ସ୍ବାବଲମ୍ବୀ କରିଛି ଅର୍ଗାନିକ ଚାଷ

ଯୋଡା,୨୫ା୮(ମାନସ ମହାନ୍ତି): କାନପୁର ଡ୍ୟାମ୍‌ ପାଇଁ ବିସ୍ଥାପିତ ହୋଇ ଯୋଡ଼ାକୁ ଆସିଥିଲେ। ପରିବାର ଚଳାଇବା ପାଇଁ ବିଭିନ୍ନ ଖଣି ବୁଲି ମଧ୍ୟ ରୋଜଗାର ପାଇ ନ ଥିଲେ। ଶେଷରେ ନିଜ ଉଦ୍ୟମ ବଳରେ ଯୋଡ଼ା ଭଳି ଖଣି ଉପତ୍ୟକାରେ ହରିତ ବିପ୍ଲବର ଶୁଭାରମ୍ଭ କରି ପାରିଛନ୍ତି। ଅର୍ଗାନିକ ଚାଷ କରି ଅଞ୍ଚଳରେ ଜଣେ ସଫଳ ଚାଷୀ ଭାବେ ପରିଚୟ ଲାଭ କରିପାରିଛନ୍ତି। ତାଙ୍କ ଦ୍ୱାରା ଅମଳ ପନିପରିବାର ବଜାରରେ ଚାହିଦା ରହିଛି। ବଜାର ଦରଠାରୁ କମ ଓ ଅର୍ଗାନିକ ହୋଇଥିବାରୁ ଲୋକଙ୍କ ପ୍ରଥମ ପସନ୍ଦ ହୋଇପାରିଛନ୍ତି ଗଙ୍ଗାଧର ବାନରା।
ସୂଚନାଯୋଗ୍ୟ, ୫ ବର୍ଷ ପୂର୍ବରୁ କାନପୁର ବୃହତ୍‌ ଜଳସେଚନ ପ୍ରକଳ୍ପରୁ ବିସ୍ଥାପିତ ହୋଇ ଗଙ୍ଗାଧର ପରିବାର ସହ ଖଣିରେ କାମ କରିବାକୁ ଯୋଡ଼ା ଆସିଥିଲେ। ଖଣିରେ କାର୍ଯ୍ୟ ନ ପାଇ ଚାଷ କାର୍ଯ୍ୟ କରି ଜୀବିକାର୍ଜନ କରିବାକୁ ଚିନ୍ତା କରିଥିଲେ। ଯୋଡ଼ା ସହରରେ ବୃଦ୍ଧାଶ୍ରମ ନିକଟରେ ପଡ଼ିଆ ପଡ଼ିଥିବା ଜମିକୁ ଭଡ଼ା ସୂତ୍ରରେ ନେଇ ଚାଷ କାର୍ଯ୍ୟ ଆରମ୍ଭ କରିଥିଲେ। ପ୍ରାୟ ୪ ଏକର ଜମିରେ ସେ ଝୁଡ଼ଙ୍ଗ, ଜହ୍ନି, କଲରା, ଲାଉ ଆଦି ବିଭିନ୍ନ ପ୍ରକାର ପନିପରିବା ସହିତ ଲାଭଦାୟକ ପରିବା ଭାବେ ବାଇଗଣ ଓ କୋବି ଚାଷ କରୁଛନ୍ତି। ପ୍ରାୟ ଦୈନିକ ଏକ କୁଇଣ୍ଟାଲ ବାଇଗଣ ଅମଳ କରି ବିକ୍ରି କରିଥାନ୍ତି। ସେହିପରି ପ୍ରତିବର୍ଷ ପ୍ରାୟ ୪ ହଜାରରୁ ଊଦ୍ଧର୍‌ବ କୋବି ଅମଳ କରନ୍ତି। ଚାଷରେ ରାସାୟନିକ ସାର ପରିବର୍ତ୍ତେ ଅର୍ଗାନିକ ଜୀବ ଅମୃତ ସାରର ପ୍ରୟୋଗ କରି ଅଧିକ ଅମଳ ତଥା ପରିବାର ଗୁଣବତ୍ତାକୁ ଅଧିକ ବୃଦ୍ଧି କରିଥାଆନ୍ତି ବୋଲି ଗଙ୍ଗା କହିଛନ୍ତି। ଅର୍ଗାନିକ ଜୀବଅମୃତ ସାର ପ୍ରସ୍ତୁତ କରିବା ପାଇଁ ସେ ଖତ, ଗୋମୂତ୍ର, ଗୁଡ଼, ବେସନ ଓ ବରଗଛ ମୂଳର ମାଟି ବ୍ୟବହାର କରନ୍ତି। ବଡ଼ ଡ୍ରମ୍‌ରେ ସବୁ ସାମଗ୍ରୀକୁ ରଖି ଏହାକୁ ସାତଦିନ ମଧ୍ୟରେ ଜମିରେ ପ୍ରୟୋଗ କରନ୍ତି। ଏହା ସହିତ ଜମିର ଉର୍ବରତା ବୃଦ୍ଧି କରିବା ପାଇଁ ସୁଦୂର ଗାଜିଆବାଦରୁ ଉର୍ବରକ ୱେଷ୍ଟିଜ କମ୍ଫଜର ମଗାଇଥାଆନ୍ତି। ଏହାଦ୍ବାରା ଜମିରେ ଶୀଘ୍ର କୃତ୍ରିମ ଭାବେ ଜିଆ ସୃଷ୍ଟି ହୋଇ ଜମିର ଊର୍ବରତା ବୃଦ୍ଧି ପାଇଥାଏ। ବଜାର ମୂଲ୍ୟଠାରୁ ଅପେକ୍ଷାକୃତ କମ୍‌ ମୂଲ୍ୟରେ ଗଙ୍ଗା ପରିବା ବିକ୍ରି କରିଥାଆନ୍ତି। ସ୍ଥାନୀୟ ଅଞ୍ଚଳର ବାସିନ୍ଦା ତଥା ଯୋଡ଼ା ବିକାଶ ପରିଷଦର ସଭାପତି ନିରଞ୍ଜନ ବହିଦାର କୁହନ୍ତି, ଗଙ୍ଗା ବହୁ ପରିଶ୍ରମ କରି ମୁଣ୍ଡ ଝାଳ ତୁଣ୍ଡରେ ମାରି ପରିବା ଚାଷ କରନ୍ତି। ଚାଷ କାମରେ ଗଙ୍ଗାଙ୍କ ସ୍ତ୍ରୀ ସୁମିତ୍ରା ବାନରା ଅକୁଣ୍ଠ ଚିତ୍ତରେ ସାହାଯ୍ୟ କରନ୍ତି। ସ୍ବାମୀ ସ୍ତ୍ରୀଙ୍କ ପରିଶ୍ରମରେ ଯୋଡ଼ା ସହରବାସୀ ଅର୍ଗାନିକ ପରିବା ପାଇପାରୁଛନ୍ତି। ପରିବା ବ୍ୟବସାୟୀ ରାଜୀବ ଓ ନରସିଂହ କୁହନ୍ତି, ନିଜ ଉଦ୍ୟମରେ ଚାଷ ପ୍ରଣାଳୀ ଉଦ୍ଭାବନ କରି ଗଙ୍ଗା ଜଣେ ସଫଳ ସ୍ବାବଲମ୍ବୀ ଚାଷୀ ହୋଇପାରିଛନ୍ତି। ଖଣି ଉପତ୍ୟକାରେ ସବୁଜିମା ଏ ଅଞ୍ଚଳରେ ଏକ ହରିତ ବିପ୍ଳବର ଶୁଭାରମ୍ଭ ବୋଲି ବରିଷ୍ଠ ଖବରଦାତା ବେଣୁଧର ବେହେରା, ଶିକ୍ଷାବିତ୍‌ ସୋମନାଥ ମହାନ୍ତି, ବରିଷ୍ଠ ନାଗରିକ ମଦନମୋହନ ବାରିକ ପ୍ରମୁଖ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ ମେସି, ମମତା ବାନାର୍ଜୀ-ଶାହାରୁଖଙ୍କୁ କରିବେ ସାକ୍ଷାତ

ନୂଆଦିଲ୍ଲୀ,୧୩।୧୨: ଭାରତରେ କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ ମେସି। ତିନି ଦିନିଆ ଗସ୍ତରେ ଭାରତ ଗସ୍ତରେ ଲିଓନେଲ ମେସି। କୋଲକାତା ବିମାନବନ୍ଦରରେ ମେସିଙ୍କୁ ଭବ୍ୟ ସ୍ବାଗତ...

ହୃଦୟ ବିଦାରକ ଘଟଣା, ଜୀବନ ହାରିଲେ ମାଆ ଓ ଦୁଇ ପୁଅ

ନୂଆଦିଲ୍ଲୀ,୧୩।୧୨: ରାଜଧାନୀ ଦିଲ୍ଲୀର କାଲକାଜି ଅଞ୍ଚଳରୁ ଏକ ଆଶ୍ଚର୍ଯ୍ୟଜନକ ଖବର ଆସିଛି । ଗୋଟିଏ ପରିବାରର ତିନି ଜଣଙ୍କ ମୃତଦେହ ଜବତ କରାଯାଇଛି । ମୃତକଙ୍କ...

ନିଜ ସର୍ଭିସ ବନ୍ଧୁକରୁ ନିଜକୁ ଗୁଳି କଲେ ଯବାନ

ନୂଆପଡ଼ା,୧୨ା୧୨ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ସୁନାବେଡ଼ା ଅଭୟାରଣ୍ୟ ଭିତରେ ଥିବା ଢେକୁନପାଣି ସିଆର୍‌ପିଏଫ୍‌ କ୍ୟାମ୍ପରେ ଶୁକ୍ରବାର ଏକ ଅଭାବନୀୟ ଘଟଣା...

ସାରା ଦେଶରେ ଓଡ଼ିଶାର ବିଧାୟକଙ୍କ ଦରମା ସବୁଠାରୁ ଅଧିକ, ଜାଣନ୍ତୁ କେତେ…

ଭୁବନେଶ୍ୱର,୧୨।୧୨: ସାରା ଦେଶରେ ଓଡ଼ିଶାର ବିଧାୟକଙ୍କ ଦରମା ସବୁଠାରୁ ଅଧିକ। ସବୁଠାରୁ ବଡ଼ କଥା ହେଉଛି ଅଟୋମେସନ ପ୍ରୋସେସରେ ପ୍ରତି ୫ ବର୍ଷରେ ବିଧାୟକଙ୍କ ଦରମା...

ମଣ୍ଡିରୁ ଉଠୁନି ଧାନ: ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଚାଷୀଙ୍କ ଧାରଣା

ନୂଆପଡ଼ା,୧୨ା୧୨ (ମକାରୁ ବେମାଲ): ନୂଆପଡ଼ା ଜିଲାରେ ମଣ୍ଡି ଆରମ୍ଭର ୧୦ ଦିନ ବିତିଯାଇଥିଲେ ମଧ୍ୟ କୌଣସି ମଣ୍ଡିରେ ଧାନ ଉଠା ନ ଯିବା ନେଇ ଶୁକ୍ରବାର...

PM Kisan ଟଙ୍କା ହେବ ୨ଗୁଣା? ସରକାର ଦେଲେ ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୧୨।୧୨: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ସହିତ ଜଡିତ ଏକ ପ୍ରମୁଖ ପ୍ରଶ୍ନ ଚାଷୀଙ୍କ ମଧ୍ୟରେ ବ୍ୟାପକ ଭାବରେ ଆଲୋଚନା ହେଉଛି। ସରକାର କ’ଣ...

ପାଣି ଆଣିବାକୁ ଯାଇ ହାତୀ ହାବୁଡରେ ପଡ଼ିଲେ, ଦୌଡୁଥିଲେ ହେଲେ…

ଭଞ୍ଜନଗର,୧୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ତାରସିଂ ଥାନା ଅନ୍ତର୍ଗତ ତୋଲଡି ନୂଆଁସାହିରେ ଶୁକ୍ରବାର ଅପରାହ୍ନରେ ହାତୀଆକ୍ରମଣରେ ଜଣେ ମହିଳା ଚାଷୀ ମୃତ୍ୟୁବରଣ କରିଛନ୍ତି। ସେ ହେଲେ...

ଧନୁ ସଂକ୍ରାନ୍ତିରେ ୫ରାଶିଙ୍କ ହାତକୁ ଅଚାନକ ଆସିବ ଟଙ୍କା! ନୂଆ ଗହଣା କିଣିବେ…

୨୦୨୫ର ଶେଷ ସଂକ୍ରାନ୍ତି ହେଉଛି ଧନୁ ସଂକ୍ରାନ୍ତି, ଯାହା ମଙ୍ଗଳବାର, ଡିସେମ୍ବର ୧୬ ତାରିଖରେ ପଡୁଛି। ଦ୍ରିକ ପାଞ୍ଜି ଅନୁସାରେ, ସୂର୍ଯ୍ୟଙ୍କର ଧନୁ ରାଶିରେ ପ୍ରବେଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri