Posted inଜାତୀୟ

ଇସିଙ୍କ ଦ୍ୱାରସ୍ଥ ହେଲା ଟିଏମ୍‌ସି

ନୂଆଦିଲ୍ଲୀ,୧୬ା୫(ପି.ଟି.): ଟିଏମ୍‌ସି ମଧ୍ୟ କୋଲକାତା ରୋଡ ଶୋ ହିଂସାକାଣ୍ଡ ଏବଂ ବିଦ୍ୟାସାଗରଙ୍କ ପ୍ରତିମୂର୍ତ୍ତି ଭଙ୍ଗା ଘଟଣା ପାଇଁ ଭାଜପାକୁ ଦାୟୀ କରିଛି। ଭାଜପା ଗୁଣ୍ଡାମାନେ ପ୍ରତିମୂର୍ତ୍ତି ଭାଙ୍ଗିଥିବାର ଭିଡିଓ ଟିଏମ୍‌ସି ପକ୍ଷରୁ ଜାରି କରାଯାଇଛି। ଦଳୀୟ ଏମ୍‌ପି ଡେରେକ୍‌ ଓବ୍ରାଏନ୍‌, ସୁଖେନ୍ଦୁ ଶେଖର ରାୟ, ମନୀଷ୍‌ ଗୁପ୍ତା, ନଦିମୁଲ୍‌ ହକ୍‌ ଏହି ପ୍ରସଙ୍ଗରେ ନିର୍ବାଚନ କମିଶନଙ୍କୁ ଭେଟି ସେମାନଙ୍କ ଅଭିଯୋଗର ପ୍ରମାଣ ସ୍ବରୂପ ଉକ୍ତ ଭିଡିଓ ଉପସ୍ଥାପନ କରିଛନ୍ତି। ଏହି ଭିଡିଓ ଭାଜପାର କାର୍ଯ୍ୟକଳାପକୁ କେବଳ ସ୍ପଷ୍ଟ କରୁନାହିଁ, ଏହାର ଅଧ୍ୟକ୍ଷ ଅମିତ ଶାହ ଜଣେ ମିଛୁଆ ଓ ଧୋକାବାଜ୍‌ ବୋଲି ପ୍ରମାଣିତ କରିଛି। କୋଲକାତାର ରାସ୍ତାଘାଟରେ ଉତ୍ତେଜନା ଦେଖାଦେଇଛି। ମଙ୍ଗଳବାରର ଘଟଣା ବେଙ୍ଗଲୀ ଗର୍ବକୁ ଆଘାତ ଦେଇଥିବା ଓବ୍ରାଏନ୍‌ କହିଛନ୍ତି। କିଛି ଲୋକ ଉଦ୍ଦେଶ୍ୟମୂଳକ ଭାବେ ବିଦ୍ୟାସାଗର କଲେଜ୍‌ ଗେଟ ଭାଙ୍ଗିବାକୁ ଉଦ୍ୟମ କରୁଥିବା ଏବଂ ପ୍ରାଚୀର ଡେଇଁ କ୍ୟାମ୍ପସ୍‌ ଭିତରେ ପ୍ରବେଶ କରୁଥିବା ଗୋଟିଏ ଭିଡିଓରୁ ଦେଖିବାକୁ ମିଳିଛି। ଅନ୍ୟ ଏକ ଭିଡିଓ ଏବଂ ହ୍ବାଟ୍ସଆପ୍‌ ବାର୍ତ୍ତାରେ ଭାଜପା ସମର୍ଥକମାନଙ୍କୁ ଲୁହାରଡ଼ ଏବଂ ଅସ୍ତ୍ର ଧରି ଶାହଙ୍କ ରୋଡ ଶୋ’ରେ ଭାଗ ନେବା ଲାଗି କୁହାଯାଉଥିବା ଅଭିଯୋଗ ହୋଇଛି। ଅଭିଯୋଗକୁ ପ୍ରମାଣିତ କରିବା ଲାଗି ତାଙ୍କ ଦଳ ପାଖରେ ଏଭଳି ୪୪ଟି ଭିଡିଓ ରହିଥିବା ଟିଏମ୍‌ସି ଏମ୍‌ପି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହେମନ୍ତ ସୋରେନଙ୍କୁ ହାଇକୋର୍ଟରୁ ଲାଗିଲା ବଡ ଝଟ୍‌କା

ରାଞ୍ଚି,୩।୫: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଝାଡ଼ଖଣ୍ଡ ହାଇକୋର୍ଟରୁ ଏକ ବଡ଼ ଝଟ୍‌କା ଲାଗିଛି। ହେମନ୍ତ ସୋରେନଙ୍କ ଗିରଫଦାରୀକୁ ଚ୍ୟାଲେଞ୍ଜ କରି ଏହି ଆବେଦନକୁ...

ରାହୁଲ ରାଏବରେଲିରୁ ପ୍ରାର୍ଥୀ ହେବା ପରେ ଏମିତି କହିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୩।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ସୋନିଆ ଗାନ୍ଧୀଙ୍କ ନାଁ ନ ନେଇ ବର୍ଷିଛନ୍ତି। ରାଏବରେଲିରୁ ରାହୁଲ ଗାନ୍ଧୀଙ୍କ...

‘ମୁଁ ମଉଜ କରିବାକୁ ଜନ୍ମ ହୋଇନାହିଁ’

ନୂଆଦିଲ୍ଲୀ,୩ା୫: ଲୋକ ସଭା ନିର୍ବାଚନ-୨୦୨୪ ପାଇଁ  ୭ ମେ’ରେ ତୃତୀୟ ପର୍ଯ୍ୟାୟରେ ଭୋଟ୍‌ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ନିର୍ବାଚନ ପ୍ରଚାର ଜୋର୍‌ଦାର ହୋଇଛି। ଏହି...

କୋଭିଶିଲ୍ଡ ଟିକା ନେବାରୁ ଯାଇଥିଲା ଝିଅର ଜୀବନ, ଆଷ୍ଟ୍ରା ଜେନେକା ବିରୋଧରେ ମାମଲା କରିବାକୁ ପ୍ରସ୍ତୁତ ହେଉଛନ୍ତି ପିତା

ନୂଆଦିଲ୍ଲୀ,୩।୫: କୋଭିଶିଲ୍ଡ ଟିକା ନେବାରୁ ଜଣେ ଝିଅର ଜୀବନ ଯିବାରୁ ଏବେ ତାଙ୍କର ମାତାପିତା ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ (ଏସଆଇଆଇ) ଏବଂ ବ୍ରିଟିଶ ଫାର୍ମା...

‘ରାଏବରେଲିରୁ ହାରିବେ ରାହୁଲ’

ନୂଆଦିଲ୍ଲୀ,୩।୫: ଉତ୍ତରପ୍ରଦେଶର ରାଏବରେଲି ଲୋକ ସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ କଂଗ୍ରେସ ଘୋଷଣା କରିଛି। ଶେଷ ମୁହୂର୍ତ୍ତରେ ଦଳ ନିଷ୍ପତ୍ତି ନେଇଛି ଯେ ରାହୁଲ...

ସିପିଆଇ ନେତା ଅତୁଲ କୁମାର ଅଞ୍ଜାନଙ୍କ ପରଲୋକ

ଲକ୍ଷ୍ନୌ,୩।୫: ଦୀର୍ଘ ଦିନ ଧରି କର୍କଟ ରୋଗ ସହ ସଂଗ୍ରାମ ପରେ କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆ (ସିପିଆଇ) ର ଜାତୀୟ ସଚିବ ଅତୁଲ କୁମାର...

ରାହୁଲ ଗାନ୍ଧୀ ବନାମ ପ୍ରତାପ ସିଂ, ରାଏବରେଲିରେ କିଏ, କାହା ଉପରେ ପଡ଼ିବ ଭାରି

ନୂଆଦିଲ୍ଲୀ,୩।୫: ଶୁକ୍ରବାର କଂଗ୍ରେସ ରାଏବରେଲି ଏବଂ ଆମେଠି ପାଇଁ ପ୍ରାର୍ଥୀ ଘୋଷଣା କରିଛି। ରାହୁଲ ଗାନ୍ଧୀ ରାଏବରେଲିରୁ ଏବଂ କିଶୋରୀ ଲାଲ ଶର୍ମା ଆମେଠିରୁ ନିର୍ବାଚନ...

୨୫ ବର୍ଷ ପରେ ଆମେଠିରେ ଘଟିବାକୁ ଯାଉଛି ଏମିତି ଘଟଣା..

ଲକ୍ଷ୍ନୌ,୩।୫: ୟୁପିର ଏକ ହାଇପ୍ରୋଫାଇଲ ସିଟ ମଧ୍ୟରୁ ଅନ୍ୟତମ ଆମେଠିକୁ ଗାନ୍ଧୀ ପରିବାରର ପାରମ୍ପରିକ ଆସନ ଭାବରେ ବିବେଚନା କରାଯାଏ। ୧୯୯୯ ପରେ ପ୍ରଥମଥର ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri