କାମ କରୁନି ସିସିଟିଭି କ୍ୟାମେରା

ଭବାନୀପାଟଣା,୭।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହରରେ ଲାଗିଥିବା ସିସିଟିଭି କ୍ୟାମେରା ଅଚଳ ହୋଇ ପଡିରହିଛି। ସହରରେ ଅପରାଧକୁ ନିୟନ୍ତ୍ରଣ କରିବା ସହ ଅପରାଧିକ କାର୍ଯ୍ୟକଳାପ ଉପରେ ନଜର ରଖୁଥିବା ସିସିଟିଭି କ୍ୟାମେରା ଗତ ୨ ମାସ ହେଲା କାମ କରୁ ନ ଥିବା ଜଣାପଡିଛି। ଏହାକୁ ନେଇ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଜିଲାର ସଦର ମହକୁମା ଭବାନୀପାଟଣା ସହରର ଜିଲା ମୁଖ୍ୟାଳୟକୁ ପ୍ରତ୍ୟେକ ଦିନ ଜିଲା ତଥା ଜିଲା ବାହାରୁ ହଜାର ହଜାର ଲୋକ ଆସିଥାନ୍ତି। ଆଉ ଏହି ସହରରେ ଚୋରି ଡକାୟତି ରାହାଜାନି ଭଳି ଘଟଣା ଦିନକୁ ଦିନ ବୃଦ୍ଧି ପାଇବାକୁ ଲାଗିଥିବା ବେଳେ ଏହି ଅପରାଧ ଉପରେ ନିୟନ୍ତ୍ରଣ କରିବା ଓ ସହରର ଗତିବିଧି ଉପରେ ନଜର ରଖିବା ପାଇଁ ଜିଲା ପୋଲିସ ପକ୍ଷରୁ ପ୍ରତ୍ୟେକ ଛକରେ ସିସିଟିଭି କ୍ୟାମେରା ଲଗାଇଥିଲା। ଗତ ଦୁଇ ବର୍ଷ ତଳେ ସହରର କଲେଜ ଛକ, ମାଣିକେଶ୍ୱରୀ ଛକ, ଘୋଡ଼ାଘାଟ ଛକ, ଜେଲ ଛକ, ନକଟିଗୁଡା ଛକ ସମେତ ମେଡ଼ିକାଲ ଆଦି ଛକଗୁଡ଼ିକରେ ପ୍ରାୟ ୧୦୦ଟି ପିଟିଜେଡ ଓ ବୁଲେଟ ଆଦି ସିସିଟିଭି କ୍ୟାମେରା ଲଗାଯାଇଥିଲା। ଏହା କମାଣ୍ଡ କଣ୍ଟ୍ରୋଲ ସଫ୍ଟ୍ଟୱେର ମାଧ୍ୟମରେ ସମସ୍ତ କ୍ୟାମେରାକୁ ସଂଯୋଗ କରିବା ସହ ଜିଲା ପୋଲିସ କାର୍ଯ୍ୟାଳୟରେ ଏହାର କଣ୍ଟ୍ରୋଲ ବ୍ୟବସ୍ଥା କରିଥିଲା କଳାହାଣ୍ଡି ପୋଲିସ। ହେଲେ ଗତ ୨ ମାସ ହେଲା ସମସ୍ତ କ୍ୟାମେରା ଅଚଳ ହୋଇ ପଡିଛି। କେଉଁଠି କ୍ୟାମେରା ଭାଙ୍ଗି ଯାଇ ତଳେ ଓହଳି ପଡିଛି ତ ଆଉ କେଉଁଠି ଫାଶୀ ଖୁଣ୍ଟରେ ଝୁଲିଳା ଭଳି ଓହଳି ପଡିଛି। ଏ ନେଇ କଳାହାଣ୍ଡି ଏସ୍‌ପି ଅଭିଳାଷ ଜିଙ୍କୁ ପ୍ରତିକ୍ରିୟା ନେବାରୁ ଖୁବଶୀଘ୍ର ସହରରେ ପୁଣି ଥରେ ସମସ୍ତ ସିସିଟିଭି କ୍ୟାମେରା କାର୍ଯ୍ୟକାରୀ ହେବା ନେଇ ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Video Viral: ଘରେ ରଖିଥିବା ହେଲମେଟ୍‌ ଭିତରୁ ବାହାରିଲା ନାଗ, ଆଉ ତା’ପରେ…

ନୂଆଦିଲ୍ଲୀ,୨।୧: ଦେଶର ଅନେକ ସ୍ଥାନରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ଲୋକମାନେ ଥଣ୍ଡାରେ ବାହାରକୁ ଯିବାକୁ ସଂକୋଚ କରୁଛନ୍ତି। ବାହାରକୁ ପାଦ ଦେବା ମାତ୍ରେ ଶରୀର...

ଏସବୁ ଦେଶ ସବୁଠୁ ଅଧିକ କିଣନ୍ତି ଅସ୍ତ୍ରଶସ୍ତ୍ର, ଜାଣନ୍ତୁ କେତେ ନମ୍ବରରେ ରହିଛି ଭାରତ

ନୂଆଦିଲ୍ଲୀ,୨ା୧: ଷ୍ଟକ୍‌ହୋମ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍‌ (SIPRI)ର ସଦ୍ୟତମ ରିପୋର୍ଟ ଅନୁଯାୟୀ, ବିଶ୍ୱ ଅସ୍ତ୍ରଶସ୍ତ୍ର ବାଣିଜ୍ୟ ଉପରେ ଆଲୋକପାତ କରିଛି। ରିପୋର୍ଟ ଅନୁଯାୟୀ, ୨୦୨୦ରୁ...

ଶ୍ରୀମନ୍ଦିର ନୀତିକ୍ରାନ୍ତିରେ ବିଭ୍ରାଟ, ସକାଳ ୯ଟା ୪୫ରେ ହେଲା ପତିତପାବନଙ୍କ ଆଳତି

ପୁରୀ ୨/୨( ଅଜିତ୍ କୁମାର ମହାନ୍ତି ):  ପୁରୀ ଶ୍ରୀମନ୍ଦିର ନୀତିକ୍ରାନ୍ତିରେ ପୁଣି ବିଭ୍ରାଟ ଦେଖିବାକୁ ମିଳିଛି। ଶ୍ରୀମନ୍ଦିର ପ୍ରଶାସନ ମହାପ୍ରଭୁଙ୍କ ନୀତିକୁ ଗୁରୁତ୍ଵ ଦେଇ...

‘ମୁଁ ନୁହେଁ, ସେ ମୋତେ ଭେଟିବାକୁ ଆସିଥିଲେ…’ ଜୟଶଙ୍କରଙ୍କ କରମର୍ଦ୍ଦନକୁ ନେଇ ଗର୍ବ କଲା ପାକିସ୍ତାନ, କଲା ଏମିତି ଦାବି

ନୂଆଦିଲ୍ଲୀ/ଇସଲାମାବାଦ,୨।୧: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଦୀର୍ଘ ଦିନ ଧରି ଚାଲିଥିବା ଉତ୍ତେଜନା ମଧ୍ୟରେ, ଢାକାରୁ ଆସିଥିବା ଏକ ଫଟୋ ପାକିସ୍ତାନରେ ଆଲୋଚନାର ବିଷୟ ପାଲଟିଛି।...

ଶୋଇଥିଲେ ବି ବିକାଶ କଥା ଚିନ୍ତା କରେ: ଭାବବିହ୍ବଳ କଲେ ନରସିଂହ

ଲୋଇସିଂହା,୨।୧(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ଜନକଲ୍ୟାଣ ଯୁବ ସାମ୍ମୁଖ୍ୟ କ୍ଲବ ପକ୍ଷରୁ ଅଭିନନ୍ଦନ-୨୦୨୬ ଉତ୍ସବ ପାଳିତ ହୋଇଯାଇଛି। ଉତ୍ସବକୁ ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର...

ନିଜ IPL ଟିମ୍‌ KKRରୁ କେତେ ରୋଜଗାର କରନ୍ତି କିଙ୍ଗ୍‌ ଖାନ? ଜାଣିଲେ…

ନୂଆଦିଲ୍ଲୀ,୨।୧: ବଲିଉଡର କିଙ୍ଗ ଖାନ ସବୁବେଳେ ଖବରର ଶିରୋନାମାରେ ରହିଥାନ୍ତି। ସେ ତାଙ୍କ ଫିଲ୍ମ ମାଧ୍ୟମରେ ପ୍ରଶଂସକମାନଙ୍କୁ ମୋହିତ କରନ୍ତି। ବର୍ତ୍ତମାନ, ପ୍ରଶଂସକମାନେ ଶାହରୁଖ ଖାନଙ୍କ...

ପ୍ରିୟଙ୍କା ଗାନ୍ଧୀଙ୍କ ଜିପ୍‌ ସାମ୍ନାକୁ ଚାଲିଆସିଲା ବାଘ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨।୧: କଂଗ୍ରେସ ମହାସଚିବ ଏବଂ ଏମପି ପ୍ରିୟଙ୍କା ଗାନ୍ଧୀ ତାଙ୍କ ପୁଅର ନିର୍ବନ୍ଧ ପାଳନ କରିବା ଏବଂ ଏକ ବ୍ୟକ୍ତିଗତ ଯାତ୍ରାରେ ନୂତନ ବର୍ଷ ଛୁଟି...

ଗଜପତି ଜିଲାର ନୂଆ ଜିଲାପାଳ ହେଲେ ଅକ୍ଷୟ ସୁନିଲ ଅଗ୍ରୱାଲ

ଗଜପତି(ଗିରିଧାରୀ ପରିଛା):୦୨/୦୧- ଗଜପତି ଜିଲ୍ଲାର ନୂଆ ଜିଲ୍ଲାପାଳ ହେଲେ ଅକ୍ଷୟ ସୁନିଲ ଅଗ୍ରୱାଲ । ନୂଆବର୍ଷରେ ନିଯୁକ୍ତି ଦେଇଛନ୍ତି ସରକାର । ଗତ କିଛି ଦିନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri