Posted inଜାତୀୟ

ଡିଲିମିଟେଶନ୍‌ ବିରୋଧରେ ଭୋଟ ଦେବେ ବିପକ୍ଷ

ନୂଆଦିଲ୍ଲୀ/ଚେନ୍ନାଇ,୧୬ା୪(ପି.ଟି./ଏଜେନ୍ସି): ସଂସଦରେ ଗୁରୁବାରଠାରୁ ୩ ଦିନିଆ ସ୍ବତନ୍ତ୍ର ଅଧିବେଶନ ଆରମ୍ଭ ହେବାକୁ ଯାଉଥିବାବେଳେ ଏହାର ଅବ୍ୟବହିତ ପୂର୍ବରୁ ବିରୋଧୀ ଦଳଗୁଡ଼ିକର ନେତାମାନେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ନୂଆଦିଲ୍ଲୀସ୍ଥିତ ସରକାରୀ ବାସଭବନରେ ଏକାଠି ହୋଇଛନ୍ତି। ବୈଠକ ଶେଷରେ ସ୍ଥିର ହୋଇଥିବା ରଣନୀତି ସମ୍ପର୍କରେ ଖାର୍ଗେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଖାର୍ଗେ କହିଛନ୍ତି, ବିରୋଧୀ ମହିଳା ସଂରକ୍ଷଣକୁ ବିରୋଧ କରୁନାହାନ୍ତି। କିନ୍ତୁ ଏହାକୁ ଆଳକରି ସରକାର ଆଣିବାକୁ ଯାଉଥିବା ସମ୍ବିଧାନ ସଂଶୋଧନ ବିଧେୟକର ଡିଲିମିଟେଶନ୍‌ ପ୍ରକ୍ରିୟାକୁ ବିରୋଧ କରୁଛନ୍ତି। ତେଣୁ ଉକ୍ତ ବିଲ୍‌ ବିରୋଧରେ ମିଳିତ ଭାବେ ମତଦାନ କରିବେ ବୋଲି ସେମାନେ ନିଷ୍ପତ୍ତି ନେଇଛନ୍ତି।
ଉକ୍ତ ବୈଠକରେ ଇଣ୍ଡିଆ ବ୍ଲକ୍‌ର ଅନେକ ଦଳର ନେତା ସାମିଲ ହୋଇଥିଲେ। ଏନେଇ ଖାର୍ଗେ ଆହୁରି କହିଛନ୍ତି, ସରକାର ଉକ୍ତ ବିଲ୍‌କୁ ଯେପରି ଢଙ୍ଗରେ ଆଣୁଛନ୍ତି ତାକୁ ନେଇ ଆମର ଆପତ୍ତି ରହିଛି। ମହିଳା ସଂରକ୍ଷଣ ସଂକ୍ରାନ୍ତ ସମ୍ବିଧାନ ସଂଶୋଧନ ପ୍ରସ୍ତାବ ପଛରେ ରାଜନୈତିକ ଉଦ୍ଦେଶ୍ୟ ରହିଛି। କେବଳ ବିରୋଧୀଙ୍କୁ ଦମନ କରିବା ପାଇଁ ସରକାର ଏସବୁ କରୁଛନ୍ତି। ଭାଜପା ନେତୃତ୍ୱାଧୀନ ସରକାର ଡିଲିମିଟେଶନ୍‌ ଉପରେ ଟ୍ରିକ୍‌ କରୁଛନ୍ତି। ତେଣୁ ସମସ୍ତ ଦଳ ଏହାକୁ ମିଳିତ ଭାବେ ବିରୋଧ କରିବାକୁ ଏକାଠି ହୋଇଛୁ। କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି, ଡିଲିମିଟେଶନ୍‌ କମିଶନ ଯେପରି ଭାବେ କାର୍ଯ୍ୟ କରୁଛନ୍ତି, ସେଥିରୁ କମିଶନ ଶାସକ ଦଳର ହାସବାରିସି ସାଜିଥିବା ସ୍ପଷ୍ଟ ହେଉଛି। ମହିଳା ସଂରକ୍ଷଣ କାର୍ଯ୍ୟକାରୀ ହେବା ଉଚିତ। କିନ୍ତୁ ସୀମା ପୁନଃ ନିର୍ଦ୍ଧାରଣକୁ ଆମେ ସମ୍ପୂର୍ଣ୍ଣ ବିରୋଧ କରୁଛୁ।
ବୈଠକରେ ଖାର୍ଗେଙ୍କ ସହ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ଡିଏମ୍‌କେର ଟି.ଆର୍‌. ବାଲୁ, ଆର୍‌ଜେଡିର ତେଜସ୍ବୀ ଯାଦବ, ତୃଣମୂଳ କଂଗ୍ରେସ(ଟିଏମ୍‌ସି)ର ସାଗରିକା ଘୋଷ, ଶିବସେନା ୟୁବିଟି ନେତା ସଞ୍ଜୟ ରାଉତ୍‌ ଓ ଅରବିନ୍ଦ ସାଓ୍ବନ୍ତ, ଏନ୍‌ସିପି-ଏସ୍‌ସିପିର ସୁପ୍ରିୟା ସୁଲେ, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ପ୍ରମୁଖ ଯୋଗ ଦେଇଥିଲେ। ସେହିପରି ସିପିଆଇ ନେତା ଏ. ରାଜା, ସିପିଆଇଏମ୍‌ର ନୀଳୋତ୍ପଳ ବସୁ, ଆପ୍‌ ନେତା ସଞ୍ଜୟ ସିଂ, ସ୍ବାଧୀନ ଏମ୍‌ପି କପିଲ ସିବଲ, ଆଇୟୁଏମ୍‌ଏଲ୍‌ର ଇ.ଟି. ମହମ୍ମଦ ବଶିର ଏବଂ ଆର୍‌ଏସ୍‌ପିର ଏନ୍‌.କେ. ପ୍ରେମଚନ୍ଦ୍ରନ୍‌ ମଧ୍ୟ ଏଥିରେ ସାମିଲ ହୋଇଥିଲେ।
ସେପଟେ କେନ୍ଦ୍ରର ଏହି ପ୍ରସ୍ତାବକୁ ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକରେ ବିରୋଧ ବଢ଼ିବାରେ ଲାଗିଛି। ତାମିଲନାଡୁ ମୁଖ୍ୟମନ୍ତ୍ରୀ ତଥା ଡିଏମ୍‌କେ ସୁପ୍ରିମୋ ଏମ୍‌.କେ. ଷ୍ଟାଲିନ୍‌ ବୁଧବାର ଦଳୀୟ ଏମ୍‌ପି ଏବଂ ଜିଲା ସମ୍ପାଦକମାନଙ୍କ ସହ ଭିଡିଓ କନ୍‌ଫରେନ୍ସ ଜରିଆରେ ଏକ ଜରୁରୀ ବୈଠକରେ ଅଧ୍ୟକ୍ଷତା କରି କହିଛନ୍ତି, ଆମ ମୁଣ୍ଡ ଉପରେ ଝୁଲୁଥିବା ଖଣ୍ଡା ଏବେ ଆମ ମୁଣ୍ଡରେ ଖସିପଡ଼ିଛି। ଏହି ବିପଦର ମୁକାବିଲା ପାଇଁ ରଣନୀତି ସ୍ଥିର କରିବା ସକାଶେ ସମସ୍ତ ରାଜ୍ୟର ଏମ୍‌ପିମାନଙ୍କ ସହ ଡିଏମ୍‌କେ ପକ୍ଷରୁ ଯୋଗାଯୋଗ କରାଯିବ। କେନ୍ଦ୍ର ସରକାର ତାମିଲନାଡୁ ଓ ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକ ବିରୋଧରେ ଏକ ବୃହତ୍‌, ଐତିହାସିକ ଅନ୍ୟାୟ କରିବା ପାଇଁ ଯୋଜନା ରଖି ଗୁରୁବାର ଡିଲିମିଟେଶନ୍‌ ସଂଶୋଧନ ଆଣିବାକୁ ଯାଉଛନ୍ତି। ଭାରତର ପ୍ରଗତିରେ ଦକ୍ଷିଣ ରାଜ୍ୟଗୁଡ଼ିକର ଅବଦାନ ରହିଛି। ଏହା ବିରୋଧରେ ସରକାର ଦଣ୍ଡିତ କରିବାକୁ ଯାଉଛନ୍ତି କି ବୋଲି ସେ ପ୍ରଶ୍ନ କରିଛନ୍ତି। ଭାଜପା ନିଅଁା ସହ ଖେଳୁଛି। ତାମିଲନାଡୁ ସାରା ଗୁରୁବାର ପ୍ରତ୍ୟେକ ଘରେ ଓ ସର୍ବସାଧାରଣ ସ୍ଥାନରେ କଳାପତାକା ଉଡ଼ାଯିବ ବୋଲି ଷ୍ଟାଲିନ୍‌ ଘୋଷଣା କରିବା ସହ କେନ୍ଦ୍ରକୁ ପଛଘୁଞ୍ଚା ଦେବାକୁ ଆହ୍ବାନ ଦେଇଛନ୍ତି। ଅନ୍ୟଥା କେନ୍ଦ୍ର ଏହାର ପରିଣାମ ଭୋଗିବ ବୋଲି ସେ କହିଛନ୍ତି। କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟା, କେରଳ ମୁଖ୍ୟମନ୍ତ୍ରୀ ପି. ବିଜୟନ୍‌, ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେଭନ୍ଥ ରେଡ୍ଡୀ ମଧ୍ୟ କେନ୍ଦ୍ରର ଉକ୍ତ ପ୍ରସ୍ତାବକୁ ଜୋର୍‌ଦାର ବିରୋଧ କରିଛନ୍ତି। କିନ୍ତୁ ଜାତୀୟ ଗଣତାନ୍ତ୍ରିକ ମେଣ୍ଟର ପ୍ରମୁଖ ସହଯୋଗୀ ତେଲୁଗୁ ଦେଶମ୍‌ ପାର୍ଟି (ଟିିଡିପି ) ମୁଖ୍ୟ ତଥା ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡ଼ୁ ଏନେଇ ସନ୍ତୁଳିତ ଆଭିମୁଖ୍ୟ ଆପଣାଇ ଭାଜପାକୁ ବିରୋଧ କରିବାକୁ ଚାହିଁନାହିଁ। ତେଲଙ୍ଗାନାର ବିରୋଧୀ ଦଳ ଭାରତ ରାଷ୍ଟ୍ର ସମିତି (ବିଆର୍‌ଏସ୍‌) ନେତା କେ.ଟି. ରାମାରାଓ କହିଛନ୍ତି, ଦକ୍ଷିଣ ଭାରତୀୟମାନେ ଏହାକୁ ବିରୋଧ କରିବା ଉଚିତ। ଆମ ରାଜନୈତିକ ସ୍ବରକୁ ଦୁର୍ବଳ କରିବାକୁ ଉଦ୍ୟମ ହେଲେ ଦକ୍ଷିଣାଞ୍ଚଳ ନୀରବଦ୍ରଷ୍ଟା ହୋଇ ରହିପାରିବ ନାହିଁ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସୁୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ, ଏମାନଙ୍କୁ ଆଉ ମିଳିବନି ପେଟ୍ରୋଲ…

ନୂଆଦିଲ୍ଲୀ,୪।୮: ବିନା ଥାର୍ଡ ପାର୍ଟି ବୀମାରେ ଚାଲୁଥିବା ଗାଡ଼ିକୁ ନେଇ କଠୋର ହେଲେ ସୁପ୍ରିମକୋର୍ଟ। ଅଦାଲତ କହିଛନ୍ତି ଯେଉଁ ଗାଡ଼ିଗୁଡ଼ିକର ବୈଧ ଥାର୍ଡ ପାର୍ଟି ବୀମା ନାହିଁ…

ବିଜୟଙ୍କ ଉପରେ ସଙ୍ଗୀନ ଅଭିଯୋଗ ଆଣିଲେ ଜୁନିୟର ଷ୍ଟାଲିନ୍‌, କହିଲେ ମୋ ସହ…

ନୂଆଦିଲ୍ଲୀ,୪।୮: ତାମିଲନାଡୁର ବିରୋଧୀ ଦଳ ନେତା ଏବଂ ଡିଏମକେ ନେତା ଉଦୟନିଧି ଷ୍ଟାଲିନ୍ ମଙ୍ଗଳବାର ଦିନ ଟିଭିକେ ସରକାରଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ଏକ ଜନସଭାରେ…

ଉପନିର୍ବାଚନରେ ପରାଜୟ ପରେ ଭାଜପାର ବଡ଼ ଆକ୍ସନ, ଭାଙ୍ଗିଦେଲା ଦଳର…

ନୂଆଦିଲ୍ଲୀ,୪।୮: ଦତିଆ ବିଧାନସଭା ଉପନିର୍ବାଚନରେ ମିଳିଥିବା ଶୋଚନୀୟ ପରାଜୟ ପରେ ଭାଜପା ଏକ ବଡ଼ ନିଷ୍ପତ୍ତି ନେଇଛି। ଦଳ ସଂଗଠନରେ ପରିବର୍ତ୍ତନ ଆଣିବା ଉଦ୍ଦେଶ୍ୟରେ ସମଗ୍ର ଜିଲ୍ଲା…

ଆସନ୍ତାକାଲି ଠାରୁ ମିଳିବ ଶୁଦ୍ଧ ପେଟ୍ରୋଲ? E20ରୁ ମିଳିବ ମୁକ୍ତି, ବଡ଼ ବୟାନ ଦେଲେ ସରକାର…

ନୂଆଦିଲ୍ଲୀ,୪।୮:: ଗତ କିଛି ଦିନ ଧରି, ସୋସିଆଲ ମିଡିଆରେ ଏକ ଖବର ଭାଇରାଲ ହେଉଛି, ଯେଉଁଥିରେ ଦାବି କରାଯାଉଛି ଯେ, ସରକାର E20 ପେଟ୍ରୋଲକୁ ପର୍ଯ୍ୟାୟକ୍ରମେ ବନ୍ଦ…

ଏଣିକି UPI ପେମେଣ୍ଟରେ ଲାଗିବ ଏକ୍ସର୍ଟା ଚାର୍ଜ? ଜାଣନ୍ତୁ କେତେ ଟ୍ରାଞ୍ଜାକ୍ସନ କଲେ ଦେବାକୁ ପଡିବ ଟଙ୍କା…

ନୂଆଦିଲ୍ଲୀ,୪।୮: ସରକାର ୟୁପିଆଇ (UPI) ମାଧ୍ୟମରେ ପେମେଣ୍ଟ କରିବାକୁ ନେଇ ଏକ ବଡ଼ ପରିବର୍ତ୍ତନ କରିବାକୁ ପ୍ରସ୍ତୁତି କରୁଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ‘ପେମେଣ୍ଟ ଆଣ୍ଡ୍…

ତପ୍ତପାଣି ଗସ୍ତ ସାରି ଫେରିଲେ ରାଷ୍ଟ୍ରପତି: ଉଷ୍ମ ପସ୍ରବଣର ଗନ୍ଧକଯୁକ୍ତ ପାଣିରେ ସ୍ନାନ, ମା’ କନ୍ଧୁଣି ଦେବୀଙ୍କୁ କଲେ ପୂଜାର୍ଚ୍ଚନା

ଦିଗପହଣ୍ଡି, ୪।୮ (ଅଶେଷ ନାଥ ମିଶ୍ର): ଦେଶର ପ୍ରଥମ ନାଗରିକ ତଥା ମାନ୍ୟବର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଙ୍ଗଳବାର ଗଞ୍ଜାମ-ଗଜପତି ସୀମାନ୍ତର ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର ତପ୍ତପାଣି…

ପୁଅର ଗିରଫଦାରୀକୁ ନେଇ ମୁହଁ ଖୋଲିଲେ ଷ୍ଟାଲିନ, କହିଲେ ଅହଙ୍କାରରେ…

ନୂଆଦିଲ୍ଲୀ,୪।୮: ତାମିଲନାଡୁରେ ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ତଥା ଦ୍ରାବିଡ଼ ମୁନେତ୍ର କାଜାଗମ୍ (ଡିଏମକେ) ନେତା ଉଦୟନିଧି ଷ୍ଟାଲିନ୍‌ଙ୍କ ଗିରଫଦାରୀକୁ ନେଇ ରାଜ୍ୟର ରାଜନୈତିକ ପାରା ଚରମ ସୀମାରେ ପହଞ୍ଚିଛି।…

ବଢିଲା ଅଭିଜିତ ଦୀପକେଙ୍କ ଅଡୁଆ: ରୁଜୁ ହେଲା ମାମଲା, ଜାଣନ୍ତୁ କାହିଁକିି…

ନୂଆଦିଲ୍ଲୀ,୪।୮: କକରୋଚ ଜନତା ପାର୍ଟି (CJP)ର ସଂସ୍ଥାପକ ଅଭିଜିତ ଦୀପକେଙ୍କ ଅଡୁଆ ବଢ଼ୁଥିବା ନଜର ଆସୁଛି। ପଶ୍ଚିମବଙ୍ଗରେ ଆଇନଜୀବୀ ରିଙ୍କି ଚଟାର୍ଜୀ ସିଂହ ସିଲିଗୁଡ଼ି ସାଇବର କ୍ରାଇମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri