭିଜିଲାନ୍ସ ଚଢାଉ କରିଥିବା ବେଳେ ଆଜି ତାଙ୍କୁ ଗିରଫ...

ଭଦ୍ରକ ଏସପି ଅଫିସକୁ ନୂଆ ବର୍ଷରେ ଫୁଲତୋଡ଼ା ମନା: ଲାଗିଲା ନୋଟିସ

ଭଦ୍ରକ,୩୧।୧୨(ସନାତନ ରାଉତ): ଭଦ୍ରକ ଏସ୍‌ପି ଅଫିସକୁ ନୂଆବର୍ଷରେ ଫୁଲ ତୋଡ଼ା ନେଇ ଯିବାକୁ ବାରଣ କରାଯାଇଛି। ନୂଆ ବର୍ଷରେ ଶୁଭେଚ୍ଛା ଜଣାଇବା ପାଇଁ ବହୁ ବହୁ...

ଆଜି ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ, ତାଙ୍କ ସ୍ଥାନ ନେବେ…

ଭୁବନେଶ୍ୱର,୩୧ା୧୨: ଆଜି ଅର୍ଥାତ୍‌ ବୁଧବାର ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ। ୨୦୨୪ ଜୁଲାଇରୁ ମୁଖ୍ୟ ଶାସନ ସଚିବ ଦାୟିତ୍ୱରେ ସେ ରହି...

ଗାଡ଼ି ଧକ୍କାକୁ ତୁମୁଳ କାଣ୍ଡ: ଆହତ ହେଲେ ବାଇଁଆ

ଭୁବନେଶ୍ୱର,୩୧।୧୨: ଗାଡ଼ି ଧକ୍କାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ। ୪୫ ନଂ କର୍ପୋରେଟର ଅମରେଶ ଜେନା ଓରଫ ବାଇଁଆ ଭାଇ ଆହତ ହୋଇଛନ୍ତି। ଲକ୍ଷ୍ମୀସାଗର...

ପୁଣି ହେବାକୁ ଯାଉଛି ଯୁଦ୍ଧ? ଭାରତ କଲା ବଡ଼ ଡିଲ୍‌

ନୂଆଦିଲ୍‌ଲୀ,୩୧।୧୨: ଦେଶର ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ପାଇଁ ସରକାର ବର୍ଷ ଶେଷରେ ଏକ ବଡ଼ ପଦକ୍ଷେପ ନେଇଥିଲେ। ଡିସେମ୍ୱର 30, 2025 ରେ, ପ୍ରତିରକ୍ଷା...

ବାଇକ୍‌ରେ ଗଲା ବେଳେ ପିଉସୀଅ-ପୁତୁରାଙ୍କ ବେକରେ ଲାଗିଲା ମାଞ୍ଜା ସୂତା: ପରେ…

 କଟକ ସଦର,୩୧।୧୨(ସୁଶାନ୍ତ କୁମାର ଜେନା): କଟକ ଜିଲା  ୪୨ ମୌଜା ଥାନା ଅନ୍ତର୍ଗତ  ବ୍ରହ୍ମପୁର ଗ୍ରାମରେ ବୁଧବାର ସକାଳେ ଅଭାବନୀୟ ଘଟଣା ଘଟିଛିି। ବାଇକରେ ପିଉସୀ...

ଚାଇନାକୁ ବଡ଼ ଝଟକା ଦେଲା ଭାରତ, ଏହି ଜିନିଷ ଉପରେ ଲାଗୁ କଲା ୩ ବର୍ଷର ଟାରିଫ୍‌, ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୩୧।୧୨: ଭାରତ ସରକାର ମଙ୍ଗଳବାର ଚାଇନା ବର୍ଦ୍ଧିତ ଶସ୍ତା ଇସ୍ପାତ ଆମଦାନୀକୁ ରୋକିବା ପାଇଁ ତିନି ବର୍ଷ ପାଇଁ କିଛି ଇସ୍ପାତ ଉତ୍ପାଦ ଉପରେ ୧୧-୧୨...

ଏମିତି ମିଛ କହିଲା ଚାଇନା: ସବୁ ପୋଲ୍‌ ଖୋଲିଦେଲା ଭାରତ

ନୂଆଦିଲ୍ଲୀ,୩୧।୧୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ପାଇଁ ଅନ୍ତର୍ଜାତୀୟ କ୍ରେଡିଟ ତୀବ୍ର ହୋଇଛି। ପ୍ରଥମେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଏବେ ଚାଇନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri