ଜାତୀୟ ମହିଳା ସଂରକ୍ଷଣ ବିଲ୍‌କୁ ବିଜେଡିର ସମର୍ଥନ

ଭୁବନେଶ୍ୱର,୧୬ା୪(ସୁନିତ୍‌ ମିଶ୍ର): ମହିଳା ସଂରକ୍ଷଣ ଓ ମହିଳା ସଶକ୍ତୀକରଣ କ୍ଷେତ୍ରରେ ସାରା ଦେଶରେ ବିଜୁ ପଟ୍ଟନାୟକ ଜଣେ ଅଗ୍ରଦୂତ ଥିଲେ। ବିଜେଡି ସବୁବେଳେ ବିଧାନସଭା ଓ ପାର୍ଲାମେଣ୍ଟରେ ମହିଳାମାନଙ୍କ ପ୍ରତିନିଧିତ୍ୱ ବୃଦ୍ଧି ପାଇଁ ସଂଗ୍ରାମ କରିଆସିଛି। ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକରେ ମହିଳାମାନଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷଣ ବିଜେଡି ବହୁ ପୂର୍ବରୁ କରିଛି। ମହିଳାଙ୍କ ସଶକ୍ତୀକରଣ ପାଇଁ ଆସୁଥିବା ଜାତୀୟ ବିଧେୟକକୁ ବିଜେଡି ପୂର୍ଣ୍ଣ ସମର୍ଥନ ଦେବ ବୋଲି ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କହିଛନ୍ତି। ଅନ୍ୟପଟେ ସମ୍ବିଧାନର ପ୍ରସ୍ତାବିତ ୧୩୧ତମ ସଂଶୋଧନ ବିଲ୍‌ ୨୦୨୬ ସୀମା ପୁନଃ ନିର୍ଦ୍ଧାରଣ ବିଲ୍‌ ଯଦି ଓଡ଼ିଶାର ରାଜନୈତିକ ଅଧିକାର କ୍ଷୁଣ୍ଣ ନ କରେ ତେବେ ଏହି ବିଲ୍‌କୁ ସ୍ବାଗତ କରାଯିବ ବୋଲି ମଧ୍ୟ ନବୀନ କହିଛନ୍ତି।
ସୀମା ପୁନଃ ନିର୍ଦ୍ଧାରଣ ବିଷୟକୁ ନେଇ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଡାକିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖି ନବୀନ ପଟ୍ଟନାୟକ ଅନୁରୋଧ କରିଛନ୍ତି। ବୁଧବାର ଲେଖିଥିବା ଚିଠିରେ ନବୀନ କହିଛନ୍ତି, ସମ୍ବିଧାନର ପ୍ରସ୍ତାବିତ ୧୩୧ତମ ସଂଶୋଧନ ବିଲ୍‌ ୨୦୨୬ ସୀମା ପୁନଃ ନିର୍ଦ୍ଧାରଣ ବିଲ୍‌ ଦ୍ୱାରା ଲୋକ ସଭା ଆସନ ସଂଖ୍ୟାରେ ବ୍ୟାପକ ପରିବର୍ତ୍ତନ ଘଟିବ। ଲୋକ ସଭା ସଦସ୍ୟ ସଂଖ୍ୟା ୫୪୩ରୁ ବୃଦ୍ଧି ପାଇ ୮୫୦ ହେବ। ବର୍ତ୍ତମାନ ଓଡ଼ିଶାର ଲୋକ ସଭା ଆସନ ସଂଖ୍ୟା ୨୧ ରହିଛି, ଯାହା ମୋଟ୍‌ ଆସନ ସଂଖ୍ୟାର ୩.୯%। ମାତ୍ର ଉପରୋକ୍ତ ସଂଶୋଧନ ବିଲ୍‌ ଯଦି ପାରିତ ହୁଏ, ତେବେ ରାଜ୍ୟରେ ଲୋକ ସଭା ଆସନ ସଂଖ୍ୟା ୨୯କୁ ବୃଦ୍ଧି ପାଇବ। ଏହାଦ୍ୱାରା ଆନୁପାତିକ ହାରରେ ମୋଟ୍‌ ଆସନ ସଂଖ୍ୟାର ୩.୯% ହାର ୩.୪%କୁ ହ୍ରାସ ଘଟିବ। ନୂତନ ସଂଶୋଧନ ଦ୍ୱାରା ଓଡ଼ିଶାର ରାଜନୈତିକ ପ୍ରତିନିଧିତ୍ୱ ଜାତୀୟସ୍ତରରେ ୧୫% ହ୍ରାସ ହେବା ସମ୍ଭାବନା ରହିଛି, ଯାହାକି ଚିନ୍ତାଜନକ ବିଷୟ। ଜନସଂଖ୍ୟା ନିୟନ୍ତ୍ରଣରେ ଓଡ଼ିଶା ଏକ ଆଗୁଆ ରାଜ୍ୟ। ମାନବ ସମ୍ବଳର ବିକାଶରେ ମଧ୍ୟ ଓଡ଼ିଶା ପ୍ରଶଂସନୀୟ କାର୍ଯ୍ୟ କରିଛି। ନୂତନ ସଂଶୋଧନ ଦ୍ୱାରା ଓଡ଼ିଶାର ରାଜନୈତିକ ପ୍ରତିଷ୍ଠା ବିଶେଷ ଭାବେ ପ୍ରଭାବିତ ହେବ ବୋଲି ସେ କହିଛନ୍ତି।
ନବୀନ ଆହୁରି ଉଲ୍ଲେଖ କରିଛନ୍ତି, ରିପୋର୍ଟ ଅନୁଯାୟୀ ଏହି ପ୍ରସ୍ତାବିତ ନୂତନ ବ୍ୟବସ୍ଥା ଦ୍ୱାରା ଓଡ଼ିଶାର ବିପୁଳ କ୍ଷତି ସହିବାରେ ଦେଶର ୪ର୍ଥ ରାଜ୍ୟ ହେବ। ଆମ ଭବିଷ୍ୟତ ପିଢ଼ି ପାଇଁ ଏହାଦ୍ୱାରା ବହୁ ଅନ୍ୟାୟ ହେବ। ଯଦି ଓଡ଼ିଶାର ରାଜନୈତିକ ଅଧିକାର ଏହାଦ୍ୱାରା ଯଦି ଅକ୍ଷୁଣ୍ଣ ରୁହେ ତେବେ ଏହି ବିଲ୍‌କୁ ସ୍ବାଗତ କରାଯିବ। ମାତ୍ର ସମ୍ବିଧାନରେ ଉଲ୍ଲେଖିତ ସହଯୋଗମୂଳକ ସଂଘୀୟବାଦର ଏହି ବିଲ୍‌ ବିରୁଦ୍ଧାଚରଣ କରୁଛି। ତେଣୁ ଓଡ଼ିଶାର ରାଜନୈତିକ ଅଧିକାର କ୍ଷୁଣ୍ଣ ହେଲା ଭଳି ଯଦି କୌଣସି କାର୍ଯ୍ୟ ଘଟେ ତେବେ ଏହା ରାଜ୍ୟବାସୀଙ୍କ ଆଶା ଆକାଂକ୍ଷା ପ୍ରତି ଐତିହାସିକ ଧୋକା ହେବ। ଏପ୍ରିଲ ପହିଲା ୧୯୩୬ରେ ଓଡ଼ିଶା ଦେଶର ପ୍ରଥମ ଭାଷାଭିତ୍ତିକ ରାଜ୍ୟର ମାନ୍ୟତା ଲାଭ କରିଥିଲା। ଓଡ଼ିଆ ଭାଷାଭାଷୀ ଅଞ୍ଚଳ ଏକାଠି ହେଲା। ଓଡ଼ିଶା କେବଳ ଏକ ଭୌଗୋଳିକ ସତ୍ତା ନୁହେଁ, ଓଡ଼ିଆ ଭାଷା କହୁଥିବା ସାଢେ ୪ କୋଟି ରାଜ୍ୟବାସୀଙ୍କ ଆସ୍ଥାର ଦେବାଳୟ। ୧୮୧୭ର ପାଇକ ବିଦ୍ରୋହ ଓ ୧୯୪୨ର ଭାରତ ଛାଡ଼ ଆନ୍ଦୋଳନ ଆଦିରେ ଏ ମାଟିର ସୁଯୋଗ୍ୟ ସନ୍ତାନ ବକ୍ସି ଜଗବନ୍ଧୁ, ବୀର ସୁରେନ୍ଦ୍ର ସାଏ ଓ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଅତୁଳନୀୟ ଅବଦାନ ଚିରସ୍ମରଣୀୟ। ଓଡ଼ିଶା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ଭୂମି। ଜଗନ୍ନାଥ ସଂସ୍କୃତି ହେଉଛି ଭାରତୀୟତାର ଆଧ୍ୟାତ୍ମିକ ଓ ନୈତିକ ଶକ୍ତି। ଏହି ସାଂସ୍କୃତିକ ଓ ଐତିହାସିକ ପଟ୍ଟଭୂମିରେ ଓଡ଼ିଶାର ରାଜନୈତିକ ଅଧିକାର ଯେପରି କ୍ଷୁଣ୍ଣ ନ ହୁଏ, ସେଥିପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ତୁରନ୍ତ ପଦକ୍ଷେପ ନିଅନ୍ତୁ।
ନବୀନ ପୁଣି କହିଛନ୍ତି, ବର୍ତ୍ତମାନ ଯଦି ଏହାକୁ ଦୃଢ ପ୍ରତିବାଦ କରାଯିବ ନାହିଁ ଏବଂ ଓଡ଼ିଶାର ରାଜନୈତିକ ପ୍ରତିଷ୍ଠା ହ୍ରାସରେ ନୀରବଦ୍ରଷ୍ଟା ହୋଇ ରହିବା, ତେବେ ଭବିଷ୍ୟତ ପିଢ଼ି ଆମକୁ କେବେ କ୍ଷମା କରିବେ ନାହିଁ। ତେଣୁ ୪୮ ଘଣ୍ଟା ଭିତରେ ସ୍ବତନ୍ତ୍ର ଅଧିବେଶନ ଡାକି ଏହାକୁ ବିରୋଧ କରି ବିଧାନସଭାରେ ଏକ ସଂକଳ୍ପ ପାରିତ କରିବାକୁ ନବୀନ ଅନୁରୋଧ କରିଛନ୍ତି। ଓଡ଼ିଶାର ରାଜନୈତିକ ଅଧିକାର ଯଦି ୦.୧% କ୍ଷୁଣ୍ଣ ନ ହେବ ସେଥିଲାଗି ସମସ୍ତେ କାର୍ଯ୍ୟ କରିବା ଦରକାର।
ଏଠାରେ ଉଲ୍ଲେଖଯୋଗ୍ୟ, କେନ୍ଦ୍ରର ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ସରକାର ମହିଳା ସଂରକ୍ଷଣ ବିଲ୍‌କୁ ଆଗରେ ରଖି ସୀମା ପୁନଃ ନିର୍ଦ୍ଧାରଣ ସମ୍ବନ୍ଧିତ ସଂଶୋଧନ ବିଲ୍‌ ଲାଗୁ କରାଇବାକୁ ଚାହୁଁଥିବା ଚର୍ଚ୍ଚା ହେଉଛି। କେନ୍ଦ୍ର ସରକାର ଦର୍ଶାଇବାକୁ ଚାହୁଁଛନ୍ତି ମହିଳା ସଂରକ୍ଷଣ ଲାଗି ସୀମା ପୁନଃ ନିର୍ଦ୍ଧାରଣର ଆବଶ୍ୟକତା ପଡୁଛି। ନବୀନ ମହିଳା ସଂରକ୍ଷଣ ବିଲ୍‌କୁ ସମର୍ଥନ କରୁଥିବା ଜଣାଇଛନ୍ତି। ଏଥିରୁ ସେ ସୀମା ପୁନଃ ନିର୍ଦ୍ଧାରଣ ବିଲ୍‌କୁ କିପରି ବିରୋଧ କଲେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଏସିଆନ ଗେମ୍ସର ଓପନିଂ ମ୍ୟାଚ୍‌ରେ ଭାରତର ବଡ଼ ବିଜୟ

କାକାମିଗାହାରା,୨୦ା୯: ଏସିଆନ ଗେମ୍ସ ପୁରୁଷ ହକି ପୁଲ୍‌ ‘ଏ’ର ଓପନିଂ ମ୍ୟାଚରେ ଭାରତ ୧୩-୧ ଗୋଲ୍‌ରେ ଇଣ୍ଡୋନେସିଆକୁ ହରାଇ ଦେଇଛି। ଷ୍ଟ୍ରାଇକର ଦିଲ୍‌ପ୍ରୀତ ସିଂ ଏକାକି ୪ଟି…

ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ଆନ୍ଦୋଳନର ସମସ୍ତ ମାମଲା ପ୍ରତ୍ୟାହାର….

କୋଲକାତା,୨୦ା୯: ପଶ୍ଚିମବଙ୍ଗରେ କୁର୍ମି ସମୁଦାୟକୁ ନେଇ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ। ପୂର୍ବ ସରକାରଙ୍କ ସମୟରେ କୁର୍ମି ଆନ୍ଦୋଳନ ସହ ଜଡ଼ିତ ଯେଉଁ ସବୁ…

ଟି୨୦ କ୍ରିକେଟରେ ଇତିହାସ ରଚିଲେ ମନ୍ଧାନା

ନିଶିନ,୨୦ା୯: ଭାରତୀୟ ଓପନର ସ୍ମୃତି ମନ୍ଧାନା ରବିବାର ନିଜ କ୍ୟାରିୟରରେ ଆଉ ଏକ ରେକର୍ଡର ଅଧିକାରୀ ହୋଇଛନ୍ତି। ବାଂଲାଦେଶ ବିପକ୍ଷ ଏସିଆନ ଗେମ୍ସ ସେମିଫାଇନାଲ ମ୍ୟାଚ୍‌ରେ ୩୭…

‘ଛାତ୍ରୋଁ କୀ ଗୁଞ୍ଜ୍‌’ କାର୍ଯ୍ୟକ୍ରମରେ ହାସ୍ୟାଭିନେତାଙ୍କ ଦ୍ୱାରା ମୋଦିଙ୍କୁ ନକଲ, ଦେଶରେ ହଇଚଇ!

ନୂଆଦିଲ୍ଲୀ,୨୦ା୯: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ରାଜନୈତିକ ବିବାଦ ଜୋର ଧରିଛି । ମଧ୍ୟପ୍ରଦେଶର ଇନ୍ଦୋରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ‘ଛାତ୍ରୋଁ କୀ ଗୁଞ୍ଜ୍‌’…

ଶେଫାଳିଙ୍କ ଦମ୍‌ଦାର ଶତକ: ଫାଇନାଲରେ ଭାରତ

ନିଶିନ,୨୦ା୯: ଶେଫାଳି ବର୍ମାଙ୍କ ଶତକ ବଳରେ ଖେଳାଯାଇଥିବା ସେମିଫାଇନାଲ ମ୍ୟାଚ୍‌ରେ ଭାରତ ୧୧୪ ରନ୍‌ରେ ବାଂଲାଦେଶକୁ ହରାଇ ମହିଳା କ୍ରିକେଟ ଟି୨୦ ଇଭେଣ୍ଟ ଫାଇନାଲରେ ପ୍ରବେଶ କରିଛି।…

ଖଣ୍ଡୁଆଳମାଳି ବକ୍ସାଇଟ୍ ଖଣି ଖନନକୁ ବିରୋଧ, ଅମଠାଗୁଡ଼ାରେ ୨୦ ଗାଁର ଶତାଧିକ ଆନ୍ଦୋଳନକାରୀ….

ଥୁଆମୂଳ ରାମପୁର,୨୦।୯(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ କର୍ଲାପାଟ୍ ଅଞ୍ଚଳର ଖଣ୍ଡୁଆଳମାଳିରୁ ବକ୍ସାଇଟ୍ ଖନନକୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ବିରୋଧ ତୀବ୍ର ହେବାରେ ଲାଗିଛି…

ବିଦ୍ୟାଳୟରୁ ଚାଉଳ-ଖେଳଣା ଚୋରି, ୩ ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୨୦।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ପଞ୍ଚାୟତ ବୀରପଦ୍ମନାଭପୁର ଗ୍ରାମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଷ୍ଟୋର ରୁମରୁ ୩୦ ପ୍ୟାକେଟ ଚାଉଳ ଏବଂ…

ବରିଷ୍ଠ କିରାଣି ଜୟନ୍ତ ପ୍ରଧାନଙ୍କୁ ନିଲମ୍ବନ କଲେ କେନ୍ଦ୍ରାପଡ଼ା DEO

ଡେରାବିଶ, ୨୦।୯(ବେବର୍ତା ଅଜୟ ଦାସ): ଡେରାବିଶ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା ବରିଷ୍ଠ କିରାଣୀ ଜୟନ୍ତ କୁମାର ପ୍ରଧାନଙ୍କୁ ନିଲମ୍ବିତ କରାଯାଇଛି । ନିଜ କାର୍ଯ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?