Posted inଖେଳ

ଅଭିଷେକ ଶର୍ମା- ଅକ୍ଷର ପଟେଲଙ୍କର ହେବ ଡୋପ୍‌ ଟେଷ୍ଟ, RTP ତାଲିକାରେ ସାମିଲ କଲା… 

ନୂଆଦିଲ୍ଲୀ,୧୫।୪: ଚଳିତ ବର୍ଷର ଦ୍ୱିତୀୟ ତ୍ରୈମାସିକ ପାଇଁ ଜାତୀୟ ଡୋପିଂ ବିରୋଧୀ ସଂସ୍ଥା (NADA) ପକ୍ଷରୁ ପଞ୍ଜିକୃତ ପରୀକ୍ଷଣ ପୁଲ (RTP)ର ନୂଆ ତାଲିକା ଜାରି କରାଯାଇଛି। ଏହି ତାଲିକାରେ ଟି-୨୦ ବିଶ୍ୱକପ ବିଜୟୀ ଭାରତୀୟ ଦଳର ସଦସ୍ୟ ଅଭିଷେକ ଶର୍ମା ଏବଂ ଅକ୍ଷର ପଟେଲଙ୍କୁ ସାମିଲ କରାଯାଇଛି। ସେମାନେ ଏହି ତାଲିକାରେ ସ୍ମୃତି ମନ୍ଧାନା ଏବଂ ଶ୍ରେୟସ ଆୟରଙ୍କ ସ୍ଥାନ ନେଇଛନ୍ତି।
ଏହି ତାଲିକାରେ ସ୍ଥାନ ପାଇଥିବା ସମସ୍ତ ୩୪୮ ଖେଳାଳିଙ୍କୁ ନିଜର ରହୁଥିବା ସ୍ଥାନ ବା Whereabouts ସମ୍ପର୍କରେ ସୂଚନା ଦେବାକୁ ପଡ଼ିବ। ଏହାସହ ପ୍ରତିଦିନ ଏକ ନିର୍ଦ୍ଧିଷ୍ଟ ସମୟରେ ପରୀକ୍ଷା ପାଇଁ ଉପଲବ୍ଧ ରହିବାକୁ ହେବ। ଯଦି କୌଣସି ଖେଳାଳି ତିନିଥର ନିଜର ସୂଚନା ଦେବାରେ ବିଫଳ ହୁଅନ୍ତି, ତେବେ ଏହାକୁ ଡୋପିଂ ନିୟମର ଉଲ୍ଲଂଘନ ବୋଲି ଧରାଯିବ।
କ୍ରିକେଟରୁ ମୋଟ ୧୪  ଖେଳାଳି ଏହି ଲିଷ୍ଟରେ ଅଛନ୍ତି। ପୁରୁଷ ବର୍ଗରେ ଶୁଭମନ ଗିଲ, ଯଶସୱୀ ଜୟସୱାଲ, ହାର୍ଦ୍ଦିକ ପାଣ୍ଡ୍ୟା, ଋଷଭ ପନ୍ତ, ଜସପ୍ରୀତ ବୁମ୍‌ରା, କେ.ଏଲ. ରାହୁଲ, ଅର୍ଶଦୀପ ସିଂ ଏବଂ ତିଲକ ବର୍ମା ରହିଥିବା ବେଳେ ଅଲରାଉଣ୍ଡର ଦୀପ୍ତି ଶର୍ମା, ଶେଫାଳି ବର୍ମା ଏବଂ ରେଣୁକା ସିଂ ଠାକୁର ଆଦି ମହିଳା ଖେଳାଳି ରହିଛନ୍ତି। ଏହି ତାଲିକାରେ ସବୁଠାରୁ ଅଧିକ ସଂଖ୍ୟକ ଆଥଲେଟ୍ସ ସାମିଲ ଅଛନ୍ତି। ପୂର୍ବରୁ ଆଥଲେଟିକ୍ସରୁ ୧୧୮ ଜଣ ଥିବାବେଳେ ଏବେ ଏହି ସଂଖ୍ୟା ୧୩୪କୁ ବୃଦ୍ଧି ପାଇଛି।
  • ଆଥଲେଟିକ୍ସ: ଅବିନାଶ ସାବଲେ, ଜ୍ୟୋତି ୟାରାଜୀ, ତେଜସ୍ୱିନ ଶଙ୍କର, ଅନିମେଷ କୁଜୁର, ଶୈଳୀ ସିଂ, ଏମ୍ ଶ୍ରୀଶଙ୍କର ଏବଂ ତଜିନ୍ଦରପାଲ ସିଂ ତୁର।

  • ତୀରନ୍ଦାଜୀ: ଦୀପିକା କୁମାରୀ, ରାକେଶ କୁମାର ଏବଂ ପାରା ତୀରନ୍ଦାଜ ଶୀତଲ ଦେବୀ।

  • ହକି: ଅଧିନାୟକ ହରମନପ୍ରୀତ ସିଂ, ମନପ୍ରୀତ ସିଂ, ସଲିମା ଟେଟେ, ସବିତା ପୁନିଆ ଏବଂ ନବନୀତ କୌର।

  • ବ୍ୟାଡମିଣ୍ଟନ: ପି.ଭି ସିନ୍ଧୁ, ଲକ୍ଷ୍ୟ ସେନ୍ ଏବଂ ଗାୟତ୍ରୀ ଗୋପୀଚାନ୍ଦଙ୍କ ସମେତ ୮ ଜଣ ଖେଳାଳି।

  • କୁସ୍ତି ଓ ବକ୍ସିଂ: କୁସ୍ତିରୁ ୩୧ ଜଣ (ଅଲିମ୍ପିକ୍ ପଦକ ବିଜେତା ଅମନ ସେହରାବତଙ୍କ ସମେତ) ଏବଂ ବକ୍ସିଂରୁ ୨୨ ଜଣ (ନିଖତ ଜରିନ୍, ଲଭଲିନା ବୋରଗୋହେନ୍) ଖେଳାଳିଙ୍କୁ ସ୍ଥାନ ମିଳିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

୨-୧ରେ ସିରିଜ୍‌ ଜିତିଲା ଇଂଲଣ୍ଡ

ଲଡର୍‌ସ,୧୯ା୭: ରୋହିତ ଶର୍ମାଙ୍କ ଶତକ ସତ୍ତ୍ୱେ ରବିବାର ଅନୁଷ୍ଠିତ ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍‌ରେ ଭାରତ ୨୭ ରନରେ ଇଂଲଣ୍ଡଠାରୁ ପରାସ୍ତ ହୋଇଛି। ଏହି ବିଜୟ…

ଶାନ୍ତି ଚୁକ୍ତିରୁ ଓହରିଲା ଇରାନ, ଏବେ ତୀବ୍ର ହେବ ଲଢ଼େଇ

ଦୁବାଇ,୧୯।୭: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ସାମରିକ ସଂଘର୍ଷ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ଦୁଇଦେଶ ମଧ୍ୟରେ ଗୋଟିଏ ମାସ ପୂର୍ବରୁ ସ୍ବାକ୍ଷରିତ ହୋଇଥିବା…

ଲର୍ଡସରେ ରୋହିତଙ୍କ ଐତିହାସିକ ଶତକ

ଲଡର୍‌ସ,୧୯ା୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ରବିବାର ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍‌ରେ ରୋହିତ ଶର୍ମା ଐତିହାସିକ ଶତକିୟ ଇନିଂସ ଖେଳିଛନ୍ତି। ରୋହିତ ୧୦୭ ବଲ୍‌…

ବରଗଡ଼ରେ ଦିଲ୍ଲୀ ତାତି: ସୋନମ ୱାଙ୍ଗଚୁକଙ୍କୁ ସମର୍ଥନ କରି ଧର୍ମେନ୍ଦ୍ରଙ୍କ କୁଶ ପୁତ୍ତଳିକା ଦାହ

ବରଗଡ଼,୧୯।୭(ପ୍ରେମାନନ୍ଦ ଖମାରୀ): ଏନଇଇଟି ପରୀକ୍ଷାରେ ବିଭ୍ରାଟ ପ୍ରତିବାଦରେ ଦିଲ୍ଲୀ ଜନ୍ତରମନ୍ତରରେ ଚାଲିଥିବା ଆନ୍ଦୋଳନର ତାତି ବରଗଡ଼ରେ ଅନୁଭୂତ ହୋଇଛି । ରବିବାର ସୋନମ ୱାଙ୍ଗଚୁକଙ୍କ ସମର୍ଥନରେ ବରଗଡ଼…

ସୁପ୍ରିମକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ, ଅପଶବ୍ଦ କହିବା ଅଶ୍ଳୀଳତା ନୁହେଁ

ନୂଆଦିଲ୍ଲୀ,୧୯ା୭: କାହାକୁ ଗାଳିଗୁଲଜ କରିବା ଓ ଅପଶବ୍ଦ ପ୍ରୟୋଗ ଅସଭ୍ୟ ଏବଂ ଆପତ୍ତିଜନକ ହୋଇଥିଲେ ମଧ୍ୟ ଏହା ଅଶ୍ଳୀଳତା ନୁହେଁ । ଏଭଳି ଆଜି ରାୟ ଦେଇଛନ୍ତି…

ହିରାଧାରବାଟି କେନାଲରେ ପାଣି ଛାଡିଲା ଜଳସେଚନ ବିଭାଗ, ଚାଷୀଙ୍କ ମୁହଁରେ ଫୁଟିଲା ହସ

ଗଞ୍ଜାମ,୧୯ା୭(ବିଦ୍ୟାଧର ସାହୁ ): ଖରିଫ ଚାଷ ପାଇଁ ଜଳସେଚନ ବିଭାଗ ହିରାଧାରବାଟି କେନଲରେ ପାଣି ଛାଡିଥିବା ଦେଖିବାକୁ ମିଳିଛି । ସଂକ୍ରାନ୍ତି ଦିନ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା…

ଗୋ ହତ୍ୟା ସହ ମାଂସ ଚାଲାଣ: ୨ ଗିରଫ, ୧୫ ଅଟକ

କୋରାପୁଟ,୧୯।୭(ଅମିତାଭ ବେହେରା): କୋରାପୁଟ ସହରରେ ଗୋ ହତ୍ୟା ସହ ମାଂସ ଚାଲାଣ ହେଉଥିବା ଖବରପାଇ ଟାଉନ ଥାନା ପୋଲିସ ପକ୍ଷରୁ ଚଢ଼ାଉ କରାଯାଇ ୨ ଅଭିଯୁକ୍ତଙ୍କୁ ଗିରଫ…

୬ ମାସ ହେଲା ଅଚଳ ଘୁଟିଗୁଡ଼ା ଜିଓ ଟାୱାର, ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ଗ୍ରାମବାସୀଙ୍କ ଦାବି

ଥୁଆମୂଳ ରାମପୁର,୧୯ା୭(ଦୁର୍ଗା କୀର୍ତ୍ତି): ରାଜ୍ୟ ସରକାର ଦୁର୍ଗମ ଅଞ୍ଚଳରେ ଡିଜିଟାଲ ଯୋଗାଯୋଗର ବିକାଶ ପାଇଁ ବିଭିନ୍ନ ସଂସ୍ଥାକୁ ଅନୁମତି ଦେଉଥିବା ବେଳେ ବାସ୍ତବ କ୍ଷେତ୍ରରେ କମ୍ପାନୀଗୁଡ଼ିକର ଚରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri