Posted inଖେଳ

ଶେନ୍‌ ଓ୍ବର୍ନଙ୍କ ମୃତ୍ୟୁକୁ ନେଇ ମୁହଁ ଖୋଲିଲେ ପୁଅ ଜ୍ୟାକ୍‌ସନ

ନୂଆଦିଲ୍ଲୀ,୧୪ା୪: ଅଷ୍ଟ୍ରେଲିଆର କିମ୍ବଦନ୍ତୀ ଲେଗ୍‌ ସ୍ପିନର ଶେନ୍‌ ଓ୍ବର୍ନଙ୍କ ହଠାତ୍‌ ପରଲୋକ ଘଟିବାର ୪ ବର୍ଷ ପରେ ତାଙ୍କ ମୃତ୍ୟୁକୁ ନେଇ ପୁଅ ଜ୍ୟାକ୍‌ସନ ଓ୍ବର୍ନ ମୁହଁ ଖୋଲିଛନ୍ତି। ଓ୍ବର୍ନ ୫୨ ବର୍ଷ ବୟସରେ ୨୦୨୨ରେ ଥାଇଲାଣ୍ଡର ଏକ ରିଜର୍ଟରେ ହୃଦ୍‌ଘାତରେ ପ୍ରାଣ ହରାଇଥିଲେ। ହଠାତ୍‌ ତାଙ୍କର ମୃତ୍ୟୁ ଖବର ପୂରା କ୍ରିକେଟ୍‌ ଜଗତକୁ ଚକିତ କରିଦେଇଥିଲା। ପୁଅ ଜ୍ୟାକ୍‌ସନଙ୍କ ମତରେ ଶେନ୍‌ଙ୍କ ମୃତ୍ୟୁରେ କୋଭିଡ୍‌-୧୯ ଭାକ୍ସିନ୍‌ର ଭୂମିକା ଥାଇପାରେ।

ବାପାଙ୍କ ମୃତ୍ୟୁରେ କୋଭିଡ୍‌ ଭାକ୍ସିନ୍‌ର ଭୂମିକା ରହିଛି। ମୋ ମତରେ ଏବେ ଏ ସମ୍ପର୍କରେ କହିବା ବିବାଦୀୟ ହେବନାହିଁ। ଯଦି ବାପାଙ୍କର ଅନ୍ତର୍ନିହିତ ସ୍ବାସ୍ଥ୍ୟ ସମସ୍ୟା ଥିଲା, ତେବେ ତାହାକୁ କୋଭିଡ୍‌ ଭାକ୍ସିନ ହିଁ ବାହାରକୁ ଆଣିଥିଲା। ବାପାଙ୍କ ମୃତ୍ୟୁ ଖବର ପାଇବା ପରେ ମୁଁ ତୁରନ୍ତ କୋଭିଡ୍‌ ଓ ଭାକ୍ସିନକୁ ଦାୟୀ କରିଥିଲି। ବାପାଙ୍କ ମୃତ୍ୟୁ ପରେ ସର୍ବସାଧାରଣରେ ମୁଁ ଏ ସମ୍ପର୍କରେ କଥା ହେବାକୁ ଚାହୁଁଥିଲି। କିନ୍ତୁ ଶେଷରେ ମୁଁ ତାହା ନ କରିବାକୁ ନିଷ୍ପତ୍ତି ନେଇଥିଲି। ନ ହେଲେ ମୁଁ ଭିନ୍ନ ସ୍ଥିତିରେ ଥାଆନ୍ତି ବୋଲି ଜ୍ୟାକ୍‌ସନ ‘୨ ଓ୍ବାଲର୍‌ଡ କୋଲାଇଡ୍‌’ ନାମକ ଏକ ପଡ୍‌କାଷ୍ଟରେ କହିଛନ୍ତି।

ସେ କହିଛନ୍ତି, କୋଭିଡ୍‌ ପୂର୍ବରୁ ଅନେକ ଲୋକଙ୍କ ହୃଦ୍‌ଘାତରେ ମୃତ୍ୟୁ ହେଉଥିଲା। କିନ୍ତୁ ବାପା ପୂରା ଠିକ୍‌ ଥିଲେ। ମୋ ମତରେ ତାଙ୍କୁ ୩ରୁ ୪ ଭାକ୍ସିନ ଡୋଜ୍‌ ଦିଆଯାଇଥିଲା। ସେଗୁଡ଼ିକୁ ନେବାକୁ ସେ ଚାହୁଁ ନ ଥିଲେ। ମାତ୍ର କାମ କରିବା ପାଇଁ ତାଙ୍କୁ ବାଧ୍ୟହୋଇ ଭାକ୍ସିନ ନେବାକୁ ପଡ଼ିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ହୃଦୟ ଜିଣିଲେ ହାର୍ଦ୍ଦିକ ପାଣ୍ଡ୍ୟା: ଭାରତୀୟ ସୈନ୍ୟଙ୍କ ସହ…

ନୂଆଦିଲ୍ଲୀ,୫।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫଟୋ BSF (ସୀମା ସୁରକ୍ଷା ବଳ) କର୍ମଚାରୀଙ୍କ ସହ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେ…

ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…

ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର…

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

ପୁଇଁତୋଳା ପରିଚାଳନା କମିଟି ପକ୍ଷରୁ ଗଣେଶ ପୂଜା ପ୍ରସ୍ତୁତି: ଯୋଗଦେବେ ଛତ୍ରପୁର ବିଧାୟକ, ଟପ୍ପର ବିଦ୍ୟାର୍ଥୀଙ୍କୁ …

୫।୯ (ବିଦ୍ୟାଧର ସାହୁ): ଆସନ୍ତା ୧୪ ତାରିଖରେ ଅଗ୍ରପୂଜ୍ୟ ଗଜାନନଙ୍କ ଶ୍ରୀଗଣେଶ ଚତୁର୍ଥୀ। ଏଥିପାଇଁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ଦେଖାଦେଇଛି। ଆକର୍ଷଣୀୟ ମେଢ଼ ସାଙ୍ଗକୁ…

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri