ଜେଲରୁ ହୋଇଥିଲା ବ୍ଲୁ ପ୍ରିଣ୍ଟ

ବ୍ରହ୍ମପୁର ଅଫିସ,୧୮ା୫: ବଡବଜାର ଥାନା ଅନ୍ତର୍ଗତ ଫାଷ୍ଟଗେଟ୍‌ ଡୁଡୁମା କଲୋନୀ ନିକଟ ଆଚାର୍ଯ୍ୟ ବିହାର ଅଞ୍ଚଳରେ ଗତ ୬ ତାରିଖ ରାତିରେ ବସ୍‌ ହକର ସନାତନ ଚୌଧୁରୀଙ୍କୁ ସଂଘବଦ୍ଧ ଭାବେ ହତ୍ୟା କରାଯାଇଥିଲା। ଏହି ଘଟଣାର ମାଷ୍ଟରମାଇଣ୍ଡ ସମେତ ୬ଜଣଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଦିଗପହଣ୍ଡି ଥାନା ନିମଖଣ୍ଡିପେଣ୍ଠର ପ୍ରଶାନ୍ତ ସାହୁ, ଭୁବନେଶ୍ୱର ବରମୁଣ୍ଡା ଢିପସାହିର ପ୍ରକାଶ ଖଟୁଆ, ଗୋପାଳପୁର ଥାନା ଭେଙ୍କଟରାୟପୁରର ଶିବ ନାୟକ, ବଡ଼ବଜାର ପ୍ରହଲ୍ଲାଦନଗର ପ୍ରଥମ ଗଳିର କାଳିଆ ସାହୁ, ଲକ୍ଷ୍ମୀନୃସିଂହ ସାହି ୪ର୍ଥ ଗଳିର ରାମ ରାଉଳ ଏବଂ ଗୋଳନ୍ଥରା ଥାନା ବ୍ରାହ୍ମଣ ସାହିର ରାହୁଲ ପଣ୍ଡା। ଅଭିଯୁକ୍ତମାନଙ୍କ ଠାରୁ ହତ୍ୟାକାଣ୍ଡରେ ବ୍ୟବହୃତ କାତି ସହ ମୃତକଙ୍କ ବେକରୁ ଲୁଟ୍‌ ହୋଇଥିବା ୭୦ଗ୍ରାମର ଓଜନର ସୁନା ଚେନ୍‌, ୭ଟି ମୋବାଇଲ୍‌ ଫୋନ୍‌ ଏବଂ ଦୁଇଟି ବାଇକକୁ ମଧ୍ୟ ପୋଲିସ ଜବତ କରିଛି। ସନାତନଙ୍କୁ ହତ୍ୟା କରିବା ପାଇଁ ବ୍ରହ୍ମପୁର ମଣ୍ଡଳକାରାଗାରରେ ବିଚାରାଧୀନ ବନ୍ଦୀ ଭାବେ ଥିବା ମୁଖ୍ୟ ଅଭିଯୁକ୍ତଙ୍କ ଭାଇ ପ୍ରଦୀପ ସାହୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ ବୋଲି ପୋଲିସ ଜେରାରୁ ଜାଣିଛି। ବୁଧବାର ଖବରଦାତା ସମ୍ମିଳନୀରେ ଏସପି ଡା.ଶ୍ରବଣା ବିବେକ ଏମ୍‌. ସୂଚନା ଦେଇଛନ୍ତି। ସେ ଆହୁରି କହିଥିଲେ, ମୃତକଙ୍କ ୩ ସ୍ତ୍ରୀ ଥିଲେ। ପ୍ରଥମ ସ୍ତ୍ରୀଙ୍କ ଗୋଟିଏ ଝିଅକୁ ମୁଖ୍ୟ ଅଭିଯୁକ୍ତ ପ୍ରଶାନ୍ତଙ୍କ ବଡ଼ଭାଇ ପ୍ରଦୀପ ଭଲ ପାଉଥିଲେ। ପ୍ରଦୀପ ଏକ ଅବକାରୀ ମାମଲାରେ ଗିରଫ ହୋଇ ବିଚାରାଧୀନ ବନ୍ଦୀ ଭାବେ ଅଛନ୍ତି। ସେ ଭଲପାଉଥିବା ଝିଅର କୌଣସି କାରଣରୁ ମୃତ୍ୟୁ ହେବାରୁ ତାଙ୍କ ବାପା କୁଆଡ଼େ ଆଦୌ ଦୁଃଖ ପ୍ରକାଶ କରି ନ ଥିଲେ। ଏହା ଶୁଣି ପ୍ରଦୀପ ଉତ୍‌କ୍ଷିିପ୍ତ ହେବା ସହ ସନାତନଙ୍କୁ ହତ୍ୟା କରି ପ୍ରତିଶୋଧ ନେବାକୁ ସାନଭାଇଙ୍କୁ ଜେଲକୁ ଡକାଇ କହିଥିଲେ। ପରେ ପ୍ରଶାନ୍ତ ନିଜ ସାଥୀମାନଙ୍କୁ ନେଇ ଯୋଜନା ପ୍ରସ୍ତୁତ କରିଥିଲା। ପୂର୍ବରୁ ପ୍ରଶାନ୍ତ ନାବାଳକ ଥିିବାବେଳେ ଏକ ଅପରାଧିକ ମାମଲାରେ ଧରାପଡ଼ି ବାଳସୁଧାର ଗୃହରେ ରହିଥିଲେ। ସେଠାରେ ଭୁବନେଶ୍ୱର ବରମୁଣ୍ଡା ଅଞ୍ଚଳର ପ୍ରକାଶ ଖଟୁଆ ଓ ଅନ୍ୟ କିଛି ଅଭିଯୁକ୍ତଙ୍କ ସହ ତା’ର ବନ୍ଧୁତା ହୋଇଥିଲା। ପ୍ରଦୀପ ଜେଲରେ ଥିବାରୁ ସନାତନଙ୍କୁ ହତ୍ୟା ପାଇଁ ତାଙ୍କ ଭାଇ ପ୍ରଶାନ୍ତଙ୍କ ସାହାରା ନେଇଥିଲେ। ପ୍ରଶାନ୍ତ ତାଙ୍କ ସହଯୋଗୀ ମାନଙ୍କୁ ଡକାଇ ସନାତନଙ୍କୁ ହତ୍ୟା ପାଇଁ ଯୋଜନା ପ୍ରସ୍ତୁତ କରିଥିଲା। ଏଥିପାଇଁ ହତ୍ୟାକାଣ୍ଡର ପୂର୍ବଦିନ ଅର୍ଥାତ୍‌ ୫ତାରିଖରେ ଦିଗପହଣ୍ଡି ଥାନା ଅନ୍ତର୍ଗତ ଖମାରୀଗାଁ ଯାଇ ଏକ କାତି କିଣିଥିଲେ। ପରେ ସନାତନଙ୍କ ଗତିବିଧି ନଜର ରଖୁଥିଲେ। ୬ ତାରିଖରେ ସେ ଘରକୁ ଫେରୁଥିବା ବେଳେ ପ୍ରଶାନ୍ତ ଓ ତା’ର ସାଥୀମାନେ ଅଟକାଇଥିଲେ। ପ୍ରଶାନ୍ତ ହିଁ କାତିରେ ସନାତନଙ୍କୁ ହାଣିବାରୁ ତାଙ୍କର ମୃତ୍ୟୁ ହୋଇଥିଲା। ପରେ ସେ ସୁନା ଚେନ ଝାମ୍ପି ନେଇଥିଲେ। ପରେ ସମସ୍ତ ଅଭିଯୁକ୍ତ ୨ଟି ବାଇକରେ ଫେରାର୍‌ ହୋଇଯାଇଥିଲେ। ପ୍ରଶାନ୍ତଙ୍କୁ ପୋଲିସ ଆନ୍ଧ୍ର-ଓଡ଼ିଶା ସୀମାରୁ ଧରିଥିବା ବେଳେ ପ୍ରକାଶଙ୍କୁ ଭୁବନେଶ୍ୱରରୁ ଏବଂ ଅନ୍ୟ ଅଭିଯୁକ୍ତଙ୍କୁ ଆଖାପଖ ଅଞ୍ଚଳରୁ କାବୁ କରାଯାଇଥିଲା। ଖବରଦାତା ସମ୍ମିଳନୀରେ ବ୍ରହ୍ମପୁର ଏସଡ଼ିପିଓ ରାଜୀବ ଲୋଚନ ପଣ୍ଡା, ବଡବଜାର ଥାନାଧିକାରୀ ପ୍ରଶାନ୍ତ ଭୂପତି, ଇନ୍ସପେକ୍ଟର ସୌଭାଗ୍ୟ ସ୍ବାଇଁ ପ୍ରମୁଖ ଉପସ୍ଥିତ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

ପ୍ରତିଷ୍ଠା ଦିବସର ଦିନକ ପରେ ବଡ଼ ଘୋଷଣା କଲା ବିଜେଡି

ଭୁବନେଶ୍ୱର,୨୮ା୧୨(ସୁନିତ୍‌ ମିଶ୍ର): ବିଜେଡି ପ୍ରତିଷ୍ଠା ଦିବସ ପାଳନର ଦିନକ ପରେ ୧୧ ସାଙ୍ଗଠନିକ ଜିଲା ପାଇଁ ଦଳ ସଭାପତି ନବୀନ ପଟ୍ଟନାୟକ ଶନିବାର ତାଲିକା ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri