ଜନଜାତି ବହୁଳ ୪୦ ବ୍ଲକ୍‌ରେ ପ୍ରତିଷ୍ଠା ହେବ କୃଷି ଉତ୍ପାଦନ କ୍ଲଷ୍ଟର

ଭୁବନେଶ୍ୱର, ୬।୮(ବ୍ୟୁରୋ): ରାଜ୍ୟରେ କୃଷକଙ୍କୁ କୃଷି କାର୍ଯ୍ୟ ନିମନ୍ତେ ଜ୍ଞାନକୌଶଳ ଓ ବଜାର ସୁବିଧା ଯୋଗାଇଦେବା ପାଇଁ ‘ଭାରତ ରୁରାଲ ଲାଇଭ୍‌ଲିହୁଡ୍‌ ଫାଉଣ୍ଡେଶନ’ ଓ ‘ପ୍ରଦାନ’ ସହଯୋଗରେ କୃଷି ଉତ୍ପାଦନ କ୍ଲଷ୍ଟର ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। ଏହି ପ୍ରକଳ୍ପରେ ଢିପ ଜମି ଥିବା ଜନଜାତି ବହୁଳ ୧୨ ଜିଲାର ୪୦ ବ୍ଲକ୍‌ରେ କ୍ଲଷ୍ଟର ପ୍ରତିଷ୍ଠା କରାଯିବ। ଏଥିପାଇଁ ୪ ବର୍ଷରେ ମୋଟ ୪୦୧.୬ କୋଟି ଟଙ୍କା ବ୍ୟୟ କରାଯିବ। ଏହି ପ୍ରକଳ୍ପରେ ଫଳ ଓ ପନିପରିବା ଚାଷ କରିଥିବା କୃଷକଙ୍କୁ ଆନୁଷଙ୍ଗିକ ବଜାର ସୁବିଧା ଯୋଗାଇ ଦିଆଯିବ। ପ୍ରକଳ୍ପର ସଫଳ ରୂପାୟନ ନିମନ୍ତେ ଉତ୍ପାଦିତ କୃଷି ଦ୍ରବ୍ୟକୁ ମୂଲ୍ୟଯୁକ୍ତ ଓ ପ୍ରାମାଣିକୀକରଣ କରାଯିବ। ଏହାଦ୍ୱାରା କୃଷକଙ୍କ ଆୟ ବହୁଗୁଣିତ ହୋଇପାରିବ ବୋଲି କୃଷି ଓ କୃଷକ ସଶକ୍ତୀକରଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ଅରୁଣ କୁମାର ସାହୁ କହିଛନ୍ତି। କୃଷି ଉତ୍ପାଦନ କ୍ଲଷ୍ଟର ପ୍ରକଳ୍ପ ପକ୍ଷରୁ ସୋମବାର କୃଷି ଭବନଠାରେ ଆୟୋଜିତ ‘ଚାଷର ସମୃଦ୍ଧି ନିମନ୍ତେ ବଜାର ବ୍ୟବସ୍ଥାର ସୁଦୃଢ଼ୀକରଣ’ ଶୀର୍ଷକ କର୍ମଶାଳାରେ ମନ୍ତ୍ରୀ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି।
ଏହି ପ୍ରକଳ୍ପ ମାଧ୍ୟମରେ ରାଜ୍ୟରେ ୬୫୦ ଉତ୍ପାଦକ ଗୋଷ୍ଠୀ ଓ ୩୦ ଉତ୍ପାଦକ କମ୍ପାନୀ ଗଠନ କରାଯିବ। ଏହି ଉତ୍ପାଦକ ଗୋଷ୍ଠୀଗୁଡ଼ିକ ସମନ୍ବିତ ଓ ମିଳିତ ଭାବେ ଉଦ୍ୟାନ କୃଷିଭିତ୍ତିକ ଉତ୍ପାଦନ କରିବେ। ସେହିପରି ୭୫୦ଜଣ ବଜାର ସଂଯୋଜକ କୃଷି ଉଦ୍ୟୋଗୀଙ୍କ ଦକ୍ଷତା ବୃଦ୍ଧି କରାଯିବ। ଜୈବିକ କୃଷିକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ଏହି ଯୋଜନା ଅନ୍ତର୍ଗତ ସ୍ଥାୟୀ ଭାବରେ ୪୦ପ୍ରତିଶତ ଜମିରେ ବିନା କୀଟନାଶକ ଫସଲ ଉତ୍ପାଦନର ଲକ୍ଷ୍ୟ ରଖାଯାଇଛି। ଚାଷୀଙ୍କ ଜୀବିକା ବୃଦ୍ଧି ନିମନ୍ତେ କ୍ଲଷ୍ଟରଗୁଡ଼ିକରେ ୪୦ ହଜାର ପରିବାରଙ୍କୁ ଆନୁଷଙ୍ଗିକ କୃଷି ଯଥା ଛେଳି, ମେଣ୍ଢା ଓ କୁକୁଡ଼ା ଆଦି ପାଳନ ପାଇଁ ସହାୟତା ପ୍ରଦାନ କରାଯିବ। ଜୀବିକା ବୃଦ୍ଧି ନିମନ୍ତେ ଓ ଉନ୍ନୟନମୂଳକ କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରାଯିବ। ଏଥିପାଇଁ ୧୬ ହଜାର ଏକର ଜମିରେ ଜଳସେଚନ, ୮ ହଜାର ଏକର ଜମିରେ ଫଳ ଚାଷ, ୭୦ ହଜାର ଚାଷୀଙ୍କୁ କୃଷି ଯନ୍ତ୍ରପାତି ସୁବିଧା ଯୋଗାଇ ଦିଆଯିବ ବୋଲି କର୍ମଶାଳାରେ ମତପ୍ରକାଶ ପାଇଛି।
କର୍ମଶାଳାରେ କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ସୌରଭ ଗର୍ଗ, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଡ. ଏମ୍‌. ମୁଥୁକୁମାର, ଉଦ୍ୟାନ କୃଷି ନିର୍ଦ୍ଦେଶକ ଡ. ବିଜୟ କେତନ ଉପାଧ୍ୟାୟ, ଓର୍‌ମାସ୍‌ର ଯୁଗ୍ମ ସିଇଓ ସୁଜୟ କର, ଭାରତ ରୁରାଲ ଲାଇଭଲିହୁଡ଼୍‌ ଫାଉଣ୍ଡେଶନ ମୁଖ୍ୟ କାର୍ଯ୍ୟନିର୍ବାହୀ ପ୍ରମଥେସ୍‌ ଅମ୍ବାସ୍ତା ଓ ‘ପ୍ରଦାନ’ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୁଧୀର ସାହାନୀ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରେକର୍ଡ ଭାଙ୍ଗିଲା ରାଜଧାନୀ ତାତି, ୪୪ ଟପିଲା

ଭୁବନେଶ୍ୱର,୨୭।୪: ସାରା ଓଡ଼ିଶାରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ରାଜଧାନୀ ତତଲା କଡେଇରେ  ଭାଜି ହେବା ସହ ରାଜଧାନୀବାସୀ ଶନିବାର ପ୍ରବଳ ତାତିରେ ଆକ୍ତାମାକ୍ତା ହୋଇଛନ୍ତି।...

ଭବାନୀପାଟଣା ନିର୍ବାଚନ ମଣ୍ଡଳୀର ବିଧାୟିକା ପ୍ରାର୍ଥୀନୀ ଲଳିତା ନାଏକଙ୍କ ପଦଯାତ୍ରା

କେସିଙ୍ଗା,୨୭।୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଳକର ବାଲସି ଗ୍ରାମ ପଞ୍ଚାୟତରେ ଭବାନୀପାଟଣା ନିର୍ବାଚନ ମଣ୍ଡଳୀର ବିଜେଡି ଦଳର ବିଧାୟିକା ପ୍ରାର୍ଥୀନୀ ଲଳିତା ନାଏକ ଶନିବାର...

କଟକ-ଭୁବନେଶ୍ୱରକୁ ରେଡ୍‌ ଓ୍ବାର୍ଣ୍ଣିଂ

ଭୁବନେଶ୍ୱର,୨୭।୪: ତାତିରୁ ନିସ୍ତାର ନାହିଁ। ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଶନିବାର ଲାଗି କଟକ-ଭୁବନେଶ୍ୱର(ଟୁଇନ୍‌ ସିଟି)କୁ ରେଡ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଏଠାରେ...

ବିଜେଡି ଛାଡ଼ିବା ସଙ୍କେତ ଦେଲେ ସମୀର !

ନିମାପଡ଼ା,୨୭।୪: ନିମାପଡ଼ା ବିଧାନସଭା ଆସନ ଲାଗି ବିଜେଡି ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇସାରିଛି। ହେଲେ ଏଯାଏ ସଦ୍ୟ ସାମିଲ ହୋଇଥିବା ପ୍ରାର୍ଥୀ ଦିଲୀପ ନାୟକ ପ୍ରଚାର...

‘ଓଡ଼ିଶାରେ କେବଳ ନବୀନ ଇଞ୍ଜିନ ଚାଲିବ’

ନୂଆପଡା,୨୭।୪: ଓଡିଶାରେ ଚାଲିବ କେବଳ ନବୀନ ଇଞ୍ଜିନ । ୨୪ ବର୍ଷ ଧରି ରାଜ୍ୟରେ ନବୀନ ଇଞ୍ଜିନ ଚାଲିଛି, ଆହୁରି ଚାଲିବ। ପଡୋଶୀ ଛତିଶଗଡରେ ଡବଲ...

ଲୁଣା ନଦୀରେ ଗୋଡ଼ ଖସି ଛାତ୍ରୀ ନିଖୋଜ: ଉଦ୍ଧାର କାର୍ଯ୍ୟ ଜାରି

ମହାକାଳପଡ଼ା,୨୭।୪( ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ମଙ୍ଗଳପୁର ପଞ୍ଚାୟତ ବନ୍ଧପଡ଼ା ଗ୍ରାମରେ ଏକ ଅଘଟଣ ଘଟିଛି। ଦୁଇ ସାଙ୍ଗ ନିକଟ...

ଏଯାଏ ଛିଣ୍ଡୁନି ଅଙ୍କ, ଚିନ୍ତାରେ ଆଶାୟୀ; ଆଉ ୬-୧୫-୯ ଆସନ ବାକି

ଭୁବନେଶ୍ୱର,୨୭।୪: ନିର୍ବାଚନ ତାରିଖ ପାଖେଇ ଆସିଲେ ହେଁ ରାଜ୍ୟର ୩ ପ୍ରମୁଖ ଦଳ ସମସ୍ତ ଆସନରେ ପ୍ରାର୍ଥୀ ଘୋଷଣା କରିନାହାନ୍ତି। ଏଯାବତ ବିଜେଡି ୬, ଭାଜପା...

ରାଜଧାନୀ ତାତି ଟପିଲା ୪୧

ଭୁବନେଶ୍ୱର,୨୭।୪: ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଏହି କ୍ରମରେ ଦିନ ସାଢ଼େ ୧୧ରେ ଭୁବନେଶ୍ବର ତାପମାତ୍ରା ୪୧.୨ ଡିଗ୍ରୀ ପାର କରିଛି। ସେହିପରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri