ଟ୍ରେନ୍‌ରେ ଯାତ୍ରା କରିବା ହେଲା ଶସ୍ତା! ଟିକେଟ ବୁକ୍‌ କଲେ ମିଳିବ ରିହାତି, ଏମିତି ଉଠାନ୍ତୁ… 

ନୂଆଦିଲ୍ଲୀ,୧୫।୪: ଭାରତୀୟ ରେଳବାଇ ଯାତ୍ରୀମାନଙ୍କ ପାଇଁ ଏକ ଖୁସି ଖବର ଆଣିଛି। ଏବେ ଟ୍ରେନ ଟିକେଟ ବୁକ୍‌ କଲେ ଆପଣଙ୍କୁ ମିଳିବ ସ୍ବତନ୍ତ୍ର ରିହାତି। ରେଳବାଇର ନୂଆ ‘RailOne’ ମୋବାଇଲ ଆପ୍‌ ବ୍ୟବହାର କରି ଯଦି ଆପଣ ଅଣସଂରକ୍ଷିତ (Unreserved) ଟିକେଟ ବୁକ କରୁଛନ୍ତି, ତେବେ ଆପଣଙ୍କୁ ୩% ପର୍ଯ୍ୟନ୍ତ ରିହାତି ମିଳିବ। ଡିଜିଟାଲ ଟିକେଟିଂକୁ ପ୍ରୋତ୍ସାହିତ କରିବା ପାଇଁ ଭାରତୀୟ ରେଳବାଇ ଏହି ନିଷ୍ପତ୍ତି ନେଇଛି। ଏହି ସୁବିଧା ଦ୍ୱାରା ଯାତ୍ରୀମାନେ ଷ୍ଟେଶନରେ ଲମ୍ବା ଲାଇନରେ ନ ଠିଆ ହୋଇ ନିଜ ମୋବାଇଲ୍‌ରୁ ଶସ୍ତାରେ ଟିକେଟ କାଟିପାରିବେ।
ରେଳବାଇ ପକ୍ଷରୁ ଏହି ରିହାତି ବ୍ୟବସ୍ଥା ମାତ୍ର ୬ ମାସ ପାଇଁ ଲାଗୁ କରାଯାଇଛି। ୧୪ ଜାନୁଆରୀ ୨୦୨୬ରୁ ଏହା ଆରମ୍ଭ ହୋଇ  ୧୪ ଜୁଲାଇ ୨୦୨୬ରେ ଶେଷ ହେବ। UPI, ଡେବିଟ କାର୍ଡ, କ୍ରେଡିଟ କାର୍ଡ ଏବଂ ନେଟ ବ୍ୟାଙ୍କିଙ୍ଗ ଭଳି ଡିଜିଟାଲ ମାଧ୍ୟମରେ ପେମେଣ୍ଟ କଲେ ଏହି ରିହାତି ମିଳିବ। ଯେଉଁମାନେ R-Wallet ଜରିଆରେ ଟିକେଟ ବୁକ କରୁଛନ୍ତି, ସେମାନଙ୍କ ପାଇଁ ପୂର୍ବଭଳି ୩% ବୋନସ କ୍ୟାସବ୍ୟାକ ଜାରି ରହିବ।

କ’ଣ ଏହି ’RailOne’ ଆପ?
RailOne ହେଉଛି ରେଳବାଇର ଏକ ’ୱାନ-ଷ୍ଟପ ଡିଜିଟାଲ ପ୍ଲାଟଫର୍ମ’। ଯାତ୍ରୀମାନଙ୍କୁ ବିଭିନ୍ନ ସେବା ପାଇଁ ଅଲଗା ଅଲଗା ଆପ୍‌ ବ୍ୟବହାର କରିବାକୁ ପଡ଼ିବ ନାହିଁ। ଏହି ଗୋଟିଏ ଆପ୍‌ରେ ଅନେକ ସେବାକୁ ଏକାଠି କରାଯାଇଛି:
IRCTC Rail Connect: (ସଂରକ୍ଷିତ ଟିକେଟ ପାଇଁ)
UTS Mobile: (ଜେନେରାଲ ଟିକେଟ ପାଇଁ)
NTES:(ଟ୍ରେନ ଷ୍ଟାଟସ ପାଇଁ)
Rail Madad: (ଅଭିଯୋଗ ପାଇଁ)
E-Catering:(ଖାଦ୍ୟ ଅର୍ଡର ପାଇଁ)

 

RailOne ଆପ୍‌ର ପ୍ରମୁଖ ବୈଶିଷ୍ଟ୍ୟ:
ଏହି ଆପ୍‌ ବ୍ୟବହାର କରି ଯାତ୍ରୀମାନେ ଅନେକ ସୁବିଧା ପାଇପାରିବେ:
୧.  ଲାଇଭ ଟ୍ରେନ ଷ୍ଟାଟସ: ଟ୍ରେନ କେଉଁଠି ଅଛି ଏବଂ ବିଳମ୍ବ ଅଛି କି ନାହିଁ ଜାଣିପାରିବେ।
୨. PNR ଟ୍ରାକିଂ: ନିଜ ଟିକେଟ୍‌ର ସ୍ଥିତି ସହଜରେ ଯାଞ୍ଚ କରିପାରିବେ।
୩.  କୋଚ୍‌ ପୋଜିସନ:ଷ୍ଟେଶନକୁ ଟ୍ରେନ ଆସିବା ପୂର୍ବରୁ ଆପଣଙ୍କ ବଗି କେଉଁଠି ରହିବ, ତାହା ଜାଣିପାରିବେ।
୪. ଖାଦ୍ୟ ଅର୍ଡର: ନିଜ ସିଟ୍‌ରେ ବସି ମନପସନ୍ଦର ଖାଦ୍ୟ ଅର୍ଡର କରିପାରିବେ।
୫.ଟିକେଟ କ୍ୟାନସେଲ: ରିଫଣ୍ଡ ଏବଂ କ୍ୟାନସେଲ ସୁବିଧା ମଧ୍ୟ ଏଠାରେ ଉପଲବ୍ଧ।
ମୋଟାମୋଟି କହିବାକୁ ଗଲେ ରେଳବାଇର ଏହି ପଦକ୍ଷେପ ଯାତ୍ରୀମାନଙ୍କ ସମୟ ଏବଂ ଅର୍ଥ ଦୁଇଟିଯାକ ବଞ୍ଚାଇବାରେ ସାହାଯ୍ୟ କରିବ। ତେଣୁ ଯଦି ଆପଣ ଟ୍ରେନରେ ଯାତ୍ରା କରୁଛନ୍ତି, ତେବେ ୧୪ ଜୁଲାଇ ପୂର୍ବରୁ RailOne ଆପ ବ୍ୟବହାର କରି ଏହି ରିହାତିର ଲାଭ ଉଠାନ୍ତୁ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଆସୁଛି ୧୦-୨୦ ଟଙ୍କିଆ ପ୍ଲାଷ୍ଟିକ ନୋଟ୍, ଆରବିଆଇ ଜାରି କଲା….

ନୂଆଦିଲ୍ଲୀ,୧୭।୭: ଦେଶରେ ଖୁବ୍‌ଶୀଘ୍ର ପ୍ଲାଷ୍ଟିକ୍ ନୋଟ୍ ପ୍ରଚଳନ ହେବାକୁ ଯାଉଛି । ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଦେଶର ମୁଦ୍ରା ବ୍ୟବସ୍ଥାରେ ଏହି ଗୁରୁତ୍ୱପୂର୍ଣ୍ଣ ଏବଂ ଆଧୁନିକ…

ଦ୍ୱିତୀୟ ଦିନରେ ଶ୍ରୀଜୀଉଙ୍କ ରଥ ଟଣା, ଶରଧାବାଲିରେ ତାଳଧ୍ବଜ ରଥ

ପୁରୀ,୬।୭: ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରୁ ବିଶ୍ୱନିୟନ୍ତାଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପୁରୀ ଶ୍ରୀକ୍ଷେତ୍ରରେ ଆରମ୍ଭ ହୋଇଯାଇଛି। ରଥଯାତ୍ରାର ଦ୍ୱିତୀୟ ଦିନରେ ଭକ୍ତ ଶ୍ରଦ୍ଧାର ସହିତ ରଥ ଟାଣିଛନ୍ତି।…

ଇରାନ ବିରୋଧରେ ଯୁଦ୍ଧରେ ଯୋଗଦେବ ପାକିସ୍ତାନ? ସାଉଦି ଆରବ ଉପରେ ହୁଥିଙ୍କ କ୍ଷେପଣାସ୍ତ୍ର ମାଡ଼ ପରେ ରାଗିଲା ଇସଲାମାବାଦ

ଇସଲାମାବାଦ,୧୭।୭: ଇରାନ ଏବଂ ଆମେରିକା ମଧ୍ୟରେ ଏକ ଚୁକ୍ତି ପାଇଁ ମଧ୍ୟସ୍ଥତା କରିବାକୁ ଚେଷ୍ଟା କରୁଥିବା ପାକିସ୍ତାନ ଏବେ ନିଜକୁ ଏକ ସଂଘର୍ଷରେ ଫସାଇପାରେ। ୟେମେନର ହୁଥି…

ଜିଲା କୋର୍ଟକୁ ବୋମାରେ ଉଡାଇ ଦେବାକୁ ମିଳିଲା ଧମକ, କୋର୍ଟ ପରିସର ଖାଲି କରିବାକୁ ନିର୍ଦ୍ଦେଶ, ଖେଳିଗଲା ଆତଙ୍କ

ଝାରସୁଗୁଡ଼ା, ୧୭।୭ (ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ଜିଲା ଓ ଦୌରା ଜଜ୍‌ଙ୍କ ଅଦାଲତ ପରିସରକୁ ବୋମା ମାଡ଼ କରି ଉଡ଼ାଇ ଦେବା ପାଇଁ ଏକ ସମ୍ବେଦନଶୀଳ…

IIC ବିୟୁଟି ମହାନ୍ତିଙ୍କ ମୃତ୍ୟୁର କିଛି ପ୍ରମାଣ ମିଳିଛି, ଡିସିପି କହିଲେ ମୋବାଇଲରୁ…

କଟକ,୧୭ା୭: ଚାଉଳିଆଗଞ୍ଜ ଥାନା ଆଇଆଇସି ବିୟୁଟି ମହାନ୍ତିଙ୍କ ମୃତ୍ୟୁ ମାମଲାରେ କଟକ ଡିସିପି ଖିଲାରୀ ଋଷିକେଶ ଆଉ ଏକ ପ୍ରତିକ୍ରିୟା ଦେଇଛନ୍ତି। ଡିସିପି କହିଛନ୍ତି, ଡିଜିଟାଲ ପ୍ରମାଣ…

ବଡ଼ ଖୁଲାସା କଲେ ଆମିର ଖାନ୍‌: 3 idiots ସୋନମ ୱାଙ୍ଗଚୁକଙ୍କ ଉପରେ ଆଧାରିତ ନୁହେଁ, ଜାଣନ୍ତୁ କ’ଣ କହିଲେ…

ମୁମ୍ବାଇ: ଶିକ୍ଷାବିତ୍‌ ତଥା ସମାଜସେବୀ ସୋନମ ୱାଙ୍ଗଚୁକ ୨୦ ଦିନ ହେବ ଦିଲ୍ଲୀର ଯନ୍ତର ମନ୍ତରଠାରେ ଅନଶନରେ ବସିଛନ୍ତି। ଏହି ସମୟ ମଧ୍ୟରେ ତାଙ୍କ ଓଜନ ମଧ୍ୟ…

ବଡ଼ ରେକର୍ଡ କଲେ ରୋହିତ-କୋହଲି ଯୋଡ଼ି: ୯୪ ବର୍ଷ ଦିନିକିଆ କ୍ରିକେଟ୍‌ ଇତିହାସରେ…

ନୂଆଦିଲ୍ଲୀ,୧୭।୭: ଭାରତୀୟ କ୍ରିକେଟର ଦୁଇ ମହାନ ଖେଳାଳି, ରୋହିତ ଶର୍ମା ଏବଂ ବିରାଟ କୋହଲି, ଅନ୍ତର୍ଜାତୀୟ କ୍ରିକେଟରେ ଏକ ଏପରି ସଫଳତା ହାସଲ କରିଛନ୍ତି ଯାହା ପ୍ରତ୍ୟେକ…

ଅବସର ନେବେ ନାହିଁ ରୋହିତ ଶର୍ମା! ‘ହିଟମ୍ୟାନ’ଙ୍କୁ ନେଇ ଏମିତି କହିଦେଲେ କୋଚ

ନୂଆଦିଲ୍ଲୀ,୧୭।୭: ଦ୍ୱିତୀୟ ଦିନିକିଆରେ ପୁଣି ଥରେ ବିଫଳ ହେବା ପରେ, ତୃତୀୟ ମ୍ୟାଚ ରୋହିତ ଶର୍ମାଙ୍କ ଶେଷ ହୋଇପାରେ ବୋଲି କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ଅନେକ ଗଣମାଧ୍ୟମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri