ହଙ୍ଗେରୀ: ସମ୍ମାନ ଓ ସ୍ବାଧୀନତା

କେନ୍ଦ୍ରୀୟ ୟୁରୋପୀୟ ରାଷ୍ଟ୍ର ହଙ୍ଗେରୀ ଦୀର୍ଘ ୧୬ ବର୍ଷ ପରେ ନୂଆ ଶାସକ ଦେଖିବାକୁ ଯାଉଛି। ଉଗ୍ର ଦକ୍ଷିଣପନ୍ଥୀ ରାଜନୀତି ଚଳାଇ ଆସିଥିବା ଭିକ୍ଟର ଓର୍ବାନ୍‌ଙ୍କୁ ଦେଶବାସୀ ପ୍ରତ୍ୟାଖ୍ୟାନ କରିଛନ୍ତି । ୧୯୯୮ରୁ ୨୦୦୨ ଏବଂ ୨୦୧୦ରୁ ୨୦୨୬ ଯାଏ ମୋଟ ୨୦ ବର୍ଷ ସେ କ୍ଷମତା ଉପଭୋଗ କରିଥିଲେ। ୧୨ ଏପ୍ରିଲରେ ହୋଇଥିବା ନିର୍ବାଚନରେ ୧୯୯ ସଂସଦୀୟ ଆସନ ମଧ୍ୟରୁ ପିଟର ମାଜ୍ୟାରଙ୍କ ତିସ୍‌ଜା ପାର୍ଟି ୧୩୬ ସିଟ୍‌ ଜିତି ସରକାର ଗଢ଼ିବାକୁ ଯାଉଛି। ଓର୍ବାନଙ୍କ ଫିଡେସ୍‌ଜ ଦଳ ୫୭ ଆସନ ଲାଭ କରିଥିବା ବେଳେ ଅତି ଉଗ୍ର ଦକ୍ଷିଣପନ୍ଥୀ ଦଳ ମି ହାଜାଙ୍କ ୬ ଆସନ ପାଇଛି। ସରକାରରେ ବ୍ୟାପକ ଦୁର୍ନୀତି, କ୍ରୋନି କ୍ୟାପିଟାଲିଜମ୍‌ (ବ୍ୟବସାୟିକ ବ୍ୟକ୍ତିଙ୍କ ସହ ଶାସନ ବ୍ୟବସ୍ଥା ଓତପ୍ରୋତ ଭାବେ ଜଡ଼ିତ ହେବା) ଏବଂ ୟୁରୋପୀୟ ସଂଘ (ଇୟୁ) ବିରୋଧୀ କାର୍ଯ୍ୟକଳାପ ଯୋଗୁ ଭୋଟରମାନେ ଓର୍ବାନ୍‌ଙ୍କୁ ଗାଦିଚ୍ୟୁତ କଲେ ବୋଲି ରାଜନୈତିକ ବିଶେଷଜ୍ଞମାନେ ମତ ଦେଇଛନ୍ତି। ଓର୍ବାନଙ୍କ ଦଳର ପରାଜୟ ୟୁରୋପବ୍ୟାପୀ ଦକ୍ଷିଣପନ୍ଥୀ ରାଜନୀତି ପାଇଁ ଏକ ବଡ଼ ଧକ୍କା ପହଞ୍ଚାଇଛି।
ଓର୍ବାନ ଦୀର୍ଘ ବର୍ଷ ଧରି ତାଙ୍କ ଉଗ୍ର ରାଜନୈତିକ ଶାସନ ଜରିଆରେ ଲୋକଙ୍କୁ ଦମନ କରିଆସୁଥିଲେ। ନିର୍ବାଚନ ପୂର୍ବରୁ ସେ ବିଶ୍ୱର ୩ ଶକ୍ତିଶାଳୀ ନେତାଙ୍କ ସମର୍ଥନ ହାସଲ କରିଥିଲେ। ସେମାନେ ହେଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌, ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଏବଂ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ। ଏମାନେ ସମସ୍ତେ ବିଶ୍ୱରେ ଦେଖାଦେଇଥିବା ୩ ପ୍ରମୁଖ ଯୁଦ୍ଧରେ ଆକ୍ରମଣକାରୀ ଭାବେ ଜଣାଶୁଣା। ଓର୍ବାନ୍‌ଙ୍କ ପରାଜୟ ଟ୍ରମ୍ପ୍‌ଙ୍କୁ ଏକ ଝଟକା ଦେଇଛି। କାରଣ ନିର୍ବାଚନ ପ୍ରଚାର ସମୟରେ ଓର୍ବାନ୍‌ଙ୍କୁ ଭୋଟ ଦେବା ଲାଗି ଟ୍ରମ୍ପ୍‌ ହଙ୍ଗେରୀୟମାନଙ୍କୁ ନିବେଦନ କରିଥିଲେ। ଏପରିକି ବୁଦାପେଷ୍ଟରେ ଏକ ନିର୍ବାଚନ ଶୋଭାଯାତ୍ରାରେ ଓର୍ବାନ୍‌ଙ୍କ ସହ ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କୁ ଦେଖିବାକୁ ମିଳିଥିଲା। ସେହିପରି ଓର୍ବାନ ରୁଷିଆକୁ ଖୋଲାଖୋଲି ସମର୍ଥନ ଦେବା ନୀତି ଗ୍ରହଣ କରିଥିଲେ, ଯେଉଁଥିରେ ୟୁକ୍ରେନ ଓ ତାଙ୍କ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କିଙ୍କୁ ହଙ୍ଗେରୀର ମୁଖ୍ୟ ଶତ୍ରୁ ଭାବେ ଚିତ୍ରଣ କରିଥିଲେ। ହଙ୍ଗେରୀୟମାନେ ସାଧାରଣତଃ ୟୁକ୍ରେନୀୟଙ୍କୁ ସମର୍ଥନ କରି ନ ଥାଆନ୍ତି। କିନ୍ତୁ ସେମାନେ ଏହା ମଧ୍ୟ ବିଶ୍ୱାସ କରୁ ନାହାନ୍ତି ଯେ, ୟୁକ୍ରେନ ତାଙ୍କ ଦେଶ ପାଇଁ କୌଣସି ବିପଦ ସୃଷ୍ଟି କରିପାରିବ। ଓର୍ବାନ୍‌ ଖୋଲାଖୋଲି ୟୁକ୍ରେନ୍‌ଙ୍କୁ ବିରୋଧ କରିବା ତାଙ୍କ ନିର୍ବାଚନ ଫଳାଫଳକୁ ପ୍ରଭାବିତ କଲା। ଅନ୍ୟ ଏକ ଘଟଣାରେ ନେତାନ୍ୟାହୁଙ୍କ ବିରୋଧରେ ଯୁଦ୍ଧ ଅପରାଧର ଦାଗ ଲାଗିବା ପରେ ହଙ୍ଗେରୀ ଅନ୍ତର୍ଜାତୀୟ ଅପରାଧ କୋର୍ଟ (ଆଇସିସି)ରୁ ଓହରିଯିବା ଓର୍ବାନଙ୍କ ରାଜନୈତିକ ପଦକ୍ଷେପ ଥିଲା। ଆଲୋଚନା ହେଉଥିଲା ଓର୍ବାନ୍‌ ସଦ୍ୟ ଶେଷ ହୋଇଥିବା ନିର୍ବାଚନରେ ବିଜୟ ହୋଇଥିଲେ ଇୟୁରୁ ଓହରି ଯାଇଥାଆନ୍ତେ।
ହଙ୍ଗେରୀରେ ଶାସନ ପରିବର୍ତ୍ତନ ହେବ ବୋଲି ନିର୍ବାଚନ ପୂର୍ବରୁ ଅନୁମାନ କରାଯାଇଥିଲା। କାରଣ ଓର୍ବାନ୍‌ଙ୍କ ଶାସନରେ ହଙ୍ଗେରୀୟମାନେ ଅତିଷ୍ଠ ହୋଇ ପଡ଼ିଥିଲେ। ବାକ୍‌ ସ୍ବାଧୀନତା ଦମନ କରିବା ସହ ନାଗରିକର ବ୍ୟକ୍ତିଗତ ସ୍ବାଧୀନତା ସଙ୍କୁଚିତ କରିବାରେ ସେ ଲାଗିପଡ଼ିଥିଲେ। ଏଥିସହିତ ତାଙ୍କ ନୀତିକୁ ଆଇନଗତ ଭାବେ ଚ୍ୟାଲେଞ୍ଜ୍‌ କରାଗଲେ ତାହାକୁ ମଞ୍ଜୁର କରିବା ପାଇଁ ବିଚାରପତିଙ୍କ ନିଯୁକ୍ତି ଭଳି ଜନବିରୋଧୀ ପଦକ୍ଷେପ ନିଆଯାଇଥିଲା। ଏସବୁ ଅତ୍ୟନ୍ତ ଦକ୍ଷିଣପନ୍ଥୀ ରାଜନୀତିର ଲକ୍ଷଣ ଏବଂ ଏଥିରେ ଟ୍ରମ୍ପୀୟ ଛାପ ସ୍ପଷ୍ଟ ବାରିହୋଇ ପଡ଼ୁଥିଲା।
ଲୋକଙ୍କ ଅସନ୍ତୋଷ ପ୍ରଥମେ ୨୦୨୨ଠାରୁ ଆରମ୍ଭ ହୋଇଥିଲା ଯେତେବେଳେ ମୁଦ୍ରାସ୍ଫୀତି ୪୦% ରୁ ଅଧିକ ହୋଇଥିଲା ଏବଂ ଦେଶର ଅର୍ଥନୀତିରେ ମାନ୍ଦାବସ୍ଥା ଦେଖାଦେଇଥିଲା। ଦେଶରେ ବ୍ୟାପକ ଦୁର୍ନୀତି ଦେଖାଦେବାରୁ ବିଦେଶୀ ପୁଞ୍ଜିନିବେଶକଙ୍କ ମନରେ ଭୟ ସୃଷ୍ଟି ହୋଇଥିଲା। ଏଭଳି ସ୍ଥିତି ହଙ୍ଗେରୀୟ ଉଦ୍ୟୋଗିକତାକୁ ମଧ୍ୟ ନିରୁତ୍ସାହିତ କରିଥିଲା। ଅନେକ ଲୋକ ହଙ୍ଗେରୀର ସ୍ଥିତି ଓ ଭାରତର ବର୍ତ୍ତମାନର ଅର୍ଥନୈତିକ ପରିସ୍ଥିତି ମଧ୍ୟରେ ସାମଞ୍ଜସ୍ୟ ଦେଖୁଛନ୍ତି। ପ୍ରତ୍ୟେକ ଦିନ ବିଦେଶୀ ପୁଞ୍ଜିନିବେଶକମାନେ ହଙ୍ଗେରୀ ଭଳି ଭାରତରୁ ପଳାୟନ କରୁଛନ୍ତି।
ପିଟର ମ୍ୟାଜର, ଯିଏ ହଙ୍ଗେରୀର ନେତୃତ୍ୱ ନେବା ଏକପ୍ରକାର ନିଶ୍ଚିତ ହୋଇଯାଇଛି ଏକଦା ସେ ଓର୍ବାନ୍‌ଙ୍କ ଫିଡେସ୍‌ଜ ଦଳରେ ଥିଲେ। ଓର୍ବାନ୍‌ଙ୍କ ଭୁଲ୍‌ ନିଷ୍ପତ୍ତି ଓ ନୀତିକୁ ବିରୋଧ କରି ଦୁଇ ବର୍ଷ ତଳେ ସେ ଦଳରୁ ଇସ୍ତଫା ଦେଇଥିଲେ। ୨୦୨୦ରେ ଗଠିତ ହୋଇଥିବା ତିସ୍‌ଜା ପାର୍ଟି (ଯାହାର ଅନୁବାଦ ହେବ ସମ୍ମାନ ଓ ସ୍ବାଧୀନତା ପାର୍ଟି)ରେ ପିଟର ଯୋଗଦେବା ପରେ ତାଙ୍କ ଲୋକପ୍ରିୟତା ବଢ଼ିଥିଲା। ସେ ଦେଶ ପାଇଁ ବାସ୍ତବବାଦୀ ନୀତି ପ୍ରଣୟନ ଉପରେ ଜୋର ଦେଉଛନ୍ତି। ପିଟର ହଙ୍ଗେରୀର ୟୁରୋପୀୟ ସଂଘ ସହ ବିଗିଡ଼ିଯାଇଥିବା ସମ୍ପର୍କକୁ ପୁନଃସ୍ଥାପନ କରିବା, ଦୁର୍ନୀତିର ବିରୋଧ କରିବା ଏବଂ ଦୀର୍ଘଦିନ ଉପେକ୍ଷିତ ସରକାରୀ ସେବା ପାଇଁ ଅର୍ଥ ବ୍ୟୟ କରିବାର ପ୍ରତିଶ୍ରୁତି ଦେଇଥିଲେ। ଏସବୁ ପ୍ରତିଶ୍ରୁତି ପିଟରଙ୍କୁ ବେଶ୍‌ ସମର୍ଥନ ଦେଇଥିଲା। ବିଜୟ ପରେ ସେ ଉଲ୍ଲସିତ ହୋଇ କହିଥିଲେ ମୋ ପ୍ରିୟ ହଙ୍ଗେରୀବାସୀ, ଆମେ ଏହା କରିପାରିଲେ। ଡାନ୍ୟୁବ୍‌ ନଦୀ କୂଳରେ ଏକତ୍ରିତ ହୋଇଥିବା ପ୍ରାୟ ଦଶ ହଜାର ସମର୍ଥକଙ୍କୁ ସେ ଧନ୍ୟବାଦ ଦେଇଥିଲେ। ଏବର ନିର୍ବାଚନ ଫଳ ଆଉ ଏକ ଶକ୍ତିଶାଳୀ ଦକ୍ଷିଣପନ୍ଥୀ ନେତାଙ୍କ ପତନକୁ ସୂଚାଉଛି।
ହଙ୍ଗେରୀର ଏହି ନିର୍ବାଚନ ଫଳାଫଳକୁ ବିଶ୍ୱର ନଜର ଥିଲା। ଅନେକ ଦକ୍ଷିଣପନ୍ଥୀ ନେତା ଓର୍ବାନଙ୍କୁ ଆଦର୍ଶ ମାନୁଥିଲେ। ଏପରିକି ଓର୍ବାନ ଫ୍ରାନ୍ସର ମାରିନ୍‌ ଲେ ପେନ୍‌ ଓ ଇଟାଲୀର ଜର୍ଜିଆ ମେଲୋନିଙ୍କ ସମର୍ଥନ ପାଇଥିଲେ। କିନ୍ତୁ ଓର୍ବାନଙ୍କ ପରାଜୟର ଗୁରୁତ୍ୱ ବୁଝି ମେଲୋନି ତୁରନ୍ତ ପିଟରଙ୍କୁ ଅଭିନନ୍ଦନ ଜଣାଇଥିବା ଦେଖିବାକୁ ମିଳିଛି। ୟୁରୋପସାରା ନେତାମାନେ ଏହି ଫଳାଫଳକୁ ସ୍ବାଗତ କରିଛନ୍ତି। ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ କେର୍‌ ଷ୍ଟାରମର୍‌ ସୋସିଆଲ ମିଡିଆରେ ଏହାକୁ ହଙ୍ଗେରୀ ଏବଂ ସମଗ୍ର ୟୁରୋପୀୟ ଗଣତନ୍ତ୍ର ପାଇଁ ଐତିହାସିକ ମୁହୂର୍ତ୍ତ ବୋଲି ଅଭିହିତ କରିଛନ୍ତି। ହଙ୍ଗେରୀର ଏହି ଘଟଣା ସ୍ପଷ୍ଟ ବାର୍ତ୍ତା ଦେଉଛି ଯେ, ୧୬ ବର୍ଷ ଧରି ପରୀକ୍ଷା କରାଯାଇଥିବା ଦକ୍ଷିଣପନ୍ଥୀ ରାଜନୀତି ଲୋକଙ୍କ ଜୀବିକା, ସ୍ବାସ୍ଥ୍ୟ ଏବଂ ଶିକ୍ଷା ସମସ୍ୟାର ସମାଧାନ କରିପାରି ନ ଥିଲା।
ହଙ୍ଗେରୀ ନିର୍ବାଚନ ବିଶ୍ୱକୁ ବାସ୍ତବବାଦୀ ବାର୍ତ୍ତା ଦେଇଛି। ଦିନେ ବାମପନ୍ଥୀ ଶାସନ ଓ ଚିନ୍ତାଧାରା ପୃଥିବୀରେ ତା’ର ଗୁରୁତ୍ୱ ବଢ଼ାଇଥିଲା। ଶାସକମାନଙ୍କ ଭୁଲ୍‌ ନୀତି ଓ ନିଷ୍ପତ୍ତି ସେହି ଚିନ୍ତାଧାରାକୁ ହଟେଇ ଦକ୍ଷିଣପନ୍ଥୀ ଭାବନାର ଅଭ୍ୟୁଦୟ କଲା। ହେଲେ ଏହି ଚିନ୍ତାଧାରା ଉଗ୍ର ନିଷ୍ପତ୍ତି ଦ୍ୱାରା ପ୍ରଭାବିତ ହୋଇଯିବାରୁ ତାହା ଲୋକଙ୍କ ଗ୍ରହଣୀୟତା ହରାଇବାକୁ ଆରମ୍ଭ କରିଛି । ଏହା ଦେଖାଉଛି ଯେ ଦକ୍ଷିଣପନ୍ଥୀମାନେ ଏବେ ପଛକୁ ହଟୁଛନ୍ତି। ବିଭାଜନ ଓ ଧ୍ରୁବୀକରଣ ରାଜନୀତି ଗଣମାଧ୍ୟମ, ନ୍ୟାୟପାଳିକା ଏବଂ ଶକ୍ତି ପ୍ରୟୋଗର ମିଶ୍ରଣରେ ସମାଧାନର ସୂତ୍ର ବାହାର କରିବା ଅପେକ୍ଷା ଅଧିକ ସମସ୍ୟା ସୃଷ୍ଟି କରୁଛି । ଏଭଳି ସମସ୍ୟା ଭାରତ ସହିତ ଅନେକ ଦେଶରେ ରହିଛି। ଏବେ ହଙ୍ଗେରୀ ଦେଖାଇଦେଲା ଯେ ବିଶ୍ୱ କେଉଁ ଦିଗରେ ଯାଉଛି। ଏଠାରେ ବୁଝାଯିବା ଦରକାର ଯେ, ଗଣତାନ୍ତ୍ରିକ ନେତାଙ୍କ ପ୍ରକୃତ ପରୀକ୍ଷା କେବଳ ନିର୍ବାଚନ ଜିତିବା ନୁହେଁ, ବରଂ ସମଗ୍ର ଜନସଂଖ୍ୟାର ପ୍ରତିନିଧିତ୍ୱ କରି ସମସ୍ତଙ୍କ ପାଇଁ ଏକ ସୁସ୍ଥ ଓ ଉତ୍ତରଦାୟୀ ଶାସନ ପ୍ରଦାନ କରିବା।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

‘ମୁଁ ଆପଣଙ୍କ ଛାତ୍ର, ମୋତେ…’, ଶିକ୍ଷକଙ୍କ ସହ PM ମୋଦିଙ୍କ ରୋଚକ କଥାବାର୍ତ୍ତା

ନୂଆଦିଲ୍ଲୀ,୫।୯: ଶିକ୍ଷକ ଦିବସ ଅବସରରେ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଛି ବିଶେଷ ଶିକ୍ଷକଙ୍କୁ ଭେଟିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଆବାସରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

କେରଳରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ୍‌କୁ ପିଟିଲା କାର୍‌; ୮ ଛାତ୍ରଙ୍କ ମୃତ୍ୟୁ

ତ୍ରିଶୂର ,୫।୯: କେରଳର ତ୍ରିଶୂର ଜିଲାରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ଟ୍ରକ୍‌କୁ କାର୍‌ ଧକ୍କା ଦେବା ଫଳରେ କାର୍‌ରେ ଥିବା…

୨୦୨୯ରେ ବିଜୟ ହେବେ PM ପ୍ରାର୍ଥୀ? TVK ଦଳର ବଡ଼ ଦାବି, କଂଗ୍ରେସ ଶିବିରରେ ହଇଚଇ!

ଚେନ୍ନାଇ,୪।୯: ୨୦୨୯ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ପଦ ଲାଗି ପ୍ରାର୍ଥୀ ଚୟନକୁ ନେଇ ତାମିଲନାଡୁର ଶାସକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’ (TVK) ଏବଂ ସହଯୋଗୀ ଦଳ…

ଗାଡ଼ି ଚାଳକ ସାବଧାନ: ଏହି ଭୁଲ କଲେ ତୁରନ୍ତ ରଦ୍ଦ ହେବ ଡ୍ରାଇଭିଂ ଲାଇସେନ୍ସ! ଗଡ଼କରୀଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୪।୯: ଭାରତରେ ଖୁବଶୀଘ୍ର ଡ୍ରାଇଭିଂ ଲାଇସେନ୍ସ (DL) ଏବଂ ଭେହିକଲ ରେଜିଷ୍ଟ୍ରେଶନ ସାର୍ଟିଫିକେଟ (RC)କୁ ନେଇ ନିୟମ ବଦଳିପାରେ। ଡ୍ରାଇଭିଂ ଲାଇସେନ୍ସ ଓ RC ପାଇଁ ଏକ…

ଲ୍ୟାଣ୍ଡିଂ ବେଳେ ଫେଲ୍‌ ହେଲା ବ୍ରେକ୍‌ : ସିଧା ଯାଇ ଖୁଣ୍ଟରେ ପିଟିହେଲା ଇଣ୍ଡିଗୋ ବିମାନ, ତା’ପରେ…

ଶ୍ରୀନଗର,୪।୯: ମୁମ୍ବାଇରୁ ଶ୍ରୀନଗର ପହଞ୍ଚିଥିବା ଇଣ୍ଡିଗୋର ବିମାନ 6E 225 ଲ୍ୟାଣ୍ଡିଂ ପରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଲ୍ୟାଣ୍ଡିଂ ପରେ ବିମାନଟି ପାର୍କିଂ ବେ’ ଆଡ଼କୁ ଯାଉଥିବା ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri