ନୀରୋଗ ସ୍ବାସ୍ଥ୍ୟ ପାଇଁ ହୋମିଓପାଥି

ହୋମିଓପାଥି ଚିକିତ୍ସାର ଜନକ ଭାବେ ବିବେଚିତ ଡା. ସାମୁଏଲ ହ୍ୟାନିମାନ ୧୭୯୬ ଏପ୍ରିଲ ୧୦ ରେ ଜନ୍ମଗ୍ରହଣ କରିଥିଲେ। ସେହି ବିଶିଷ୍ଟ ଡାକ୍ତରଙ୍କ ଜନ୍ମଦିନ ଅବସରରେ ପ୍ରତିବର୍ଷ ଏପ୍ରିଲ ୧୦ରେ ପାଳିତ ହୋଇଆସୁଛି ‘ବିଶ୍ୱ ହୋମିଓପାଥି ଦିବସ’। ଚଳିତ ବର୍ଷ ଏହି ଦିବସ ଲାଗି ପ୍ରସଙ୍ଗ ରହିଛି-‘ନୀରୋଗ ସ୍ବାସ୍ଥ୍ୟ ପାଇଁ ହୋମିଓପାଥି’। ହୋମିଓପାଥିର ବିକାଶରେ ଡା. ହ୍ୟାନିମାନଙ୍କ ଅବଦାନ ଚିର ସ୍ମରଣୀୟ। ଏ ବିଷୟରେ ବିଜୁ ପଟ୍ଟନାୟକ ହୋମିଓପାଥି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ, ବ୍ରହ୍ମପୁରର ଅଧ୍ୟାପିକ ଡା. ସୁକାନ୍ତି ସୁଚରିତା ଷଡ଼ଙ୍ଗୀ କୁହନ୍ତି, ”ଦୀର୍ଘ ବର୍ଷ ଧରି ହୋମିଓପ୍ୟାଥି ଚିକିତ୍ସା ସମଗ୍ର ବିଶ୍ୱରେ ବେଶ୍‌ ଆଦୃତ ହୋଇଛି। ପ୍ରାୟ ୮୦ରୁ ଅଧିକ ଦେଶରେ ଏହି ଚିକିତ୍ସା ପ୍ରଣାଳୀ ଚାଲୁ ରହିଛି। ହୋମିଓପାଥିକ ଚିକିତ୍ସା ମାଧ୍ୟମରେ ଥଣ୍ଡା, କାଶ, ଜ୍ୱର ପରି ସାଧାରଣ ରୋଗ ବ୍ୟତୀତ ଆଜ୍‌ମା (ଶ୍ୱାସ), ଆଣ୍ଠୁଗଣ୍ଠି ସମସ୍ୟା, ଗ୍ୟାଷ୍ଟ୍ରିକ, ସ୍ନାୟୁ ରୋଗ, ସ୍ପଣ୍ଡିଲୋସିସ, ପାରାଲିସିସ ବା ପକ୍ଷାଘାତ, ମାନସିକ ରୋଗ ଏବଂ ଆମର ଜୀବନଶୈଳୀ ସହ ଜଡିତ ଉଚ୍ଚ ରକ୍ତଚାପ, ମଧୁମେହର ମଧ୍ୟ ସଫଳ ଚିକିତ୍ସା କରାଯାଇପାରୁଛି। ଏକଥା ଜାଣିବା ଦରକାର ଯେ ଏହି ଚିକିତ୍ସାର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ନାହିଁ। ଯଦି ଜଣେ ବ୍ୟକ୍ତି ହୋମିଓପାଥି ଡାକ୍ତରଙ୍କ ପରାମର୍ଶ ଅନୁସାରେ ଠିକ୍‌ ଭାବରେ ଚିକିତ୍ସିତ ହୁଅନ୍ତି ତେବେ ଚିକିତ୍ସା କରାଯାଉଥିବା ରୋଗର ସମ୍ପୂର୍ଣ୍ଣ ମୂଳୋତ୍ପାଟନ ସମ୍ଭବ ହୋଇଥାଏ। ଏଥିସହ ଏହି ଚିକିତ୍ସା ପଦ୍ଧତିରେ ରୋଗୀକୁ ସ୍ବଳ୍ପ ଖର୍ଚ୍ଚ କରିବାକୁ ପଡ଼ିଥାଏ। ମୂଳ କଥା ହେଲା ହୋମିଓପାଥି ଚିକିତ୍ସା ସମୟରେ ରୋଗୀର କେବଳ ରୋଗକୁ ନୁହେଁ, ରୋଗୀର ଶାରୀରିକ ଏବଂ ମାନସିକ ଅବସ୍ଥାକୁ ଲକ୍ଷଣ ରୂପେ ବିଚାରକୁ ନେଇ ଚିକିତ୍ସା କରାଯାଏ। ହୋମିଓପାଥି ଚିକିତ୍ସା ପଦ୍ଧତିକୁ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ମାନ୍ୟତା ଦେଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଇତିହାସ ରଚିଲେ ଶୁବମନ ଗିଲ, ଓ୍ବାନ ଡେ କ୍ରିକେଟରେ ଏତିକି ରନ୍‌ କରି ପଛରେ ପକାଇଲେ…

ନୂଆଦିଲ୍ଲୀ,୧୪।୬: ଧର୍ମଶାଳାରେ ଖେଳାଯାଇଥିବା ଆଫଗାନିସ୍ତାନ ବିପକ୍ଷ ପ୍ରଥମ ମ୍ୟାଚ ରେ ଭାରତର ଏକଦିବସୀୟ ଅଧିନାୟକ ଶୁବମନ ଗିଲ ଏକ ବଡ଼ ରେକର୍ଡ ସ୍ଥାପନ କରିଛନ୍ତି। ବର୍ଷା ପ୍ରଭାବିତ…

Video: ଟିମ ଇଣ୍ଡିଆର ଡ୍ରେସିଂ ରୁମ କ୍ରିକେଟ: ବର୍ଷା ମଧ୍ୟରେ ଖେଳାଳିମାନେ ଏମିତି କଲେ ଟାଇମ ପାସ, ଏବେ ଭିଡ଼ିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ,୧୪।୬: ଶନିବାର ଭାରତୀୟ କ୍ରିକେଟ ଦଳ ଆଫଗାନିସ୍ତାନକୁ ପରାସ୍ତ କରି ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ୧-୦ରେ ଆଗୁଆ ହୋଇଛି। ତଥାପି, ପ୍ରତି ଇନିଂସରେ ମ୍ୟାଚ…

ସହରାଞ୍ଚଳରେ ଭଡାରେ ରହୁଥିବା ଲୋକଙ୍କ ପାଇଁ ଖୁସିଖବର: ନଗର ଉନ୍ନୟନ ମନ୍ତ୍ରୀ କହିଲେ …..

ଭୁବନେଶ୍ୱର,୧୪।୬ ଜୁନ: ରାଜ୍ୟର ସହରାଞ୍ଚଳରେ ବାସସ୍ଥାନ ସମସ୍ୟା ଦୂର କରିବା ଏବଂ ଭଡ଼ାଟିଆଙ୍କୁ ସୁଲଭ ମୂଲ୍ୟରେ ଘର ଯୋଗାଇ ଦେବା ଲକ୍ଷ୍ୟରେ ରାଜ୍ୟ ସରକାର ନୂଆ ରେଣ୍ଟାଲ…

ଫ୍ରାନ୍ସରେ ବଡ଼ କଥା କହିଦେଲେ ପ୍ରଧାନମନ୍ତ୍ରୀ, ‘ଆଜି ଭାରତ ପରିବର୍ତ୍ତନର…’

ନୂଆଦିଲ୍ଲୀ,୧୪।୬:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ମିଳିତ ଭାବରେ ଫ୍ରାନ୍ସର ନିସ୍‌ରେ ‘ଇଣ୍ଡିଆ ଇନୋଭେଟ୍ସ’ କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ । ଭାରତ,…

ଡାକ୍ତରଖାନା ପାଇଖାନାରେ ନବଜାତ ଶିଶୁକନ୍ୟାର ମୃତଦେହ, କିଏ ସେ ଅଜଣା ମହିଳା ଯିଏ…

ବଞ୍ଚୋ,୧୪ା୬(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାର ମହିଳା ଓ୍ବାର୍ଡ ପାଇଖାନା ଭିତରୁ ଏକ ସଦ୍ୟ ନବଜାତ ଶିଶୁକନ୍ୟାର ମୃତଦେହ ଉଦ୍ଧାର ହୋଇଥିବା ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ…

ଫାଇନାଲ ହେଲା ଡିଲ୍‌? ପରମାଣୁ ଅସ୍ତ୍ର ନିର୍ମାଣ କରିବ ନାହିଁ ଇରାନ; ତେଲ କଟକଣା ବି ପ୍ରତ୍ୟାହାର

ତେହରାନ,୧୪।୬: ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଶାନ୍ତି ଆଲୋଚନା ସମ୍ପର୍କରେ ବିଭିନ୍ନ ବିବରଣୀ ସାମ୍ନାକୁ ଆସିଛି। ଜଣେ ବରିଷ୍ଠ ଇରାନୀ ଅଧିକାରୀ ଏକ ସମ୍ବାଦ ସଂସ୍ଥାକୁ…

କ୍ରିକେଟରଙ୍କୁ ମାଡ଼ ମାରିଲେ ପୋଲିସ, ଉତ୍ତେଜନା ପରେ ତିନି ପୋଲିସ କର୍ମଚାରୀ ନିଲମ୍ବିତ

ଢ଼ାକା,୧୪ା୬: ବାଂଲାଦେଶ କ୍ରିକେଟ୍ ବର୍ତ୍ତମାନ ଏକ ବିବାଦ ଯୋଗୁଁ ଚର୍ଚ୍ଚାରେ ରହିଛି । ବାଂଲାଦେଶୀ ସ୍ପିନର ନୟିମ ହାସନଙ୍କ ପ୍ରତି ଦୁର୍ବ୍ୟବହାର ଏବଂ ଆକ୍ରମଣ ହୋଇଥିବା ଏକ…

ଚରୁଥିବାବେଳେ ବଜ୍ରପାତରେ ଜଳିଗଲେ ୧୨ ଛେଳି, କ୍ଷତିପୂରଣ ଦାବି କରି…

ଭଞ୍ଜନଗର,୧୪ା୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ବ୍ଲକ ଅନ୍ତର୍ଗତ ବାରଦଣ୍ଡା ଗ୍ରାମରେ ବଜ୍ରପାତ ମାରିବାରୁ ରବିବାର ଅପରାହ୍ନରେ ୧୨ଟି ଛେଳିଙ୍କର ମୃତ୍ୟୁ ଘଟିଛି। ଏଥିରେ ଛେଳି ଚରାଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri