Posted inଖେଳ

ଏଥର ରାଜସ୍ଥାନ ରୟାଲ୍ସ ହିଁ ଜିତିବ ଆଇପିଏଲ୍‌? ଗୋଟିଏ ପରାଜୟ ଦେଲା ଖୁସିଖବର!

ନୂଆଦିଲ୍ଲୀ,୧୫।୪: ଆଇପିଏଲ୍‌ ୨୦୨୬ ସଂସ୍କରଣରେ ରାଜସ୍ଥାନ ରୟାଲ୍ସ (RR) ଚମତ୍କାର ପ୍ରଦର୍ଶନ ଜାରି ରଖିଛି। ବର୍ତ୍ତମାନ ସୁଦ୍ଧା ଖେଳିଥିବା ୫ଟି ମ୍ୟାଚ୍‌ରୁ ଦଳ ୪ଟିରେ ବିଜୟୀ ହୋଇଥିବାବେଳେ, ମାତ୍ର ଗୋଟିଏ ମ୍ୟାଚ୍‌ରେ ପରାଜୟର ସ୍ବାଦ ଚାଖିଛି। ଏହି ପରାଜୟ ଦଳକୁ ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ମିଳିଛି। ତେବେ ଏହି ହାରକୁ ନେଇ କ୍ରିକେଟ ପ୍ରେମୀମାନେ ଚିନ୍ତିତ ଥିବାବେଳେ, ତଥ୍ୟ କିନ୍ତୁ ଭିନ୍ନ କିଛି କହୁଛି। ଅନେକଙ୍କ ପାଇଁ ଏହା ଆଶ୍ଚର୍ଯ୍ୟଜନକ ହୋଇପାରେ, କିନ୍ତୁ ଏହି ପରାଜୟ ରାଜସ୍ଥାନ ରୟାଲ୍ସ ପାଇଁ ଚଳିତ ବର୍ଷ ଆଇପିଏଲ୍‌ ଚାମ୍ପିଅନ ହେବାର ଏକ ବଡ଼ ସଙ୍କେତ ନେଇ ଆସିଛି।
ଆସନ୍ତୁ ଜାଣିବା। ରାଜସ୍ଥାନ ରୟାଲ୍ସର ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ପରାଜୟ ଏକ ରୋଚକ ସଂଯୋଗ ସୃଷ୍ଟି କରିଛି। ପ୍ରାୟ ୧୮ ବର୍ଷ ପୂର୍ବେ, ଅର୍ଥାତ ୨୦୦୮ ମସିହାରେ ଆଇପିଏଲ୍‌ ପ୍ରଥମ ସଂସ୍କରଣରେ ମଧ୍ୟ ରାଜସ୍ଥାନ ରୟାଲ୍ସର ସ୍ଥିତି ଠିକ ଏହିଭଳି ଥିଲା। ସେହି ବର୍ଷ ଦଳ ନିଜର ପ୍ରଥମ ୫ଟି ମ୍ୟାଚ୍‌ରୁ ୪ଟିରେ ବିଜୟୀ ହୋଇଥିବାବେଳେ, ଗୋଟିଏ ମ୍ୟାଚ୍‌ରେ ପରାଜିତ ହୋଇଥିଲା। ଏବଂ ଶେଷରେ, ରାଜସ୍ଥାନ ରୟାଲ୍ସ ସେହି ବର୍ଷ ଆଇପିଏଲ ଚାମ୍ପିଅନ ଆଖ୍ୟା ଅର୍ଜନ କରିଥିଲା।
ଏଥର କେବଳ ପୁରୁଣା ଇତିହାସ କିମ୍ବା ସଂଯୋଗ ନୁହେଁ, ବରଂ ରାଜସ୍ଥାନ ରୟାଲ୍ସର ଶକ୍ତିଶାଳୀ ଦଳ ମଧ୍ୟ ତାଙ୍କୁ ଟାଇଟଲ ଜିତିବାର ପ୍ରମୁଖ ଦାବିଦାର ଭାବେ ଉଭା କରିଛି। ଦଳର ସମସ୍ତ ଖେଳାଳି ଚଳିତ ସିଜନ୍‌ରେ ଚମତ୍କାର ପ୍ରଦର୍ଶନ କରୁଛନ୍ତି। ବ୍ୟାଟିଂ ବିଭାଗରେ ବୈଭବ ସୂର୍ଯ୍ୟବଂଶୀ ୫ଟି ମ୍ୟାଚ୍‌ରେ ୪୦ ହାରରେ ୨୦୦ ରନ ସଂଗ୍ରହ କରିଛନ୍ତି, ତାଙ୍କର ଷ୍ଟ୍ରାଇକ ରେଟ ୨୬୦ରୁ ଅଧିକ ରହିଛି। ସେହିପରି ଧ୍ରୁବ ଜୁରେଲ ୪୪ ହାରରେ ୧୭୬ ରନ ଏବଂ ଯଶସୱୀ ଜୟସ୍ବାଲ ୬୧.୩୩ ହାରରେ ୧୮୪ ରନ ସଂଗ୍ରହ କରି ସାରିଛନ୍ତି।
ବୋଲିଂ ବିଭାଗରେ ମଧ୍ୟ ରାଜସ୍ଥାନ ରୟାଲ୍ସର ଖେଳାଳିମାନେ ଚମତ୍କାର ପ୍ରଦର୍ଶନ କରୁଛନ୍ତି। ରବି ବିଷ୍ଣୋଇ ୯ଟି ଉଇକେଟ ଏବଂ ଆଚର୍ର୍‌ ୭ଟି ଉଇକେଟ  ହାସଲ କରିଛନ୍ତି। ଏହାଛଡ଼ା ନାନ୍ଦ୍ରେ ବଜର୍ର୍‌ ଏବଂ ସନ୍ଦୀପ ଶର୍ମାମଧ୍ୟ ୫-୫ଟି ଉଇକେଟ ନେବାରେ ସଫଳ ହୋଇଛନ୍ତି।
ରାଜସ୍ଥାନ ରୟାଲ୍ସ ଚଳିତ ସିଜନ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସକୁ ୮ ଉଇକେଟ , ଗୁଜରାଟ ଟାଇଟନ୍ସକୁ ୬ ରନ୍‌, ମୁମ୍ବାଇ ଇଣ୍ଡିଆନ୍ସକୁ ୨୭ ରନ ଏବଂ ଆରସିବିକୁ ୬ ଉଇକେଟରେ ପରାସ୍ତ କରିଛି। କେବଳ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଦଳର ବ୍ୟାଟିଂ ବିଭାଗ ବିଫଳ ହୋଇଥିଲା ଏବଂ ତାଙ୍କୁ ୫୭ ରନ୍‌ର ବଡ଼ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିଲା। ତଥାପି, ଦଳର ବର୍ତ୍ତମାନର ପ୍ରଦର୍ଶନ ଏବଂ ପୁରୁଣା ଇତିହାସର ଏହି ସଂଯୋଗ ଦେଖିଲେ ମନେ ହେଉଛି ଯେ, ରାଜସ୍ଥାନ ରୟାଲ୍ସ ଚଳିତ ବର୍ଷ ଆଇପିଏଲ ଟାଇଟଲ ହାସଲ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି।
Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ଗୁରୁଦିବସରେ ୧୭୬ ଶିକ୍ଷକଙ୍କୁ ମିଳିଲା ପଦୋନ୍ନତି, ଛୁଟିଲା ଶୁଭେଚ୍ଛା ବାର୍ତ୍ତା…

ମାଲକାନଗିରି,୫ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଗୁରୁଦିବସ ଅବସରରେ ୧୭୬ଜଣ ଲେବଲ-୪ ପ୍ରାରମ୍ଭିକ ଶିକ୍ଷକଙ୍କୁ ଲେବଲ-୩କୁ ଶନିବାର ପଦୋନ୍ନତି ଦିଆଯାଇଛି। ଜିଲା ଶିକ୍ଷା ଅଧିକାରୀ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

ଶନିଙ୍କ ନକ୍ଷତ୍ରରେ ମଙ୍ଗଳ ଗୋଚର: ୪ ରାଶିଙ୍କୁ ବଡ଼ ଡିଲ୍‌ ଅଫର୍‌, ଧନଲାଭ ଯୋଗ

ପୁଷ୍ୟା ନକ୍ଷତ୍ର ହେଉଛି ଶନିଦେବଙ୍କ ନକ୍ଷତ୍ର। ଶନିଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ ବିଭିନ୍ନ ରାଶିର ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଇବ। ସୂଚନାଯୋଗ୍ୟ ଯେ, ମଙ୍ଗଳଙ୍କ ଏହି…

ଗୁରୁଦିବସରେ ଶିକ୍ଷା,ଶିକ୍ଷକ ଓ ଶିକ୍ଷାୟତନ

ଦିଗପହଣ୍ଡି,୫|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ସ୍ଥିତ ନନ୍ଦିଘୋଷ କଲ୍ୟାଣ ମଣ୍ଡପ ସଭାଗୃହରେ ସ୍ଥାନୀୟ ଗଣ ଅଧିକାର ଓ ଆଇନ ସୁରକ୍ଷା ମଞ୍ଚ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

‘ଝିଅଙ୍କୁ ସ୍କର୍ଟ ପିନ୍ଧାଇ ସ୍କୁଲ ଛାଡନ୍ତୁନି’… ସ୍ୱାସ୍ଥ୍ୟମନ୍ତ୍ରୀ ଦେଲେ ଏମିତି ବୟାନ, ହେଉଛି ଚର୍ଚ୍ଚା

କୋଲକାତା,୫।୯: ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ଶରଦ୍ୱତ ମୁଖାର୍ଜୀ ରାଜ୍ୟର ସମସ୍ତ ସ୍କୁଲକୁ ପରାମର୍ଶ ଦେଇଛନ୍ତି ଯେ, ଡେଙ୍ଗୁ ଋତୁରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ହାତ-ଗୋଡ଼ ସମ୍ପୂର୍ଣ୍ଣ ଘୋଡ଼ାଇ ହୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri