ନକଲି ଶିକ୍ଷକଙ୍କ ମାଷ୍ଟରମାଇଣ୍ଡ ନକଲି ବିଇଓ

ଯାଜପୁର ଅଫିସ/କୋରେଇ, (ଡି.ଏନ.ଏ.),୨୬।୪: ରାଜ୍ୟରେ ବିଭିନ୍ନ ଜିଲାରେ ନକଲି ପ୍ରମାଣପତ୍ରଧାରୀଙ୍କ ଉପରେ ତନାଘନା ତଦନ୍ତ ଚାଲିଛି। ହେଲେ ଯାଜପୁର ଜିଲାରେ ନକଲି ଆଦିବାସୀ ସାଜି ଶିକ୍ଷକତା କରୁଥିବା ବ୍ୟକ୍ତିିଙ୍କ ଉପରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ଆଶୀର୍ବାଦ ରହିଥିବା ଚର୍ଚ୍ଚା ହେଉଛି। ଏପରି କି କଟକ କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନର(ଆରଡିସି)ଙ୍କ କାର୍ଯ୍ୟାଳୟର ଜଣେ କିରାଣୀ ଏବଂ ଶିକ୍ଷା ବିଭାଗର କେତେକ କର୍ମଚାରୀ ମୋଟା ଅଙ୍କର ହାତଗୁଞ୍ଜା ନେଇ ନକଲି ପ୍ରମାଣପତ୍ରଧାରୀଙ୍କ ତାଲିକାକୁ ବାଦ ଦେଉଥିବା ଅଭିଯୋଗ ହେଉଛି। ଆଖପାଖ ଅଞ୍ଚଳରୁ ସ୍ବଳ୍ପ ଜମି କିଣି ସେହି ଜମି ପଟ୍ଟା ବଳରେ ତଫସିଲଭୁକ୍ତ କିମ୍ବା ତଫସିଲଭୁକ୍ତ ଜନଜାତି ପ୍ରମାଣପତ୍ର ହାସଲ ହେଉଛି। ଏହାର ତଦନ୍ତ ନିର୍ଦ୍ଦେଶ ହେଲେ ସମ୍ପୃକ୍ତ ତହସିଲଦାର ଗ୍ରାଉଣ୍ଡ ତଦନ୍ତ ବଦଳରେ ନିଜ ଅଫିସରେ ବସି କାଗଜପତ୍ର ଯାଞ୍ଚ କରି ରିପୋର୍ଟ ପ୍ରଦାନ କରୁଛନ୍ତି। ଯାଜପୁର ଜିଲା କୋରେଇ ଅଞ୍ଚଳର ବାସିନ୍ଦା ତଥା ଏବେ କେନ୍ଦ୍ରାପଡ଼ା ଜିଲାରେ ଅବସ୍ଥାପିତ ଜଣେ ନକଲି ବିଇଓ(ବ୍ଲକ ଶିକ୍ଷାଧିକାରୀ) ଏହି କାରବାରରେ ମାଷ୍ଟରମାଇଣ୍ଡ ସାଜି ଅନ୍ୟ ନକଲି ଶିକ୍ଷୟିତ୍ରୀ ଓ ଶିକ୍ଷକମାନଙ୍କୁ ସୁରକ୍ଷା ଦେଉଛନ୍ତି। ଏହି ମର୍ମରେ ଅଞ୍ଚଳବାସୀ ଯାଜପୁର, କେନ୍ଦ୍ରାପଡା ଜିଲାର ଜିଲାପାଳ ଓ ଜିଲା ଶିକ୍ଷାଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।
ନକଲି ଶିକ୍ଷକଙ୍କ ତଥ୍ୟ ଦେବାକୁ ରାଜ୍ୟର ସମସ୍ତ ଶିକ୍ଷାଧିକାରୀ (ଡିଇଓ), ଜିଲା ପ୍ରକଳ୍ପ ସଂଯୋଜକ (ଡ଼ିପିସି) ଏବଂ ବିଇଓମାନଙ୍କୁ ରାଜ୍ୟ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ପ୍ରାୟ ଶହେ ଥରରୁ ଊର୍ଦ୍ଧ୍ୱ ନିର୍ଦ୍ଦେଶ ଜାରି ହୋଇଛି । ହେଲେ ବିଡମ୍ବନାର ବିଷୟ ଯେଉଁଠି ଅଧିକାରୀ ନିଜେ ନକଲି ହୋଇଥିବେ ସେଭଳି ସ୍ଥଳେ ନକଲି ଶିକ୍ଷକଙ୍କ ତଦନ୍ତ କିପରି ହେବ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଯାଜପୁର ଜିଲା କୋରେଇ ବ୍ଲକ ଅଧୀନ ଅସନଝର ଗ୍ରାମର ପୁରୁଷୋତ୍ତମ ଦଳେଇଙ୍କ ପୁଅ ହରିହର ଦଳେଇଙ୍କୁ ଏଠାରେ ଉଦାହରଣ ଭାବେ ନିଆଯାଇଛି। ସେହି ଗ୍ରାମର ସାମାଜିକ କର୍ମୀ ରଞ୍ଜନ ନାୟକ ଓ ଅନ୍ୟମାନଙ୍କ ଅଭିଯୋଗ ଅନୁସାରେ ହରିହରଙ୍କ ମୂଳ ଜମିପଟ୍ଟା ଅନୁସାରେ ସେ ଖଣ୍ଡୁଆଳ ଜାତିର ଏବଂ ଏହି ଜାତି ସମ୍ପ୍ରଦାୟର ଲୋକମାନେ ଓବିସି ବର୍ଗର। ହେଲେ ବିଇଓ ଦଳେଇ ଦୀର୍ଘ ବର୍ଷ ହେବ ନକଲି ଅନୁସୂଚିତ ଜନଜାତି (ଏସଟି) ସାର୍ଟିଫିକେଟ ହାସଲ କରି ଶିକ୍ଷା ବିଭାଗରେ ଚାକିରୀ କରି ସମସ୍ତ ସରକାରୀ ସୁବିଧା ଉପଭୋଗ କରୁଛନ୍ତି। ବିଇଓ ଦଳେଇ ପ୍ରଥମେ ଶିକ୍ଷକ ଭାବେ ନିଯୁକ୍ତି ପାଇଥିବାବେଳେ ସେହି ନକଲି ଜାତିଗତ ପ୍ରମାଣପତ୍ର ବଳରେ ସେ ପଦୋନ୍ନତି ପାଇ ପ୍ରଥମେ ଯାଜପୁର ଜିଲା ବଡ଼ଚଣା ବ୍ଲକ ଶିକ୍ଷାଧିକାରୀ ଭାବେ ଦାୟିତ୍ୱ ନେଇଥିଲେ । ଜିଲାର କିଛି ସାମାଜିକ କର୍ମୀ ଏକାଧିକ ଥର ତାଙ୍କ ଜାତିଗତ ପ୍ରମାଣପତ୍ର ବାବଦରେ ସୂଚନା ଅଧିକାର ଆଇନ ବଳରେ ଯାଜପୁର ଜିଲା ଶିକ୍ଷାଧିକାରୀଙ୍କୁ ମାଗିଥିଲେ । ହେଲେ ଦଳେଇ ନିଜର ସମସ୍ତ ତଥ୍ୟ ହଜିଯାଇଥିବା ଦର୍ଶାଇ ଆବେଦନକାରୀଙ୍କୁ ଭୁଆଁ ବୁଲାଉଥିଲେ। ଚଞ୍ଚକତା କରି ବର୍ଷର ଅଧାଦିନ ଦେହ ଖରାପ ଦର୍ଶାଇ ସେ ଛୁଟିରେ ରହୁଥିଲେ। ଏଥିରେ ଯାଜପୁର ଜିଲା ଶିକ୍ଷାଧିକାରୀ ମଧ୍ୟ ସହଯୋଗ କରି ଆସୁଥିଲେ। ଏନେଇ ବଡ଼ଚଣା ଭାଜପା ନେତା ଅମର ନାୟକ ମଧ୍ୟ ଅଭିଯୋଗ କରିଥିଲେ, ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଥିଲା । ତେବେ ଦିନକୁ ଦିନ ଏହି ନକଲି ବିଇଓଙ୍କ ନାମରେ ଅଭିଯୋଗ ବଢ଼ିବା ପରେ ଜିଲା ଶିକ୍ଷା ବିଭାଗ ପକ୍ଷରୁ ତାଙ୍କୁ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକକୁ ବଦଳି କରାଯାଇଛି । ଏହି ନକଲି ବିଇଓଙ୍କ ଜାତିଗତ ପ୍ରମାଣପତ୍ର ସଠିକ ଭାବେ ଯାଞ୍ଚ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।
ଖାଲି ସେତିକି ନୁହେଁ ଏହି ନକଲି ବ୍ଲକ ଶିକ୍ଷାଧିକାରୀ ଜଣକ କୁଆଡ଼େ କୋରେଇ ଅଞ୍ଚଳର ଅନେକ ନକଲି ଶିକ୍ଷକଙ୍କ ମାଷ୍ଟରମାଇଣ୍ଡ ବୋଲି କୁହାଯାଉଛି । ଉପରିସ୍ଥ ଅଧିକାରୀଙ୍କୁ ଧରାଧରି କରି ଏହି ବିଇଓ ଜଣକ ନିଜେ ସୁରକ୍ଷିତ ରହିବା ସହିତ ଏକାଧିକ ନକଲି ଶିକ୍ଷକଙ୍କୁ ସୁରକ୍ଷା ଦେଇ ଆସୁଛନ୍ତି । ଏଥିସହିତ ନକଲି ଶିକ୍ଷକଙ୍କ ନିକଟରୁ ମାସିକ ମୋଟା ଅଙ୍କର ଅର୍ଥ ଅସୁଲ କରି ଅଧିକାରୀଙ୍କୁ ଲାଞ୍ଚ ଆକାରରେ ଦେଉଥିବା ଭଳି ସଙ୍ଗିନ ଅଭିଯୋଗ ଏହି ବିଇଓଙ୍କ ନାମରେ ପୂର୍ବରୁ ରହିଛି । ଯେତେବେଳେ ଜାଲ ସାର୍ଟିଫିକେଟକୁ ନେଇ ସାରା ରାଜ୍ୟରେ ହଟଚମଟ ସୃଷ୍ଟି ହୋଇଛି ସେତେବେଳେ ଜଣେ ବିଇଓ କିଭଳି ନକଲି ଜାତିଗତ ପ୍ରମାଣପତ୍ର ବଳରେ ଦୀର୍ଘ ଦିନ ଧରି ଶିକ୍ଷା ବିଭାଗରେ କାର୍ଯ୍ୟରତ ଅଛନ୍ତି ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏଥିରେ ଜିଲାର ଜଣେ ପ୍ରଭାବଶାଳୀ ରାଜନେତା ମଧ୍ୟ ସହଯୋଗ କରୁଛନ୍ତି ବୋଲି ଚର୍ଚ୍ଚା ହେଉଛି। ଏ ସଂକ୍ରାନ୍ତରେ ବିଇଓ ଦଳେଇଙ୍କ ମତାମତ ନେବାକୁ ମଙ୍ଗଳବାର ସନ୍ଧ୍ୟା ୬ଟା ୨୦ ମିନିଟ ସମୟରେ ତାଙ୍କ ମୋବାଇଲକୁ ଯୋଗାଯୋଗ କରିଥିଲେ ମଧ୍ୟ ସେ କଲ ଗ୍ରହଣ କରି ନ ଥିଲେ। ଏହାର ଏକ ଉଚ୍ଚସ୍ତରୀୟ ଭିଜିଲାନ୍ସ ତଦନ୍ତ କରିବାକୁ କେତେଜଣ ସାମାଜିକ କର୍ମୀ ଦାବି କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ସଙ୍କଟ: ୧୮୭ ହୋମଗାର୍ଡ ପଦବୀ ପାଇଁ ୮,୦୦୦ ଆଶାୟୀ; ସମ୍ବଲପୁର ଏୟାରଷ୍ଟ୍ରିପ୍ ପାଲଟିଲା ପରୀକ୍ଷା କେନ୍ଦ୍ର

ସମ୍ବଲପୁର,୧୭ା୧୨: ଓଡ଼ିଶାରେ ବ୍ୟାପକ ଚାକିରି ସଙ୍କଟର ଏକ ସ୍ପଷ୍ଟ ଚିତ୍ର ବୁଧବାର ସକାଳେ ସମ୍ବଲପୁରର ଜମାଦରପାଲି ଏୟାରଷ୍ଟ୍ରିପରେ ଦେଖିବାକୁ ମିଳିଛି। ମାତ୍ର ୧୮୭ଟି ହୋମଗାର୍ଡ ପଦବୀ...

ଲାଞ୍ଜିଗଡ଼ ବ୍ଲକ ଗସ୍ତରେ ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶକ

ଲାଞ୍ଜିଗଡ଼, ୧୭ା୧୨ (ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଦିନିକିଆ ଗସ୍ତରେ ଆସି ବୁଧବାର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଛନ୍ତି ଜାତୀୟ ସ୍ବାସ୍ଥ୍ୟ...

ରାୟଗଡ଼ା ରାଜନୀତି ସରଗରମ: କଂଗ୍ରେସ-ଭାଜପା ମଧ୍ୟରେ ବିବାଦ,ବିରୋଧ କଲେ…

ରାୟଗଡ଼ା,୧୭।୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରର ଗଜପତି ଛକ ନିକଟରେ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ରାମଚନ୍ଦ୍ର ଉଲାକାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ମଙ୍ଗଳବାର...

ଦିଗପହଣ୍ଡି ବସଷ୍ଟାଣ୍ଡକୁ ଯାଉନି ଯାତ୍ରୀବାହୀ ବସ, ଜରିମାନା ପାଇଁ ନୋଟିସ  

ଦିଗପହଣ୍ଡି,୧୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡିସ୍ଥିତ ନୂଆ ବସଷ୍ଟାଣ୍ଡକୁ ଯାତ୍ରୀବାହୀ ବସଗୁଡ଼ିକ ପ୍ରବେଶ କରୁନାହିଁ। ଏନେଇ ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନଙ୍କ ତାଗିଦ ପରେ ମଧ୍ୟ ବସ ଚାଳକମାନେ...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

୪୮ ଘଣ୍ଟା ପୂରିଲାନି: ଧରାପଡିଲେ ୨ଅଭିଯୁକ୍ତ, ଉଦ୍ଧାର ହେଲା ସାମଗ୍ରୀ

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସଦର ଥାନା ଅନ୍ତର୍ଗତ ଗାଇସୀମାସ୍ଥିତ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରୁ ଗତ ୧୬ତାରିଖ ବିଳମ୍ବିତ ରାତିରେ ହୋଇଥିବା ଚୋରି ଘଟଣାର ପର୍ଦ୍ଧାଫାସ ହୋଇଛି।...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri