ଭୁବନେଶ୍ୱର,୧୫।୮: ଦେଶର ପ୍ରମୁଖ ଏଫ୍ଏମ୍ସିଜି କମ୍ପାନୀ ତଥା ଆଇଟିସି ବ୍ରାଣ୍ଡ୍ ସନ୍ ଫିଷ୍ଟ ବଲିଉଡ ଅଭିନେତା ଶାହରୁଖ ଖାନ୍ଙ୍କୁ ‘ଡାର୍କ ଫାଣ୍ଟାସି’ର ନ୍ୟୁ ବ୍ରାଣ୍ଡ ଆମ୍ବାସାଡର ଭାବେ ନିଯୁକ୍ତି ଦେଇଥିବା ଘୋଷଣା କରିଛି। ବିଶେଷ କରି କିଙ୍ଗ ଅଫ ଫାଣ୍ଟାସି ଶାହରୁଖ ଖାନ୍ଙ୍କୁ ନେଇ ବ୍ରାଣ୍ଡ୍ ଏକ ନୂତନ ଯାତ୍ରା ଆରମ୍ଭ କରିବାକୁ ଯାଉଛି। ଏପରିକି ସନଫିଷ୍ଟ ତା’ର ଗ୍ରାହକମାନଙ୍କ ସହିତ ନିବିଡ ସମ୍ପର୍କ ସ୍ଥାପନ କରିବା ଲକ୍ଷ୍ୟରେ ‘ସନଫିଷ୍ଟ ଡାର୍କ ଫାଣ୍ଟାସି ‘ପ୍ରତ୍ୟେକ ହୃଦୟର କଳ୍ପନା’ ନାମରେ ନିଜର ନବୀକୃତ ବ୍ରାଣ୍ଡ୍ ପରିଚିତି ପ୍ରଚଳନ କରିଛି। ସେହିଭଳି ‘କିଙ୍ଗ ଅଫ ବିସ୍କୁଟ୍ସ’ ଶକ୍ତି ସହିତ ‘କିଙ୍ଗ ଅଫ ବଲିଉଡ’ ଯୋଗ ଦେଉ ଥିବାରୁ ବିଜ୍ଞାପନ ଏବଂ ବ୍ରାଣ୍ଡିଂ କ୍ଷେତ୍ରରେ ସେମାନଙ୍କର ଏହି ସହଯୋଗିତା ଏକ ନୂତନ ଯୁଗ ଆରମ୍ଭ ନିମନ୍ତେ ମଞ୍ଚ ପ୍ରସ୍ତୁତ କରିଛି। ସନଫିଷ୍ଟର ଡାର୍କ ଫାଣ୍ଟାସି- ‘ପ୍ରତ୍ୟେକ ହୃଦୟର କଳ୍ପନା’ ଯାତ୍ରାରେ ଅଗ୍ରସର ହେଉଥିବା ବେଳେ ଏହା ଉପଭୋକ୍ତାମାନଙ୍କୁ ଶାହରୁଖ ଖାନଙ୍କ ଆକର୍ଷଣ ଏବଂ ବ୍ରାଣ୍ଡ୍ ବିସ୍କୁଟର ମନମୁଗ୍ଧକର ସ୍ବାଦର ମାର୍ଗଦର୍ଶନରେ ଏକ ଅନନ୍ୟ ଦୁଃସାହସିକ ଯାତ୍ରାରେ ଭାଗ ନେବାକୁ ଆମନ୍ତ୍ରଣ କରୁଛି।
ଏ ସମ୍ପର୍କରେ ଆଇଟିସି ଫୁଡସର ଚିଫ ଅପରେଟିଂ ଅଫିସର (ବିସ୍କୁଟସ ଆଣ୍ଡ କେକସ କ୍ଲଷ୍ଟର) ଅଲି ହ୍ୟାରିସ ଶେରେ କହିଛନ୍ତି, ସନଫିଷ୍ଟ ଫାଣ୍ଟାସିର ଚେହେରା ଭାବେ ବଲିଉଡ କିଙ୍ଗ ଶାହରୁଖ ଖାନ୍ଙ୍କୁ ପାଇ ଆମେ ବେଶ ଉତ୍ସାହିତ ଅଛୁ।
ବରଗଡ଼ ଧନୁଯାତ୍ରା: ସାଂସ୍କୃତିକ ଶୋଭାଯାତ୍ରାରେ ଦୁଲୁକିଲା ବରଗଡ଼
ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...
ଯାଜପୁର ରୋଡ଼ ନୂତନ ଏସ୍ଡିପି ଶରତ ଚନ୍ଦ୍ର ପାତ୍ର
ଧର୍ମଶାଳା,୨୪।୧୨: ଯାଜପୁର ରୋଡ଼ ନୂତନ ଏସ୍ଡିପିଓ ଭାବେ ଶରତ ଚନ୍ଦ୍ର ପାତ୍ର ଯୋଗଦେବେ। ଏ ନେଇ ମଙ୍ଗଳବାର ବିଜ୍ଞପ୍ତି ପ୍ରକାଶ ପାଇଛି। ପୂର୍ବରୁ ଯାଜପୁର ରୋଡ...
‘ଆମେ ଗୋଟିଏରେ ସନ୍ତୁଷ୍ଟ କାହିଁକି?’ଆମେ ବି ୩-୪ ସନ୍ତାନ ପ୍ରସବ କରିବା ଦରକାର, କାହିଁକି ଏମିତି କହିଲେ ନବନୀତ? ଜାଣନ୍ତୁ ଏହାର କାରଣ
ନୂଆଦିଲ୍ଲୀ,୨୪।୧୨: ଭାରତୀୟ ଜନତା ପାର୍ଟିର ନେତା ନବନୀତ ରାଣା କହିଛନ୍ତି ଯେ ହିନ୍ଦୁମାନଙ୍କର ଅତି କମରେ ତିନିରୁ ଚାରିଟି ସନ୍ତାନ ହେବା ଉଚିତ। ସେ କହିଛନ୍ତି...
‘ଗେରୁଆ ପତାକା ଦେଖି ଲାଠି ଚଳାଇଥିଲା ଟିଏମସି’, ମମତାଙ୍କୁ କଡ଼ା ଟାର୍ଗେଟ କଲା ଭାଜପା
କୋଲକାତା,୨୪।୧୨: ୨୪ ଡିସେମ୍ବର, ୨୦୨୫ରେ ଭାଜପା ମୁଖପାତ୍ର ପ୍ରଦୀପ ଭଣ୍ଡାରୀ ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ସେ ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ହେଉଥିବା ଅତ୍ୟାଚାରକୁ...
JDUରୁ ନିଶାନ୍ତ ହେବେ ପରବର୍ତ୍ତି ମୁଖ୍ୟମନ୍ତ୍ରୀ? ଏହି ଚର୍ଚ୍ଚା ଭିତରେ RJD କଲା ଚମକାଇବା ଭଳି ଦାବି
ପାଟନା,୨୪।୧୨: ନିକଟରେ, ୨୦୨୫ ବିହାର ବିଧାନସଭା ନିର୍ବାଚନ ପରେ, ନୀତୀଶ କୁମାର ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଥିଲେ। ଏହି ବୈଠକକୁ...
‘ନିର୍ବାଚନ ଅଟକାଇବା ପାଇଁ କରାଯାଇଛି ହତ୍ୟା’, ୟୁନୁସ ସରକାରଙ୍କ ଉପରେ ଗୁରୁତର ଅଭିଯୋଗ ଆଣିଲେ ହାଦିଙ୍କ ଭାଇ
ଢାକା,୨୪।୧୨: ଛାତ୍ର ନେତା ସରିଫ ଓସମାନ ହାଦିଙ୍କ ହତ୍ୟା ପରେ ବାଂଲାଦେଶରେ ରାଜନୈତିକ ଉତ୍ତେଜନା ବୃଦ୍ଧି ପାଇଛି। ଢାକାରେ ହାଦିଙ୍କ ମୁଣ୍ଡରେ ଗୁଳି ମାଡ଼ ହୋଇଥିଲା,...
ଚାନ୍ଦବାଲି ଲଜ୍ଜା: ଆକ୍ସନ ମୋଡ୍ରେ ଉପମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୪।୧୨: ଭଦ୍ରକ ଜିଲା ଚାନ୍ଦବାଲିରେ ଏକ ଲଜ୍ୟାଜନକ ଘଟଣା ଘଟିଯାଇଛି l ଜଣେ ୧୧ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା କରି ଲଟା ବୁଦାକୁ ଫିଙ୍ଗି...
ରତ୍ନଭଣ୍ଡାରକୁ ନେଇ ବଡ଼ ବୟାନ ଦେଲେ ଆଇନ ମନ୍ତ୍ରୀ: ୫ରୁ ୬ ମାସ ଭିତରେ…
ଭୁବନେଶ୍ୱର,୨୪।୧୨: ରତ୍ନଭଣ୍ଡାର ଗଣତିମଣତିକୁ ନେଇ ବଡ଼ ବୟାନ ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ। ସେ କହିଛନ୍ତି, ଖୁବଶୀଘ୍ର ରତ୍ନଭଣ୍ଡାର ଗଣତି ମଣତି ପ୍ରକ୍ରିୟା ଆରମ୍ଭ...
Archives


