ସ୍ବାଧୀନତାର ୭୬ ବର୍ଷ ପରେ ପୋଲ ନିର୍ମାଣ

ଦାରିଙ୍ଗବାଡି,୧୪।୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଅନେକ ଗାଁକୁ ରାସ୍ତା ନ ଥିବା ବେଳେ ଏକାଧିକ ଗ୍ରାମକୁ ନଦୀ, ନାଳ ଯୋଗୁ ଯିବା ଆସିବାରେ ଲୋକେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏଭଳିସ୍ଥିତିରେ ବିଧାୟକ ସାଲୁଗା ପ୍ରଧାନ ରାଜ୍ୟ ସରକାରଙ୍କ ନିକଟରେ ସମସ୍ୟା ଜଣାଇଥିଲେ। ଫଳରେ ଗ୍ରାମାଞ୍ଚଳରେ ବିଜୁ ସେତୁ ଯୋଜନାରେ ପୋଲ ନିର୍ମାଣ ପାଇଁ ସରକାର ଅନୁଦାନ ପ୍ରଦାନ କରିଛନ୍ତି। ସେହି କ୍ରମରେ ତିଲୋରୀ ପଞ୍ଚାୟତ ଗଇସବାନ୍ଦାଠାରୁ ଜାଗାଡି ଦେଇ ସୁଜାମାଜୁକୁ ସଂଯୋଗ ପାଇଁ ଦୁଇଟି ପୋଲ ନିର୍ମାଣ ପାଇଁ ଅନୁଦାନ ରହିଛି। ପୂର୍ବରୁ ଆଇଟିଡିଏ ପକ୍ଷରୁ ପୋଲ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଶୁକ୍ରବାର ଆଉ ଏକ ପୋଲ ସିରକାମାହା ନାଳ ଉପରେ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର କରାଯାଇଛି। ଏଥିରେ ତତ୍କାଳ ତିଲୋରୀ ସମିତିସଭ୍ୟ ଇନ୍ଦ୍ରଜିତ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ମୁଖ୍ୟ ଅତିଥିଭାବେ ଭାବେ ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ, ଜିଲା ପରିଷଦ ସଦସ୍ୟ ରଞ୍ଜନ କୁମାର ପ୍ରଧାନ, ଓଟିଡିସିସିଓଏଲ୍‌ର ରାଜ୍ୟ ଉପାଧ୍ୟକ୍ଷ ଦିଲୀପ କୁମାର ପ୍ରଧାନ, ତିଲୋରୀ ସରପଞ୍ଚ ଶ୍ରଦ୍ଧାଞ୍ଜଳି ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ରମାକାନ୍ତ ପଟ୍ଟନାୟକ, କନିଷ୍ଠ ଯନ୍ତ୍ରୀ ସଞ୍ଜୟ କୁମାର ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସ୍ବାଧୀନତାର ଦୀର୍ଘ ୭୬ ବର୍ଷ ପରେ ଦୁର୍ଗମ ଗ୍ରାମ ଜାଗାଡିକୁ ସରକାରଙ୍କ ପକ୍ଷରୁ ୪ କୋଟି ୪୨ଲକ୍ଷ ଅନୁଦାନରେ ବିଜୁସେତୁ ଯୋଜନାରେ ପୋଲ ନିର୍ମାଣ କରାଯିବ। ଏହି ପୋଲ ନିର୍ମାଣ ହେଲେ ଅଞ୍ଚଳରେ ପ୍ରାୟ ୧୦ ଖଣ୍ଡ ଗ୍ରାମର ହଜାର ହଜାର ଲୋକ ଫାଇଦା ପାଇବେ ପୂର୍ବରୁ ପୋଲ ନ ଥିବା ବେଳେ ସବୁଦିନିଆ ଭଲ ରାସ୍ତାଟିଏ ମଧ୍ୟ ନ ଥିବାରୁ ରୋଗୀଙ୍କୁ ଦୋଳା ସାହାଯ୍ୟରେ ବୋହି ନଦୀ ପାର କରାଯାଉଥିଲା। ତେବେ ରାସ୍ତା ସମ୍ପ୍ରସାରଣ ପାଇଁ ସର୍ଭେ କରାଯାଇଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ବିଜୁ ସେତୁ ଯୋଜନାରେ ପୋଲ ପାଇଁ ଅନୁଦାନ ଆସିଥିବା ବିଭାଗ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ଚୋରାଚାଲାଣ ପଡିଲା ମହଙ୍ଗା: ବନ୍ଧା ହେଲେ ୱେବ ଚ୍ୟାନେଲ ସାମ୍ବାଦିକ

ଖୋର୍ଦ୍ଧା,୩୦।୧୨(ପ୍ରଭାତ ପାଣିଗ୍ରାହୀ): ସାମ୍ବାଦିକ ଆଳରେ ଗଞ୍ଜେଇ ଚୋରାଚାଲାଣ ପଡିଲା ମହଙ୍ଗା। ଖୋର୍ଦ୍ଧା ଅବକାରୀ ବିଭାଗର ଜିଲା ମୋବାଇଲ ୟୁନିଟ ହାତରେ ଧରାପଡ଼ିଲେ ୱେବ ଚ୍ୟାନେଲ ସାମ୍ବାଦିକ...

ପାହାଡ଼ ଉପରେ ପୂଜା ପାଉଛନ୍ତି ମା’ ବାଳକୁମାରୀ, ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ଏହି ସ୍ଥାନ

ଗଞ୍ଜାମ ,୩୦।୧୨(ବିଦ୍ୟାଧର ସାହୁ ): ଗଞ୍ଜାମ ଜିଲା ବ୍ରହ୍ମପୁର ଠାରୁ ୨୫ କି.ମି. ଚିକିଟିରୁ ୮ କିଲୋମିଟର ଗଲାପରେ ଧାନ ଘର ଛକ ଏବଂ ସେଠାରୁ...

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଦଳ ଘୋଷଣା କଲା ଇଂଲଣ୍ଡ, ଜାଣନ୍ତୁ କାହାକୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ,୩୦।୧୨: ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ECB) ଭାରତରେ ହେବାକୁ ଥିବା ୨୦୨୬ ଟି-୨୦ ବିଶ୍ୱକପ ପାଇଁ ଏହାର ଦଳ ଘୋଷଣା କରିଛି। ଆଶ୍ଚର୍ଯ୍ୟଜନକ...

ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ବଡ଼ ବୟାନ, ବଣଭୋଜି ନାରେ ପ୍ରଦୂଷଣ କଲେ ହେବ…

ଭୁବନେଶ୍ୱର,୩୦।୧୨: ବର୍ତ୍ତମାନ ସମୟରେ ପର୍ଯ୍ୟଟନ ଋତୁ ଚାଲୁଥିବା ବେଳେ ଅନେକ ସ୍ଥାନରେ ପର୍ଯ୍ୟଟକଙ୍କ ଗହଳି ଦେଖାଯାଉଛି । ବଣଭୋଜି କରି ମଜା ନେଉଛନ୍ତି ଲୋକେ ।...

ଖଣି ପାଇଁ ଜମି ଯିବାରୁ ଜୀବନ ହାରିଲେ ଯୁବକ, ୧୭ ଘଣ୍ଟାରୁ ଅଧିକ ସମୟ ମୃତଦେହକୁ ରଖି ବିକ୍ଷୋଭ କଲେ…

ଝାରସୁଗୁଡା, ୩୦।୧୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଉବୁଡା ଗ୍ରାମର ଜଣେ ୨୫ ବର୍ଷୀୟ ଯୁବକଙ୍କ ସୋମବାର ଆତ୍ମହତ୍ୟା ପରେ ସ୍ଥାନୀୟ ଅଞ୍ଚଳରେ...

ନୂଆବର୍ଷ ପାଇଁ ପୁରୀରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା

ପୁରୀ,୩୦।୧୨: ନୂଆବର୍ଷ ପାଳନ ପାଇଁ ପୁରୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଦିଆଯାଇଛି। ଶ୍ରଦ୍ଧାଳୁଙ୍କ ସୁରକ୍ଷା ଏବଂ ଶୃଙ୍ଖଳିତ ଦର୍ଶନ ପାଇଁ ୭୦ ପ୍ଲାଟୁନ ପୋଲିସ ଫୋର୍ସ...

ଭଦ୍ରକରେ କିନ୍ନରଙ୍କୁ ଆକ୍ରମଣ: ଚୁଟି କାଟିବା ସହ ଟଙ୍କା ସୁନା ଲୁଟ ଅଭିଯୋଗ, ଥାନାରେ ଉତ୍ତେଜନା

ଭଦ୍ରକ, ୩୦/୧୨(ସନାତନ ରାଉତ): ଭଦ୍ରକରେ ୨ ଗୋଷ୍ଠୀ କିନ୍ନରଙ୍କ ବିବାଦ ଥମିବାର ନାଁ ଧରୁନି । ଉଭୟ ଗୋଷ୍ଠୀ ମଧ୍ୟରେ ଛକା ପଞ୍ଝା ଲାଗି ରହିଥିବା...

ଅତିରିକ୍ତ ତହସିଲଦାରଙ୍କ ଅମାପ ସମ୍ପତ୍ତି: ଘରୁ ମିଳିଲା ଲକ୍ଷ ଲକ୍ଷ ଟଙ୍କା ସାଙ୍ଗକୁ ସୁନା, ଦେଖିକି ଭିଜିଲାନ୍ସ ତାଜୁବ

ଖୋର୍ଦ୍ଧା,୩୦।୧୨(ପ୍ରଭାତ ପାଣିଗ୍ରାହୀ): କଟକ ବାରଙ୍ଗ ଅତିରିକ୍ତ ତହସିଲଦାର ଜିତେନ୍ଦ୍ର ପଣ୍ଡାଙ୍କ ଘରେ କଟକ ଭିଜିଲାନ୍ସ ସେଲ ଚଢ଼ାଉ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri