ରେଳ ସାଇଡିଂରେ ପଡ଼ିଛି ଲକ୍ଷେରୁ ଊର୍ଦ୍ଧ୍ୱ ମେଟ୍ରିକ୍‌ ଟନ୍‌ ଖଣିଜ

ଯୋଡ଼ା,୩୦।୪(ଡି.ଏନ.ଏ.): କେନ୍ଦୁଝର ଜିଲା ଯୋଡ଼ା ଖଣି ମଣ୍ଡଳରେ ଥିବା ବିଭିନ୍ନ ରେଳ ସାଇଡିଂରେ ୧୦ ବର୍ଷରୁ ଊର୍ଦ୍ଧ୍ୱ ହେବ ଏକ ଲକ୍ଷରୁ ଊର୍ଦ୍ଧ୍ୱ ମେଟ୍ରିକ ଟନ୍‌ ଲୁହାପଥର ପଡ଼ିରହିଛି। ଏହା ପଡ଼ି ପଡ଼ି ନଷ୍ଟ ହେଉଥିବା ବେଳେ ରେଳ ମନ୍ତ୍ରଣାଳୟ ଦିନ ହିସାବରେ ଭଡ଼ା ମାଗୁଛି। ଫଳରେ ୧୦ ବର୍ଷରୁ ଊର୍ଦ୍ଧ୍ୱ ଦିନର ଭଡ଼ା ପ୍ରଦାନ କରି ଖଣିଜ ଉଠାଇବା ପାଇଁ ବ୍ୟାପକ ଅର୍ଥ ଲାଗିବ। ତେଣୁ ଖଣିଜ ପରିବହନ କିପରି ହେବ, ଖଣି ବିଭାଗ ପାଇଁ ଏକ ବଡ଼ ସମସ୍ୟା ପାଲଟିଛି।
ଖଣି ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ୨୦୦୯-୧୦ଆର୍ଥିକ ବର୍ଷରେ ବିପୁଳ ପରିମାଣର ଲୁହାପଥର ବିଭିନ୍ନ ରେଳ ସାଇଡ଼ିଂରେ ପରିବହନ ପାଇଁ ଗଚ୍ଛିତ ଥିଲା। ଜଷ୍ଟିସ ଏମ୍‌ବି ଶାହା କମିଶନ ଓ ପରବର୍ତ୍ତୀ ସମୟରେ ସେଣ୍ଟ୍ରାଲ ଏମ୍‌ପାୱାର୍‌ଡ କମିଟିର ଗସ୍ତ ବେଳେ ବିଭିନ୍ନ ନଥିପତ୍ର ଯାଞ୍ଚ ହୋଇଥିଲା। ଆବଶ୍ୟକ ଦସ୍ତାବିଜ ତୁରନ୍ତ ଦର୍ଶାଇବାରେ ବ୍ୟବସାୟୀମାନେ ଅସମର୍ଥ ହେବାରୁ ଏହା ପଡ଼ିରହିଥିଲା। ଏବେ ଏହି ଲୁହାପଥର ଦାବିଦାର ଆବଶ୍ୟକ ନଥିପତ୍ର ନେଇ ଉକ୍ତ ଖଣିଜକୁ ପରିବହନ କରିବା ପାଇଁ ଖଣି ବିଭାଗ ପାଖକୁ ଆସୁଥିଲେ ହେଁ ସମ୍ଭବ ହୋଇପାରୁନାହିଁ। ଏନେଇ ଯୋଡ଼ା ଖଣି ଉପନିର୍ଦ୍ଦେଶକ ଦିନେଶ ଅଗ୍ରଓ୍ବାଲା କହିଛନ୍ତି, ଯୋଡ଼ା ଖଣିମଣ୍ଡଳର ଅନେକ ରେଳସାଇଡିଂରେ ପ୍ରାୟ ଏକ ଲକ୍ଷ ମେଟ୍ରିକ୍‌ ଟନରୁ ଊର୍ଦ୍ଧ୍ୱ ଲୁହାପଥର ଦୀର୍ଘ ଦିନ ଧରି ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି। ରେଳ ମନ୍ତ୍ରଣାଳୟ ଏଥିପାଇଁ ସ୍ଥାନର ଭଡ଼ା ଦାବି କରୁଛି। ଯାହାକି ବ୍ୟୟବହୁଳ ହେଉଥିବାରୁ ଉକ୍ତ ଖଣିଜ ପରିବହନ କରାଯାଇପାରୁନାହିଁ। ବର୍ଷା ଜଳରେ ବହୁ ପରିମାଣର ଲୁହା ପଥର ଭାସିଗଲାଣି। ଯାହାକି କେନ୍ଦ୍ର ସରକାରଙ୍କ ଆଇବିଏମ୍‌(ଇଣ୍ଡିଆନ ବ୍ୟୁରୋ ଅଫ ମାଇନ୍ସ )ମିନେରାଲ କଞ୍ଜରଭେଶନ ଓ ଡେଭଲପମେଣ୍ଟ ନୀତିରେ ଅନିୟମିତତା ହେଉଛି। ଏହା ଦ୍ବାରା ରାଜ୍ୟ ସରକାର ରାଜସ୍ବ ହରାଇବା ସହିତ ମୂଲ୍ୟବାନ ଖଣିଜ ନଷ୍ଟ ହେଉଛି। କିଛିକାଂଶରେ ଏହା ଚୋରି ହୋଇଯାଉଥିବା ମଧ୍ୟ ସୂଚନା ମିଳିଛି। ଖଣି ବିଷାରଦ ଜ୍ୟୋତି ରାଉତ କହିଛନ୍ତି, ରେଳ ମନ୍ତ୍ରଣାଳୟ, ଆଇବିଏମ୍‌ ଏବଂ ଖଣି ବିଭାଗ ମଧ୍ୟରେ ସମନ୍ବୟ ରକ୍ଷା କରି ଖଣିଜ କିପରି ପରିବହନ ହୋଇପାରିବ, ଏ ନେଇ ଖଣି ବିଭାଗ ଉଦ୍ୟମ କରିବା ଉଚିତ। ଏ ସମ୍ପର୍କରେ ବାଂଶପାଣି ଷ୍ଟେଶନ ମ୍ୟାନେଜର ଦିବାକର ଚନ୍ଦ୍ର ମିଶ୍ର କହିଛନ୍ତି, ରେଳସାଇଡିଂରେ ଯେହେତୁ ଡମ୍ପ ଆଣ୍ଡ ଲୋଡିଂ ଅର୍ଥାତ ଖଣିରୁ ଟ୍ରକ୍‌ରେ ଖଣିଜ ରେଳ ସାଇଡିଂରେ ପଡ଼ିବାର ନିର୍ଦ୍ଧାରିତ ସମୟ ମଧ୍ୟରେ ରେଳଡବାରେ ବୋଝେଇ କରିବାର ନିୟମ ରହିଛି, ଏଣୁ ରେଳସାଇଡିଂରେ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଖଣିଜ ଗଚ୍ଛିତ ହୋଇରହିଲେ ରେଳ ବିଭାଗ ପକ୍ଷରୁ ହୱାରଫେଜ ଲାଗିଥାଏ। ପ୍ରତିଦିନ ୱାଗନ ପିଛା ୧୭୫ଟଙ୍କା ହିସାବରେ ଦେବାକୁ ପଡ଼ିବ। ପ୍ରତି ୱାଗନରେ ପ୍ରାୟ ୬୦ରୁ ଊଦ୍ଧର୍‌ବ ମେଟ୍ରିକ ଟନ ଖଣିଜ ବୋଝେଇ ହୋଇଥାଏ। ଏଣୁ ରେଳସାଇଡିଂରେ ବର୍ଷ ବର୍ଷ ଧରି ଖଣିଜ ପଡ଼ିଥିବାରୁ ରେଳ ମନ୍ତ୍ରଣାଳୟକୁ ଜରିମାନା ଦେଇ ଖଣିଜ ପରିବହନ କରିବା ବ୍ୟୟସାପେକ୍ଷ ହେବ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନାମାଙ୍କନ କଲେ କୋରେଇ ବିଜେଡି ବିଧାୟିକା ପ୍ରାର୍ଥିନୀ ସଂଧ୍ୟାରାଣୀ ଦାସ

ଯାଜପୁର, ୯।୫: କୋରେଇ ବିଧାନସଭା ଆସନ ପାଇଁ ବିଜୁ ଜନତା ଦଳ ପ୍ରାର୍ଥିନୀ ସଂଧ୍ୟାରାଣୀ ଦାସ ଗୁରୁବାର ନାମାଙ୍କନ ଦାଖଲ କରିଛନ୍ତି। ପ୍ରଥମେ ପାଣିକୋଇଲି ତାରିଣୀ...

କନ୍ଧମାଳବାସୀଙ୍କୁ ଭୋଟ୍‌ ମାଗିଲେ ମୁଖ୍ୟମନ୍ତ୍ରୀ

ଫୁଲବାଣୀ,୯ା୫(ରାକେଶ କୁମାର ରାଉତ): ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଗୁରୁବାର କନ୍ଧମାଳ ଗସ୍ତରେ ଆସି ଭୋଟ୍‌ ମାଗିଛନ୍ତି। କନ୍ଧମାଳ ସଂସଦୀୟ କ୍ଷେତ୍ର ୭...

ସାପ କାମୁଡ଼ାରେ ତିନି ବର୍ଷର ପୁଅ ମୃତ, ବିଷ କାଢ଼ିବାକୁ ଚେଷ୍ଟା କରି ବାପା ଆହତ

ସୁବର୍ଣ୍ଣପୁର, ୯।୫:: ବିରାମହାରାଜପୁର ଅଞ୍ଚଳର ହିଲୁଙ୍ଗା ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛି। ବିଷାକ୍ତ ସାପ କାମୁଡ଼ିରେ ତିନି ବର୍ଷର ବାଳକ ପ୍ରାଣ ହରାଇଛି। ସାଗର...

ବଦଳିଲେ କଂଗ୍ରେସ ଜିଲା ସାଧାରଣ ସମ୍ପାଦକ, ବ୍ଲକ ସଭାପତି

ପାଟଣା,୯ା୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ନୂତନ କଂଗ୍ରେସ ସଭାପତି ଭାବେ ଭାବେ କୈଳାଶ ଚନ୍ଦ୍ର ବାରିକଙ୍କୁ ଜିଲା କଂଗ୍ରେସ ସଭାପତି ମୋହନ ପରିଡ଼ା...

ପୁରୀରେ ପହଞ୍ଚିଲେ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ

ପୁରୀ,୯।୫: ପୁରୀରେ ପହଞ୍ଚିଲେ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ। ସ୍ବତନ୍ତ୍ର ହେଲିକପ୍ଟରରେ ଭୁବନେଶ୍ବରରୁ ବାହାରି ପୁରୀରେ ପହଞ୍ଚିଛନ୍ତି। ସେଠାରେ ସେ ମହାପ୍ରଭୁଙ୍କୁ ଦର୍ଶନ କରିବେ।...

ପ୍ରାର୍ଥିପତ୍ର ଦାଖଲ କଲେ ଅରିନ୍ଦମ

ସାଲେପୁର,୯ା୫: ସାଲେପୁରର ଭାଜପା ବିଧାୟକ ପ୍ରାର୍ଥୀ ଅରିନ୍ଦମ ରାୟ ଗୁରୁବାର ତାଙ୍କର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଏକ ବିରାଟ ଶୋଭାଯାତ୍ରାରେ ଆସି ଅରିନ୍ଦମ ଆଜି ତାଙ୍କର...

ସ୍ତ୍ରୀ, ଝିଅଙ୍କୁ ଗୁଳି କରି ହତ୍ୟା କରିବା ପରେ ନିଜକୁ ଗୁଳି କଲେ ବ୍ୟକ୍ତି

ଝାରସୁଗୁଡ଼ା,୯ା୫: ସ୍ତ୍ରୀ ଓ ଝିଅକୁ ଗୁଳି ହତ୍ୟା କରିବା ପରେ ନିଜକୁ ଗୁଳି କରିଛନ୍ତି ଜଣେ ବ୍ୟକ୍ତି। ଏପରି ଦୁଃଖଦ ଘଟଣା ଘଟିଛି ଝାରସୁଗୁଡ଼ା ଜିଲାର...

ଚୋର ପ୍ରାର୍ଥୀଙ୍କୁ ଭୋଟ୍‌ ଦିଅନ୍ତୁନି: ମୁଖ୍ୟମନ୍ତ୍ରୀ

ବ୍ରହ୍ମପୁର,୯ା୫: ଗଞ୍ଜାମ ଜିଲା କନିଷିଠାରେ ଗୁରୁବାର ମୁଖ୍ୟମନ୍ତ୍ରୀ ମାରାଥନ ପ୍ରଚାର କରିଛନ୍ତି। ଏଠାରେ ଆୟୋଜିତ ସାଧାରଣ ସଭାରେ ମୁଖ୍ୟମନ୍ତ୍ରୀ ଉଦ୍‌ବୋଧନ ଦେଇ କହିଛନ୍ତି, ଆପଣମାନେ ଏତେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri