ରିଲିଜ୍‌କୁ ଅପେକ୍ଷା

ସତରେ ୟାକୁ ହିଁ କହନ୍ତି ହାତୀ ମୁଣ୍ଡରେ ସୁନା କଳସ ଢାଳିବା। ବ୍ଲକବଷ୍ଟର ‘ବାହୁବଲୀ’ପରେ ପ୍ରଭାସ ପୁଣି ଏବେ ଚର୍ଚ୍ଚାରେ। କାରଣ ଆଉ ଏକ ବିଗ୍‌ ବଜେଟ୍‌ ଫିଲ୍ମ ଚଳିତ ବର୍ଷ ଅଗଷ୍ଟ ୩୦ରେ ରିଲିଜ ହେବାକୁ ଯାଉଛି, ଯାହାର ନାୟକ ସାଜିଛନ୍ତି ଏହି ଅଭିନେତା। ତାହା ହେଲା ‘ଶାହୋ’। ଭାରତୀୟ ସିନେମା ଇତିହାସରେ ଏହା ରେକର୍ଡ ସୃଷ୍ଟି କରିବ ବୋଲି ସିନେ ସମୀକ୍ଷକମାନେ ଏବେଠାରୁ ପୂର୍ବାନୁମାନ କଲେଣି। ଅପରପକ୍ଷରେ ଅଫରଟି ମିଳିବା ପରେ ନିଜ ଉପରେ ଶତ ପ୍ରତଶତ ଭରସା ରଖି ହଁ ଭରିଥିଲେ ପ୍ରଭାସ। ବେଶ୍‌ ସାହସର ସହ ସେ ଏହି ଫିଲ୍ମରେ କେତୋଟି ଷ୍ଟଣ୍ଟ ଶଟ୍‌ ଦେଇଛନ୍ତି। ସୁଜିତଙ୍କ ନିର୍ଦ୍ଦେଶିତ ଏହି ବ୍ୟୟବହୁଳ ଫିଲ୍ମଟିକୁ ଶୁଟିଂ କରିବାକୁ ଦୁଇବର୍ଷ ସମୟ ଲାଗିଛି। ଖାସ୍‌ କଥା ହେଲା ଖ୍ୟାତି ସମ୍ପନ୍ନ ପ୍ରଡକ୍ସନ ଡିଜାଇନର ଶାବୁ ସିରିଲ୍‌ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହାର ଶୁଟିଂ ସେଟ୍‌ ନିର୍ମାଣ କରିବା ପାଇଁ ବ୍ୟୟ ହୋଇଛି ୬୫ କୋଟି। ଏହି ଫିଲ୍ମ ପାଇଁ ଆବୁଧାବିରେ ଏକ ମରୁଭୂମିର ପ୍ରତିକୃତି ନିର୍ମାଣ କରିବାକୁ ପ୍ରଡକ୍ସନ ଡିଜାଇନରଙ୍କୁ ବେଶ୍‌ ସହାୟତା କରିଥିଲେ ପ୍ରଭାସ। ଏହାକୁ ଚୂଡାନ୍ତ ରୂପ ଦେବାକୁ ୩୦୦ ଟେକ୍ନିସିଆନଙ୍କୁ କାମରେ ନିୟୋଜିତ କରାଯାଇଥିଲା। ହିନ୍ଦୀ, ତାମିଲ ଏବଂ ତେଲୁଗୁ ଭାଷାରେ ନିର୍ମିତ ହେଉଥିବା ଏହି ଚର୍ଚ୍ଚିତ ଫିଲ୍ମରେ ପ୍ରଭାସଙ୍କ ବ୍ୟତୀତ ଶ୍ରଦ୍ଧା କପୁର, ଜ୍ୟାକି ଶ୍ରଫ, ନୀଲ ନୀତୀଶ ମୁକେଶ, ମନ୍ଦିରା ବେଦୀ, ଚଙ୍କି ପାଣ୍ଡେ, ମହେଶ ମଞ୍ଜେରକର, ଅରୁଣ ବିଜୟ ଏବଂ ମୁରଲୀ ଶର୍ମାଙ୍କ ପରି କଳାକାର ଅଭିନୟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଁ ବ୍ରେକଅପ କରି ନେଇଛି, ସୁହାନା ଖାଁଙ୍କ ପୋଷ୍ଟ ହେଲା ଭାଇରାଲ!

ମୁମ୍ବାଇ: ଶାହାରୁଖ ଖାଁ ଏବଂ ଗୌରୀ ଖାଁଙ୍କ ଝିଅ ସୁହାନା ଖାଁ ସବୁଠାରୁ ଲୋକପ୍ରିୟ ଷ୍ଟାର କିଡସଙ୍କ ମଧ୍ୟରୁ ଅନ୍ୟତମ । ସେ ଜୋୟା ଅଖତରଙ୍କ...

ବ୍ରେକ ନେଲେ ଶାହାରୁଖ

ମୁମ୍ବାଇ: ବଲିଉଡ ବାଦଶାହା ଶାହାରୁଖ ଖାନ ଗତ ବର୍ଷ ଅର୍ଥାତ୍‌ ୨୦୨୩ ରେ ଏକ ଚମତ୍କାର ପ୍ରତ୍ୟାବର୍ତ୍ତନ କରିଥିଲେ। ପାଞ୍ଚ ବର୍ଷ ପରେ ଶାହାରୁଖ ଫିଲ୍ମ...

‘ଲାହୋର ୧୯୪୭’ରେ ସନ୍ନି ଦେଓଲ

ମୁମ୍ବାଇ: ‘ଗଦର ୨’ର ସଫଳତା ପରେ ସନ୍ନି ଦେଓଲ ଆଉ ଏକ ଦମଦାର ଚଳଚ୍ଚିତ୍ର ‘ଲାହୋର ୧୯୪୭’ସହିତ ପୁଣି ଥରେ ପରଦାକୁ ଆସୁଛନ୍ତି। ଏହା ସଂପୂର୍ଣ୍ଣ...

କଙ୍ଗନାଙ୍କୁ ରାଖୀଙ୍କ ଖୋଲା ଚ୍ୟାଲେଞ୍ଜ

ବମ୍ବେ: ଅଭିନେତ୍ରୀ କଙ୍ଗନା ରାଣାଓ୍ବତଙ୍କୁ ବଡ଼ ଚ୍ୟାଲେଞ୍ଜ ଦେଇଛନ୍ତି ଡ୍ରାମା କୁଇନ୍‌ ରାଖୀ ସାଓ୍ବନ୍ତ। ସର୍ବଦା କିଛି ନା କିଛି କାରଣକୁ ନେଇ ବିବାଦରେ ରହୁଥିବା...

ବାପା ହେଲେ ଏହି ବଲିଉଡ୍‌ ଅଭିନେତା

ବମ୍ବେ: ପୁଣିଥରେ ବାପା ହୋଇଛନ୍ତି ବଲିଉଡ୍‌ ଅଭିନେତା ହରମନ ବାବେଜା। ତାଙ୍କ ଘରକୁ ଏକ କୁନି ରାଜକୁମାରୀ ଆସିଛନ୍ତି। ମାର୍ଚ୍ଚରେ ଅଭିନେତା ବାପା ହୋଇଥିଲେ ହେଁ...

ସଲମାନଙ୍କ ଘର ଉପରକୁ ଗୁଳିମାଡ଼ କରିଥିବା ଅଭିଯୁକ୍ତଙ୍କ ଆତ୍ମହତ୍ୟା

ମୁମ୍ବାଇ,୧ା୫: ବି’ ଟାଉନ୍‌ର ଭାଇଜାନ ସଲମାନ ଖାନଙ୍କ ଘର ଉପରକୁ ଗୁଳିମାଡ଼ ଘଟଣାର ଏକ ବଡ଼ ଖବର ସାମ୍ନାକୁ ଆସିଛି। ସଲମାନଙ୍କ ଗାଲାକ୍ସି ଆପାର୍ଟମେଣ୍ଟ ବାହାରେ...

ଋଷିଙ୍କୁ ମନେପକାଇଲେ ନୀତୁ

ମୁମ୍ବାଇ: ଅଭିନେତା ଋଷି କପୁରଙ୍କ ଚତୁର୍ଥ ଶ୍ରାଦ୍ଧବାର୍ଷିକୀ ମଙ୍ଗଳବାର ପାଳିତ ହୋଇଯାଇଛି। ବଲିଉଡ୍‌ ଇଣ୍ଡଷ୍ଟ୍ରିର ଏହି ଭେଟେରାନ ଅଭିନେତାଙ୍କର ଦେହାନ୍ତ ହେବାରେ ଇତି ମଧ୍ୟରେ ୪...

ଏହି ଯୁବ କ୍ରିକେଟରଙ୍କୁ ନେଇ ମନର କଥା କହିଲେ ଶାହାରୁଖ

ମୁମ୍ବାଇ,୩୦।୪: କୋଲକାତା ନାଇଟ ରାଇଡର୍ସ ମାଲିକ ଶାହରୁଖ ଖାନ ଆସନ୍ତା ଟି -୨୦ ବିଶ୍ୱକପରେ ତାଙ୍କ ଦଳର ଆକ୍ରମଣାତ୍ମକ ବ୍ୟାଟ୍ସମ୍ୟାନ ରିଙ୍କୁ ସିଂଙ୍କୁ ଭାରତୀୟ ଦଳରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri