Posted inRasifala

ରାଶିଫଳ: ସୋମବାର, ଜୁନ୍ ୨୬ ତାରିଖ – Daily Horoscope

ମେଷ
ଶୁଭଚନ୍ଦ୍ର ହେତୁ ବନ୍ଧୁଙ୍କ ସହାୟତାରେ ଗତକାଲିର ସମସ୍ୟା ଆଜି ଅପରାହ୍ନରେ ସମାଧାନ ହୋଇଯିବ। ଶ୍ରମିକ କିମ୍ବା କଞ୍ଚାମାଲର ଅଭାବ କାରଣରୁ ନିର୍ମାଣ କାର୍ଯ୍ୟ ବାଧାପ୍ରାପ୍ତ ହୋଇପାରେ। ଆନୁଷ୍ଠାନିକ କିମ୍ବା ସାଙ୍ଗଠନିକ କାର୍ଯ୍ୟରେ ପ୍ରଶଂସିତ ହେବେ। ପାରିବାରିକ କ୍ଷେତ୍ରରେ ପୂର୍ବରୁ ଥିବା ସମସ୍ୟାଗୁଡିକ ନେଇ ଚିନ୍ତା କରିପାରନ୍ତି।
ବୃଷ
ବୃଷ
ସାଧାରଣ କଥାକୁ କେନ୍ଦ୍ର କରି ସୁସମ୍ପର୍କରେ ବୈର ମନୋଭାବ ସାଙ୍ଗକୁ ତର୍କ ବିତର୍କର ସମ୍ମୁଖୀନ ହେବେ। ପ୍ରତିଦ୍ୱନ୍ଦ୍ୱିତା ହେତୁ ବ୍ୟବସାୟ ଓ ପରିବହନରେ ସାମାନ୍ୟ ସମସ୍ୟା ଦେଖାଦେବ। ବିଶେଷ ଭ୍ରମଣ ସ୍ବାସ୍ଥ୍ୟ ହାନିର କାରଣ ହୋଇପାରେ। ହାତକୁ ନେଇଥିବା କାର୍ଯ୍ୟ ସକାଶେ ତପତ୍ରତା ବଢ଼ିପାରେ।
ମିଥୁନ
ମିଥୁନ
ଅସୁବିଧାରେ ଥିଲେ ମଧ୍ୟ ନିଜ ପରିସର ଲୋକଙ୍କ ସାହାଯ୍ୟରୁ କୌଣସି କାମ ଅଟକିବ ନାହିଁ। ଜମିଜମା କିମ୍ବା ଗୃହସୀମାକୁ କେନ୍ଦ୍ରକରି ବନ୍ଧୁଙ୍କ ସହ ଭୁଲ ବୁଝାମଣା ସୃଷ୍ଟି ହୋଇପାରେ। ଗବେଷଣା, ସଭାସମିତି, କଳା, ସାହିତ୍ୟ ଓ ରଚନାମତ୍କ କାର୍ଯ୍ୟରେ ଅଗ୍ରଗତି ଘଟିବ। ସ୍ବାସ୍ଥ୍ୟ ପ୍ରତି ଗୁରୁତ୍ୱ ନ ଦେଲେ ହଇରାଣ ହେବେ।
କର୍କଟ
କର୍କଟ
ଆଜି ଶୁକ୍ରଙ୍କ ସୁପ୍ରଭାବରୁ ଭୋଗବିଳାସ, ସାହିତ୍ୟ, କ୍ରୀଡା, ଚଳଚ୍ଚିତ୍ର ଓ ମଉଜ ମଜଲିସ୍‌ ସକାଶେ ମନ ବଳାଇବେ। କର୍ମକ୍ଷେତ୍ରରେ ଆଲୋଚନା ଦ୍ୱାରା ସମସ୍ୟା ସମାଧାନ ହୋଇଯିବ। ଅତୀତ ଘଟଣାର ସମୀକ୍ଷା କରିବେ। ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ବାଣିଜ୍ୟରେ ଉନ୍ନତି ଘଟିବ।
ସି˚ହ
ସି˚ହ
ମଙ୍ଗଳଙ୍କ ଦୁର୍ବଳତା ହେତୁ ପାରିବାରିକ ସମସ୍ୟା କ୍ରମଶଃ ଜଟିଳ ହେବା କାରଣରୁ ମନ ଭଲ ରହିବ ନାହିଁ। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ ଏବଂ ନୂତନ ଦାୟିତ୍ୱ ହାତକୁ ନେଇପାରନ୍ତି। ଅଫିସରେ ମିଥ୍ୟା ଭାଷଣରୁ ସମାଲୋଚନାର ପାତ୍ର ହେବାକୁ ପଡ଼ିପାରେ। ଆଜିର କାମରେ ଲକ୍ଷ୍ୟ ହାସଲ ସକାଶେ କୂଟନୀତି ଅବଲମ୍ବନ କରିବେ।
କନ୍ୟା
କୌଣସି କଥାକୁ ଠିକ୍‌ ଭାବେ ବିଚାର ନ କରି ଓ ଭୁଲ୍‌ ନିଷ୍ପତ୍ତି ନେଇ ପରେ ଅନୁତାପ କରିପାରନ୍ତି। ଭୁଲ୍‌ ବୁଝାମଣା କାରଣରୁ ଶିକ୍ଷା, ସନ୍ତାନ କ୍ଷେତ୍ରରେ ସମସ୍ୟା ଦେଖାଦେଇ ପାରେ। ଶତ୍ରୁତା କାରଣରୁ ଖଳ ଲୋକମାନଙ୍କ ମିଥ୍ୟା ଗୁଜବରେ ଆତଙ୍କିତ ହୁଅନ୍ତୁ ନାହିଁ। ମତାନ୍ତରଜନିତ ସାୟାହ୍ନେ ପାରିବାରିିକ ସଦ୍ଭାବ ରହିବ ନାହିଁ।
ତୁଳା
ତୁଳା
ବିଜାତୀୟ ବ୍ୟକ୍ତିଙ୍କ ସହ ସମ୍ପର୍କ ବୃଦ୍ଧିକୁ ସନ୍ଦେହ କରି ଘରେ ବିଭିନ୍ନ ପ୍ରକାର କଥା ଶୁଣିବାକୁ ପଡିପାରେ। ସରକାରୀ କାମ ଓ ପଦସ୍ଥ ବ୍ୟକ୍ତିବିଶେଷଙ୍କ ସହଯୋଗରୁ ଉପକୃତ ହେବେ। ଶତ୍ରୁ ଉପଦ୍ରବ ସମ୍ପୂର୍ଣ୍ଣ ଭାବେ କମିଯିବାର ଅନୁଭବ କରିବେ। ସ୍ବାସ୍ଥ୍ୟହାନି କାରଣରୁ କାମ ପାଇଁ ନିଃସ୍ପୃହତା ଦେଖାଯିବ।
ବିଛା
ବିଛା
ତୃତୀୟାଧିପଙ୍କ ବଳହୀନତାରୁ ସମ୍ପର୍କୀୟମାନେ ଈର୍ଷାପରାୟଣ ହୋଇ ପଛରୁ ଗୋଡ ଟାଣିପାରନ୍ତି। ପରିବାରରେ ଯୋଜନାଗୁଡିକ ଠିକ୍‌ଭାବେ ସମ୍ପୂର୍ଣ୍ଣ ହେବ ନାହିଁ। ଆଶା କରୁଥିବା ଦିଗରୁ ଅର୍ଥ ପାଇବା କଷ୍ଟକର ହୋଇପଡ଼ିବ। ବିଭିନ୍ନ ସମସ୍ୟା ଥିଲେ ମଧ୍ୟ ନିର୍ମାଣ, ପରିବହନ, ମରାମତି, ଜମିଜମା କାମରେ ସାହାଯ୍ୟ ଅବଶ୍ୟ ପାଇବେ।
ଧନୁ
ଧନୁ
ଚାହୁଁଥିବା ଦିଗରୁ ଅର୍ଥ ଓ ଆବଶ୍ୟକ ସହଯୋଗ ଆଶା ଭଣ୍ଡୁର ହୋଇଯିବ। କର୍ମକ୍ଷେତ୍ରରେ ଆଶା ପୂରଣ ହେବାରେ ଜଣେ ବନ୍ଧୁ ସାହାଯ୍ୟ କରିବେ। ନିଜର କେତେକ ବ୍ୟକ୍ତିଗତ କାରଣରୁ ପାରିବାରିକ କ୍ଷେତ୍ରରେ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିବେ। ଦୀର୍ଘଦିନର ପୁରୁଣା ରୋଗ ସକାଶେ ବିଶେଷ ଚିନ୍ତିତ ରହିପାରନ୍ତି।
ମକର
ମକର
କର୍ମକ୍ଷେତ୍ରରେ ତରବରିଆ ଭାବେ କୌଣସି କାମ କଲେ ଓଲଟା ଫଳ ପାଇବେ। ଯାତ୍ରାରେ ଜିନିଷପତ୍ର ପ୍ରତି ସତର୍କ ରହନ୍ତୁ, ନତୁବା ଅଦଳବଦଳ ହୋଇଯାଇପାରେ। ଗୁରୁତ୍ୱପୂର୍ଣ୍ଣ କାମରେ ଯାଇଥିବା ବନ୍ଧୁଙ୍କ ଫେରିବା ବିଳମ୍ବତାକୁ ଲକ୍ଷ୍ୟକରି ବ୍ୟସ୍ତ ହୋଇପାରନ୍ତି। ବିବାଦୀୟ କଥା ଚିନ୍ତା କରି ମନକୁ ଭାରାକ୍ରାନ୍ତ କରିବେ।
କୁମ୍ଭ
କୁମ୍ଭ
ଆଜି ସାହାଯ୍ୟ ପରିପ୍ରେକ୍ଷୀରେ ବନ୍ଧୁଙ୍କ ସକାଶେ ଅଯଥା କଷ୍ଟ ଅନୁଭବ କରିବାକୁ ପଡିପାରେ। ଭାବପ୍ରବଣତା ଯୋଗୁ ମନୋବଳ କ୍ରମଶଃ ହ୍ରାସ ପାଇବ ଓ ସାଧାରଣ କଥାକୁ ଅସାଧାରଣ ଭାବେ ଚିନ୍ତା କରିବେ। ବାଣିଜ୍ୟ ଓ ବ୍ୟବସାୟରେ ସଫଳତା ହାସଲ କରିବେ। ପରିବାର ଭିତରେ ଛୋଟ ଘଟଣା ପ୍ରତି ଗୁରୁତ୍ୱ ଦିଅନ୍ତୁ ନାହିଁ।
ମୀନମୀନ
ଆଜିର ପ୍ରତ୍ୟୁଷ ଯାତ୍ରାରେ ଲକ୍ଷ୍ୟସ୍ଥଳକୁ ଯିବାରେ କୌଣସି ଅସୁବିଧା ରହିବ ନାହିଁ। ପରିବାରରେ ଅପ୍ରିୟ ସତକଥା କହି ବିରୋଧୀ ହୋଇପାରନ୍ତି। ଆର୍ଥିକ ସ୍ଥିତି ମନ୍ଦ ନ ହେଲେ ମଧ୍ୟ ଋଣ ପରିଶୋଧ କରିବା ସକାଶେ ଚିନ୍ତିତ ରହିପାରନ୍ତି। ସାଙ୍ଗଠନିକ କ୍ଷେତ୍ରରେ ଭାବୁଥିବା କାମଟିକୁ ଶେଷ କରିପାରିବେନି।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ଆଜି ପାଇଁ ମେଷ ସମେତ ଏହି 3 ରାଶି ଲକି, ମିଳିପାରେ ଖୁସି ଖବର

ନୂଆଦିଲ୍ଲୀ,୨୩/୧୨: ଆଜି ମକର ରାଶିରେ ଚନ୍ଦ୍ର ଗଠନ, ଦାୟିତ୍ୱ ଏବଂ ଦୀର୍ଘକାଳୀନ ଚିନ୍ତାଧାରାକୁ ପ୍ରୋତ୍ସାହିତ କରେ। ଧନୁ ରାଶିରେ ସୂର୍ଯ୍ୟ, ମଙ୍ଗଳ ଏବଂ ଶୁକ୍ର ଆତ୍ମବିଶ୍ୱାସ...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୨୩ ତାରିଖ – Daily Horoscope

ମେଷ ଆଜି ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତି ରାଶ୍ୟାଧିପତି ଓ ଚନ୍ଦ୍ରଙ୍କ ଶୁଭତ୍ୱରୁ ଭଲ ରହିବ। ଯାନବାହନ ଚଳାଚଳ, ଆଲୋଚନା କ୍ଷେତ୍ରରେ, ମାତୃବର୍ଗରେ, ଜମିଜମା, ଦୋକାନବାଡ଼ି,...

ରାଶିଫଳ: ସୋମବାର, ଡିସେମ୍ବର ୨୨ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ସହ ମଙ୍ଗଳଙ୍କ ମିଳନ ପାରିବାରିକ ଜୀବନକୁ ସରସ,ସୁନ୍ଦର କରିବ। ତଥାପି ଗତକାଲି ଯେଉଁଥିପାଇଁ ଚିନ୍ତା କରୁଥିଲେ ଆଜି ତାହା ଟିକିଏ ଟଣାଓଟରା...

ରାଶିଫଳ: ରବିବାର, ଡିସେମ୍ବର ୨୧ ତାରିଖ – Daily Horoscope

ମେଷ ଭାଗ୍ୟସ୍ଥାନରେ ଚତୁଃଗ୍ରହ ଯୋଗରୁ ଆଜିର କର୍ମକ୍ଷେତ୍ର, ପାରିବାରିକ ସ୍ଥିତି ସାଙ୍ଗକୁ ଜୀବନଚର୍ଯ୍ୟା ପ୍ରୀତିପ୍ରଦ ରହିବ। ସକାଳୁ ପ୍ରତୀକ୍ଷା କରିଥିବା ଶୁଭ ଖବର ପାଇ ଖୁସି...

ରାଶିଫଳ: ଶନିବାର, ଡିସେମ୍ବର ୨୦ ତାରିଖ – Daily Horoscope

ମେଷ ଘରର ଅସଜଡା ପରିସ୍ଥିତିକୁ ସଜାଡ଼ିବାକୁ ଯାଇ ମାନସିକ ସ୍ଥିତି ବିକ୍ଷିପ୍ତ ରହିବ। ଦ୍ୱିଜା ନକ୍ଷତ୍ରର ଗତକାଲିର ଟେନ୍‌ସନ ଆଜି କମିଯାଇପାରେ। ଜମିଜମା, ପୁରାତନ ଗାଡ଼ି...

ରାଶିଫଳ: ଶୁକ୍ରବାର, ଡିସେମ୍ବର ୧୯ ତାରିଖ – Daily Horoscope

ମେଷ ସହକର୍ମୀଙ୍କୁ ସୁପରାମର୍ଶ ଓ ପ୍ରେରଣା ଦେଇ ପ୍ରଶଂସିତ ହେବେ। ପ୍ରତ୍ୟାବର୍ତ୍ତନ ପଥରେ ଦୀର୍ଘ ସମୟ ଅପେକ୍ଷାନ୍ତେ ବନ୍ଧୁଙ୍କୁ ଭେଟିପାରନ୍ତି। ସାଧାରଣ କଥାକୁ ନେଇ ପାରିବାରିକ...

ରାଶିଫଳ: ଗୁରୁବାର, ଡିସେମ୍ବର ୧୮ ତାରିଖ – Daily Horoscope

ମେଷ ମାନସିକ ଅସ୍ଥିରତାରୁ ଆପଣ ସାଧାରଣ କଥାରେ ଉତ୍ତେଜିତ ହୋଇପାରନ୍ତି। ପ୍ରତ୍ୟେକ ସ୍ତରରେ ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିପାରିବେ।...

ରାଶିଫଳ: ବୁଧବାର, ଡିସେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ କୋଣ ସ୍ଥାନରେ ବୃହସ୍ପତି ଅବସ୍ଥାନ କରୁଥିବାରୁ ଭଲ ସମ୍ପର୍କ ଥିବା ବନ୍ଧୁଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ନୂଆ ଯୋଜନା ସକାଶେ ମନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri