ରାସ୍ତା ନ ଥିବାରୁ ରନ୍ଧା ସାମଗ୍ରୀ ଧରି ଧାରଣା ବସିଲେ ପଡ଼ାବାସୀ

ବରଗଡ଼,୧୬ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ବ୍ଲକ ଅନ୍ତର୍ଗତ ଟୁକୁର୍ଲା ଗ୍ରାମର ନୂଆଁପଡ଼ା। ଦୀର୍ଘ ୭ବର୍ଷ ପୂର୍ବରୁ ଲୋକେ ଏଠାରେ ବସତି ସ୍ଥାପନ କରିଛନ୍ତି। ଏହି ପଡ଼ାରେ ଏବେ ୧୪ ପରିବାରର ୮୦ରୁ ଊଦ୍ଧର୍‌ବ ଲୋକ ରହୁଛନ୍ତି। ମାତ୍ର ଦୁର୍ଭାଗ୍ୟର ବିଷୟ, ଶାସକ ଦଳର ନେତାମାନେ ସବୁ ସଭା ସମିତିରେ ବିକଶିତ ବରଗଡ଼ ବିକଶିତ ଓଡ଼ିଶା ନାରା ଦେଉଥିବାବେଳେ ଏହି ପଡ଼ାକୁ ଏପର୍ଯ୍ୟନ୍ତ ଏକ ରାସ୍ତାଟିଏ ସୁଦ୍ଧା ହୋଇପାରି ନାହିଁ। ସ୍ଥାନୀୟ ଜନପ୍ରତିନିଧି ଏବଂ ପ୍ରଶାସନିକ ଅଧିକାରୀଙ୍କୁ ବାରମ୍ବାର ରାସ୍ତାଟିଏ ପାଇଁ ପଡ଼ାବାସୀ ଦାବି କରିଆସିଛନ୍ତି। ମାତ୍ର ଆଶ୍ବାସନା ଛଡ଼ା ସେମାନଙ୍କୁ ଆଉ ଅନ୍ୟ କିଛି ମିଳିନାହିଁ। ଅନ୍ୟପକ୍ଷରେ ପଡ଼ାବାସୀ ବହୁବିଧ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାସ୍ତା ନ ଥିବାରୁ ପଡ଼ାବାସୀ ଏକ ନାଳା ହିଡ଼ରେ ଯିବାଆସିବା କରୁଛନ୍ତି। କେବଳ ସେତିକି ନୁହେଁ, ରାସ୍ତା ନ ଥିବାରୁ ପଡ଼ାର ଯୁବତୀ, ଯୁବକଙ୍କୁ ବିବାହ ପାଇଁ ଲୋକେ ମୁହଁ ଫେରାଇ ଦେଉଥିବା ବେଳେ କାହାରି ଦେହାନ୍ତ ହେଲେ ଶବ ସଂସ୍କାର ପାଇଁ ହଟହଟା ହେବାକୁ ପଡୁଛି ବୋଲି ପଡ଼ାବାସୀ ଅଭିଯୋଗ କରିଛନ୍ତି। ସେହିପରି ପିଲାଙ୍କ ପାଠପଢ଼ା ବାଧାପ୍ରାପ୍ତ ହେଉଥିବାବେଳେ ରୋଗୀଙ୍କୁ ଡାକ୍ତରଖାନାରେ ପହଞ୍ଚାଇବା କଷ୍ଟସାଧ୍ୟ ହୋଇ ପଡୁଛି। ତେବେ ଏହି ସମସ୍ୟା ସ୍ଥାନୀୟ ଜନପ୍ରତିନିଧି କିମ୍ବା ବିଭାଗୀୟ ଅଧିକାରୀମାନଙ୍କୁ ଅଜଣା ଅଛପା ରହିନାହିଁ। ପଡ଼ାବାସୀ ବହୁ ପୂର୍ବରୁ ସ୍ଥାନୀୟ ବିଡିଓ, ତହସିଲଦାରଙ୍କଠାରୁ ଆରମ୍ଭ କରି ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିସାରିଛନ୍ତି। ଜିଲାପାଳ ମଧ୍ୟ ସେହି ସମସ୍ୟାର ସମାଧାନ ପାଇଁ ଭଟଲି ତହସିଲଦାର ଏବଂ ବିଡିଓଙ୍କୁ ନିର୍ଦ୍ଦେଶ ଦେଇସାରିଛନ୍ତି। ମାତ୍ର ଏହି ସମସ୍ୟା ଅସମାହିତ ହୋଇ ରହିଯାଇଛି। ଫଳରେ ଏହାର ପ୍ରତିବାଦରେ ବୁଧବାର ପଡ଼ାର ଆବାଳବୃଦ୍ଧବନିତା ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିଲେ। କାହା ହାତରେ ଜାଳେଣି କାଠ ଥିଲା ତ ଆଉ କିଏ ବାସନକୁସନ ଏବଂ ଡାଲି, ଚାଉଳ, ପରିବା ଧରିଥିଲେ। ଜିଲାପାଳଙ୍କ କାର୍ଯ୍ୟାଳୟରେ ଧାରଣାରେ ବସି ସେମାନେ ସମସ୍ତେ ଏକ ସ୍ବରରେ ଗୋଟିଏ ନାରା ଦେଇଥିଲେ ‘ଆମର ରାସ୍ତା ଆମକୁ ଦିଅ’। ପରେ ପଡ଼ାର ଏକ ପ୍ରତିନିଧି ଦଳ ଜିଲାପାଳଙ୍କ ଆଦିତ୍ୟ ଗୋୟଲଙ୍କୁ ସେମାନଙ୍କ ସମସ୍ୟା କହିଥିଲେ। ଆସନ୍ତା ୭ଦିନ ମଧ୍ୟରେ ବିହିତ ପଦକ୍ଷେପ ନିଆଯିବ ବୋଲି ଜିଲାପାଳ କହିଥିଲେ। ଏହାପରେ ପଡ଼ାବାସୀ ଧାରଣାରୁ ଉଠିଥିଲେ। ତେବେ ପଡ଼ାକୁ ତୁରନ୍ତ ରାସ୍ତା ବ୍ୟବସ୍ଥା କରା ନ ଗଲେ ଆଗକୁ ରନ୍ଧାବଢ଼ା କରି ସେମାନେ ଜିଲାପାଳଙ୍କ କାର୍ଯ୍ୟାଳୟରେ ଆଶ୍ରୟ ନେବେ ବୋଲି ପଡ଼ାବାସୀ ଚେତାବନୀ ଦେଇଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

ଆଖି ବୁଜିଛନ୍ତି ଗୁରୁ, ହେଲେ ଆଦର୍ଶକୁ ଭୁଲିନାହାନ୍ତି ଶିଷ୍ୟ: ପ୍ରତିମୂର୍ତ୍ତୀ ଗଢ଼ି ଗୁରୁଦିବସ ପାଳିଲା…

ପୁରୁଷୋତ୍ତମପୁର,୫।୯ (ସବିତା ମିଶ୍ର): ଗୁରୁଙ୍କ ଶରୀର ନ ଥାଇପାରେ, କିନ୍ତୁ ତାଙ୍କ ଆଦର୍ଶ ଆଜି ବି ଜୀବନ୍ତ। ଏହି ବାକ୍ୟକୁ ସତ୍ୟରେ ପରିଣତ କରିଛନ୍ତି ଗଞ୍ଜାମ ଜିଲା…

ଶନିଙ୍କ ନକ୍ଷତ୍ରରେ ମଙ୍ଗଳ ଗୋଚର: ୪ ରାଶିଙ୍କୁ ବଡ଼ ଡିଲ୍‌ ଅଫର୍‌, ଧନଲାଭ ଯୋଗ

ପୁଷ୍ୟା ନକ୍ଷତ୍ର ହେଉଛି ଶନିଦେବଙ୍କ ନକ୍ଷତ୍ର। ଶନିଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ ବିଭିନ୍ନ ରାଶିର ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଇବ। ସୂଚନାଯୋଗ୍ୟ ଯେ, ମଙ୍ଗଳଙ୍କ ଏହି…

ଗୁରୁଦିବସରେ ଶିକ୍ଷା,ଶିକ୍ଷକ ଓ ଶିକ୍ଷାୟତନ

ଦିଗପହଣ୍ଡି,୫|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ସ୍ଥିତ ନନ୍ଦିଘୋଷ କଲ୍ୟାଣ ମଣ୍ଡପ ସଭାଗୃହରେ ସ୍ଥାନୀୟ ଗଣ ଅଧିକାର ଓ ଆଇନ ସୁରକ୍ଷା ମଞ୍ଚ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

‘ଝିଅଙ୍କୁ ସ୍କର୍ଟ ପିନ୍ଧାଇ ସ୍କୁଲ ଛାଡନ୍ତୁନି’… ସ୍ୱାସ୍ଥ୍ୟମନ୍ତ୍ରୀ ଦେଲେ ଏମିତି ବୟାନ, ହେଉଛି ଚର୍ଚ୍ଚା

କୋଲକାତା,୫।୯: ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ଶରଦ୍ୱତ ମୁଖାର୍ଜୀ ରାଜ୍ୟର ସମସ୍ତ ସ୍କୁଲକୁ ପରାମର୍ଶ ଦେଇଛନ୍ତି ଯେ, ଡେଙ୍ଗୁ ଋତୁରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ହାତ-ଗୋଡ଼ ସମ୍ପୂର୍ଣ୍ଣ ଘୋଡ଼ାଇ ହୋଇ…

ବଞ୍ଜାରା ଗ୍ୟାଙ୍ଗର ୫ ମହିଳାଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୫।୯: ନୟାପଲ୍ଲୀ ପୋଲିସ ଶନିବାର ବଞ୍ଜାରା ଲୁଟେରା ଗ୍ୟାଙ୍ଗର ୫ଜଣ ମହିଳାଙ୍କୁ ଧରିବାରେ ସକ୍ଷମ ହୋଇଛି। ଗରଫ ସମସ୍ତ ମହିଳା ମହାରାଷ୍ଟ୍ରର ବୋଲି ସୂଚନା ମିଳିଛି। ପୋଲିସ…

୫ ଦିନ ହେଲା ‘ଆଜି ନୁହେଁ, କାଲି ଦେବୁ’ କହି ଭଣ୍ଡାଉଛନ୍ତି ଗ୍ୟାସ ବିତରକ: ସିଲିଣ୍ଡର ରଖି ଗ୍ରାହକଙ୍କ ରାସ୍ତାରୋକ

ରାଜନଗର, ୫।୯(ଭାସ୍କର ରାଉତରାୟ): ଦୀର୍ଘଦିନ ଧରି ରାଜନଗର ଅଞ୍ଚଳରେ ଗ୍ୟାସ ଯୋଗାଣକୁ ନେଇ ଗ୍ରାହକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଗ୍ୟାସ ବିତରକମାନେ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri