ଖାଇବା ତେଲ: ପୋଡ଼ିଲେ ମାରାତ୍ମକ

ଭୁବନେଶ୍ୱର,୧।୮(ବ୍ୟୁରୋ): ଖାଇବା ତେଲ ବିନା ଆମର ନିତିିଦିନିଆ ରୋଷେଇ ଏକ ପ୍ରକାର ଅସମ୍ଭବ। ଅଧିକାଂଶ ଖାଦ୍ୟ ପ୍ରସ୍ତୁତି ବା ସ୍ବାଦିଷ୍ଟ ଭୋଜନ ହୋଇ ନ ଥାଏ। ତେବେ ଏହି ତେଲ ଆମ ପାଇଁ ଯେତିକି ଦରକାରୀ ସେତିକି ଘାତକ ମଧ୍ୟ। ତେଲର ହାନିକାରକ ଦିଗ ବିଷୟରେ ବିଶେଷକରି ରୋଷେଇ କରିବା ସମୟରେ ସାମାନ୍ୟ ଧ୍ୟାନ ନ ଦେଲେ ଏହା ଆମ ପାଇଁ ବିପଦ ଆଣିପାରେ। ରୋଷେଇ କରିବାବେଳେ ଅଧିକାଂଶ ସମୟରେ ଆମେ ଅନ୍ୟମନସ୍କ ହୋଇ ତେଲକୁ ପୋଡ଼ି ଦେଇଥାଉ। ତେଲରୁ ହୁ ହୁ ହୋଇ ଧୁଆଁ ବାହାରୁଥିବାବେଳେ ସେଥିରେ ବିଭିନ୍ନ ସାମଗ୍ରୀ ମିଶାଇ ରୋଷେଇ କରୁ। ତେଲ ପୋଡ଼ିଯିବା ପରେ ରୋଷେଇ କଲେ ତାହା କେବଳ ପାଟିକୁ ପିତା ବା ପୋଡ଼ାଳିଆ ଲାଗେ ନାହିଁ, ସେଥିରୁ ଏକ ବିଷାକ୍ତ ପଦାର୍ଥ ବା ଟକ୍ସିକ୍‌ ରସାୟନ ବାହାରିଥାଏ। ଏହା ଆମ ସ୍ବାସ୍ଥ୍ୟ ପାଇଁ ଭୟଙ୍କର ସାବ୍ୟସ୍ତ ହୋଇପାରେ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି।
ବିଭିନ୍ନ ଖାଦ୍ୟ ପ୍ରସ୍ତୁତି ପାଇଁ ଆମେ ତେଲକୁ ଭିନ୍ନ ଭିନ୍ନ ତାପମାତ୍ରାରେ ବ୍ୟବହାର କରିଥାଉ। ଫ୍ରାଏ କରିବା ପାଇଁ ଅଧିକ ଓ ହାଲ୍‌କା ଭାଜିବା ପାଇଁ ତେଲକୁ କମ୍‌ ଗରମ କରିଥାଉ। ଅନ୍ୟାନ୍ୟ ସାମଗ୍ରୀ ଭଳି ଖାଇବା ତେଲର ମଧ୍ୟ ଏକ ‘ସ୍ମୋକ୍‌ ପଏଣ୍ଟ’ ରହିଥାଏ। ଏହି ସ୍ମୋକ୍‌ ପଏଣ୍ଟରୁ ଅଧିକ ତେଲକୁ ଗରମ କଲେ ତାହା ବିଷାକ୍ତ ହେବାସହ ସେଥିରୁ ଫ୍ରି ରାଡିକାଲ୍‌ ନିର୍ଗତ ହୁଏ, ଯାହାକି କର୍କଟ ରୋଗର ଅନ୍ୟତମ କାରଣ ହୋଇଥାଏ। ତେଣୁ ତେଲର ସ୍ମୋକ୍‌ ପଏଣ୍ଟ ଦେଖି କିଣିବା ସହ ବ୍ୟବହାରବେଳେ ଏହା ଯେପରି ଅଧିକ ନ ପୋଡ଼େ ସେଥିପ୍ରତି ଗୁରୁତ୍ୱ ଦେବା ଆବଶ୍ୟକ। ଅଧିକାଂଶ ଖାଦ୍ୟ ୧୭୬ ଡିଗ୍ରୀରୁ ୨୩୨ ଡିଗ୍ରୀ ସେଲ୍‌ସିୟସ୍‌ ତାପମାତ୍ରା ମଧ୍ୟରେ ପ୍ରସ୍ତୁତ ହେଉଥିବାରୁ କିଣିବାବେଳେ ତେଲର ସ୍ମୋକ୍‌ ପଏଣ୍ଟ ଯେପରି ୨୦୪ ଡିଗ୍ରୀ ସେଲ୍‌ସିୟସ୍‌ ଉପରେ ହୋଇଥିବ ତାହାକୁ ଦୃଷ୍ଟିରେ ରଖିବା ଉଚିତ୍‌। ଆଭୋକାଡୋ ତେଲର ସ୍ମୋକ୍‌ ପଏଣ୍ଟ ସର୍ବାଧିକ ୨୭୧ ଡିଗ୍ରୀ ସେଲ୍‌ସିୟସ୍‌ ହୋଇଥିବାବେଳେ ରିଫାଇନ୍‌ଡ ନଡ଼ିଆ ତେଲର ୨୩୨, ଘିଅର ୨୫୨, ସୋରିଷ ତେଲର ୨୫୦, ରାଇସ୍‌ବ୍ରାନ୍‌ ଅଏଲ୍‌ ୨୩୨, ରିଫାଇନ୍‌ ହୋଇ ନଥିବା ସନ୍‌ଫ୍ଲାୱାର୍‌ ଅଏଲ ୧୦୭, ରିଫାଇନ୍‌ଡ ସନ୍‌ଫ୍ଲାୱାର୍‌ ଅଏଲ୍‌ ୨୩୨, ଏକ୍ସଟ୍ରାଲାଇଟ୍‌ ଅଲିଭ୍‌ ଅଏଲ୍‌ ୨୪୨, ଏକ୍ସଟ୍ରାଭର୍ଜିନ୍‌ ଅଲିଭ୍‌ ଅଏଲ୍‌ ୧୯୧, ପିନଟ୍‌ ଅଏଲ୍‌ ବା ବାଦାମ ତେଲର ୨୩୨, ରିଫାଇନ୍‌ଡ ସୋୟାବିନ୍‌ ତେଲ ୨୩୮, ଭେଜୁଟେବୁଲ୍‌ ଅଏଲ୍‌ ୨୦୫, ବଟର୍‌ର ୧୨୦ରୁ ୧୫୦ ଡିଗ୍ରୀ ସେଲ୍‌ସିୟସ୍‌ ସ୍ମୋକ୍‌ ପଏଣ୍ଟ୍‌ ରହିଥାଏ। ତେବେ ରିଫାଇନ୍‌ ହୋଇଥିବା ତେଲର ସ୍ମୋକ୍‌ ପଏଣ୍ଟ ସାଧାରଣତଃ ଅଧିକ ରହିଥାଏ। ସବୁଠାରୁ ବଡ଼କଥା ହେଲା ଡିପ୍‌ ଫ୍ରାଏରେ ବ୍ୟବହୃତ ତେଲକୁ କେବେ ବି ୨ ଥରରୁ ଅଧିକ ବ୍ୟବହାର କରିବା ଉଚିତ୍‌ ନୁହେଁ।
ପ୍ରାକୃତିକ ଉପାୟରେ ପ୍ରସ୍ତୁତ ତେଲ ବ୍ୟବହାର କରିବାକୁ ଅଧିକାଂଶ ସ୍ବାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ ଦେଉଛନ୍ତି। ଏନେଇ ନ୍ୟୁଟ୍ରିଶନିଷ୍ଟ୍‌ ପ୍ରିୟଙ୍କା ଚୌଧୁରୀ କୁହନ୍ତି, ଭାରତୀୟ ଖାଦ୍ୟ ପ୍ରସ୍ତୁତି ପାଇଁ ଅଧିକ ତାପମାତ୍ରା ଆବଶ୍ୟକ ହେଉଥିବାରୁ ହାଇସ୍ମୋକ୍‌ ପଏଣ୍ଟ୍‌ ଥିବା ଖାଇବାତେଲ ବ୍ୟବହାର କରିବା ଉଚିତ୍‌। ଆଉଏକ ଗୁରୁତ୍ୱପୁର୍ଣ୍ଣ କଥା ହେଲା ହାଇ ସ୍ମୋକ୍‌ ପଏଣ୍ଟ ଥିବା ତେଲ କିଣିବା ବେଳେ ଏହାକୁ ରିଫାଇନ୍‌ କରିବା ସମୟରେ ଯେପରି କୌଣସି କେମିକାଲ୍‌ ବ୍ୟବହାର ହୋଇ ନ ଥାଏ ସେଥିପ୍ରତି ମଧ୍ୟ ଦୃଷ୍ଟି ଦେବା ନିହାତି ଜରୁରୀ। ଅଧିକାଂଶ ସମୟରେ ହୋଟେଲ ଏବଂ ରେଷ୍ଟୁରାଣ୍ଟରେ ଖାଦ୍ୟକୁ ସ୍ବାଦିଷ୍ଟ କରିବା ପାଇଁ ତେଲକୁ ଅଧିକ ତାପମାତ୍ରାରେ ବ୍ୟବହାର କରାଯାଏ। ଫଳରେ ତେଲରୁ ବିଷାକ୍ତ ରସାୟନ ବାହାରିବା ସମ୍ଭାବନା ଅଧିକ ରହିଥାଏ। ତେଣୁ ବାହାର ଖାଇବା ନ ଖାଇ ଯଥାସମ୍ଭବ ଲୋ’ ଫ୍ଲେମ୍‌ରେ ପ୍ରସ୍ତୁତ ଘର ଖାଦ୍ୟ ଖାଇବା ଆବଶ୍ୟକ। ସେହିଭଳି ହର୍ବାଲ ଲାଇଫ୍‌ ନ୍ୟୁଟ୍ରିଶନ୍‌ର ଓ୍ବେଲ୍‌ନେସ୍‌ କୋଚ୍‌ ରାଜେଶ କୁମାର ମିଶ୍ରଙ୍କ ମତରେ, ତେଲର ବହୁ ମାରାତ୍ମକ ଦିଗ ରହିଛି। ତେବେ ପ୍ରୋଟିନ୍‌ ଓ ଭିଟାମିନ୍‌ର ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରତି ମାସରେ ଖାଇବା ତେଲ ବଦଳାଇବା ଉଚିତ। ତେଲରେ ଖାଦ୍ୟ ନ ପକାଇ ଖାଇବାରେ ତେଲ ପକାଇ ଖାଇବା ଉଚିତ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ

ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri