Posted inRasifala

ରାଶିଫଳ: ଶନିବାର, ଏପ୍ରିଲ ୨୨ ତାରିଖ – Daily Horoscope

ମେଷ
ଆପଣାର ଲୋକଙ୍କ ପାଇଁ କାମକୁ ସହଜରେ କରିବା ଲାଗି ଆନୁଷଙ୍ଗିକ ଅନୁକୂଳ ପରିବେଶ ସୃଷ୍ଟି ହୋଇପାରିବ। ଅନ୍ୟମନସ୍କ ଯୋଗୁ କୌଣସି ଭୁଲ୍‌ କାମ କରି ଅନୁତପ୍ତ ହେବେ। ଦ୍ୱିଜା ନକ୍ଷତ୍ର ବକେୟା ଅର୍ଥ ନ ପାଇବା କାରଣରୁ ତର୍କ ଓ ବିବାଦ ବଢ଼ିପାରେ। ରାଜନୈତିକ, ଅର୍ଥନୈତିକ, ସାମାଜିକ, ପ୍ରଶାସନିକ କ୍ଷେତ୍ର ଭଲ ରହିବ।
ବୃଷ
ବୃଷ
ଆଜି କଳା, ସାହିତ୍ୟ, କ୍ରୀଡ଼ା, ସଙ୍ଗୀତ ଓ ଚଳଚ୍ଚିତ୍ର କ୍ଷେତ୍ରରେ ଆଶାତୀତ ସଫଳତା ହାସଲ କରିପାରନ୍ତି। କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ କାମ କଲେ ସୁନାମ ମିଳିବ। ଗୁରୁଜନଙ୍କ ସାନ୍ତ୍ବନା ବାଣୀ ମନରେ ଆଶ୍ୱସ୍ତି ଭରିପାରେ। କୃତ୍ତିକା ନକ୍ଷତ୍ର କର୍ମକ୍ଷେତ୍ରରେ ଦୁଃସାହସିକ ପଦକ୍ଷେପ ନେଇ ପ୍ରଶଂସିତ ହେବେ।
ମିଥୁନ
ମିଥୁନ
ଉଚ୍ଚ କର୍ତ୍ତୃପକ୍ଷଙ୍କ ଚାପର ବଶବର୍ତ୍ତୀ ହୋଇ କାମ କରିବାକୁ ବାଧ୍ୟ ହେବେ। ପଡ଼ୋଶୀ ଈର୍ଷାନ୍ବିତ ହୋଇ ବିରୁଦ୍ଧାତ୍ମକ କଥାବାର୍ତ୍ତା କରିପାରନ୍ତି। ଅର୍ଥବଳ ଥିଲେ ମଧ୍ୟ ସହଯୋଗ ଅଭାବରୁ ହାତକୁ ନେଇଥିବା କାମ ଠିକ୍‌ ଭାବରେ ହୋଇ ନ ପାରେ। ପୁନର୍ବସୁ ନକ୍ଷତ୍ର ସାହାଯ୍ୟ ଲାଭକରିବା ହେତୁ ମନୋବଳ ବୃଦ୍ଧି ଘଟି କାମକୁ ତ୍ୱରାନ୍ବିତ କରିବ।
କର୍କଟ
କର୍କଟ
ଆଜି ପାରିବାରିକ ସମସ୍ୟାକୁ କେନ୍ଦ୍ରକରି ବିବାଦୀୟ ପରିସ୍ଥିତି ଦେଖାଦେବ। ଆନୁଷ୍ଠାନିକ କାର୍ଯ୍ୟ ସକାଶେ ତପତ୍ରତା ପ୍ରକାଶ କରିପାରନ୍ତି। ଅଶ୍ଳେଷା ନକ୍ଷତ୍ର କର୍ମକ୍ଷେତ୍ରରେ କୌଣସି ସକାରାତ୍ମକ ଖବର ମନକୁ ଆହ୍ଲାଦିତ କରିବ। ଟାଣଖରାରେ କାମ କରିବା କିମ୍ବା ଦୂରଯାତ୍ରା ହେତୁ ସ୍ବାସ୍ଥ୍ୟ ସମସ୍ୟା ଉତ୍କଟରୂପ ଗ୍ରହଣ କରିପାରେ।
ସି˚ହ
ସି˚ହ
ଆଜି ଯାହା ଚାହୁଁଛନ୍ତି ତାହା ପାଇବା ସକାଶେ ସାମାନ୍ୟ କଷ୍ଟ ସ୍ବୀକାର କରିବାକୁ ପଡ଼ିବ। ସରକାରୀ ସ୍ତରରେ ଗସ୍ତ କାର୍ଯ୍ୟକ୍ରମ ବାତିଲ ହେବାର ଆଶଙ୍କା ବଳବତ୍ତର ରହିବ। ମଘା ନକ୍ଷତ୍ର ମାଲିମକଦ୍ଦମାରେ ସାମୟିକ ଆଶ୍ୱସ୍ତି ଲାଭ କରିପାରନ୍ତି। ଶିଳ୍ପ, ବାଣିଜ୍ୟ ଓ ପରିବହନରେ କେତେକ ବ୍ୟତିକ୍ରମ ସୃଷ୍ଟି ହେବାର ସମ୍ଭାବନା ରହିଛି।
କନ୍ୟା
ପଦାଧିକାରୀଙ୍କ ଚାପରେ କର୍ମକ୍ଷେତ୍ରରେ ଗୁରୁଦାୟିତ୍ୱ ବହନ କରିବାକୁ ପଡ଼ିବ। ଆବଶ୍ୟକତା ପୂରଣ କରିବା ସକାଶେ ବନ୍ଧୁଙ୍କ ନିକଟରୁ ଧାର ସୂତ୍ରରେ ଅର୍ଥ ଆଣିବେ। ଚିତ୍ରା ନକ୍ଷତ୍ର ପାରିବାରିକ ସ୍ତରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢ଼ିପାରେ। ସ୍ବାସ୍ଥ୍ୟ ସମସ୍ୟାକୁ ସୁଧାରିବାର ପ୍ରଯତ୍ନ ନ କରି ଅବହେଳା କଲେ ଅନୁତାପ କରିବାକୁ ପଡ଼ିବ।
ତୁଳା
ତୁଳା
ନିକଟସ୍ଥ କୌଣସି ବ୍ୟକ୍ତି ସମସ୍ୟାର କାରଣ ସାଜି ପାରନ୍ତି। ଅନ୍ୟମାନେ ଶତ୍ରୁତା କଲେ ମଧ୍ୟ କର୍ମକ୍ଷେତ୍ରରେ ଅପମାନଜନକ ସ୍ଥିତିରୁ ସହସା ରକ୍ଷା ପାଇପାରନ୍ତି। ସ୍ବାତୀ ନକ୍ଷତ୍ର ଆକସ୍ମିକ ଆବଶ୍ୟକ ଅର୍ଥାଭାବ ପୂରଣ ଦିଗରେ ବନ୍ଧୁଙ୍କ ସାହାଯ୍ୟ କାମକୁ ଆସିବ। ଆଲୋଚନା ପରିସରରେ କିମ୍ବା ସଭାସମିତିରେ ଯୁକ୍ତିଯୁକ୍ତ କଥା କହି ପ୍ରଶଂସିତ ହେବେ।
ବିଛା
ବିଛା
ଦୀର୍ଘଦିନର ଆଶା ଓ ଅଭିଳାଷ ପୂରଣ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିବେ। ଆନୁଷ୍ଠାନିକ କାମରେ ମୂଲ୍ୟବାନ ଦ୍ରବ୍ୟଲାଭ ସାଙ୍ଗକୁ ସମ୍ମାନ ପାଇବେ। ଅନୁରାଧା ନକ୍ଷତ୍ର ରାଜନୈତିକ ସ୍ତରରେ ନେତୃସ୍ଥାନୀୟ ବ୍ୟକ୍ତିଙ୍କ ଦ୍ୱାରା ଉପକୃତ ହୋଇପାରନ୍ତି। ପାରିବାରିିକ କ୍ଷେତ୍ରରେ ମତାନ୍ତର ଜନିତ କାରଣରୁ ଅଶାନ୍ତ ପରିବେଶ ସୃଷ୍ଟି ହୋଇପାରେ।
ଧନୁ
ଧନୁ
ପୂର୍ବାଷାଢ଼ା ନକ୍ଷତ୍ର ଆଜିର ଯାତ୍ରା ଓ କର୍ମାରମ୍ଭ ପାଇଁ କୌଣସି ଅସୁବିଧା ରହିବ ନାହିଁ। ଚେଷ୍ଟା କରୁଥିବା କାମରେ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ। ଅଧିକାଂଶ କ୍ଷେତ୍ରରେ ପର ଉପରେ ନିର୍ଭର କଲେ ନିରାଶ ହେବାକୁ ପଡ଼ିପାରେ। ସମସ୍ୟା ସମାଧାନ କ୍ଷେତ୍ରରେ କୌଣସି ବ୍ୟକ୍ତିଙ୍କ ଦ୍ୱାରା ପ୍ରଭାବିତ ହୋଇ ଭୁଲ୍‌ ନିଷ୍ପତ୍ତି ନେଇପାରନ୍ତି।
ମକର
ମକର
ଶ୍ରବଣା ନକ୍ଷତ୍ର ସାମାନ୍ୟ ଅସମ୍ମାନଜନକ କଥା ଓ ବ୍ୟବହାରରେ ଅନର୍ଥ ଘଟାଇ ପାରନ୍ତି। ବନ୍ଧୁ ସାହାଯ୍ୟ ନେଇ ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ସମସ୍ୟା ସମାଧାନ କରିବେ। କର୍ମାରମ୍ଭ, ଯାନ୍ତ୍ରିକ ଜିନିଷ କ୍ରୟ, ଜମିଜମା, କଳା, ସାହିତ୍ୟ, ସାମ୍ବାଦିକତା ପାଇଁ ଦିନଟି ଭଲ। ସ୍ବାସ୍ଥ୍ୟ ସମସ୍ୟା ନେଇ ସାମାନ୍ୟ ଚିନ୍ତିତ ରହିବେ।
କୁମ୍ଭ
କୁମ୍ଭ
ପାରିବାରିକ ସମସ୍ୟା ମାନସିକ ସ୍ଥିତିକୁ କଳୁଷିତ କରିପାରେ। ନିଜ ଲୋକମାନେ ଆପଣା ସ୍ବାର୍ଥସାଧନକୁ ଗୁରୁତ୍ୱ ଦେବେ। ଆଜିର ଯାତ୍ରା, ବାଣିଜ୍ୟ, ରାଜନୀତି, ଚଳଚ୍ଚିତ୍ରରେ ଥିବା ସମସ୍ୟାର ସମାଧାନ ହୋଇଯିବ। ପୂର୍ବଭାଦ୍ରବ ନକ୍ଷତ୍ର ଶିକ୍ଷା ଓ ପରୀକ୍ଷା ସକାଶେ ପିଲା ମାନଙ୍କୁ ନେଇ ଗର୍ବ ଅନୁଭବ କରିବେ।
ମୀନମୀନ
ନିଜ ନିଜର ସ୍ବାର୍ଥସାଧନ ପରିପ୍ରେକ୍ଷୀରେ ଆତ୍ମୀୟଙ୍କ ବିରୁଦ୍ଧାଚରଣ କେତେକ ସମସ୍ୟା ସୃଷ୍ଟି କରିପାରେ। ଉତ୍ତରଭାଦ୍ରବ ନକ୍ଷତ୍ର ସାମାଜିକସ୍ତରରେ ଆନୁଷ୍ଠାନିକ କିମ୍ବା ଧର୍ମାନୁଷ୍ଠାନ କାର୍ଯ୍ୟର ନେତୃତ୍ୱ ନେଇପାରନ୍ତି। ପାରିବାରିିକ ପରିସ୍ଥିତି ପୂର୍ବପରି ରହିବ ଅବଶ୍ୟ ଭଲ ନ ହେଲେ ମଧ୍ୟ ବିଶେଷ ମନ୍ଦ ନୁହେଁ। ମନେ ମନେ ଖୋଜୁଥିବା ବନ୍ଧୁଙ୍କୁ ଅସଲ ସମୟରେ ଦେଖା ନ ପାଇ ବ୍ୟସ୍ତ ହେବେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର, ଡିସେମ୍ବର ୨୬ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ପାପଗ୍ରହ ରାହୁଯୁକ୍ତ କାରଣରୁ ମାନସିକ ସ୍ଥିତି ଭଲ ରହିବ ନାହିଁ। ତଥାପି ସାମ୍ବାଦିକତା, ଏଜେନ୍‌ଶିପ୍‌, ପରିବହନ, ବାଣିଜ୍ୟରେ ସଫଳତା ପାଇବେ। ପାରିବାରିକ...

ରାଶିଫଳ: ଗୁରୁବାର, ଡିସେମ୍ବର ୨୫ ତାରିଖ – Daily Horoscope

ମେଷ ଆଶା କରିଥିବା କାର୍ଯ୍ୟଟିରେ ସଫଳତା ପାଇବା ସକାଶେ ବହୁତ ଶ୍ରମ ସ୍ୱୀକାର କରିବାକୁ ପଡ଼ିପାରେ। ପିଲାଙ୍କ କଥା ନେଇ ମାନସିକ ସ୍ଥିତି ବିପନ୍ନ ହେବ।...

ରାଶିଫଳ: ବୁଧବାର, ଡିସେମ୍ବର ୨୪ ତାରିଖ – Daily Horoscope

ମେଷ ବନ୍ଧୁଙ୍କ ପାରିବାରିକ ବିବାଦର ସମାଧାନ ପାଇଁ ଆଲୋଚନାରେ ନିମଗ୍ନ ରହିପାରନ୍ତି। ଶେଷ ସମୟରେ କୌଣସି ସୁଯୋଗ ପାଇ ହରାଇବା ସକାଶେ ବ୍ୟଥିତ ହେବାକୁ ପଡ଼ିପାରେ।...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୨୩ ତାରିଖ – Daily Horoscope

ମେଷ ଆଜି ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତି ରାଶ୍ୟାଧିପତି ଓ ଚନ୍ଦ୍ରଙ୍କ ଶୁଭତ୍ୱରୁ ଭଲ ରହିବ। ଯାନବାହନ ଚଳାଚଳ, ଆଲୋଚନା କ୍ଷେତ୍ରରେ, ମାତୃବର୍ଗରେ, ଜମିଜମା, ଦୋକାନବାଡ଼ି,...

ରାଶିଫଳ: ସୋମବାର, ଡିସେମ୍ବର ୨୨ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ସହ ମଙ୍ଗଳଙ୍କ ମିଳନ ପାରିବାରିକ ଜୀବନକୁ ସରସ,ସୁନ୍ଦର କରିବ। ତଥାପି ଗତକାଲି ଯେଉଁଥିପାଇଁ ଚିନ୍ତା କରୁଥିଲେ ଆଜି ତାହା ଟିକିଏ ଟଣାଓଟରା...

ରାଶିଫଳ: ରବିବାର, ଡିସେମ୍ବର ୨୧ ତାରିଖ – Daily Horoscope

ମେଷ ଭାଗ୍ୟସ୍ଥାନରେ ଚତୁଃଗ୍ରହ ଯୋଗରୁ ଆଜିର କର୍ମକ୍ଷେତ୍ର, ପାରିବାରିକ ସ୍ଥିତି ସାଙ୍ଗକୁ ଜୀବନଚର୍ଯ୍ୟା ପ୍ରୀତିପ୍ରଦ ରହିବ। ସକାଳୁ ପ୍ରତୀକ୍ଷା କରିଥିବା ଶୁଭ ଖବର ପାଇ ଖୁସି...

ରାଶିଫଳ: ଶନିବାର, ଡିସେମ୍ବର ୨୦ ତାରିଖ – Daily Horoscope

ମେଷ ଘରର ଅସଜଡା ପରିସ୍ଥିତିକୁ ସଜାଡ଼ିବାକୁ ଯାଇ ମାନସିକ ସ୍ଥିତି ବିକ୍ଷିପ୍ତ ରହିବ। ଦ୍ୱିଜା ନକ୍ଷତ୍ରର ଗତକାଲିର ଟେନ୍‌ସନ ଆଜି କମିଯାଇପାରେ। ଜମିଜମା, ପୁରାତନ ଗାଡ଼ି...

ରାଶିଫଳ: ଶୁକ୍ରବାର, ଡିସେମ୍ବର ୧୯ ତାରିଖ – Daily Horoscope

ମେଷ ସହକର୍ମୀଙ୍କୁ ସୁପରାମର୍ଶ ଓ ପ୍ରେରଣା ଦେଇ ପ୍ରଶଂସିତ ହେବେ। ପ୍ରତ୍ୟାବର୍ତ୍ତନ ପଥରେ ଦୀର୍ଘ ସମୟ ଅପେକ୍ଷାନ୍ତେ ବନ୍ଧୁଙ୍କୁ ଭେଟିପାରନ୍ତି। ସାଧାରଣ କଥାକୁ ନେଇ ପାରିବାରିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri