କୋଟିଏ ଟଙ୍କାରୁ ଊର୍ଦ୍ଧ୍ୱ ଠକେଇ ଅଭିଯୋଗ: ୪ ଗିରଫ

ପୋଲସରା,୧୦ା୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୋଲସରା ଥାନା ପକ୍ଷରୁ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗରେ ପୋଲସରା ଥାନାଧିକାରୀ ଜିତେନ୍ଦ୍ର କୁମାର ମଲ୍ଲିକ ମୁଖ୍ୟ ଅଭିଯୁକ୍ତ ଥିବା ଜଣେ ମହିଳାଙ୍କ ସମେତ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଭୁବନେଶ୍ୱରର ଶୈଳବାଳା ମିଶ୍ର, ପୋଲସରା ଥାନା ଚିରିକିପଡ଼ା ଶାସନ ଗ୍ରାମର ନାରାୟଣ ପ୍ରଧାନ, ଯଦୁମଣି ପ୍ରଧାନ ଓ ଭଞ୍ଜନଗରର (ଭୁବନେଶ୍ୱରରେ ରହୁଥିବା ଶିବରାମ ଗୌଡ଼)।

ସୂଚନାଯୋଗ୍ୟ, ଭୁବନେଶ୍ୱରରେ ରହୁଥିବା ଶୈଳବାଳା ଚିରିକିପଡ଼ା ଶାସନର ସହଯୋଗୀଙ୍କ ସହ କଥାବାର୍ତ୍ତା କରି ସେହି ଗ୍ରାମର ରଞ୍ଜନ କୁମାର ସାହୁଙ୍କ ସହ ଯୋଗାଯୋଗ କରି କହିଥିଲେ କି ତୁମ ପାଇଁ ଭୁବନେଶ୍ୱରସ୍ଥିତ ଏମ୍ସ (AIIMS) ହସ୍ପିଟାଲରେ କ୍ୟାଣ୍ଟିନ କରାଇଦେବାର ପ୍ରଲୋଭନ ଦେଖାଇ ରଞ୍ଜନ ସାହୁଙ୍କଠାରୁ ୫୬ ଲକ୍ଷ ୫୦ହଜାର ଟଙ୍କା ୨୦୨୧ରେ ଠକି ନେଇଥିଲେ। କାର୍ଯ୍ୟରେ ବିଳମ୍ବ ହେବାରୁ ରଞ୍ଜନ ଶୈଳବାଳା ନେଇଥିବା ଅର୍ଥ ରାଶି ଫେରାଇବା ଲାଗି କହିଥିଲେ। ଇତିମଧ୍ୟରେ ବହୁ ପାଟିତୁଣ୍ଡ ହେବା ପରେ ୫ଲକ୍ଷ ୫୦ହଜାର ଟଙ୍କା ଫେରାଇଥିଲେ। ଆଉ ବଳକା ୫୧ଲକ୍ଷ ଟଙ୍କା ଦେବାରେ ବିଳମ୍ବ ହୋଇଥିଲା। ଏହି ଘଟଣାରେ ରଞ୍ଜନ ସାହୁ ବିବ୍ରତ ହୋଇ ଗତ ୮ ତାରିଖରେ ପୋଲସରା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୋଲସରା ଥାନାଧିକାରୀ ଜିତେନ୍ଦ୍ର କୁମାର ମଲ୍ଲିକ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରି ତଦନ୍ତ ଚଳାଇ ମୁଖ୍ୟ ଅଭିଯୁକ୍ତ ଥିବା ମହିଳା ଶୈଳବାଳାଙ୍କୁ ଭୁବନେଶ୍ୱରରୁ ଧରି ଆଣି ଥାନାରେ ପଚରାଉଚରା ସମୟରେ ସବୁ ସତ ପ୍ରକାଶ କରିଥିଲେ। ପୋଲିସ ସହଯୋଗୀ ନାରାୟଣ ପ୍ରଧାନ, ଯଦୁମଣି ପ୍ରଧାନ ଓ ଶିବରାମ ଗୌଡ଼ ପ୍ରମୁଖଙ୍କୁ ତଦନ୍ତ କରିଥିଲା ଠିକ୍‌ ସେହିପରି ନୟାଗଡ଼ର ଅର୍ଚ୍ଚନା କୁମାରୀ ସାହୁଙ୍କୁ ଚାକିରି କରାଇଦେବାର ପ୍ରଲୋଭନ ଦେଖାଇ ୬ ଲକ୍ଷ ଟଙ୍କା ନେଇଥିଲେ। ଅର୍ଚ୍ଚନା ମଧ୍ୟ ବିବ୍ରତ ହୋଇ ସମ୍ପୃକ୍ତ ଶୈଳବାଳାଙ୍କ ବିରୋଧରେ ପୋଲସରା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହାକୁ ନେଇ ପୋଲିସ ୨୫୬/୨୩ରେ ମାମଲା ରୁଜୁ କରିଛି। ଠକେଇ କରୁଥିବା ଶୈଳବାଳା ପୋଲସରା ଥାନାଞ୍ଚଳର ଚିରିକିପଡ଼ା ଶାସନ ସମେତ ଆଖ ପାଖ ଅଞ୍ଚଳରୁ ପ୍ରାୟ ପାଖାପାଖି କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ଠକି ନେଇଥିବା ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। କିଛି ବ୍ୟକ୍ତି ଠକେଇ ଶୈଳବାଳାଙ୍କଠାରୁ ଧମକ ପାଇ ରହିଥିବା ଜଣେ ମହିଳା ନିଜର ନାମ ଗୋପନ ରଖି କହିଥିଲେ। ପୋଲସରା ଥାନାଧିକାରୀ ଜିତେନ୍ଦ୍ର କୁମାର ମଲ୍ଲିକ ଅଭିଯୋଗକାରୀଙ୍କ ଏତଲାନୁସାରେ ମୁଖ୍ୟ ମହିଳା ଅଭିଯୁକ୍ତ ଓ ସହଯୋଗୀ ଏହିପରି ୪ ଜଣଙ୍କୁ କୋର୍ଟ ଚାଲାଣ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri