ଦିନସାରା ଫ୍ରେଶ୍‌ ଲାଗିବା ପାଇଁ କରନ୍ତୁ ଏପରି…

ଗାଧୋଇବା ପରେ ପୁରା ଦିନ ଫ୍ରେଶ୍‌ ଲାଗେ ବୋଲି ଅଧିକାଂଶ ଲୋକଙ୍କର ରହିଛି ବିଶ୍ୱାସ। ତେବେ କିଛି ଲୋକ ଗାଧୋଇବା ପରେ ମଧ୍ୟ ଫ୍ରେଶ୍‌ ଅନୁଭବ କରନ୍ତି ନାହିଁ । ଗାଧୋଇବା ଅଭ୍ୟାସରେ କିଛି ପରିବର୍ତ୍ତନ ଆଣିଲେ ଦିନସାରା ଫ୍ରେଶ୍‌ ଲାଗିବ ବୋଲି ଟ୍ରିନିଟି ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ପ୍ରକାଶ ପାଇଛି। ଗାଧୋଇବା ସମୟରେ କମ୍‌ ସାବୁନ ବ୍ୟବହାର କଲେ ଦିନସାରା ଫ୍ରେଶ୍‌ ଲାଗେ ବୋଲି ଏହି ରିପୋର୍ଟରେ ଦର୍ଶାଯାଇଛି। ଅଧିକ ସାବୁନ ବ୍ୟବହାର ଦ୍ୱାରା ଏଥିରେ ଥିବା କ୍ଲିନିଙ୍ଗ ଏଜେଣ୍ଟ ଯୋଗୁ ଶରୀର ଅଧିକ ଶୁଷ୍କ ହୋଇଯାଏ। ଏହାଦ୍ୱାରା ମସ୍ତିଷ୍କରେ ନକାରାତ୍ମକ ପ୍ରଭାବ ପଡ଼େ। ଫଳରେ ବିଭିନ୍ନ ହରମୋନ୍‌ କ୍ଷରଣରେ ଅସମାନତା ଯୋଗୁ ମନରେ ଫ୍ରେଶ୍‌ ଅନୁଭୁତି ଆସି ପାରେ ନାହିଁ। ସେହିପରି ଗାଧୋଇବା ସମୟରେ ପୁରୁଣା ଟାୱେଲ ବ୍ୟବହାର ନ କଲେ ଭଲ। ଏଥିରେ ଥିବା ବ୍ୟାକ୍ଟେରିଆ ଶରୀରରେ ରହିଯାଏ। ଯାହାଦ୍ୱାରା ଗାଧୋଇବା ପରେ ମଧ୍ୟ କିଭଳି ଏକ ଅସହ୍ୟ ବୋଧ ଅନୁଭବ ହୁଏ। ଥଣ୍ଡାଦିନରେ ଗରମ ପାଣିରେ ଗାଧୋଇଲେ ଆରାମ ମିଳିଥାଏ । କିନ୍ତୁ ଏହା ଶରୀରର ମଏଶ୍ଚରକୁ ଶୁଷ୍କ କରିଦିଏ । ଅଧିକ ଗରମ ପାଣିରେ ଗାଧୋଇବା ଦ୍ୱାରା ଶରୀରର ତାପମାତ୍ରା ବିଗିଡ଼ିଯାଏ ଏବଂ ଝାଳ ବାହାରିଥାଏ। ଝାଳ ଯୋଗୁ ଶରୀର ଦୁର୍ଗନ୍ଧ ହୋଇଥାଏ । ତେଣୁ ଗାଧୋଇବା ପରେ ମଧ୍ୟ ଫ୍ରେଶ୍‌ ଅନୁଭବ ହୁଏ ନାହିଁ। ଗାଧୋଇବା ସମୟରେ କେଶରେ ବ୍ୟବହାର କରାଯାଉଥିବା ହେୟାର ପ୍ରଡକ୍ଟକୁ ଶରୀରରେ ଲଗାଇଲେ ଏଥିରେ ଥିବା କେମିକାଲ୍ସ ଯୋଗୁ ତ୍ୱଚାରେ ଜ୍ୱଳନ ଏବଂ ସଂକ୍ରମଣ ହୁଏ । ତ୍ୱଚାକୁ କୋମଳ ରଖିବା ପାଇଁ ଗାଧୋଇବା ପରେ ମଏଶ୍ଚରାଇଜର ଲଗାଇଲେ ସୁଫଳ ମିଳିଥାଏ ବୋଲି ଏହି ଗବେଷଣା ରିପୋର୍ଟରେ ସୂଚିତ କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ସନ୍ତୁଳିତ ଡାଇବେଟିସ୍‌ ପାଇଁ ଆପଣାନ୍ତୁ ଏହି ଉପାୟ…

ଆଜିକାଲି ଡାଇବେଟିସ୍‌ ଏକ ସାଧାରଣ ସ୍ବାସ୍ଥ୍ୟ ସମସ୍ୟା ପାଲଟି ଗଲାଣି କହିଲେ ଆଦୌ ଭୁଲ ହେବ ନାହିଁ। ଏହା ଯଦି ଜଟିଳ ଆକାର ଧାରଣ କରେ...

ବିଳମ୍ବରେ ଉଠୁଥିଲେ ଶରୀରରେ ଦେଖାଦିଏ ଏହି ସମସ୍ୟା

ପ୍ରତିଦିନ ଭୋରରୁ ଉଠିବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ। ହେଲେ ଏପରି କିଛି ବ୍ୟକ୍ତି ଅଛନ୍ତି, ଯେଉଁମାନେ ରାତିରେ ଡେରିରେ ଶୋଇଥାନ୍ତି ଓ ସକାଳୁ ବହୁ ବିଳମ୍ବରେ...

ପୁଣି ମହାକାଶ ଯିବେ ଭାରତୀୟ ବଂଶୋଦ୍ଭବ ସୁନୀତା ୱିଲିୟମ୍ସ: ପ୍ରଥମ ମହିଳା ଭାବେ ରଚିବେ ଇତିହାସ

ଓ୍ବାଶିଂଟନ୍‌,୬।୫: ଭାରତୀୟ ବଂଶୋଦ୍ଭବ ସୁନୀତା ୱିଲିୟମ୍ସ ପୁଣି ଥରେ ମହାକାଶକୁ ଯିବାକୁ ପ୍ରସ୍ତୁତ ହେଉଛନ୍ତି। ଏଥର ବଚ ୱିଲମୋର ମଧ୍ୟ ତାଙ୍କ ସହ ରହିବେ। ଦୁଇ...

ବାଇଡେନଙ୍କ ଉପରେ ଏମିତି ଅଭିଯୋଗ ଆଣିଲେ ଟ୍ରମ୍ପ

ଓ୍ବାଶିଂଟନ,୬ା୫: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ସମ୍ପର୍କରେ ପ୍ରାର୍ଥୀଙ୍କ ମଧ୍ୟରେ କଥାବାର୍ତ୍ତା ତୀବ୍ର ହୋଇଛି। ଏହି କ୍ରମରେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ ବିବୃତ୍ତି ସାମ୍ନାକୁ...

ପୁଣି ଇସ୍ରାଏଲ ଉପରେ ମିଶାଇଲ୍‌ ମାଡ କଲା ହମାସ

ଜେରୁଜେଲମ,୬।୫: ଗତ ସାତ ମାସ ଧରି ହମାସ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଚାଲିଛି। ହମାସକୁ ହଟାଇବା ପାଇଁ ଇସ୍ରାଏଲର ସଂକଳ୍ପ ଗାଜା ଅଞ୍ଚଳର ଲୋକଙ୍କ...

‘ଟାଇଟାନିକ’ର ପ୍ରସିଦ୍ଧ ଅଭିନେତା ବର୍ନାର୍ଡ ହିଲଙ୍କ ପରଲୋକ

ଲସ ଆଞ୍ଜେଲସ,୫।୫: ହଲିଉଡରୁ ଏକ ଦୁଃଖଦ ଖବର ଆସିଛି। ସୁପରହିଟ ଫିଲ୍ମ ‘ଟାଇଟାନିକ’ର ପ୍ରସିଦ୍ଧ ଅଭିନେତା ବର୍ନାର୍ଡ ହିଲଙ୍କ ଦେହାନ୍ତ ହୋଇଛି। ବର୍ନାର୍ଡଙ୍କ ମୃତ୍ୟୁ ଖବର...

ବ୍ୟାନ ହେଲା ଅଲ ଜଜିରା, ନେତାନ୍ୟାହୁ କହିଲେ ଉସକାଇବା ଚ୍ୟାନେଲ

ଜେରୁଜେଲମ,୫।୫: ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ରବିବାର (୫ ମଇ ୨୦୨୪) ଇସ୍ରାଏଲର ଅଲ ଜଜିରା ଟେଲିଭିଜନ ଚ୍ୟାନେଲ ଉପରେ ପ୍ରତିବନ୍ଧକ ଘୋଷଣା କରିଛନ୍ତି। ସେ...

ମୋଷ୍ଟ ଓ୍ବାଣ୍ଟେଡ ତାଲିକାରେ ୟୁକ୍ରେନ ରାଷ୍ଟ୍ରପତି, ଆଉ କିଛି ଦେଶର ନେତାଙ୍କର ରହିଛି ନାଁ!

ମସ୍କୋ,୫।୫: ରୁଷିଆ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡେମିର ଜେଲେନସ୍କିଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରି ତାଙ୍କୁ ଓ୍ବାଣ୍ଟେଡ ତାଲିକାରେ ରଖିଛି। ଏ ବାବଦରେ ଆଉ କୌଣସି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri