ଇରାନ୍‌ରେ ମୁନିର, ସାଉଦି ଆରବରେ ଶରିଫ୍‌

ତେହରାନ୍‌/ରିୟାଦ,୧୬ ୪: ପାକିସ୍ତାନର ସର୍ବୋଚ୍ଚ ସାମରିକ ଅଧିକାରୀ ଫିଲ୍ଡ ମାର୍ଶାଲ ଆସିମ ମୁନିର ବୁଧବାର ଇରାନ୍‌ରେ ପହଞ୍ଚତ୍ଥିବାବେଳେ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ୍‌ ସାଉଦି ଆରବ ଗସ୍ତ କରିଛନ୍ତି। ଆମେରିକା ଓ ଇରାନ୍‌ ମଧ୍ୟରେ ଘୋଷିତ ୧୪ ଦିନିଆ ଅସ୍ତ୍ରବିରତି ଅବଧି ଆସନ୍ତା ସପ୍ତାହରେ ଶେଷ ହେବ। ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ୍‌ରେ ଆମେରିକୀୟ ନୌସେନାର କଡ଼ା ପ୍ରହରା ଜାରି ରହିଥିବାବେଳେ ତେହରାନ୍‌ ମଧ୍ୟ ନିଜ ନିୟନ୍ତ୍ରଣ ହରାଇବାକୁ ଚାହୁଁନାହିଁ। ଏପରି କି ଆଣବିକ କାର୍ଯ୍ୟକ୍ରମକୁ ନେଇ ଇରାନ୍‌ ଜିଦରେ ଅଟଳ ରହିଛି। ଫଳରେ ସିଜ୍‌ଫାୟାର ଅବଧି ଶେଷ ହେବା ପରେ ପୁନର୍ବାର ଯୁଦ୍ଧ ଆଶଙ୍କା ଉପୁଜିଛି। ତେଣୁ ପାକିସ୍ତାନ ନିଜ ମଧ୍ୟସ୍ଥ ଭୂମିକାକୁ ଅଧିକ ମଜଭୁତ କରି ଶାନ୍ତି ଆଲୋଚନାରୁ ଏକ ନିର୍ଣ୍ଣାୟକ ନିଷ୍କର୍ଷ ବାହାର କରି କୂଟନୈତିକ ମଞ୍ଚରେ ସଫଳତା ପ୍ରତିପାଦିତ କରିବାକୁ ଜୋର୍‌ଦାର ଉଦ୍ୟମ ଚଳାଇଛି। ପାକିସ୍ତାନ ସେନା ପକ୍ଷରୁ କୁହାଯାଇଛି ଯେ, ଚିଫ୍‌ ଅଫ୍‌ ଆର୍ମି ଷ୍ଟାଫ୍‌ (ସିଏଏସ୍‌) ଆସିମ ମୁନିର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳର ନେତୃତ୍ୱ ନେଇ ତେହରାନ୍‌ ଗସ୍ତ କରିଛନ୍ତି। ତାଙ୍କ ଟିମ୍‌ରେ ଗୃହମନ୍ତ୍ରୀ ମୋହସିନ୍‌ ନକ୍‌ଭି ଏବଂ ବରିଷ୍ଠ ସୁରକ୍ଷା ଅଧିକାରୀମାନେ ରହିଛନ୍ତି। ତେହରାନ୍‌ରେ ପହଞ୍ଚତ୍ବା ପରେ ଇରାନୀୟ ବହିର୍ବ୍ୟାପାର ମନ୍ତ୍ରୀ ଅବ୍ବାସ ଆରାଘଚି ପ୍ରତିନିଧି ମଣ୍ଡଳୀକୁ ସ୍ବାଗତ କରିଥିବାବେଳେ ପରବର୍ତ୍ତୀ ପର୍ଯ୍ୟାୟ ଆଲୋଚନା ଏହି ଗସ୍ତର ଉଦ୍ଦେଶ୍ୟ ବୋଲି ଇରାନ ସରକାର ପରିଚାଳିତ ପ୍ରେସ୍‌ ଟିଭି ରିପୋର୍ଟ କରିଛି। ସେହିପରି ମଧ୍ୟସ୍ଥତା ଉଦ୍ୟମ ପରିପ୍ରେକ୍ଷୀରେ ସେମାନେ ଗସ୍ତ କରିଥିବା ପାକ୍‌ ସେନା ମଧ୍ୟ ସ୍ପଷ୍ଟ କରିଛି। ପାକ୍‌ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ୍‌ ସାଉଦି ଆରବର ଜେଦ୍ଦାହରେ ପହଞ୍ଚତ୍ଛନ୍ତି। ଶରିଫ୍‌ ସାଉଦି କ୍ରାଉନ୍‌ ପ୍ରିନ୍ସ ମହମ୍ମଦ ବିନ୍‌ ସଲମାନଙ୍କ ସହ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି। ଏହା ପରେ ସେ ତୁର୍କୀ ଓ କାତାର ଗସ୍ତକରି ୧୮ ତାରିଖ ପର୍ଯ୍ୟନ୍ତ ରହିବେ ବୋଲି ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।
ଏପ୍ରିଲ ୨୨ରେ ସିଜ୍‌ଫାୟାର ଅବଧି ଶେଷ ହେବା ପୂର୍ବରୁ ଭବିଷ୍ୟତ କାର୍ଯ୍ୟପନ୍ଥା ଚୂଡ଼ାନ୍ତ କରିବା ପାଇଁ ଉଭୟ ମୁନିର ଓ ଶରିଫ୍‌ଙ୍କ ଉଦ୍ୟମକୁ କୂଟନୈତିକ ଦୃଷ୍ଟିରୁ ଗୁରୁତ୍ୱ ଦିଆଯାଉଛି। ଇତିମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ମଧ୍ୟ ଖୁବ୍‌ଶୀଘ୍ର ଯୁଦ୍ଧ ଶେଷ ହେବ ବୋଲି କହିଛନ୍ତି। ଇତିମଧ୍ୟରେ ଇରାନ୍‌ ସହ ଆମେରିକାର ଆଲୋଚନା ଚାଲିଥିବା ହ୍ବାଇଟ୍‌ ହାଉସ୍‌ ପକ୍ଷରୁ କୁହାଯାଇଛି। ଇରାନ୍‌ ରାଷ୍ଟ୍ରପତି ମସୌଦ ପେଜେଶ୍କିଆନ୍‌ ଦ୍ୱିତୀୟ ପର୍ଯ୍ୟାୟ ଶାନ୍ତି ଆଲୋଚନା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

୨୦୩୨ ପର୍ଯ୍ୟନ୍ତ ଏହି ରାଶିକୁ କଲବଲ କରିବେ ଶନି! ଆଉ ୨ ରାଶି ହେବେ ପ୍ରଭାବିତ, ଜାଣି ନିଅନ୍ତୁ…

ନ୍ୟାୟର ଦେବତା ହେଉଛନ୍ତି ଶନି । ସାଡେ ସତୀ ସମୟରେ କିଛି ରାଶି ଉପରେ ତାଙ୍କର କଠୋର ଦୃଷ୍ଟି ପକାଇଥାନ୍ତି। ବର୍ତ୍ତମାନ ତିନୋଟି ରାଶି ଶନି ସାଡେ…

ସୋସିଆଲ ମିଡିଆରେ ଫସାଇ ୧୮୦ ନାବାଳିକାଙ୍କୁ ଯୌନ ଶୋଷଣ

ଅମରାବତୀ,୧୬ା୪: ସୋସିଆଲ ମିଡିଆ ସ୍ନାପ୍‌ଚାଟ୍‌ ଏବଂ ହ୍ବାଟ୍ସଆପ୍‌ ଜରିଆରେ ସମ୍ପର୍କ ବଢ଼ାଇବା ପରେ ଯୁବତୀ ଓ ନାବାଳିକାମାନଙ୍କୁ ଯୌନଶୋଷଣ କରାଯାଇଛି। ଏହାସହ ଯୌନକ୍ରିୟାର ଭିଡିଓ ଉତ୍ତୋଳନ କରି…

ଜାତୀୟ ମହିଳା ସଂରକ୍ଷଣ ବିଲ୍‌କୁ ବିଜେଡିର ସମର୍ଥନ

ଭୁବନେଶ୍ୱର,୧୬ା୪(ସୁନିତ୍‌ ମିଶ୍ର): ମହିଳା ସଂରକ୍ଷଣ ଓ ମହିଳା ସଶକ୍ତୀକରଣ କ୍ଷେତ୍ରରେ ସାରା ଦେଶରେ ବିଜୁ ପଟ୍ଟନାୟକ ଜଣେ ଅଗ୍ରଦୂତ ଥିଲେ। ବିଜେଡି ସବୁବେଳେ ବିଧାନସଭା ଓ ପାର୍ଲାମେଣ୍ଟରେ…

ରାଇକିଆ ଆଦର୍ଶ ବିଦ୍ୟାଳୟର ୧୦ମ ପରୀକ୍ଷା ଫଳାଫଳ: ସ୍ନେହାଶିଷ ପଣ୍ଡା ଟପ୍ପର

ରାଇକିଆ,୧୬।୪(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ର ସ୍ନେହାସିଶ ପଣ୍ଡା ସିବିଏସ୍‌ଇର ୧୦ମ ଶ୍ରେଣୀ ପରୀକ୍ଷାରେ ୯୭.୬% ମାର୍କ ରଖି ଟପ୍ପର ହୋଇ…

ଧାନମଣ୍ଡି ପାଇଁ ଜିଲାପାଳଙ୍କୁ ଫେରାଦ

ବରଗଡ଼,୧୬।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବରପାଲି ବ୍ଲକ ଅନ୍ତର୍ଗତ କେବାଡ଼ ଗ୍ରାମରେ ଏକ ଧାନମଣ୍ଡି ଖୋଲିବାକୁ ଦାବି ହୋଇଛି। ଏହି ଦାବି ନେଇ ବୁଧବାର ଗ୍ରାମର ଚାଷୀମାନେ…

ରାସ୍ତା ନ ଥିବାରୁ ରନ୍ଧା ସାମଗ୍ରୀ ଧରି ଧାରଣା ବସିଲେ ପଡ଼ାବାସୀ

ବରଗଡ଼,୧୬ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ବ୍ଲକ ଅନ୍ତର୍ଗତ ଟୁକୁର୍ଲା ଗ୍ରାମର ନୂଆଁପଡ଼ା। ଦୀର୍ଘ ୭ବର୍ଷ ପୂର୍ବରୁ ଲୋକେ ଏଠାରେ ବସତି ସ୍ଥାପନ କରିଛନ୍ତି। ଏହି ପଡ଼ାରେ…

ହର୍ମୁଜକୁ ନେଇ ଇରାନ ଆଗରେ ସର୍ତ୍ତ ରଖିଦେଲେ ଟ୍ରମ୍ପ, ନ ମାନିଲେ ହେବ ବଡ଼ ଯୁଦ୍ଧ

ଓ଼୍ବାଶିଂଟନ,୧୬।୪: ଆମେରିକା ଏବଂ ଇରାନ ମଧ୍ୟରେ ସଂଘର୍ଷ ସମାପ୍ତ କରିବା ପାଇଁ କୂଟନୈତିକ ପ୍ରୟାସ ପୁଣି ଆରମ୍ଭ ହୋଇଛି। ଉଭୟ ଦେଶ ଦ୍ୱିତୀୟ ପର୍ଯ୍ୟାୟ ଶାନ୍ତି ଆଲୋଚନା…

ସିବିଏସ୍‌ଇ ଦଶମ ପାସ୍‌ ହାର ୯୩.୭୦%

ଭୁବନେଶ୍ୱର,୧୬ା୪(ସୁଚିସ୍ମିତା ସାହୁ): କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସ୍‌ଇ) ଦ୍ୱାରା ପରିଚାଳିତ ଦଶମ ପରୀକ୍ଷାଫଳ ବୁଧବାର ପ୍ରକାଶ ପାଇଛି। ସର୍ବ ଭାରତୀୟସ୍ତରରେ ଦଶମ ପାସ୍‌ ହାର ୯୩.୭୦% ରହିିଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri