ଜୁଏଲେରି ବ୍ୟବସାୟ ସବୁଠୁ ନିରାପଦ: ସଞ୍ଜୀବ ହଂସ

ପ୍ରାୟ ୩୦ ବର୍ଷ ପୂର୍ବେ ପ୍ରତିଷ୍ଠିତ ‘ଶୁଭଲାଭ ଜୁଏଲର୍ସ’ ଓଡ଼ିଶାର ଏକ ପ୍ରମୁଖ ଜୁଏଲେରି ବ୍ରାଣ୍ଡ୍‌ ଭାବରେ ପରିଚିତ। ଏକ ଛୋଟ ଦୋକାନରୁ ଆରମ୍ଭ ହୋଇଥିବା ଏହି ସଂସ୍ଥାର ଏକାଧିକ ଷ୍ଟୋର ଏବେ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ରହିଛି। ଗ୍ରାହକମାନଙ୍କୁ ପ୍ରତିଯୋଗିତାମୂଳକ ମୂଲ୍ୟରେ ଉଚ୍ଚ ଗୁଣବତ୍ତା ସମ୍ପନ୍ନ ହୀରା ଏବଂ ସୁନା ଅଳଙ୍କାର ଯୋଗାଇଦେବା ପାଇଁ ପ୍ରତିବଦ୍ଧ ‘ଶୁଭଲାଭ ଜୁଏଲର୍ସ’ର ପ୍ରତିଷ୍ଠାତା ସଞ୍ଜୀବ ହଂସଙ୍କ ସହ ଏକ ସ୍ବତନ୍ତ୍ର ସାକ୍ଷାତ୍‌କାର…

ପ୍ର: ପ୍ରତିଯୋଗିତାପୂର୍ଣ୍ଣ ଭୁବନେଶ୍ୱର ବଜାରରେ ଶୁଭଲାଭ ଜୁଏଲର୍ସର ଉପସ୍ଥିତି ଏତେ ପ୍ରଭାବଶାଳୀ କିପରି ହୋଇପାରିଛି?
ଉ- ଆମେ ଯେତେବେଳେ ଶୁଭଲାଭ ଜୁଏଲର୍ସ ଆରମ୍ଭ କରିଥିଲୁ, ସେତେବେଳେ ବଜାରରେ ଏକ ବଡ଼ ଅଭାବ ଦେଖିଥିଲୁ। ଅଧିକାଂଶ ବଡ଼ ବ୍ରାଣ୍ଡ୍‌ଗୁଡ଼ିକ ଅଳ୍ପ ବଜେଟର ଗ୍ରାହକଙ୍କ ଉପରେ ବିଶେଷ ଧ୍ୟାନ ଦେଉ ନ ଥିଲେ। ଆମେ ସେହି ଗ୍ରାହକମାନଙ୍କୁ ବ୍ୟକ୍ତିଗତ ସେବା, ସ୍ବଳ୍ପ ମୂଲ୍ୟ ଏବଂ ନିର୍ଭରଯୋଗ୍ୟ ଗୁଣବତ୍ତା ପ୍ରଦାନ କରିବା ଉପରେ ଧ୍ୟାନ ଦେଲୁ। ଗ୍ରାହକଙ୍କ ଆବଶ୍ୟକତାକୁ ବୁଝିବା ଏବଂ ବିଶ୍ୱାସ ଜନ୍ମାଇବା ଦ୍ୱାରା ଆମେ ଏକ ଗ୍ରାହକ ଗୋଷ୍ଠୀ ସହ ବଜାରରେ ଦୃଢ଼ ପରିଚୟ ସୃଷ୍ଟି କରିପାରିଲୁ।
ପ୍ର: ଭୂ-ରାଜନୈତିକ ଉତ୍ତେଜନା ଏବଂ ଦରଦାମ ବୃଦ୍ଧି ଯୋଗୁ ସୁନାର ମୂଲ୍ୟ ବୃଦ୍ଧି ଗ୍ରାହକଙ୍କ କିଣାକିଣିକୁ କେତେ ପ୍ରଭାବିତ କରିଛି?
ଉ- ବର୍ତ୍ତମାନ ସୁନା ମୂଲ୍ୟ ଆକାଶଛୁଆଁ ହୋଇଛି। ଶେୟାର ବଜାରରେ ଅନିଶ୍ଚିତତାର ସମୟରେ ଲୋକେ ସୁନାକୁ ନିରାପଦ ନିବେଶ ଭାବରେ ଦେଖୁଛନ୍ତି। ଶେୟାର ବଜାରରେ ଅନିଶ୍ଚିତତା ଦେଖାଦେଲେ ଗ୍ରାହକମାନେ ସ୍ବାଭାବିକ ଭାବେ ସୁନାକୁ ଏକ ସୁରକ୍ଷିତ ନିବେଶ ଭାବେ ଗ୍ରହଣ କରନ୍ତି। ତଥାପି ବର୍ଦ୍ଧିତ ମୂଲ୍ୟ ଚାହିଦା ଉପରେ ପ୍ରଭାବ ପକାଇଛି ଏବଂ ଗ୍ରାହକଙ୍କ କ୍ରୟ ଶୈଳୀରେ ପରିବର୍ତ୍ତନ ଆଣିଛି। ଗ୍ରାହକମାନେ ଏବେ ହାଲୁକା ଓ କମ୍‌ ମୂଲ୍ୟର ଅଳଙ୍କାର କିଣୁଛନ୍ତି। ମୋଟ କ୍ରୟ ମୂଲ୍ୟ ସ୍ଥିର ରହିଥିଲେ ମଧ୍ୟ ସୁନାର ପରିମାଣ କମିଛି, ଯାହା ବର୍ତ୍ତମାନର ବଜାରରେ ଗ୍ରାହକଙ୍କ ସତର୍କତାକୁ ଦର୍ଶାଉଛି।
ପ୍ର: ସୁନା, ହୀରା ଏବଂ ରୁପା ଅଳଙ୍କାର ମଧ୍ୟରେ ଗ୍ରାହକଙ୍କ ପସନ୍ଦରେ କୌଣସି ପରିବର୍ତ୍ତନ ଦେଖାଯାଉଛି କି?
ଉ-ବର୍ତ୍ତମାନ ଗ୍ରାହକମାନେ ବ୍ରାଣ୍ଡେଡ୍‌ ଜୁଏଲେରି ପ୍ରତି ଅଧିକ ଆକର୍ଷିତ ହେଉଛନ୍ତି। ବିଶେଷକରି ଜେନ୍‌-ଜି ଗ୍ରାହକମାନେ ଜାତୀୟ ସ୍ତରର ବ୍ରାଣ୍ଡ୍‌ ପସନ୍ଦ କରୁଛନ୍ତି। ଏହି ଟ୍ରେଣ୍ଡ୍‌ ସହ ତାଳଦେବା ପାଇଁ ଆମେ କଟକ କ୍ୟାଣ୍ଟନମେଣ୍ଟ ରୋଡ୍‌ରେ ଆଦିତ୍ୟ ବିର୍ଲା ଗ୍ରୁପ୍‌ର ‘ଇନ୍ଦ୍ରିୟା’ ଷ୍ଟୋର ସହ ମିଶି ବ୍ୟବସାୟ ସମ୍ପ୍ରସାରଣ କରିଛୁ।
ପ୍ର: ପୁରୁଣା ସୁନା ବଦଳ କାର୍ଯ୍ୟକ୍ରମ ଗ୍ରାହକଙ୍କୁ ବଜାୟ ରଖିବା ଏବଂ ବ୍ୟବସାୟିକ ପ୍ରକ୍ରିୟାରେ କେତେ ଗୁରୁତ୍ୱପୂର୍ଣ୍ଣ?
ଉ- ସୁନାର ମୂଲ୍ୟ ବୃଦ୍ଧି ହେତୁ ପୁରୁଣା ସୁନା ବଦଳରେ ନୂଆ ସୁନା କିଣିବାକୁ ଲୋକ ଆଗ୍ରହ ପ୍ରକାଶ କରୁଛନ୍ତି। ଏକ ସ୍ବଚ୍ଛ ଏବଂ ବିଶ୍ୱସନୀୟ ବାଏବ୍ୟାକ୍‌ ନୀତି ବ୍ୟବସାୟ ବୃଦ୍ଧି ଏବଂ ଗ୍ରାହକଙ୍କ ବିଶ୍ୱାସ ବଜାୟ ରଖିବାରେ ବହୁତ ସାହାଯ୍ୟ କରୁଛି।
ପ୍ର: ଏହି ବ୍ୟବସାୟରେ ଆସିବାକୁ କିପରି ମନ ବଳାଇଥିଲେ? ନୂଆ ଉଦ୍ୟୋଗୀମାନଙ୍କୁ ଆପଣ କେଉଁ ପରାମର୍ଶ ଦେବେ?
ଉ- ପ୍ରଯୁକ୍ତି ଏବଂ ଅନ୍‌ଲାଇନ ମାଧ୍ୟମ ଯୋଗୁ ଆଜିକାଲି ଅଧିକାଂଶ ବ୍ୟବସାୟ ପାଇଁ କିଛି ନା କିଛି ବିପଦ ରହୁଛି। ମାତ୍ର ଜୁଏଲେରି ବ୍ୟବସାୟ ଏହାଠାରୁ ଅପେକ୍ଷାକୃତ ନିରାପଦ। ଗ୍ରାହକମାନେ ଅଳଙ୍କାର ସ୍ପର୍ଶ କରି ଏବଂ ଦେଖି କିଣିବାକୁ ପସନ୍ଦ କରନ୍ତି। ଏହା ଏକ ଲୋ-ରିସ୍କ ବ୍ୟବସାୟ ଏବଂ ସୁନାର ମୂଲ୍ୟ ସମୟ ସହିତ ବଢ଼ୁଥିବାରୁ ଦୀର୍ଘକାଳୀନ ସ୍ଥିରତା ପ୍ରଦାନ କରେ। ନୂଆ ଉଦ୍ୟୋଗୀମାନଙ୍କୁ ଏହି ପରାମର୍ଶ ଦେବି ଯେ, ଉଚ୍ଚ ଗୁଣବତ୍ତା, ସ୍ବଚ୍ଛତା ଏବଂ ଗ୍ରାହକ ସେବା ମାଧ୍ୟମରେ ଶୁଭ୍‌ଲାଭ୍‌ ଜୁଏଲର୍ସ ଓଡ଼ିଶାର ଜୁଏଲେରି ବଜାରରେ ନିଜର ସ୍ଥାନ ସୁଦୃଢ଼ କରିଛି। ଅନ୍ୟମାନେ ମଧ୍ୟ ଏହି ଦିଗରେ ସତର୍କ ରହିବା ଉଚିତ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ରାତି ଅଧିଆ ବାଇକ୍‌ରେ ଚନ୍ଦନ କାଠ ଚାଲାଣ, ପୋଲିସ ଜାଲରେ ୩ ଅଭିଯୁକ୍ତ                     

ଦିଗପହଣ୍ଡି/ଚିକିଟି,୨୮|୧୧(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ) ଗଞ୍ଜାମ ଜିଲା କେ. ନୂଆଗାଁ ଥାନା ଚିକିଟି ଫାଣ୍ଡି ଅଧିକାରୀ ଏସ.ଆଇ ଗୌତମ ସାହୁ ସଦଳବଳେ ଚିକିଟି,କୃଷ୍ଣପୁର,ଲିଆଖାଇ, ଧାନଘର ଛକ…

ଡିଲିମିଟେସନ ବିଲ୍‌କୁ ନେଇ ବଡ଼ କଥା କହିଲେ ପ୍ରସନ୍ନ ଆଚାର୍ଯ୍ୟ: ନବୀନଙ୍କ …

ଭୁବନେଶ୍ୱର୨୮।୧୧: ଡିଲିମିଟେସନ ବିଲ୍‌କୁ ବିଜୁ ଜନତା ଦଳ (ବିଜେଡି) ସମର୍ଥନ କରିବ କି ନାହିଁ, ତାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍‌ ଧରିଛି। ଏହି ପ୍ରସଙ୍ଗରେ…

କଟକଣାକୁ ମାନୁନାହାନ୍ତି ମତ୍ସ୍ୟଜୀବୀ, ଅଲିଭ ରିଡ୍‌ଲେଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ

କେନ୍ଦ୍ରାପଡ଼ା,୨୮ା୧୧(ଜଗନ୍ନାଥ ଧଳ): ବିରଳ ଅଲିଭ ରିଡଲେ କଇଁଛଙ୍କ ପାଇଁ ଗତ ନଭେମ୍ବର ପହିଲାରୁ ଆସନ୍ତା ୨୦୨୭ ମେ ଶେଷ ପର୍ଯ୍ୟନ୍ତ ଗହୀରମଥା ସାମୁଦ୍ରିକ ଅଞ୍ଚଳକୁ କଟକଣା ମଧ୍ୟରେ…

ଘରୁ ବାହାରିଥିଲେ ସନ୍ତୋଷ, ବାରଙ୍ଗରେ ଜଳିଗଲା ଜୀବନ: ଏସିପି କହିଲେ….

ବାରଙ୍ଗ,୨୮।୧୧(ଲିଙ୍ଗରାଜ ରାଉତ): କଟକ ଜିଲା ବାରଙ୍ଗ ଗୋଡ଼ିସାହି ଅଞ୍ଚଳରେ ଏକ କାର୍‌ ନିକଟରୁ ଉଦ୍ଧାର ହୋଇଥିବା ଅର୍ଦ୍ଧଦଗ୍ଧ ମୃତଦେହର ପରିଚୟ ମିଳିଛି। ମୃତକ ହେଉଛନ୍ତି କଟକ କଲ୍ୟାଣ…

ରୋହିତ ଶର୍ମା MIର ଅଧିନାୟକ ହେବା ଉପରେ ଏମିତି ପ୍ରତିକ୍ରିୟା ଦେଲେ ଚହଲ, ଯାହା ହେଉଛି ଖୁବ ଚର୍ଚ୍ଚା

ନୂଆଦିଲ୍ଲୀ,୨୮।୧୧: ରୋହିତ ଶର୍ମା ପୁଣିଥରେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହୋଇଛନ୍ତି। ତିନି ସିଜିନର ବ୍ୟବଧାନ ପରେ, ରୋହିତଙ୍କୁ ପୁଣିଥରେ ‘ଅଧିନାୟକ’ ଭାବେ ଦେଖିବାକୁ ମିଳିବ। ଦଳର ପୂର୍ବତନ…

ରାଜଧାନୀରେ ଦିନ ଦ୍ୱିପ୍ରହରରେ ଗୋଡ଼େଇ ଗୋଡ଼େଇ ହାଣିଲେ

ଭୁବନେଶ୍ୱର, ୨୮ । ୧୧ରାଜଧାନୀରେ ଦିନ ଦ୍ୱିପ୍ରହରରେ ଜଣେ ଯୁବକଙ୍କୁ ଗୋଡ଼େଇ ଗୋଡ଼େଇ ଆକ୍ରମଣ କରି ହାଣିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଚନ୍ଦ୍ରଶେଖରପୁର ଅଞ୍ଚଳରେ ପୂର୍ବ…

ସୀମା ନିର୍ଦ୍ଧାରଣ ବିଲ ଉପରେ କେନ୍ଦ୍ରକୁ ସମର୍ଥନ ଘୋଷଣା କରିଛି DMK; ଷ୍ଟାଲିନ କହିଲେ ଏହା ତାମିଲନାଡୁ ପାଇଁ ବଡ଼ ବିଜୟ

ନୂଆଦିଲ୍ଲୀ,୨୮।୧୧: ଶନିବାର ଡିଏମକେ (DMK) କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ସୀମା ନିର୍ଦ୍ଧାରଣ (ଡିଲିମିଟେସନ) ବିଲକୁ ଆନୁଷ୍ଠାନିକ ଭାବେ ସମର୍ଥନ ଜଣାଇଛି। ଦଳର ମୁଖ୍ୟ ଏମ. କେ. ଷ୍ଟାଲିନ…

IND vs NZ: ଛୋଟ ଇନିଂସରେ ବଡ଼ ସଫଳତା ହାସଲ କରିଛନ୍ତି ଋଷଭ ପନ୍ତ, ନିରାଶ ହୋଇଛନ୍ତି ଏହି ଖେଳାଳି

ନୂଆଦିଲ୍ଲୀ,୨୮।୧୧: ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚର ପ୍ରଥମ ଇନିଂସରେ ଭାରତୀୟ ୱିକେଟକିପର-ବ୍ୟାଟର ଋଷଭ ପନ୍ତ ଏକ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ ମଧ୍ୟ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?