Odisha Elections 2024

ମ୍ୟାଲେରିଆ ମୃତ୍ୟୁ ହାର ଶୂନ କରିବା

ମଣିଷ ସଭ୍ୟତାର ଅନ୍ୟତମ ପୁରାତନ ରୋଗ ହେଉଛି ମ୍ୟାଲେରିଆ। ଏହି ରୋଗ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ଲାଗି ପ୍ରତିବର୍ଷ ଏପ୍ରିଲ ୨୫ ତାରିଖକୁ ବିଶ୍ୱ ମ୍ୟାଲେରିଆ ଦିବସ ଭାବରେ ପାଳନ କରାଯାଇ ଆସୁଅଛି। ଏହି ଦିବସ ପାଳନ ଅବସରରେ ଚଳିତବର୍ଷର ସ୍ଲୋଗାନଟି ହେଲା- ‘ଟାଇମ୍‌ ଟୁ ଡେଲିଭର ଜିରୋ ମ୍ୟାଲେରିଆ: ଇନ୍‌ଭେଷ୍ଟ, ଇନୋଭେଟ, ଇମ୍ପ୍ଲିମେଣ୍ଟ’।
ଆମ ଭାରତରେ ପ୍ଲାସ୍‌ମୋଡିୟମ୍‌ ଫଲ୍‌ସିଫରମ, ପ୍ଲାସମୋଡିୟମ ଭାଇବେକ୍ସ ମ୍ୟାଲେରିଆ ପରଜୀବୀ ଦ୍ୱାରା ବହୁ ଲୋକ ଆକ୍ରାନ୍ତ ହେବାର ଦେଖାଯାଏ। ସାଧାରଣତଃ ‘ମାଈ ଆନୋଫିଲିସ୍‌’ ନାମକ ଏକ ମଶାର ଲାଳ ଗ୍ରନ୍ଥିରେ ମ୍ୟାଲେରିଆ ଜୀବାଣୁ ରହିଥାଏ। ଉକ୍ତ ମ୍ୟାଲେରିଆ ଜୀବାଣୁଯୁକ୍ତ ମଶା ଜଣେ ସୁସ୍ଥ ବ୍ୟକ୍ତିଙ୍କୁ କାମୁଡ଼ିଲେ ଉକ୍ତ ବ୍ୟକ୍ତି ମ୍ୟାଲେରିଆ ଜ୍ୱରରେ ଆକ୍ରାନ୍ତ ହୋଇଥାନ୍ତି। ଏହାର ପରଜୀବୀ ବା ପାରାସାଇଟ୍‌କୁ ୧୮୯୭ ଅଗଷ୍ଟ ୨୦ରେ ଆବିଷ୍କାର କରାଯାଇଥିଲା। ଆଉ ଏଭଳି ଉଦ୍ୟମରେ ସଫଳ ହୋଇଥିଲେ ଜଣେ ଆର୍ମି ସର୍ଜନ ଡା. ରୋନାଲ୍‌ଡ ରସ।
ଏହି ଜ୍ୱର ମ୍ୟାଲେରିଆ ପାରାସାଇଟ (ମ୍ୟାଲେରିଆ ପରଜୀବୀ)ର ସଂକ୍ରମଣରୁ ଦେଖାଦେଇଥାଏ। ସୁସ୍ଥ ବ୍ୟକ୍ତିଙ୍କୁ ମଶା କାମୁଡ଼ିବାର ୧୪ ରୁ ୨୧ ଦିନ ଭିତରେ ଜ୍ୱରର ଲକ୍ଷଣ ପ୍ରକାଶ ପାଇଥାଏ। ଜଣେ ସୁସ୍ଥ ବ୍ୟକ୍ତି ମ୍ୟାଲେରିଆ ଜ୍ୱରରେ ଆକ୍ରାନ୍ତ ହେଲେ ଶରୀରରେ ଶୀତ ଲାଗିବା ସହ କମ୍ପ ଅନୁଭୂତ ହୋଇଥାଏ। ମୁଣ୍ଡ ବ୍ୟଥା ସହ ପ୍ରବଳ ଶୀତ ଲାଗେ। ଶରୀରର ବାହ୍ୟଚର୍ମ ଶୁଷ୍କ ଅନୁଭୂତ ହେବା ସହ ଲୋମ ଟାଙ୍କୁରି ହୋଇଯିବା ଲକ୍ଷଣ ଦେଖାଯାଏ। ରୋଗୀର ଶରୀରରେ ତାପମାତ୍ରା ପ୍ରବଳ ବୃଦ୍ଧି ପାଇ ଭୀଷଣ ମୁଣ୍ଡବ୍ୟଥା, ବାନ୍ତି ଲାଗିବା, ଶୋଷ ଲାଗିବା, ଖାଦ୍ୟ ଖାଇବା ପାଇଁ ଅରୁଚି ଆଦି ଲକ୍ଷଣ ଦେଖାଯାଇଥାଏ।
ମ୍ୟାଲେରିଆ ଜ୍ୱର ସାଧାରଣତଃ ବର୍ଷର ସବୁ ମାସରେ ଦେଖାଦେଉଥିବା ବେଳେ ମୁଖ୍ୟତଃ ବର୍ଷାଋତୁରେ ବହୁଳ ଭାବେ ଦେଖାଦେଇଥାଏ। ଏହାର ବାହକ ମାଈ ଆନୋଫିଲିସ୍‌ ମଶା ସାଧାରଣତଃ ମନୁଷ୍ୟକୁ ରାତିରେ କାମୁଡ଼ିଥାଏ। ଏହି ମଶା ସ୍ଥିର, ସ୍ବଚ୍ଛ ଓ ମାଟି ଉପରେ ଜମିଥିବା ପାଣିରେ ବଂଶ ବିସ୍ତାର କରିଥାଏ। ଏହି ମଶା ୧-୨ କିମି ଦୂରତା ଭିତରେ ଉଡ଼ି ସୁସ୍ଥ ବ୍ୟକ୍ତିଙ୍କୁ କାମୁଡ଼ିଥାଏ। ମଶା କାମୁଡ଼ାରୁ ରକ୍ଷାପାଇବା ନିମନ୍ତେ ଘରେ ଝୁଣାଧୂପ ଧୂଆଁ ଦେବା ସହ ଶୋଇବା ବେଳେ ମଶାରି ଟାଙ୍ଗି ଶୋଇବା ଉଚିତ। ସରକାରଙ୍କ ତରଫରୁ ଦିଆଯାଉଥିବା ଔଷଧଯୁକ୍ତ ମଶାରି ସର୍ବାତ୍କୃଷ୍ଟ ଅଟେ।
ଆୟୁର୍ବେଦୀୟ ଚିକିତ୍ସା ପଦ୍ଧତି ଭାରତୀୟ ଆୟୁର୍ବେଦ ଚିକିତ୍ସା ଶାସ୍ତ୍ରରେ ଉଲ୍ଲେଖ ଅନୁଯାୟୀ ମ୍ୟାଲେରିଆ ଜ୍ୱରରେ ଆକ୍ରାନ୍ତ ରୋଗୀଙ୍କୁ ଅମୃତାରିଷ୍ଟ ୧୦ -୧୫ ଏମ୍‌ଏଲ୍‌ ଦିନରେ ଦୁଇବେଳା ଗରମ ପାଣି ଥଣ୍ଡା କରି ମିଶାଇ ରୋଗୀଙ୍କୁ ଦେବା ଉଚିତ। ଗଙ୍ଗଶିଉଳି ଗଛର ପତ୍ରର ରସ ଦୁଇ ଚାମଚ ଲଖାଏ ଖାଲିପେଟରେ ଦିନକୁ ଦୁଇବେଳା ସେବନ କରିବା ଉଚିତ। ଏହା ମ୍ୟାଲେରିଆ ଜ୍ୱର ନିମନ୍ତେ ଅମୃତତୁଲ୍ୟ କାମ କରିଥାଏ।
ମ୍ୟାଲେରିଆ ଜ୍ୱରରେ ଆକ୍ରାନ୍ତ ରୋଗୀକୁ ସୁଦର୍ଶନ ଘନ ବଟିକା ଗୋଟିଏ ଲେଖାଏଁ ଦିନରେ ଦୁଇବେଳା ଖାଦ୍ୟ ପରେ ଉଷୁମ ଜଳ ସହ ଦିଆଯିବା ଉଚିତ।
ମ୍ୟାଲେରିଆ ଜ୍ୱର ଏକ ମାରାତ୍ମକ ଏବଂ ଏଥିପ୍ରତି ଅବହେଳା କଲେ ରୋଗୀ ମୃତ୍ୟୁମୁଖରେ ପଡ଼ିବାର ଅଧିକ ଆଶଙ୍କା ରହିଥାଏ। ମଶାଦାଉରୁ ରକ୍ଷାପାଇବା ନିମନ୍ତେ ବାସଗୃହ ଓ ଘର ଚତୁଃର୍ପାଶ୍ୱରେ ପାଣି ଜମିବାକୁ ନଦେବା ଏବଂ ପରିଷ୍କାର ପରିଚ୍ଛନ ରଖିବା ଉଚିତ। ସରକାରଙ୍କ ତରଫରୁ କରାଯାଉଥିବା ଡି.ଡି.ଟି. ସିଞ୍ଚନ କରାଇବା ସହ ବ୍ଲିଚିଂ ପାଉଡର ସିଞ୍ଚନ କରାଇବା ଉଚିତ। ଏହାଦ୍ୱାରା ମଶାଙ୍କ ପ୍ରାଦୁର୍ଭାବରୁ ରକ୍ଷାପାଇବା ସହ ମ୍ୟାଲେରିଆ ଜ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇପାରିବ।

ଡା. ବସନ୍ତ କୁମାର ଷଢ଼ଙ୍ଗୀ
– ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର
ଚନ୍ଦାହାଣ୍ଡି, ନବରଙ୍ଗପୁର
ମୋ: ୭୮୯୪୧୧୨୪୮୭


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କହିଥିବା ଏହି ୫ କଥା ମନେ ରଖନ୍ତୁ, ଜୀବନରେ କେବେ ହେବେ ନାହିଁ ଦରିଦ୍ର, ରହିବ ମା’ ଲକ୍ଷ୍ମୀଙ୍କ କୃପା…

ମନୁଷ୍ୟ ଜୀବନରେ ଧନର ବିଶେଷ ମହତ୍ୱ ରହିଛି। କାରଣ ଏହାଦ୍ୱାରା ସମସ୍ତେ ନିଜର ଇଚ୍ଛା ଏବଂ ଆବଶ୍ୟକତାକୁ ପୂରଣ କରିଥାନ୍ତି। ଏହାକୁ ନେଇ ମହାନ ବିଦ୍ୱାନ...

କେମିତି କମାଇବେ ଘର ଖର୍ଚ୍ଚ: ଆପଣାନ୍ତୁ ଏହି ଟିପ୍ସ

ବେଳେବେଳେ ସ୍ବାମୀଙ୍କର ଖର୍ଚ୍ଚୀ ସ୍ବଭାବ ଘରର ଆର୍ଥିକ ସ୍ଥିତିକୁ ବିଗାଡ଼ି ଦେଇଥାଏ। ଏଥିପାଇଁ ଅନେକ ସମୟରେ ସୁରୁଖୁରୁରେ ଘର ଚଳାଇବା ସମସ୍ୟା ହୋଇପଡେ ଗୃହିଣୀଙ୍କ ପାଇଁ।...

ଯନ୍ତ୍ରଣାର ଉତ୍ସ ଭାରିକୋଜ୍‌ ଭେନ୍‌

ଯନ୍ତ୍ରଣା ଭରା ଅବସ୍ଥାରେ ଭାରିକୋଜ୍‌ ଭେନ୍‌କୁ ଠାବ କରାଯାଇଥାଏ। ଏହି ଭେନ୍‌ ପ୍ରାୟତଃ ସମସ୍ତଙ୍କ ପାଖେ ଦେଖାଯାଇ ନ ଥାଏ। ଏପରି ଭେନ୍‌ ସାଧାରଣ ଭେନ୍‌...

ବିଲୁପ୍ତି ପଥେ କାଳବୈଶାଖୀ

ଖରାଦିନର ଏକ ଉତ୍ତପ୍ତ ଅପରାହ୍ନ। ଧୁ ଧୁ ମୁଣ୍ଡଫଟା ଖରା, ପ୍ରବଳ ଗରମ, ଗୁଳୁଗୁଳି ଓ ଝାଞ୍ଜି ପବନରେ ଅତିଷ୍ଠ ସାଧାରଣ ଜନଜୀବନ। ପିଲାମାନେ ଯାଇଥାନ୍ତି...

ଏସବୁ ଖାଦ୍ୟ ଖାଇବା ପରେ ପାଣି ପିଇବା ଆଦୌ ଠିକ୍‌ ନୁହେଁ, ଜାଣନ୍ତୁ…

ଶରୀରକୁ ସୁସ୍ଥ ରଖିବାରେ ପାଣିର ଭୂମିକା ଯଥେଷ୍ଟ ରହିଥାଏ। କୁହାଯାଏ, ଜଣେ ସୁସ୍ଥ ବ୍ୟକ୍ତିଙ୍କୁ ପ୍ରତିଦିନ ୬ରୁ ୧୦ ଗ୍ଲାସ ପାଣି ପିଇବା ନିହାତି ଆବଶ୍ୟକ।...

କେଉଁ ଦିଗକୁ ମୁହଁ କରି ଭୋଜନ କରିବା ଶୁଭ? ଜାଣନ୍ତୁ ମିଳିବ କି ଫଳ…

ହିନ୍ଦୁ ଧର୍ମରେ ପ୍ରତ୍ୟେକ କଥା ପାଇଁ କିଛି ନା କିଛି ନିୟମ ରହିଛି। ଏପରିକି ଭୋଜନ କରିବା ସମୟରେ ମଧ୍ୟ ଆମକୁ କିଛିଟା ନିୟମ ମାନିବାକୁ...

କାରରେ ବସିଲେ ହେଉଛି କ୍ୟାନସର? ଖରାରେ ଥିବା କାର ବିପଜ୍ଜନକ!

ଏହି ଗ୍ରୀଷ୍ମ ଋତୁରେ ଆପଣ କାରରେ ବସି ଏସି ଟର୍ନ କରିବା ମାତ୍ରେ ଆପଣଙ୍କ ନାକକୁ ଏକ ଅଦ୍ଭୁତ ଗନ୍ଧ ଆସେ। ଆପଣ ଜାଣନ୍ତି କି...

ଆପଣଙ୍କ ସାଥୀ କନ୍ୟା ରାଶିର କି? କିଭଳି ତାଙ୍କର ବ୍ୟକ୍ତିତ୍ୱ, ସ୍ବଭାବ; ଜାଣନ୍ତୁ …

ରାଶିଚକ୍ରର ଷଷ୍ଠ ରାଶି ହେଉଛି କନ୍ୟା। ଏହାକୁ ସବୁ ରାଶିରୁ ସୁନ୍ଦର ରାଶି ବୋଲି କୁହାଯାଏ। କାରଣ ଏହି ରାଶିର ପ୍ରତିନିଧିତ୍ୱ କରନ୍ତି ଜଣେ କନ୍ୟା।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri