କାର୍ ଭିତରୁ ୮.୪୭ଲକ୍ଷର ଜାଲ ନୋଟ ଜବତ, ବରଗଡ-ଛତିଶଗଡକୁ ଲମ୍ବିଛି ଚେର

ସୋନପୁର,୧୫।୪(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ସହର ସ୍ଥିତ ଏସ୍‌ବିଆଇ ମୁଖ୍ୟ ଶାଖା ସମ୍ମୁଖରେ ପୋଲିସ ଚଢାଉ କରି ବିପୁଳ ପରିମାଣର ଜାଲ ନୋଟ ଜବତ କରିଛି । ଏଥିରେ ଏକ ର଼୍ୟାକେଟ୍‌ କାମ କରୁଛି। ପଡୋଶୀ ଜିଲା ବରଗଡ ଓ ପଡୋଶୀ ରାଜ୍ୟ ଛତିଶଗଡକୁ ମଧ୍ୟ ଏହି ଅପରାଧର ଚେର ଲମ୍ବିଛି । ୨ ଜଣ ଯୁବକ ଏକ କଳା ରଙ୍ଗର ସ୍କୋର୍ପିଓରେ ଆସି ଜାଲ ନୋଟ କାରବାର କରୁଥିବା ସୁବର୍ଣ୍ଣପୁର ପୋଲିସକୁ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିଲା। ସୋନପୁର ଟାଉନ ପୋଲିସ ଆଇଆଇସି ଯାଦବ ବାଗଙ୍କ ନେତୃତ୍ୱରେ ମଙ୍ଗଳବାର ବିଳମ୍ବିତ ରାତିରେ ପୋଲିସ ଟିମ୍‌ ସହରରେ ପେଟ୍ରୋଲିଂ କରୁଥିଲେ।

ଏକ କଳା ରଙ୍ଗର ସ୍କୋର୍ପିଓ କ୍ଲାସିକ୍‌ ଏସ ୧୧(ନଂ ଓଡି୩୪ଜେଡ-୧୯୧୯)କୁ ଏସଆଇ ଅନିଲ ବେହେରା ଅଟକ ରଖି ତନଖି କରିବା ସମୟରେ ନୀଳ ରଙ୍ଗର ବ୍ୟାଗ୍‌ରୁ ୫୦୦ଟଙ୍କିଆ ଜାଲ ନୋଟ ବଣ୍ଡଲ ମିଳିଥିଲା ବୋଲି ଏସ୍‌ପି ନାରାୟଣ ନାୟକ ବୁଧବାର ଜିଲା ପୋଲିସ ମୁଖ୍ୟାଳୟରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏସ୍‌ପି କହିଛନ୍ତି ଏହା ଜାଲ ନୋଟ ବୋଲି ଖାଲି ଆଖିରେ ଦେଖିଲେ ଜଣା ପଡିଯାଉଛି। ସେହିପରି ସବୁ ନୋଟର କ୍ରମିକ ନଂ ୦୦ ୦୦ ୦୦ ଥିଲା। ଗଣତି ପରେ ୫୦୦ଟଙ୍କିଆ ମୋଟ ୧୬୯୫ଟି ଜାଲ ନୋଟ ଜବତ ହୋଇଥିଲା। ଏହାର ସମୁଦାୟ ମୂଲ୍ୟ ୮ଲକ୍ଷ ୪୭ହଜାର ୫୦୦ଟଙ୍କା। ଏହି ଘଟଣାରେ ପୋଲିସ ଯାଜପୁର ଜିଲା ଯାଖପୁରା ଅଞ୍ଚଳର ଅଭିଳାଶ ପୁରୁଷୋତ୍ତମ ଶତପଥୀ(୨୧) ଓ ନୟାଗଡ ଜିଲା ଖନପା ଥାନା ମର୍ଦ୍ଦରାଜପୁର ଅଞ୍ଚଳର ପ୍ରଶାନ୍ତ ଦାସ(୩୪)ଙ୍କୁ ଗିରଫ କରିଛି। ଉଭୟଙ୍କ ନିକଟରୁ ଜାଲ ଭାରତୀୟ ମୁଦ୍ରା ନୋଟ, ସ୍କୋର୍ପିଓ ଓ ୨ଟି ମୋବାଇଲ ପୋଲିସ ଜବତ କରିଥିବା ଏସ୍‌ପି କହିଛନ୍ତି । ଏ ନେଇ ସୋନପୁର ଥାନାରେ ଏକ ମାମଲା(ନଂ.୧୨୬/୨୬) ରୁଜୁ ହୋଇଛି। ଏହି ଜାଲ ନୋଟ କାରବାରରେ ବରଗଡ ଓ ଛତିଶଗଡର ଲିଙ୍କ୍‌ ମିଳିଛି। ଅଧିକ ତଦନ୍ତ ଜାରି ରହିଛି। ଏସ୍‌ଆଇ ସୁକାନ୍ତ ଜେନା ମାମଲାର ତଦନ୍ତ କରୁଛନ୍ତି।

ଏସ୍‌ପି ନାୟକ କହିଛନ୍ତି, ଜାଲନୋଟ କାରବାର ସମ୍ପର୍କରେ ଗୋଇନ୍ଦା ସୂତ୍ରରୁ ସୂଚନା ମିଳିଥିଲା। ତଦନୁଯାୟୀ ସହରରେ ପୋଲିସ ପେଟ୍ରୋଲିଂ କଡାକଡି କରାଯାଇଥିଲା। ଏହି ର଼୍ୟାକେଟ୍‌ରେ ଅନ୍ୟ କେଉଁମାନେ ସମ୍ପୃକ୍ତ ଅଛନ୍ତି ଓ ବଜାରକୁ କେତେ ପରିମାଣର ଜାଲ ନୋଟ ଛଡାଯାଇଛି ସେ ନେଇ ଅଧିକ ତଦନ୍ତ ଜାରି ରହିଛି । ଜବତ ନୋଟ ଗୁଡିକୁ ପରୀକ୍ଷା ପାଇଁ ଆରବିଆଇର କଲିକତା ସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟକୁ ପଠାଯିବ ବୋଲି ଏସ୍‌ପି କହିଛନ୍ତି । ତେବେ ଜିଲାର ବିଭିନ୍ନ ସ୍ଥାନରୁ ଜାଲ ନୋଟ ଜବତ ହେବା ସାଧାରଣ ଲୋକଙ୍କୁ ଚିନ୍ତାରେ ପକାଇଛି। ଏହି ସମ୍ମିଳନୀରେ ଅତିରିକ୍ତ ଏସ୍‌ପି କେ କେ ହରିପ୍ରସାଦ ଉପସ୍ଥିତ ଥିଲେ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଆନ୍ଧ୍ରପ୍ରଦେଶରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା; ମୃତ୍ୟୁ ସଂଖ୍ୟା ୪, ହାଇ ଆଲର୍ଟରେ…

ଅମରାବତୀ,୧୭।୭: ଆନ୍ଧ୍ରରେ ମାଡୁଛି କରୋନା ଭାଇରସ୍ । ରାଜ୍ୟ ସ୍ୱାସ୍ଥ୍ୟ କମିଶନର ଜି. ବୀରାପାଣ୍ଡିଆନ୍ କହିଛନ୍ତି ଯେ ଜୁନ୍ ୨୬ ରୁ ଜୁଲାଇ ୧୬ ମଧ୍ୟରେ ରାଜ୍ୟରେ…

ବଙ୍ଗୋପସାଗରରେ ବୁଡ଼ିଗଲା ଦୁଇ ଡଙ୍ଗା; ୫୦୦ ରୋହିଙ୍ଗ୍ୟା ଶରଣାର୍ଥୀଙ୍କ ମୃତ୍ୟୁ ଆଶଙ୍କା

ନୂଆଦିଲ୍ଲୀ,୧୭।୭: ମ୍ୟାନମାରରୁ ଯାଇଥିବା ୫୦୦ ରୁ ଅଧିକ ଲୋକ ସମୁଦ୍ରରେ ନିଖୋଜ ହେବାର ଆଶଙ୍କା କରାଯାଉଛି। ଖରାପ ପାଗ ଯୋଗୁ ମ୍ୟାନମାର ଉପକୂଳ ନିକଟରେ ଦୁଇଟି ଡଙ୍ଗା…

‘ମହାପ୍ରଭୁ ଜଗନ୍ନାଥ’ ଆନିମେସନ ଫିଲ୍ମ ରିଲିଜ ରୋକ ଲଗାଇଲେ ସୁପ୍ରିମକୋର୍ଟ

ଭୁବନେଶ୍ୱର,୧୭।୭: ‘ମହାପ୍ରଭୁ ଜଗନ୍ନାଥ’ ଆନିମେସନ ଫିଲ୍ମ ରିଲିଜ ଉପରେ ଅଙ୍କୁଶ ଲାଗିଛି। ହାଇକୋର୍ଟଙ୍କ ଅନ୍ତରୀଣ ରାୟକୁ ସୁପ୍ରିମକୋର୍ଟ କାଏମ ରଖିଛନ୍ତି। ରଥଯାତ୍ରା ନ ସରିବା ଯାଏ ଫିଲ୍ମ…

ବାର୍‌ହା ଆତଙ୍କ: ଘରେ ପଶି ଗୋଡ଼ାଇ ଗୋଡ଼ାଇ କଲା ଆକ୍ରମଣ, ୫ ଲହୁଲୁହାଣ

ମହାକାଳପଡ଼ା,୧୭ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବରକନ୍ଧା ପଞ୍ଚାୟତର ସାଠିଏବାଟି ଗ୍ରାମରେ ଶୁକ୍ରବାର ସକାଳୁ ଜଙ୍ଗଲୀ ବାର୍‌ହା ଆତଙ୍କ ସୃଷ୍ଟି କରିଛି। ବାର୍‌ହା ଆକ୍ରମଣରେ…

ପରସ୍ପର କଥା ହେଉନାହାନ୍ତି କି କୋହଲି-ଗମ୍ଭୀର: କୋଚ କଲେ ଚାଞ୍ଚଲ୍ୟକର ଖୁଲାସା

ନୂଆଦିଲ୍ଲୀ,୧୭।୭: ବିରାଟ କୋହଲି ଏବଂ ଟିମ ଇଣ୍ଡିଆର ମୁଖ୍ୟ କୋଚ ଗୌତମ ଗମ୍ଭୀରଙ୍କ ମଧ୍ୟରେ ସମ୍ପର୍କକୁ ନେଇ ବହୁତ ସମୟ ଧରି କଳ୍ପନାଜଳ୍ପନା ଚାଲିଛି। ଗତ ବର୍ଷ…

ରେଳ ବିଭାଗର ବଡ଼ ଅପ୍‌ଡେଟ୍‌: ଜୁଲାଇ ୨୦ରେ ଏସବୁ ରୁଟ୍‌ରେ ଟ୍ରେନ୍‌ ବାତିଲ, ଯାଞ୍ଚ୍‌ କରିନିଅନ୍ତୁ ସ୍ଥିତି…

ନୂଆଦିଲ୍ଲୀ,୧୭ା୭: ପ୍ରତ୍ୟେକ ଟ୍ରେନ୍‌ ଯାତ୍ରୀ ଜାଣିଛନ୍ତି ଗୋଟିଏ ଟିକେଟ୍‌ କନ୍‌ଫର୍ମ ହେବା କେତେ କଷ୍ଟକର। କନ୍‌ଫର୍ମ ଟିକେଟଗୁଡ଼ିକ ଆର୍‌ଏସି କିମ୍ବା ଓ୍ବେଟିଂ ଲିଷ୍ଟକୁ ଟ୍ରାନ୍ସଫର କରାଯାଏ। ବହୁ…

ଜୈଶ-ଇ-ମହମ୍ମଦର ୫ ଆତଙ୍କବାଦୀ ଗିରଫ; ଦେଶବ୍ୟାପୀ ବିସ୍ଫୋରଣ ଯୋଜନା ପଣ୍ଡ

ଅହମଦାବାଦ,୧୭।୭: ଗୁଜୁରାଟ ATS ଜୈଶ-ଇ-ମହମ୍ମଦ ସହିତ ଜଡିତ ୫ ଜଣ ଆତଙ୍କବାଦୀଙ୍କୁ ଗିରଫ କରିଛି। ଜୈଶ ଆତଙ୍କବାଦୀଙ୍କ ସମ୍ପର୍କରେ ଗୁପ୍ତ ସୂଚନା ପାଇ ଗୁଜୁରାଟ ଆତଙ୍କବାଦ ନିରୋଧୀ…

ଶୋଇଥିବାବେଳେ ଘର ମାଲିକାଣୀଙ୍କୁ ବାହାର ପଟୁ ଶିକୁଳି ମାରି ୪ ଛେଳି ଧରି ଛୁ, ସକାଳୁ ଉଠି ଦେଖିଲା ବେଳକୁ…

ପାଟଣା ,୧୭।୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ବଡ଼ ପାଟଣା ପଞ୍ଚାୟତ ଗୁଳୁଦିପଶି ଗ୍ରାମରେ ଗୁରୁବାର ବିଳମ୍ବିତ ରାତିରେ ଜଗନ୍ନାଥ ବାରିକଙ୍କ ଘର ଭିତରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri