ନାବାଳକଙ୍କ ମୃତଦେହ ଜବତ ମାମଲା: ଦୁଇ ଜଣଙ୍କୁ ଧରି ପୋଲିସ ଜିମା ଦେଲେ ଗ୍ରାମବାସୀ

କେନ୍ଦୁଝର,୩୦।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ଅଧୀନ କରଙ୍ଗାଡିହି ଗ୍ରାମର ରଙ୍ଗାଧର ମହାକୁଡଙ୍କ ପୁଅ ଫକିର ମହାକୁଡ(୮) ମୃତ୍ୟୁର କାରଣ ଅଦ୍ୟାବଧି ଜଣାପଡିନାହିଁ। ଏଭଳିସ୍ଥିତିରେ ପୋଲିସ ଅଭିଯୁକ୍ତଙ୍କୁ ଧରିବାରେ ବିଫଳ ହେଉଥିବାରୁ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଆସୁଥିଲେ। ଫକିରଙ୍କୁ ହତ୍ୟା କରାଯାଇଥିବା ଏବଂ ଏହା ପଛରେ ଗ୍ରାମର କେତେକ ବ୍ୟକ୍ତି ସମ୍ପୃକ୍ତିକୁ ନେଇ ଗ୍ରାମବାସୀ ସନ୍ଦେହ ପ୍ରକଟ କରିଥିଲେ। ରବିବାର ଗ୍ରାମବାସୀ ସନ୍ଦେହ କରୁଥିବା ମୃତ ଶିଶୁଙ୍କ ବାପା ଓ ଅନ୍ୟ ଜଣେ ପଡୋଶୀଙ୍କୁ ଅଟକ ରଖି ପୋଲିସ ଜିମା ଦେଇଥିଲେ। ଏନେଇ ଗାଁରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ଖବର ପାଇ ପୋଲିସ ପହଞ୍ଚି ଅଟକ ଦୁଇ ଜଣଙ୍କୁ ଉଦ୍ଧାର କରି ଥାନାକୁ ନେଇ ଅଧିକ ପଚରାଉଚରା କରୁଛି।

ଗ୍ରାମବାସୀ ରବିବାର ସକାଳେ ମୃତ ନାବାଳକଙ୍କ ପିତା ରଙ୍ଗାଧର ଏବଂ ପଡୋଶୀ ବିଦ୍ୟାଧର ଦେହୁରୀଙ୍କୁ ଗାଁ ମଣ୍ଡପ ଅସମ୍ପୂର୍ଣ୍ଣ ଏକ ପିଲାରରେ ବାନ୍ଧି ଅଟକ ରଖି ପୋଲିସକୁ ସୂଚନା ଦେଇଥିଲେ। ଖବର ପାଇ କାଞ୍ଜିପାଣି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିଥିଲା।

ସୂଚନା ଯୋଗ୍ୟ, ରଙ୍ଗାଧାରଙ୍କ ସ୍ତ୍ରୀଙ୍କ ମୃତ୍ୟୁ ପରେ କିଛି ମାସ ତଳେ ପୁଣି ଜଣେ ମହିଳାଙ୍କୁ ବିବାହ କରିଥିଲେ। ଏନେଇ ପୁଅକୁ ମାରି ଦେଇଥିବା ଗ୍ରାମବାସୀ ସନ୍ଦେହ କରୁଥିଲେ। ଏ ରବିବାର ଗ୍ରାମବାସୀ ନାବାଳକଙ୍କ ପିତା ରଙ୍ଗାଧର ଏବଂ ପଡୋଶୀ ବିଦ୍ୟାଧରଙ୍କୁ ଅଟକ ରଖିଥିଲେ। ଏପରିକି ମୃତ ନାବାଳଙ୍କ ସାବତ ମା’ଙ୍କୁ ମଧ୍ୟ ପୋଲିସ ଜିମା ଦେଇଥିଲେ।

ପ୍ରକାଶ ଯେ, ନିଖୋଜ ହେବାର ୩ ଦିନ ପରେ ନାବାଳକ ଫକିରଙ୍କ ଗଳିତ ମୃତଦେହ ଘରଠାରୁ ପ୍ରାୟ ୫୦୦ମିଟର ଦୂରରୁ ଜବତ ହୋଇଥିଲା। ଏନେଇ କରଙ୍ଗାଡିହି ସରପଞ୍ଚ ବରୁଣ ଦେହୁରୀ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇ ପଠାଇଥିଲ। ସେତିକିବେଳେ ବାପା ରଙ୍ଗାଧର ପୁଅଙ୍କୁ ବଳି ପାଇଁ ହତ୍ୟା କରାଯାଇଥିବା ଅଭିଯୋଗ କରିଥିଲେ।

ଅନ୍ୟପକ୍ଷେ ନାବାଳକଙ୍କ ଦେହର ପିଠି ଭାଗରେ ଗଭୀର ଆଘାତ ଲାଗି ଥିବାରୁ ଏହା ସୁପରିକଳ୍ପତି ହତ୍ୟାକାଣ୍ଡ ବୋଲି ଅଭିଯୋଗ ହୋଇଥିଲା। ଏନେଇ କାଞ୍ଜିପାଣି ପୋଲିସ ଏକ ମାମଲା(ନଂ.୩୬/୨୩) ରୁଜୁ କରିଥିଲା। ଘଟଣା ସମ୍ପର୍କରେ କାଞ୍ଜିପାଣି ଥାନା ଅଧିକାରୀ ସେଖ୍‌ ଆଜାରୁଦ୍ଦିନଙ୍କୁ ପଚାରିବାରୁ ଗ୍ରାମବାସୀଙ୍କଠାରୁ ୨ଜଣଙ୍କୁ ପୋଲିସ ଉଦ୍ଧାର କରି ତଦନ୍ତ କରୁଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନକଲି ବିଦେଶୀ ମଦ କାରାଖାନା ଠାବ, ନାମୀଦାମୀ କମ୍ପାନୀର ନକଲି ମଦ ଜବତ

କୋଟପାଡ଼ (ରାଜଶେଖର ),୨୯ା୧୨: କୋରାପୁଟ ଜିଲା କୋଟପାଡ଼ ଅଞ୍ଚଳରୁ ବିପୁଳ ପରିମାଣରେ ନକଲି ମଦ ଜବତ ହୋଇଛି । ରବିବାର ରାତିରେ ଅବକାରୀ ବିଭାଗ କର୍ମଚାରୀ...

ସରକାରୀ ଜମିକୁ ଜବରଦଖଲ କଲା ଘରୋଇ ଶିକ୍ଷାନୁଷ୍ଠାନ: ତାଲିଲେ ଗାଁ ଲୋକେ, ଦେଲେ ଏଭଳି ଚେତାବନୀ

ପାଟଣା,୨୯।୧୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ମୂଷା ଖୋରି ଆରଆଇ ସର୍କଲ ଅନ୍ତର୍ଗତ ଭାଲୁଘର ମୌଜାର ହୁଡ଼ି ଓ ସରକାରୀ ଜମିକୁ ବିବେକାନନ୍ଦ...

ଆହୁରି ୩ ଦିନ ଶୀତରେ ଥରିବେ ରାଜ୍ୟବାସୀ, ଏସବୁ ଜିଲାକୁ ଓ୍ବାର୍ନିଂ

ଭୁବନେଶ୍ୱର,୨୯ା୧୨: ରାଜ୍ୟରେ ଶୀତ ଲହରି ଜାରି ରହିଥିବାବେଳେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ପାଣିପାଗରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ପରବର୍ତ୍ତୀ ସମୟରେ ତାପମାତ୍ରା ୨ରୁ...

ମା’ ସୁରେଶ୍ଵରୀଙ୍କ ଐତିହାସିକ ଘାଟ ଯାତ୍ରାରେ ଜନସମାଗମ, ବଳି ଦେଲେ ମାନସିକ ପୂରଣ ହୋଇଥିବା ବ୍ୟକ୍ତି

ରିଷିଡା ୨୯/୧୨(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ତେରେସିଂହା କେଉଁଟ କୈବର୍ତ୍ତ ଆଞ୍ଚଳିକ ସମାଜ ତରଫରୁ ତେରେସିଂହା ଆମପାଲି ନଦୀ ଘାଟ ଠାରେ ଐତିହାସିକ...

ଅତୀତର ସ୍ମୃତିକୁ ମନେ ପକାଇଲେ ପୁରାତନ ଛାତ୍ରୀଛାତ୍ର

ଦିଗପହଣ୍ଡି,୨୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମ ରାଧାଶ୍ୟାମ ଉଚ୍ଚ ବିଦ୍ୟାଳୟ ଏବଂ ରାଧାଦାମୋଦର ବାଳିକା ଉଚ୍ଚ ବିଦ୍ୟାଳୟ ୧୯୯୧ ମାଟ୍ରିକ...

ଆରାବଳି ମାମଲା: ରାୟ ଉପରେ ସୁପ୍ରିମକୋର୍ଟଙ୍କ ରହିତାଦେଶ

ନୂଆଦିଲ୍ଲୀ,୨୯ା୧୨: ଆରାବଳି ମାମଲା ରାୟ ଉପରେ ସୁପ୍ରିମକୋର୍ଟ ରହିତାଦେଶ ଜାରି କରିଛନ୍ତି। ନଭେମ୍ବର ୨୦ ରାୟ ଉପରେ ଏହି ରହିତାଦେଶ ଦେଇଛନ୍ତି ମାନ୍ୟବର କୋର୍ଟ। ପରିବେଶବିତ୍‌ଙ୍କୁ...

ନର୍ସିଂହୋମରେ ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ୧୬ ଜଣ ବୃଦ୍ଧାବୃଦ୍ଧ

ନୂଆଦିଲ୍ଲୀ,୨୯।୧୨: ଇଣ୍ଡୋନେସିଆର ଏକ ନର୍ସିଂହୋମରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି, ଯେଉଁଥିରେ ୧୬ ଜଣଙ୍କର ମୃତ୍ୟୁ ହୋଇଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ଖବରପାଇ...

ବିମାନବନ୍ଦରରେ ୨ଯୁବକଙ୍କୁ ବାଂଲାଦେଶୀ କହି ମାଡ଼ିବସିଲେ, ପରେ…

ଭୁବନେଶ୍ୱର,୨୯।୧୨: ବାଂଲାଦେଶୀ ଭାଭିଲେ ଆଉ ମାଡ଼ିବସିଲେ। ଆମ ହିନ୍ଦୁ ମାନଙ୍କୁ ବାଂଲାଦେଶରେ ଅମାନୁଷିକ ଭାବେ ହତ୍ୟା କରୁଛ କହି ଦୁଇ ଯୁବକଙ୍କୁ ବାଂଲାଦେଶୀ ସନ୍ଦେହରେ ଭୁବନେଶ୍ୱର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri