Posted inଜାତୀୟ

ଲିଭ୍‌ଇନ୍‌ ରିଲେଶନସିପ୍‌ରେ ରହୁଥିବା ୫୦୧ ଯୋଡିଙ୍କ କନ୍ୟାଦାନ କଲେ କେନ୍ଦ୍ର ମନ୍ତ୍ରୀ

ରାଞ୍ଚି,୧୬।୫: ଝାଡଖଣ୍ଡର ଆଦିବାସୀ ପ୍ରାଧାନ୍ୟ ଅଞ୍ଚଳରେ ବର୍ଷ ବର୍ଷ ଧରି ଲିଭ୍‌ଇନ୍‌ ରିଲେଶନସିପ୍‌ରେ ରହିଆସୁଥିବା ୫୦୧ ଯୋଡିଙ୍କ ବିବାହ କରାଯାଇଛି। ଏହି ଆୟୋଜନ ରାଜ୍ୟର ଖୁଣ୍ଟି ଜିଲାର କରା ବ୍ଲକ ଅନ୍ତର୍ଗତ ଚୌଲା ପତରା ଗ୍ରାମରେ ହୋଇଛି। ବିଶେଷ କଥା ହେଉଛି ଏହି ଅବସରରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା ଏବଂ ତାଙ୍କ ସ୍ତ୍ରୀ ମୀରା ମୁଣ୍ଡା ମୁଖ୍ୟ ଅତିଥି ଭାବରେ ସାମିଲ ହୋଇଥିଲେ। ତେବେ ବିବାହ କରିଥିବା ଦମ୍ପତିମାନେ ୨୦ ରୁ ୭୦ ବର୍ଷ ବୟସର ପୁରୁଷ ଏବଂ ମହିଳା ଥିବା ଜଣାଯାଇଛି।

ଏଥି ସହିତ, ବିବାହ କରିଥିବା ଅନେକ ଦମ୍ପତି ମା’ବାପା ମଧ୍ୟ ହୋଇସାରିଛନ୍ତି। ତାଙ୍କ ପିଲାମାନେ ମଧ୍ୟ ତାଙ୍କ ବିବାହର ସାକ୍ଷୀ ରହିଥିଲେ। ଆଦିବାସୀ ଅଞ୍ଚଳରେ ଲିଭ୍‌ଇନ୍‌ ରିଲେଶନସିପ୍‌କୁ ଢୁକୁ ନାମରେ ଜଣାଯାଏ। ଏହିପରି ଦମ୍ପତିମାନେ ଗୋଟିଏ ଛାତ ତଳେ ବର୍ଷ ବର୍ଷ ବିତାଇବା ପରେ ମଧ୍ୟ ନିଜ ସମ୍ପର୍କକୁ ବିବାହ ର ନାଁ ଦେଇପାରନ୍ତି ନାହିଁ। ଢୁକୁ ପରମ୍ପରା ପଛରେ ଅର୍ଥନୀତି ସବୁଠାରୁ ବଡ କାରଣ । ବାସ୍ତବରେ, ଆଦିବାସୀ ସମାଜରେ ଏହା ଏକ ବାଧ୍ୟତାମୂଳକ ପରମ୍ପରା ରହିଛି କି, ବିବାହ ଅବସରରେ ସମଗ୍ର ଗାଁ ପାଇଁ ଏକ ଭୋଜି ଆୟୋଜନ କରାଯାଏ। ତେବେ ଅନେକ ଲୋକ ଆର୍ଥିକ ଅଭାବରୁ ଏପରି ବ୍ୟବସ୍ଥା କରିବାକୁ ଅସମର୍ଥ ଏବଂ ଏହି କାରଣରୁ ସେମାନେ ବିବାହ ନ କରି ଏକାଠି ରହିବାକୁ ଆରମ୍ଭ କରନ୍ତି। ଏହିପରି ଦମ୍ପତିମାନଙ୍କ ମଧ୍ୟରୁ ଅଧିକାଂଶଙ୍କର ସନ୍ତାନ ଅଛନ୍ତି, ହେଲେ ସମାଜର ପ୍ରଥା ଅନୁଯାୟୀ, ବିବାହ ନ ହେବା ହେତୁ ଏହି ପିଲାମାନେ ଜମି-ସମ୍ପତ୍ତି ଉପରେ ଅଧିକାର ପାଇବାରୁ ବଞ୍ଚିତ ହୁଅନ୍ତି। ଏପରି ପିଲାମାନେ ମଧ୍ୟ ବାପାଙ୍କ ନାମ ମଧ୍ୟ ମିଳେନାହିଁ। ଢୁକୁର ଶଦ୍ଦ ହେଉଛି ପ୍ରବେଶ କରିବା। ଯେତେବେଳେ ଜଣେ ମହିଳା ବିବାହ ପୂର୍ବରୁ କୌଣସି ପୁରୁଷଙ୍କ ଘରେ ପ୍ରବେଶ କରନ୍ତି, ଅର୍ଥାତ୍‌ ରହିବା ଆରମ୍ଭ କରନ୍ତି ତେବେ ସେମାନଙ୍କୁ ଢୁକୁ ବୋଲି କୁହାଯାଏ।

ଏପରିକି ଆଦିବାସୀ ସମାଜ ମହିଳାମାନଙ୍କୁ ସିନ୍ଦୁର ଲଗାଇବାକୁ ଅନୁମତି ଦିଅନ୍ତି ନାହିଁ। ବର୍ତ୍ତମାନ ବର୍ଷ ବର୍ଷ ଧରି ଏକାଠି ରହୁଥିବା ଦମ୍ପତିଙ୍କୁ ସାମାଜିକ ଏବଂ ଆଇନଗତ ସ୍ବୀକୃତି ଦେବା ଅଭିଯାନ ତୀବ୍ର ହୋଇଛି। ଖୁଣ୍ଟିରେ ଆୟୋଜିତ ଜନ ବିବାହ ସମାରୋହର ମୁଖ୍ୟ ଅତିଥି କେନ୍ଦ୍ର ମନ୍ତ୍ରୀ ଅର୍ଜୁନ ମୁଣ୍ଡା କହିଛନ୍ତି ଯେ, ଯେଉଁମାନେ ବିବାହ କରିବେ ସେମାନେ ବର୍ତ୍ତମାନ ସାମାଜିକ ତଥା ଆଇନଗତ ମାନ୍ୟତା ପାଇବେ। ଏହା ସହିତ, ଏହି ଦମ୍ପତିମାନେ ସମ୍ପତ୍ତି ସହିତ ଅନ୍ୟାନ୍ୟ ପାରିବାରିକ ପ୍ରସଙ୍ଗରେ ଆଇନଗତ ଅଧିକାର ପାଇବେ। ବିବାହ କରୁଥିବା ସମସ୍ତ ଦମ୍ପତିଙ୍କ ପାଇଁ ବିବାହ ପଞ୍ଜୀକରଣ ମଧ୍ୟ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରସ୍ତ ମିଳିବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri