Posted inଖେଳ

୨-୧ରେ ସିରିଜ ଜିତିଲା ଭାରତ

ମୀରପୁର, ୧୩ା୭: ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ଅନ୍ତିମ ମ୍ୟାଚ୍‌ରେ ବାଂଲାଦେଶ ବିଜୟୀ ହୋଇଛି। ହେଲେ ପୂର୍ବରୁ ଦୁଇ ମ୍ୟାଚ୍‌ ଜିତିଥିବା ଭାରତ ୨-୧ରେ ସିରିଜକୁ ଜିତି ନେଇଛି। ଗୁରୁବାର ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୯ ଉଇକେଟରେ ୧୦୨ ରନ୍‌ କରିଥିବା ବେଳେ ବାଂଲାଦେଶ ୧୮.୩ ଓଭରରେ ୬ ଉଇକେଟ ହରାଇ ୧୦୩ ରନ୍‌ କରି ବିଜୟ ହାସଲ କରିଥିଲା।

ଟସ୍‌ ଜିତି ଭାରତ ପ୍ରଥମେ ବ୍ୟାଟିଂ ନେଇଥିଲା। ଦୁଇ ଓପନର ସ୍ମୃତି ମନ୍ଧାନା(୧) ଓ ଶେଫାଳି ବର୍ମା(୧୧) ରନ୍‌ କରି ପ୍ୟାଭିଲିୟନ ଫେରିଥିଲେ। ତେବେ ଜେମିମା ରୋଡ୍ରିଗୁଏଜ୍‌(୨୮) ଓ ହରମନ୍‌ପ୍ରୀତ୍‌ କୌର୍‌(୪୦)ଙ୍କ ମଧ୍ୟରେ ତୃତୀୟ ଉଇକେଟରେ ୪୫ ରନ୍‌ର ଭାଗୀଦାରି ହୋଇଥିଲା। ୨୬ ବଲ୍‌ରୁ ୪ଚୌକା ସହିତ ୨୮ ରନ୍‌ କରି ଜେମିମା ଆଉଟ ହୋଇଥିଲେ। ୟସ୍ତିକା ଭାଟିଆ କ୍ରିଜକୁ ଆସିବା ସହିତ ହରମନ୍‌ପ୍ରୀତ କୌରଙ୍କ ସହ ୨୬ ରନ୍‌ ଯୋଡିଥିଲେ। ୧୭ ତମ ଓଭରରେ ଦଳୀୟ ସ୍କୋର ୯୧ରେ ହରମନ୍‌ପ୍ରୀତ୍‌ ଆଉଟ ହେବା ପରେ ଭାରତର ରନ୍‌ ଗତି ଧୀମେଇ ଯାଇଥିଲା। ପରବର୍ତ୍ତୀ ୩ ଓଭରରେ ଭାରତ ୧୧ ରନ୍‌ କରିବାରେ ସମର୍ଥ ହୋଇଥିଲା। ବାଂଲାଦେଶ ପକ୍ଷରୁ ରାବେୟା ଖାନ୍‌ ସର୍ବାଧିକ ୩ ଉଇକେଟ ନେଇଥିବା ବେଳେ ସୁଲତାନା ଖାତୁନ ୨, ନାହିଦା ଅଖତର, ଫହିମା ଖାତୁନ ଓ ଶୋରନା ଅଖତର ପ୍ରମୁଖ ଗୋଟିଏ ଲେଖାଏ ଉଇକେଟ ନେବାରେ ସକ୍ଷମ ହୋଇଥିଲେ।

୧୦୩ ରନ୍‌ ଜବାବରେ ବାଂଲାଦେଶର ୧୬ ରନ୍‌ ମଧ୍ୟରେ ଦୁଇ ଉଇକେଟ ହରାଇଥିଲା। ସାଥୀ ରାଣୀ(୧୦) ଓ ଦିଲାରା ଅଖତର(୧) ରନ୍‌ କରି ଆଉଟ ହୋଇଥିଲେ। ତେବେ ଅନ୍ୟତମ ଓପନର ଶମିମା ସୁଲତାନା ଚମତ୍କାର ବ୍ୟାଟିଂ କରି ୪୨ ରନ୍‌ ସ୍କୋର କରିଥିଲେ। ୪୬ ବଲ୍‌ର ଏହି ଇନିଂସରେ ୩ ଚୌକା ସାମିଲ ଥିଲା। ଅଧିନାୟିକା ନିଗାର ସୁଲତାନା ଜ୍ୟୋତି ୧୪ ରନ୍‌ କରିଥିବା ବେଳେ ସୁଲତାନା ଖାତୁନ ୧୨ ରନ୍‌ କରିଥିଲେ। ଭାରତ ପକ୍ଷରୁ ଦେବିକା ବୈଦ୍ୟ ଓ ମିନ୍ନୁ ମଣି ଦୁଇଟି ଲେଖାଏ ଉଇକେଟ ନେଇଥିଲେ। ଶମିମା ସୁଲତାନାଙ୍କୁ ପ୍ଲେୟର ଅଫ୍‌ ଦ ମ୍ୟାଚ୍‌ ଏବଂ ଭାରତୀୟ ଅଧିନାୟିକା ହରମନ୍‌ପ୍ରୀତ୍‌ କୌରଙ୍କୁ ପ୍ଲେୟର୍‌ ଅଫ୍‌ ଦ ସିରିଜ ଘୋଷଣା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଫେବୃଆରୀ ୧ରୁ FASTag ନିୟମରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧।୧: କେନ୍ଦ୍ର ସରକାର FASTag ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ଗାଡ଼ି ମାଲିକଙ୍କୁ FASTag ପାଇବା ପାଇଁ ଆଉ KYC ପୂରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri