ଦିଗପହଣ୍ଡି,୧୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ରାମଚନ୍ଦ୍ରପୁର ପଞ୍ଚାୟତ ଭାଲିଆଝୋଳା ଗ୍ରାମରେ ଦଣ୍ଡନାଚ ଚାଲିଥିବା ବେଳେ ଠେଲାପେଲା । ମଙ୍ଗଳବାର ବିଳମ୍ବିତ ରାତି ପ୍ରାୟ ୨ ଟାରେ ଠେଲାପେଲାକୁ ନେଇ ଗ୍ରାମର ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ଓ ମାରପିଟ ହୋଇଥିଲା। ଏହାରି ଭିତରେ ବୁଧବାର ଭୋରରେ ପୁଣି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା ।
ଏଥିରେ ଗୋଟିଏ ଗୋଷ୍ଠୀର ମାଧବ ଗୌଡ଼, ସିମାଞ୍ଚଳ ଗୌଡ଼ ଏବଂ ଅପର ଗୋଷ୍ଠୀର ନରେଶ ଦୋରା, କାହ୍ନା ଦୋରା ଏବଂ ଆକାଶ ଦୋରା ଆହତ ହୋଇଛନ୍ତି । ଏନେଇ ଉଭୟ ଗୋଷ୍ଠୀ ପକ୍ଷରୁ ପାଟପୁର ଥାନାରେ ଏତଲା ହେବା ପରେ ଆଇଆଇସି ଦୀପ୍ତି ରଞ୍ଜନ ବେହେରା ମାମଲା ନଂ.୯୩/୨୬ ଏବଂ ୯୪/୨୬ ଅନୁଯାୟୀ ଅଭିଯୁକ୍ତ ମାନଙ୍କ ବିରୋଧରେ ପୃଥକ ମକଦ୍ଦମା ରୁଜୁ କରି ତଦନ୍ତ ନିମନ୍ତେ ଏଏସଆଇ ରମାକାନ୍ତ ଶବରଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି ।

