Posted inଜାତୀୟ

ସିବିଏସ୍‌ଇ ଦଶମ ପାସ୍‌ ହାର ୯୩.୭୦%

ଭୁବନେଶ୍ୱର,୧୬ା୪(ସୁଚିସ୍ମିତା ସାହୁ): କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସ୍‌ଇ) ଦ୍ୱାରା ପରିଚାଳିତ ଦଶମ ପରୀକ୍ଷାଫଳ ବୁଧବାର ପ୍ରକାଶ ପାଇଛି। ସର୍ବ ଭାରତୀୟସ୍ତରରେ ଦଶମ ପାସ୍‌ ହାର ୯୩.୭୦% ରହିିଥିବାବେଳେ ଭୁବନେଶ୍ୱର ରିଜିଅନ(ଓଡ଼ିଶା, ପଶ୍ଚିମବଙ୍ଗ ଓ ଛତିଶଗଡ଼)ରେ ପାସ୍‌ ହାର ୯୪.୬୭% ରହିଛି। ଚଳିତ ବର୍ଷ ଦଶମ ପାସ୍‌ ହାର ଗତବର୍ଷ ତୁଳନାରେ ୦.୦୪% ଅଧିକ ରହିଛି। ସେହିପରି ଏଥର ମଧ୍ୟ ପୁଅଙ୍କ ଅପେକ୍ଷା ଝିଅମାନେ ଆଗରେ ରହିଛନ୍ତି। ଛାତ୍ରୀଙ୍କ ପାସ୍‌ ହାର ୯୪.୯୯% ରହିଥିବାବେଳେ ଛାତ୍ରଙ୍କ ପାସ୍‌ହାର ୯୨.୬୯% ଏବଂ ଟ୍ରାନ୍ସଜେଣ୍ଡର ୮୭.୫୦% ରହିଛି। ଦଶମ ବୋର୍ଡ ପରୀକ୍ଷା ପାଇଁ ପଞ୍ଜୀକୃତ ହୋଇଥିବା ମୋଟ ୨୪ ଲକ୍ଷ ୮୩ ହଜାର ୪୭୯ ଛାତ୍ରୀଛାତ୍ରଙ୍କ ମଧ୍ୟରୁ ୨୪ ଲକ୍ଷ ୭୧ ହଜାର ୭୭୭ ଜଣ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୨୩ ଲକ୍ଷ ୧୬ ହଜାର ୮ ଜଣ ଛାତ୍ରୀଛାତ୍ର ସଫଳତାର ସହିତ ଉତ୍ତୀର୍ଣ୍ଣ ହୋଇଛନ୍ତି। ୨୦୨୫ରେ ଦଶମ ବୋର୍ଡ ପରୀକ୍ଷା ପାଇଁ ୨୩ ଲକ୍ଷ ୮୫ ହଜାର ୭୯ ଜଣ ଛାତ୍ରୀଛାତ୍ର ପଞ୍ଜୀକୃତ କରିଥିଲେ। ସେଥିମଧ୍ୟରୁ ୨୩ ଲକ୍ଷ ୭୧ ହଜାର ୯୩୯ ଜଣ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୨୨ ଲକ୍ଷ ୨୧ ହଜାର ୬୩୬ ଜଣ ଛାତ୍ରୀଛାତ୍ର ସଫଳତାର ସହିତ ଉତ୍ତୀର୍ଣ୍ଣ ହୋଇଥିଲ, ଯାହାର ପାସ୍‌ ହାର ୯୩.୬୬ ରହିଥିଲା। ଚଳିତ ବର୍ଷ ଦଶମ ବୋର୍ଡ ପରୀକ୍ଷାରେ ପ୍ରଥମସ୍ଥାନରେ କେରଳର ତ୍ରିଭେନ୍ଦ୍ରମ୍‌ ରିଜିଅନ ଏବଂ ଆନ୍ଧ୍ରପ୍ରଦେଶର ବିଜୟଓ୍ବାଡା ରିଜିଅନ ରହିଛି। ଉଭୟ ରିଜିଅନରେ ପାସ୍‌ ହାର ୯୯.୭୯% ରହିଛି। ସେହିପରି ତାଲିମନାଡୁର ଚେନ୍ନାଇ ରିଜିଅନ ୯୯.୫୮% ମାର୍କ ରଖି ତୃତୀୟସ୍ଥାନରେ ରହିଛି। ୯୮.୯୧% ସହ ଚତୁର୍ଥସ୍ଥାନରେ ବେଙ୍ଗାଲୁରୁ, ୯୭.୪୫% ସହ ପଞ୍ଚମରେ ଦିଲ୍ଲୀ ଓ୍ବେଷ୍ଟ ରହିଛି। ତେବେ ଷଷ୍ଠରେ ଦିଲ୍ଲୀ ଇଷ୍ଟ ୯୭.୩୩% ରଖିଥିବାବେଳେ ୯୬.୬୬%ରେ ସପ୍ତମରେ ପୁନେ ରହିଛି। ତେବେ ୧୧ତମ ସ୍ଥାନରେ ଭୁବନେଶ୍ୱର ରିଜିଅନ ଥିବାବେଳେ ପାସ୍‌ ହାର ୯୪.୬୭% ରହିଛି। ଚଳିତ ବର୍ଷ କେନ୍ଦ୍ରୀୟ ବିଦ୍ୟାଳୟ(କେଭି)୯୯.୫୭% ମାର୍କ ରଖି ଶ୍ରେଷ୍ଠ ପ୍ରଦର୍ଶନ କରିଛି। ଜବାହର ନବୋଦୟ ବିଦ୍ୟାଳୟ(ଜେଏନ୍‌ୟୁ) ୯୯.୪୨% ମାର୍କ ରଖି ଦ୍ୱିତୀୟ ସ୍ଥାନରେ ରହିଛି। ଅନ୍ୟାନ୍ୟ ସ୍କୁଲ ବର୍ଗ ମଧ୍ୟରେ ଏସ୍‌ଟିଏସ୍‌ଏସ ୯୭.୪୨%, ସରକାରୀ ସ୍କୁଲ ୯୧.୪୩ % , ସରକାରୀ ସହାୟତା ପ୍ରାପ୍ତ ସ୍କୁଲ ୯୧.୦୧ % ରଖିଥିବା ବେଳେ ବେସରକାରୀ ସ୍କୁଲ ୯୩.୭୭ % ମାର୍କ ରଖି ରେକର୍ଡ କରିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଶନିଙ୍କ ନକ୍ଷତ୍ରରେ ମଙ୍ଗଳ ଗୋଚର: ୪ ରାଶିଙ୍କୁ ବଡ଼ ଡିଲ୍‌ ଅଫର୍‌, ଧନଲାଭ ଯୋଗ

ପୁଷ୍ୟା ନକ୍ଷତ୍ର ହେଉଛି ଶନିଦେବଙ୍କ ନକ୍ଷତ୍ର। ଶନିଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ ବିଭିନ୍ନ ରାଶିର ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଇବ। ସୂଚନାଯୋଗ୍ୟ ଯେ, ମଙ୍ଗଳଙ୍କ ଏହି…

ଗୁରୁଦିବସରେ ଶିକ୍ଷା,ଶିକ୍ଷକ ଓ ଶିକ୍ଷାୟତନ

ଦିଗପହଣ୍ଡି,୫|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ସ୍ଥିତ ନନ୍ଦିଘୋଷ କଲ୍ୟାଣ ମଣ୍ଡପ ସଭାଗୃହରେ ସ୍ଥାନୀୟ ଗଣ ଅଧିକାର ଓ ଆଇନ ସୁରକ୍ଷା ମଞ୍ଚ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

‘ଝିଅଙ୍କୁ ସ୍କର୍ଟ ପିନ୍ଧାଇ ସ୍କୁଲ ଛାଡନ୍ତୁନି’… ସ୍ୱାସ୍ଥ୍ୟମନ୍ତ୍ରୀ ଦେଲେ ଏମିତି ବୟାନ, ହେଉଛି ଚର୍ଚ୍ଚା

କୋଲକାତା,୫।୯: ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ଶରଦ୍ୱତ ମୁଖାର୍ଜୀ ରାଜ୍ୟର ସମସ୍ତ ସ୍କୁଲକୁ ପରାମର୍ଶ ଦେଇଛନ୍ତି ଯେ, ଡେଙ୍ଗୁ ଋତୁରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ହାତ-ଗୋଡ଼ ସମ୍ପୂର୍ଣ୍ଣ ଘୋଡ଼ାଇ ହୋଇ…

ବଞ୍ଜାରା ଗ୍ୟାଙ୍ଗର ୫ ମହିଳାଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୫।୯: ନୟାପଲ୍ଲୀ ପୋଲିସ ଶନିବାର ବଞ୍ଜାରା ଲୁଟେରା ଗ୍ୟାଙ୍ଗର ୫ଜଣ ମହିଳାଙ୍କୁ ଧରିବାରେ ସକ୍ଷମ ହୋଇଛି। ଗରଫ ସମସ୍ତ ମହିଳା ମହାରାଷ୍ଟ୍ରର ବୋଲି ସୂଚନା ମିଳିଛି। ପୋଲିସ…

୫ ଦିନ ହେଲା ‘ଆଜି ନୁହେଁ, କାଲି ଦେବୁ’ କହି ଭଣ୍ଡାଉଛନ୍ତି ଗ୍ୟାସ ବିତରକ: ସିଲିଣ୍ଡର ରଖି ଗ୍ରାହକଙ୍କ ରାସ୍ତାରୋକ

ରାଜନଗର, ୫।୯(ଭାସ୍କର ରାଉତରାୟ): ଦୀର୍ଘଦିନ ଧରି ରାଜନଗର ଅଞ୍ଚଳରେ ଗ୍ୟାସ ଯୋଗାଣକୁ ନେଇ ଗ୍ରାହକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଗ୍ୟାସ ବିତରକମାନେ ବିଭିନ୍ନ…

ଭୟଙ୍କର! ଏଭରେଷ୍ଟକୁ ତରଳାଉଛି ମଣିଷ ପରିସ୍ରା? ୩୨ ବର୍ଷର ଭାଙ୍ଗିଲା ରେକର୍ଡ, ଦୁଇ ଗୁଣା ସ୍ପିଡ୍‌ରେ ତରଳୁଛି ବରଫ

ନୂଆଦିଲ୍ଲୀ,୫।୯: ମାଉଣ୍ଟ ଏଭରେଷ୍ଟକୁ ନଷ୍ଟ କରୁଛି ମଣିଷର ପରିସ୍ରା! ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ହିଁ ସବୁଠାରୁ ବଡ଼ ସତ… ଯେଉଁ ଏଭରେଷ୍ଟକୁ ଜିତିବା ପାଇଁ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri