ମାଞ୍ଜାପାଇ ବ୍ୟାଗ ନାଁ ଶୁଣିଛନ୍ତି କି? ଏମିତି ଏକପ୍ରକାର ସୂତାବ୍ୟାଗ ପରିବେଶ ପ୍ରଦୂଷଣ ରୋକିବାରେ ମୁଖ୍ୟ ଭୂମିକା ନେଉଛି। ଏହି ବ୍ୟାଗ୍ର ରଙ୍ଗ ହଳଦିଆ। ଆଇଏଏସ୍ ଅଧିକାରୀ ସୁପ୍ରିୟା ସାହୁ ଏହାର ବ୍ୟବହାରକୁ ବ୍ୟାପକ କରିବାକୁ ଲାଗିପଡ଼ିଛନ୍ତି। ସୁପ୍ରିୟା ଏବେ ତାମିଲନାଡୁର ପରିବେଶ, ଜଳବାୟୁ ପରିବର୍ତ୍ତନ ଓ ଜଙ୍ଗଲ ବିଭାଗର ଅତିରିକ୍ତ ସଚିବ ଭାବେ କାର୍ଯ୍ୟରତ। ମାଞ୍ଜାପାଇ ବ୍ୟାଗ୍ ବହୁ ପୂର୍ବରୁ ଲୋକେ ବ୍ୟବହାର କରୁଥିଲେ। ଏହାକୁ ଲୋକପ୍ରିୟ କରିବା ଲାଗି ସୁପ୍ରିୟା ଓ ତାଙ୍କ ଟିମ୍ ମାଞ୍ଜାପାଇ ବ୍ୟାଗ ଅଭିଯାନ ଆରମ୍ଭ କରିଛନ୍ତି। ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକରୁ ଲୋକମାନଙ୍କୁ ଦୂରେଇ ନେବା ଏହି ଅଭିଯାନର ମୁଖ୍ୟ ଲକ୍ଷ୍ୟ। କେବଳ ଏତିକି ନୁହେଁ, ସୁପ୍ରିୟା ଏବଂ ତାଙ୍କ ଟିମ୍ ଗତ ୧୨ ମାସରେ ୧,୭୦୦ ଟନ୍ ବର୍ଜ୍ୟ ପ୍ଲାଷ୍ଟିକ ସଂଗ୍ରହ କରିସାରିଲେଣି। ସୁପ୍ରିୟା ମୁଖ୍ୟତଃ ସ୍କୁଲ ପିଲାମାନଙ୍କୁ ନେଇ ଏହି କାମ କରୁଛନ୍ତି ଓ ସେମାନଙ୍କ ଦ୍ୱାରା ୩୦୦୦ ଇକୋ କ୍ଲବ୍ ବି ଗଠନ କରିସାରିଛନ୍ତି। ଏହି ବ୍ୟାଗ୍କୁ ଏବେ ସେ ସବୁ ଜିଲାର ପଞ୍ଚାୟତ ଓ ଗାଁ ସ୍ତରରେ ପହଞ୍ଚାଇବା ଲାଗି ଯୋଜନା କରିଛନ୍ତି।
ଏଇ ଭାରତରେ
ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍ ନ ନେଇ ପଲିଥିନରେ ପରିବା...
ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ
ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...
ଗାନ୍ଧୀ ନୂଅଁାଖାଇ
ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...
ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ
ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...
ଆସାମର ହାତୀ-ଟ୍ରେନ୍ ଧକ୍କା
ଶନିବାର(୨୦-୧୨-୨୫) ବିଳମ୍ବିତ ରାତିରେ ଆସାମରେ ଘଟିଥିବା ହାତୀ-ଟ୍ରେନ୍ ଧକ୍କା ଏକ ବଡ଼ ଘଟଣା। ଗୋଟିଏ ଧକ୍କାରେ ୮ଟି ହାତୀଙ୍କ ମୃତ୍ୟୁ ହୋଇଛି। ଆସାମରେ ଏହା ଏପର୍ଯ୍ୟନ୍ତ...
ଶିକ୍ଷା ଓ ଶିକ୍ଷକ
ଶିକ୍ଷା ହେଉଛି ଗୋଟିଏ ଦେଶର ସବୁଠୁ ମୌଳିକ ଓ ଶକ୍ତିଶାଳୀ ସାମାଜିକ ଭିତ୍ତିଭୂମି। ଏହା କେବଳ ପାଠପଢ଼ା, ପରୀକ୍ଷା, ସାର୍ଟିଫିକେଟ କିମ୍ବା ଚାକିରି ପାଇବାର ଉପାୟ...
ଦିଲ୍ଲୀରୁ ଯିବ ରାଜଧାନୀ
ଦିଲ୍ଲୀ ଭାରତର ରାଜଧାନୀ ହୋଇଥିବାରୁ ଦେଶର ବିଭିନ୍ନ ପ୍ରାନ୍ତର ଲୋକ ସେଠାରେ ରହିବାକୁ କିମ୍ବା ବୁଲିଯିବାକୁ ପସନ୍ଦ କରିଥାଆନ୍ତି। ସେଠି ପାର୍ଲାମେଣ୍ଟ, ଲାଲ୍କିଲ୍ଲା, ସୁପ୍ରିମକୋର୍ଟ, ଇଣ୍ଡିଆ...
ଏବର ଚାଷବାସ
କୃଷି ବିନା ସମ୍ଭବ ନୁହେଁ ଖୁସି। ଖୁସି ସେହିଠାରୁ ଆସେ ଯେଉଁଠି ଥାଏ ଅନ୍ନ। ଅନ୍ନଗ୍ରହଣ ନାଶକରେ ଭୋକ। ଭୋକରୁ ଉତ୍ତୀର୍ଣ୍ଣ ହେବାକୁ ହେଲେ ମାଟି...
Archives


