Posted inଜାତୀୟ

ବ୍ରିଜ୍‌ ଭୂଷଣଙ୍କ ନାଁରେ ରହିଛି ୩୦ରୁ ଅଧିକ ଆପରାଧିକ ମାମଲା…

ନୂଆଦିଲ୍ଲୀ,୯।୫: କୁସ୍ତି ମହାସଂଘର ଅଧ୍ୟକ୍ଷ ବ୍ରିଜ୍‌ ଭୂଷଣ ଶରଣ ସିଂଙ୍କ ବିରୋଧରେ ଦୀର୍ଘଦିନ ଧରି ରେସଲରମାନେ ଦିଲ୍ଲୀର ଯନ୍ତରମନ୍ତରରେ ଧାରଣା ପ୍ରଦର୍ଶନ କରୁଛନ୍ତି। ବ୍ରିଜ୍‌ ଭୂଷଣଙ୍କୁ ଗିରଫ ଦାବିରେ କୁସ୍ତିଯୋଦ୍ଧା ବିକ୍ଷୋଭ କରୁଥିଲେ ମଧ୍ୟ ଏହି ହେଭିଓ୍ବେଟ୍‌ ନେତାଙ୍କ ବିରୋଧରେ ସରକାର କୌଣସି କାର୍ଯ୍ୟନୁଷ୍ଠାନ ନେଉନାହାନ୍ତି। ତେବେ ଏହି ରାଜନେତା ତାଙ୍କ ରାଜନୈତିକ କ୍ୟାରିୟରରେ ୬ଥର ଏମ୍‌ପି ହୋଇଥିବା ବେଳେ ତାଙ୍କ ନାଁରେ ରହିଛି ୩୦ରୁ ଅଧିକ ଆପରାଧିକ ମାମଲା…

ବ୍ରିଜ୍‌ ଭୂଷଣ ୨୦୧୧ରେ ଭାରତୀୟ କୁସ୍ତି ସଂଘର ଅଧ୍ୟକ୍ଷ ହୋଇଥିଲେ। ୨୦୧୯କୁ ମିଶାଇ ସେ ଲଗାତର ତୃତୀୟ ଥର ପାଇଁ କୁସ୍ତିମହାସଂଘର ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି । ବ୍ରିଜ୍‌ ଭୂଷଣ ଅଧ୍ୟକ୍ଷ ସହ ୟୁପି ଭାଜପାର ଜଣେ ଟାଣୁଆ ନେତା ଭାବେ ଜଣାଶୁଣା। ସେ ୟୁପିର ଗୌଡା ଜିଲାର କେସରଗଞ୍ଜ ଆସନରେ ଭାଜପାର ଏମ୍‌ପି ଅଛନ୍ତି। ସେ ଲଗାତର ୬ଥର ଲୋକ ସଭା ନିର୍ବାଚନ ଜିତି ସାରିଛନ୍ତି। ନିଜର ନିର୍ଭୀକ ବୟାନ ପାଇଁ ସେ ସବୁବେଳେ ଚର୍ଚ୍ଚାରେ ରୁହନ୍ତି।

ବ୍ରିଜ୍‌ ଭୂଷଣ ୧୯୭୯ରୁ ଛାତ୍ରନେତା ଭାବରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ଛାତ୍ର ସଂଗଠନ ନିର୍ବାଚନରେ ସେ ରେକର୍ଡ ସଂଖ୍ୟକ ଭୋଟରେ ଜିତି ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ। ପରେ ସେ ୧୯୮୦ ମସିହାରେ ଯୁବନେତା ଭାବରେ ପରିଚିତ ହୋଇଥିଲେ ଏବଂ ୧୯୮୮ରେ ଭାଜପାରେ ଯୋଗ ଦେଇଥିଲେ। ୧୯୯୧ ଲୋକ ସଭା ନିର୍ବାଚନରେ ରେକର୍ଡ ସଂଖ୍ୟକ ଭୋଟରେ ନିର୍ବାଚନରେ ବାଜିମାତ କରିଥିଲେ।

ବ୍ରିଜ୍‌ ଭୂଷଣ ୧୯୯୧ରେ ପ୍ରଥମ ଲୋକ ସଭା ନିର୍ବାଚନ ଲଢିଥିଲେ। ନିର୍ବାଚନରେ ଗୌଡା ଆସନରୁ ବିପୁଳ ଭୋଟରେ ବିଜୟୀ ହୋଇଥିଲେ। ସେ ଆନନ୍ଦ ସିଂଙ୍କୁ ରେକର୍ଡ ସଂଖ୍ୟକ ୧.୧୩ ଲକ୍ଷ ଭୋଟରେ ହରାଇଥିଲେ। ଏହାପରେ ଗୌଡା, ବଲରାମପୁର, ଅଯୋଧ୍ୟା ସମେତ ଅନେକ ଜିଲାରେ ତାଙ୍କର ପ୍ରାଧାନ୍ୟ ବୃଦ୍ଧି ପାଇଥିଲା। ୧୯୯୯ ପରେ ସେ ଏମିତି କୌଣସି ନିର୍ବାଚନ ନାହିଁ ଯେଉଁଥିରେ ସେ ଜିତି ନାହାନ୍ତି। ଯଦିଓ ବିଭିନ୍ନ ନିର୍ବାଚନରେ ତାଙ୍କ ନିର୍ବାଚନମଣ୍ଡଳୀ ପରିବର୍ତ୍ତନ ହେଉଥିଲା, କିନ୍ତୁ ଫଳାଫଳ ପ୍ରତ୍ୟେକ ଥର ତାଙ୍କ ସପକ୍ଷରେ ରହୁଥିଲା।

ଭାଜପାରେ ମତଭେଦ କାରଣରୁ ସେ ଦଳ ଛାଡିଥିଲେ। ୨୦୦୯ ଲୋକ ସଭା ନିର୍ବାଚନରେ ସେ ସପା(ସମାଜବାଦୀ ପାର୍ଟି) ଟିକେଟରେ କେସରଗଞ୍ଜ ଆସନରୁ ଜିତିଥିଲେ। କିନ୍ତୁ ୨୦୧୪ ନିର୍ବାଚନ ପୂର୍ବରୁ ସେ ପୁଣି ଭାଜପାରେ ଯୋଗ ଦେଇଥିଲେ। କେସରଗଞ୍ଜ ଆସନରୁ ଭାଜପା ଟିକେଟ୍‌ରେ ୨୦୧୪ ଏବଂ ୨୦୧୯ ଲୋକ ସଭା ନିର୍ବାଚନରେ ବିଜୟ ହାସଲ କରିଥିଲେ। ବ୍ରିଜ୍‌ ଭୂଷଣଙ୍କ ପୁଅ ପ୍ରତୀକ ଭୂଷଣ ମଧ୍ୟ ରାଜନୀତିରେ ସକ୍ରିୟ ଅଛନ୍ତି। ପ୍ରତୀକ ଗୋଣ୍ଡା ଆସନରୁ ଭାଜପା ବିଧାୟକ ଅଛନ୍ତି।

୧୯୯୨ରେ ଅଯୋଧ୍ୟାରେ ବାବ୍ରି ମସ୍‌ଜିଦ ଭାଙ୍ଗିବା ମାମଲାରେ ୪୦ ଅଭିଯୁକ୍ତଙ୍କ ମଧ୍ୟରୁ ବ୍ରିଜ୍‌ ଭୂଷଣଙ୍କ ନାମ ରହିଥିଲା। କେତେକ ସାକ୍ଷାତକାରରେ ସେ ନିଜେ ସ୍ବୀକାର କରିଛନ୍ତି ଯେ ବାବ୍ରି ମସ୍‌ଜିଦ ଭାଙ୍ଗିବା ରାତିରେ ସେ ଘଟଣା ସ୍ଥଳରେ ଉପସ୍ଥିତ ଥିଲେ । ତେବେ ୩୦ ସେପ୍ଟେମ୍ବର ୨୦୨୦ରେ କୋର୍ଟ ତାଙ୍କୁ ଦୋଷମୁକ୍ତ କରିଥିଲେ।

ବ୍ରିଜ୍‌ ଭୂଷଣଙ୍କ ବିରୋଧରେ ଅନେକ ଗୁରୁତର ମାମଲା ରୁଜୁ ହୋଇଛି। ଏଥିମଧ୍ୟରୁ ୩୦ରୁ ଅଧିକ ମାମଲାରେ ସେ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ୨୦୧୯ ନିର୍ବାଚନରେ ନିଜ ଘୋଷଣାପତ୍ରରେ ତାଙ୍କ ନାଁରେ ୪ଟି ଆପରାଧିକ ମାମଲା ଏବେ ମଧ୍ୟ କୋର୍ଟରେ ବିଚାରାଧୀନ ରହିଛିି ବୋଲି ଦର୍ଶାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୧୧ ବିମାନବନ୍ଦର ଲିଜ୍‌ରେ ନେବ ଆଦାନୀ

ନୂଆଦିଲ୍ଲୀ,୨୧ା୧୨: କେନ୍ଦ୍ର ସରକାର ଦେଶର କେତେକ ସରକାରୀ ବିମାନବନ୍ଦରକୁ ଘରୋଇ କମ୍ପାନୀକୁ ଲିଜ୍‌ ଦେବା ପାଇଁ ଯୋଜନା କରୁଥିବାବେଳେ ଆଦାନୀ ଏଣ୍ଟରପ୍ରାଇଜେସ୍‌ ୧୧ଟି ଏୟାରପୋର୍ଟ ପାଇଁ...

ବିଜେଡିରେ ବଡ଼ ହଲଚଲ: ୪୦ ପରେ ୩ ନେତାଙ୍କୁ ନେଇ ଚର୍ଚ୍ଚା

ଭୁବନେଶ୍ୱର,୨୧ା୧୨(ସୁନିତ୍‌ ମିଶ୍ର): ବିଜେଡିର ପ୍ରାୟ ୪୦ ଜଣ ପୂର୍ୱତନ ବିଧାୟକ ଏବଂ ୨୦୨୪ରେ ବିଧାୟକ ପ୍ରାର୍ଥୀ ହୋଇଥିବା ନେତା ଭୁବନେଶ୍ୱର ଉପକଣ୍ଠରେ ଶୁକ୍ରବାର ଏକ ଭୋଜି...

‘ଉସମାନ ହାଦି ଆମ ହୃଦୟରେ ରହିବେ’ ହାଦିଙ୍କ ଶେଷ ଯାତ୍ରାରେ ଯୋଗଦେଇ ୟୁନୁସ କହିଲେ…

ଢାକା,୨୧।୧୨: ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ ଛାତ୍ର ନେତା ଏବଂ ଇନକିଲାବ ମଞ୍ଚର ମୁଖପାତ୍ର ସରିଫ ଓସମାନ ହାଦିଙ୍କ ଆଦର୍ଶକୁ ଆଗକୁ...

ବର୍ବରତା, ୭ ବର୍ଷର ଝିଅକୁ ଜୀଅନ୍ତା ଜାଳିଦେଲେ ଲୋକେ, ସରକାରଙ୍କୁ ୨୪ ଘଣ୍ଟାର ଅଲ୍ଟିମେଟମ

ଢାକା,୨୧।୧୨: ଛାତ୍ର ନେତା ସରିଫ ଓସମାନ ହାଦିଙ୍କ ମୃତ୍ୟୁ ପରେ ବାଂଲାଦେଶରେ ଘଟିଥିବା ବ୍ୟାପକ ହିଂସା ସମୟରେ ଜଣେ ନିର୍ଦ୍ଦୋଷ ଝିଅକୁ ଜୀବନ୍ତ ଜାଳି ଦିଆଯିବାର...

ଆହୁଜା ନା ନୂଆ: କିଏ ହେବେ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ?

ଭୁବନେଶ୍ୱର,୨୧ା୧୨(ସୁନିତ୍‌ ମିଶ୍ର): ରାଜ୍ୟର ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ କିଏ ହେବେ ତାକୁ ନେଇ କିଛିଦିନ ହେଲା ଚର୍ଚ୍ଚା ଜୋର୍‌ ଧରିବାରେ ଲାଗିଛି। ଓଡ଼ିଶା ମୁଖ୍ୟ...

ଟ୍ରେନ୍‌ ଧକ୍କାରେ ୭ ହାତୀ ମୃତ, ରାଜଧାନୀ ଏକ୍ସପ୍ରେସ୍‌ର ୫ ବଗି ଲାଇନଚ୍ୟୁତ

ଗୁଆହାଟୀ,୨୧ା୧୨(ପି.ଟି./ଏଜେନ୍ସି): ଜଙ୍ଗଲରେ ଭିତ୍ତିଭୂମି ନିର୍ମାଣ ପାଇଁ ମାନବୀୟ ଓ ବ୍ୟବସାୟିକ କାର୍ଯ୍ୟକଳାପ ସହ ହାତୀ ଚଲାପଥ ଦେଇ ରେଳଲାଇନ ବିଛାଇବା ପ୍ରାଣୀଙ୍କ ଲାଗି ବିପଦ ସାଜୁଛି।...

ପିକନିକ ବସ ଓଲଟି ୩୫ ଛାତ୍ର ଆହତ

ଜମ୍ମୁ,୨୧।୧୨: ଶନିବାର (ଡିସେମ୍ବର ୨୦) ରାତିରେ ଜମ୍ମୁର ବିଷ୍ନାହ ନିକଟବର୍ତ୍ତୀ ରିଙ୍ଗ ରୋଡରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ପିକନିକ ସାରି ଫେରୁଥିବା ଏକ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri